• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

coronavirus
ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ କମୁଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀରେ କରୋନା ସମ୍ପର୍କିତ ସୂଚନା ଦେଇ ଶ୍ରୀ ଚୌଧୁରୀ କହିଛନ୍ତି, ୧୫ ଶହରୁ ୧୬ ଶହ ଅର୍ଥାତ୍ ପ୍ରାୟ ୭୫% ହୋମ୍ ଆଇସୋଲେସନରେ ଅଛନ୍ତି। ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲରେ ଶହେରୁ ଅଧିକ ଆଇସିୟୁ ବେଡ୍ ଖାଲି ଅଛି। ଦୈନିକ ୩୦ରୁ ୩୫ ରୋଗୀଙ୍କୁ ଫାଭିପିରାଭିର୍ ଦିଆଯାଉଛି ବୋଲି କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ୱରରୁ ୧୧୦ କରୋନା […]

  • Friday, 02 July 2021
niranjan
ମୁଖ୍ୟମନ୍ତ୍ରୀଙ୍କୁ  ନିରଞ୍ଜନଙ୍କ ପ୍ରଶ୍ନ; ନିଜେ ସୁରକ୍ଷିତ ରହି ଲୋକଙ୍କୁ କାହିଁକି ବିପଦକୁ ଠେଲୁଛ ?

ଭୁବନେଶ୍ୱର: ଉପନିର୍ବାଚନ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିଜେ ଲୋକଙ୍କ ପାଖକୁ ନଯାଇ, ଘରେ ସୁରକ୍ଷିତ ରହି ଭର୍ଚୁଆଲ ରାଲି କରୁଛନ୍ତି। ହେଲେ ନିଜେ ସୁରକ୍ଷିତ ରହି ଲୋକଙ୍କୁ ବିପଦ ମୁହଁକୁ କାହିଁକି ଠେଲି ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପିସିସି ସଭାପତି। ନିରଞ୍ଜନ ଆହୁରି ମଧ୍ୟ କହିଛନ୍ତି ଯେ ମାସ୍କ କିଣା ଠାରୁ ଭେଣ୍ଟିଲେଟର ଯାଏ କୋଟି କୋଟି ଦୁର୍ନୀତି ହୋଇଛି। ୨୧ ବର୍ଷରେ ଓଡ଼ିଶାର କ’ଣ ବିକାଶ […]

  • Friday, 02 July 2021
coronaviru
ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୦୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି ପାଇଛି। ସେହିପରି ଅନୁଗୁଳ ୨୧୮, କଟକ ୧୩୫, ବାଲେଶ୍ୱର ୮୮, ଜଗତସିଂହପୁରରୁ ୮୫, ମୟୂରଭଂଜ ୮୩, ଯାଜପୁର […]

  • Friday, 02 July 2021
2
ମଇଦାନକୁ ନଯାଇ ପ୍ରଚାର କଲେ ନବୀନ

ଭୁବନେଶ୍ୱର: ମଇଦାନକୁ ସିଧାସଳଖ ଗଲେନି, ଭୋଟରଙ୍କୁ ମନେଇବାକୁ ଭର୍ଚୁଆଲ୍ କ୍ୟାମ୍ପେନିଂ କଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ତିର୍ତ୍ତୋଲରେ ଡିଜିଟାଲ୍ କ୍ୟାମ୍ପେନ୍ କରି ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ଲାଗି ଭୋଟ୍ ମାଗିଛନ୍ତି ନବୀନ। ଅପରାହ୍ନ ସାଢ଼େ ୪ଟାରେ ନବୀନ ଭର୍ଚୁଆଲ୍ ମିଟିଂ କରି କରୋନା କଟକଣା ଯୋଗୁଁ ପ୍ରଚାର ପାଇଁ ଯାଇପାରିନଥିବା କହିଥିଲେ। ତା’ସହ ତିର୍ତ୍ତୋଲ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ତାଙ୍କ ସରକାର ନେଇଥିବା ପଦକ୍ଷେପ ସହ ଯୁବକ […]

  • Friday, 02 July 2021
sushil-loani
ଉପନିର୍ବାଚନ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ବାଲେଶ୍ୱର: ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ବାଲେଶ୍ୱର ଓ ଜଗତସିଂହପୁର ଗସ୍ତ ସହ ଦୁଇ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ହୋଇଛି। ବୈଠକରେ କୋଭିଡ୍ ଗାଇଡ୍‌ଲାଇନ୍ ପାଳନ ପୂର୍ବକ ସୁରକ୍ଷିତ ଭୋଟଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ବାଲେଶ୍ୱରର ସବୁ ବୁଥ୍‌ରେ ଭୋଟରଙ୍କ ତାପମାନ ଯାଞ୍ଚ ଲାଗି ବ୍ୟବସ୍ଥା କରିବା ସହିତ ଶରୀରର ତାପମାନ ଅଧିକ ଦେଖାଇଲେ ଦ୍ୱିତୀୟ ଥର ଯାଞ୍ଚ କରାଯିବ। ୨ୟ ଥରରୁ ଅଧିକ ଥର ତାପମାତ୍ରା ଦେଖାଇଲେ […]

  • Friday, 02 July 2021
3
ଖୋଲା ଜିପ୍‌ରେ ବସି ପ୍ରଚାର କଲେ ବେଣୁଧର

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପଛରେ ପଡିନାହାନ୍ତି ସ୍ୱାଧିନ ପ୍ରାର୍ଥୀ ବେଣୁଧର ବାରିକ। ଏକ ଖୋଲା ଜିପ୍‌ରେ ବସି ପ୍ରଚାର କରୁଛନ୍ତି ୮୦ ବର୍ଷୀୟ ବେଣୁଧର। କିଛି ଯୁବକ ମିଶି ବେଣୁଧରଙ୍କୁ ଏକ ଖୋଲା ଜିପ୍‌ରେ ବସାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଚାଲି ଚାଲି କିମ୍ବା ସାଇକେଲରେ ପୂରା ନିର୍ବାଚନମଣ୍ଡଳୀ ବୁଲିବା ସମ୍ଭବପର ହେଉନଥିବାରୁ ଜିପ୍‌ରେ ବସି ଭୋଟରଙ୍କ ପାଖକୁ ଯାଉଛନ୍ତି ବେଣୁଧର। ଅନ୍ୟ ଦଳର ନେତାଙ୍କ ପାଖରେ […]

  • Friday, 02 July 2021
4
୧୫ ହଜାର ଟଙ୍କାରେ ବିକ୍ରି ହେଲା ମାସେ ୭ ଦିନର ଶିଶୁକନ୍ୟା

ସମ୍ବଲପୁର: ସମ୍ବଲପୁର ଚାରମାଲ ଥାନା ଅଞ୍ଚଳରେ ଶିଶୁକନ୍ୟା ବିକ୍ରି ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ୧୫ ହଜାର ଟଙ୍କାରେ ମାସେ ୭ ଦିନର ଶିଶୁକୁ ବିକ୍ରି କରାଯାଇଥିବା ନେଇ ଚାଇଲ୍ଡ ଲାଇନ୍ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଚାରମାଲ ଥାନା କେଉଟିବାହାଳି ଗାଁର ଏକ ଦମ୍ପତି ତାଙ୍କର ଶିଶୁ କନ୍ୟାକୁ ବିକ୍ରି କରିଦେଇଥିଲେ। ଏନେଇ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲା ଚାରମାଲ ପୋଲିସ। ରେଢାଖୋଲ ମେଡିକାଲରେ ପ୍ରାଥମିକ […]

  • Friday, 02 July 2021
5
କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

ଭୁବନେଶ୍ୱର: କରୋନା ଭୟକୁ ପିଠି କରି କଟକଣା ଭିତରେ ଧିରେ ଧିରେ ସବୁ ଖୋଲି ଚାଲିଛି। କିନ୍ତୁ ୮ ମାସ ଧରି ମନ୍ଦିର ବନ୍ଦ ଥିବାରୁ ସବୁଠୁ ବେଶି ସମସ୍ୟାରେ ପୂଜକ ଓ ସେବକ ପରିବାର ଅଛନ୍ତି। ତେଣୁ ଓଡ଼ିଶା ମନ୍ଦିର ସେବାୟତ ସଂଘ ଡାକରାରେ ଆଜି ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଛନ୍ତି ସେବାୟତ। ହେଲେ ଆଇନ୍ ମନ୍ତ୍ରୀ ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ୨୦ ଦିନ ତଳେ ଘଣ୍ଟ ବଜାଇ ପ୍ରତିବାଦ […]

  • Friday, 02 July 2021
well
କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

ଖୋର୍ଦ୍ଧା: କୂଅ ଭିତରୁ ଉଦ୍ଧାର ହେଲା ମା’ପୁଅଙ୍କ ମୃତଦେହ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଗୋଡିପଡା ଗାଁର ମନୋଜ ଶ୍ରୀଚନ୍ଦନଙ୍କ ସ୍ତ୍ରୀ ବର୍ଷା ଶ୍ରୀଚନ୍ଦନ ଓ ତାଙ୍କ ୬ ବର୍ଷର ଶିଶୁପୁତ୍ର ନିଖୋଜ ଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଏକ କୂଅ ଭିତରେ ଶିଶୁର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଖବର ପାଇ ଜଙ୍କିଆ ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମା’ […]

  • Friday, 02 July 2021
ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

ରାଉରକେଲା: ବାପାଙ୍କ ହତ୍ୟାର ପ୍ରତିଶୋଧ ନେଲେ ୨ ପୁଅ। ଦୁଇ ଭଣଜା ମାମୁଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଗୋବିରା ଗୀର୍ଜା ଟୋଲି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବଲନ ବରୁଆ। ଅଭିଯୁକ୍ତ ଦ୍ୱୟ ହେଲେ-ଭିକି କୁଜୁର ଓ ଅମନ କୁଜୁର। ପୋଲିସ୍‌ ଏହି ୨ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ବଲନ ନିଜ ଭିଣୋଇ ଅର୍ଥାତ୍‌ ଭିକି ଓ ଅମନଙ୍କ ବାପାଙ୍କୁ ହତ୍ୟା କରି ଜେଲ୍ […]

  • Friday, 02 July 2021
ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର: OPSC(Odisha Public Service Commission) ଦ୍ୱାରା ପରିଚାଳିତ ‌ଓଡ଼ିଶା ସିଭିଲ୍‌ ସର୍ଭିସ(OCS)-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।  ଆସନ୍ତା ନଭେମ୍ବରରେ ପରୀକ୍ଷା ହେବାର ଥିଲା। ହେଲେ ଏହାକୁ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା ଘୁଞ୍ଚିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହ ସହ ମେନ୍ ପରୀକ୍ଷାର ସୂଚୀ ମଧ୍ୟ ପ୍ରକାଶ ପାଇଛି। ଡିସେମ୍ବର ୭ରେ ପରୀକ୍ଷା ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

  • Friday, 02 July 2021
gold bricks
ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

ଚୌଦ୍ୱାର: ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ। ଏହି ଘଟଣାରେ ପୋଲିସ୍‌ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଏହି ଘଟଣା ଘଟିଛି। ଗିରଫ ଦ୍ୱୟ ହେଲେ- ଚୌଦ୍ୱାର ତଳ ବଜାରର ବିଜୟ ବେହେରା ଏବଂ ଓଟିଏମ୍ କଲୋନୀରେ ରହୁଥିବା ସଂଗ୍ରାମ ମହନ୍ତ। ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୪୫ହଜାର ଟଙ୍କା, ୯ ଶହ ଗ୍ରାମ ଓଜନର ଏକ ନକଲି ସୁନା ଇଟା ଓ ୨ଟି […]

  • Friday, 02 July 2021
corona
ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧,୬୧୭ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୬୧୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯ରେ ପହଞ୍ଚିଛି। ଚିହ୍ନଟ ନୂଆ  ୧,୬୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୯୪୧  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୭୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୨  ପଜିଟିଭ ଚିହ୍ନଟ ହୋଇଛନ୍ତି।   Covid-19 Report […]

  • Friday, 02 July 2021
corona
ରାଜ୍ୟରେ ୧୩  କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୩  କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୨୯ ୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରୁ, କଟକ, ନୂଆପଡା, ଅନଗୁଳ ଓ ବାଲେଶ୍ୱରରୁ ୨ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି କେନ୍ଦୁଝର, ସମ୍ବଲପୁର, ଜଗତସିଂହପୁରରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, […]

  • Friday, 02 July 2021
ଆଶ୍ଚର୍ଯ୍ୟ ! ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ

ରାଉରକେଲା (ପବନ ତିୱାରୀ): ଡ୍ରାଇଭରଙ୍କ ନାଁରେ ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର GST ଠକେଇ ଅଭିଯୋଗ ଆସିଛି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଡ୍ରାଇଭର ରାଜେନ୍ଦ୍ର ପଲାଇଙ୍କ ନାଁରେ ଏହି GST ଠକେଇ ଅଭିଯୋଗ ହୋଇଛି। ରାଉରକେଲା ସେକ୍ଟର ୨୦ରେ ରହୁଥିବା ରାଜେନ୍ଦ୍ରଙ୍କୁ GST  ବିଭାଗ ପକ୍ଷରୁ ୨୮ କୋଟି ୨୮ ଲକ୍ଷ ଟଙ୍କାର ଠକେଇ ନେଇ ନୋଟିସ କରାଯାଇଛି। ୪ କୋଟି ଟଙ୍କା ଜରିମାନା ଦାଖଲ କରିବାକୁ ଡ୍ରାଇଭରଙ୍କୁ କୁହାଯାଇଛି। ଅନ୍ୟପକ୍ଷେ, GST […]

  • Friday, 02 July 2021
‘ପୋଲିସ୍‌ ସାର୍‌ ବାଡ଼ିରେ ମୋତେ ପିଟି ପକାଇଲେ’

ବାରିପଦା: ପୋଲିସ୍‌ ମାଡ଼ରେ ଫାଟିଲା ଯୁବକଙ୍କ ଆଖି। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଷ୍ଟେସନ ବଜାର ଅଞ୍ଚଳରୁ। ଅଭିଯୋଗ ଅନୁଯାୟୀ, ସହରର ୨୫ ନଂ ଓ୍ୱାର୍ଡର ୨୧ ବର୍ଷୀୟ ଯୁବକ ଶିପୁ ଦାସ। ଗତକାଲି ଷ୍ଟେସନ ବଜାରକୁ ଔଷଧ ଆଣିବାକୁ ଯାଇଥିଲେ। ହେଲେ ଚେକିଂ ଚାଲୁଥିବାରୁ ପୋଲିସ୍‌ ହାବୁଡରେ ପଡିଥିଲେ। ପାଖରେ ପଇସା ନ ଥିବାରୁ ଚେକିଂରୁ ଖସିଯିବା ପାଇଁ ମୋଟର ସାଇକେଲ ବୁଲାଇବା ବେଳକୁ ଡ୍ୟୁଟିରେ ଥିବା ପୋଲିସ୍‌ କର୍ମଚାରୀଙ୍କ ମଧ୍ୟରୁ କେହି ଜଣେ […]

  • Friday, 02 July 2021
marriage
ଅଧାରେ ରହିଗଲା ଫେସ୍‌ବୁକ୍ ପ୍ରେମ, ବିବାହ ବେଦୀରୁ ଉଠାଇ ନେଲା ପୋଲିସ୍

ଖୋର୍ଦ୍ଧା: ଫେସ୍‌ବୁକ୍‌ରେ ଗଢ଼ିଲା ଉଠିଲା ପ୍ରେମ। ପରିବାରକୁ ବିରୋଧ କରି ବିବାହ କରିବାକୁ ସ୍ଥିର କଲେ ଯୁବକ ଓ ଯୁବତୀ। ହେଲେ ବିବାହ ବେଦୀରୁ ଉଠାଇ ନେଲା ପୋଲିସ୍। ଏଭଳି କିଛି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ ଥାନା ପଲ୍ଲା ଲୋକେଶ୍ୱରଙ୍କ ମନ୍ଦିର ନିକଟରେ। ଗତକାଲି ବିବାହ କାର୍ଯ୍ୟ ଚାଲି ଥିବାବେଳେ କନ୍ୟାଙ୍କ ବୟସକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ। ଯୁବତୀ ଜଣକ ନାବାଳିକା ହୋଇଥିବା ନେଇ ପୋଲିସ୍ ଜାଣିବା ପରେ ବିବାହକୁ ଅଧାରୁ ବନ୍ଦ ରଖିବା ସହ […]

  • Friday, 02 July 2021
OUAT ପ୍ରଫେସରଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ବିଚ୍ ରାସ୍ତା ହେଉ କିମ୍ବା ରାତି ଅଧରେ ଘର ଭିତରେ ପଶି ଲୁଟ୍‌ କରୁଛନ୍ତି ଲୁଟେରା। ଓୟୁଏଟିର ଜଣେ ପ୍ରଫେସରଙ୍କ ଘରୁ ୭ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଘରେ କେହି ନ ଥିବାବେଳେ କେହି ଦୁର୍ବୃତ୍ତ ପଶି ଲାପଟପ୍ ଓ ମୋବାଇଲ ସମେତ ଗହଣା ଚୋରି କରି ନେଇଛନ୍ତି। ଏନେଇ ସମ୍ପୃକ୍ତ ପ୍ରଫେସର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପ୍ରଫେସରଙ୍କ ଅଭିଯୋଗ ଆଧାର […]

  • Friday, 02 July 2021
paddy
ଧାନ ବିକ୍ରି ପାଇଁ ୭ ଦିନ ପୂର୍ବରୁ ଟୋକନ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ଏଥର ବି ଅଗ୍ରମୀ ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର। ଚଳିତବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପୂର୍ବରୁ ଟୋକନ ଜେନେରେଟ ହେବ। କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବେ ସେଥିଲାଗି ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ ଲାଗିବ ଏବଂ ମୋବାଇଲକୁ ମଧ୍ୟ ମେସେଜ […]

  • Friday, 02 July 2021
jagannath-temple
'ପୁରୀ ଆସନି, ଘରେ ରହି କାର୍ତ୍ତିକ ବ୍ରତ କର'

ପୁରୀ:  ପୁରୀ ନଆସିବାକୁ ହବିଷ୍ୟାଳୀଙ୍କୁ ଅନୁରୋଧ। କରୋନା ମହାମାରୀ ଦୃଷ୍ଟିରୁ ପୁରୀ ନଆସିବାକୁ ଅନୁରୋଧ କଲା କଲା ପୁରୀ ପ୍ରଶାସନ। ଏବର୍ଷ ପୁରୀରେ ହବିଷ୍ୟାଳୀ ଶିବିର ନକରିବାକୁ ପ୍ରଶାସନର ନିଷ୍ପତ୍ତି ନେଇଛି। କରୋନା ପାଇଁ ଏବର୍ଷ ପୁରୀରେ ହବିଷ୍ୟାଳୀ ଶିବିର କରାଯିବ ନାହିଁ। ପୁରୀକୁ କୌଣସି ହବିଷ୍ୟାଳୀ ନଆସିବାକୁ ଅନୁରୋଧ କରାଯିବା ସହ ପୁରୀ ନଆସି ନିଜ ନିଜ ଘରେ ରହି କାର୍ତ୍ତିକ ବ୍ରତ କରିବାକୁ ଅନୁରୋଧ କରାଯାଇଛି। ପ୍ରଶାସନ ନିଷ୍ପତ୍ତି ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ […]

  • Friday, 02 July 2021
bhubaneswar-blast-IOCL-anno
DNA ରିପୋର୍ଟ କହିଲା ସୀମାଞ୍ଚଳ ମୃତ ନା ଜୀବିତ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ DNA ରିପୋର୍ଟ ଅନୁସାରେ ସୀମାଞ୍ଚଳ ପରିଡ଼ା ମୃତ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି। ଫୋରେନସିକ ଲାବ୍‌ରେ ସଂଗୃହିତ ମାଂସ ଖଣ୍ଡର DNA ପରୀକ୍ଷାରୁ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏନେଇ ମୃତ ସୀମାଞ୍ଚଳଙ୍କ ପରିବାରକୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଘଟଣାରେ ସୀମାଞ୍ଚଳଙ୍କୁ ମିଶାଇ ଘଟଣାରେ ଏଯାବତ […]

  • Friday, 02 July 2021
bhakt
ଭକ୍ତ ଦେଖିପାରିବେନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୫ ବର୍ଷ ପରେ ଏବର୍ଷ ପଡୁଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ହେଲେ କୋଭିଡ୍ କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ। ତେବେ ଆସନ୍ତା ମାସ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବେଶ ପାଇଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ବେଶ ନୀତି ନିର୍ଘଣ୍ଟ ହୋଇଛି। ନଭେମ୍ବର ୨୭ ତାରିଖ ରାତି ୨ଟାରେ ଦ୍ୱାର ଫିଟା ପରେ ଠାକୁରଙ୍କ ମଙ୍ଗଳ ଆଳତି, ମଲମ ଆଦି ସାରି ଭୋର ୪ଟାରେ ନାଗାର୍ଜ୍ଜୁନ ବେଶ […]

  • Friday, 02 July 2021
premlata-dutta
''ମୁଖ୍ୟମନ୍ତ୍ରୀ ଏତେ ନିଷ୍ଠୁର ହୁଅନ୍ତୁ ନାହିଁ''

ବାଲେଶ୍ୱର: ବାଲେଶ୍ୱର ଉପ-ନିର୍ବାଚନ ପ୍ରଚାର ବେଳେ ଭାଷଣକୁ ନେଇ ପୁଣି ବିବାଦ ଏଥର ବିବାଦ ହୋଇଛି। ବିଜେଡି ନେତା କୁନା ତ୍ରିପାଠୀଙ୍କ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପ୍ରସଙ୍ଗ କୁ ନେଇ ଆଜି ବାଲେଶ୍ୱରରେ ଏକ ସଭାରେ କୁନା କହିଥିଲେ, ବିଜୁଳି ଶକ୍ତି ଭଳି ନବୀନ ବାବୁ ବିକାଶକୁ ସେଠାରୁ ପଠାଉଛନ୍ତି। ତେବେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲେ ବିକାଶର ବିଜୁଳି କିପରି ପହଞ୍ଚିବ। ଖାଲି ସେତିକି ନୁହେଁ କିଛି ଦିନ ହେଲା ଏଠାରେ ଯେଉଁ ଟ୍ରାନ୍ସଫର୍ମର ବସିଥିଲେ, ସେ କାମ […]

mask
ସୁସ୍ଥ ହେଲେ ୧୯୦୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୭୨୦୩୮କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୦୦, ବଲାଙ୍ଗିରରୁ ୯୬, ବାଲେଶ୍ୱର- ୮୯, ମୟୂରଭଞ୍ଜ- ୮୦, କଳାହାଣ୍ଡି- ୭୬, ଜଗତସିଂହପୁର- ୭୩, ନୂଆପଡ଼ା- ୬୮ ଝାରସୁଗୁଡ଼ା- ୫୫, ଢେଙ୍କାନାଳ- […]

  • Friday, 02 July 2021
employee
କାମ କଲେ ପଦନ୍ନୋତି, ନହେଲେ ଯିବ ଚାକିରି

ଭୁବନେଶ୍ୱର: ଠକ କର୍ମଚାରୀଙ୍କୁ ସାବଧାନ। ଏଣିକି ଦକ୍ଷତାର ସହ କାମ ନକଲେ ଚାକିରି ହରାଇବେ ସରକାରୀ କର୍ମଚାରୀ। କାମ ନକଲେ ଅବସର, ଭଲ କାମ କଲେ ମିଳିବ ପଦୋନ୍ନତି। ଏନେଇ ସବୁ ବିଭାଗକୁ ଚିଠି କଲା ସାଧାରଣ ପ୍ରଶାସନ ବିଭାଗ। ସାଧାରଣ ପ୍ରଶାସନ ବିଭାଗ ଚିଠି ଅନୁସାରେ ଭଲ କାମ କରୁନଥିବା କର୍ମଚାରୀଙ୍କୁ ଦିଆଯିବ ଅପରିପକ୍ୱ ଅବସର। କାମ ନକଲେ ଅବସର, ଭଲ କାମ କଲେ ପଦୋନ୍ନତି ମିଳିବ। ଏନେଇ ବିଭାଗୀୟ କମିଟି କରି ଚୟନ କରିବାକୁ […]

  • Friday, 02 July 2021