ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସରକାର ନିୟମାବଳୀ ଜାରି କରିଛନ୍ତି। ଅକ୍ଟୋବର ୧୫ରୁ ସ୍କୁଲ କଲେଜ ଖୋଲିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଏଥିଲାଗି ଗୃହ ମନ୍ତ୍ରାଳୟ ନିୟମାବଳୀ ଜାରି କରିଛି। ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ବିଚାର ବିମର୍ଶ ଆଧାରରେ ଏଗୁଡ଼ିକ ଖୋଲାଯିବ। ତେବେ ନୂଆ ନିୟମାବଳୀ ଅନୁସାରେ:- ପିତାମାତା ବା ଅଭିଭାବକଙ୍କ ଲିଖିତ ଅନୁମତି ପରେ ପିଲାମାନେ ସ୍କୁଲ ଆସିପାରିବେ। ଏହାସହ ସ୍କୁଲରେ ଉପସ୍ଥାନ ନେଇ ନିୟମ କୋହଳ […]
ନୂଆଦିଲ୍ଲୀ: ଚୀନ୍ ସହ ଦ୍ୱିମୁଖୀ ସମ୍ମୁଖ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ। ଯଦିଓ ଆକାଶମାର୍ଗରେ ଆକ୍ରମଣର ସେଭଳି ସମୟ ଆସିନାହିଁ, ତଥାପି ଆମ ସେନା ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଆର.କେ. ଭଦୌରିଆ। ଶ୍ରୀନଗର ଏୟାରବେସ୍ରେ ଗତକାଲି ବାଲାକୋଟ୍ ଏୟାରଷ୍ଟ୍ରାଇକର ପ୍ରଥମ ବାର୍ଷିକୀ ପାଳନ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଭଦୌରିଆ ଏଭଳି ବୟାନ ଦେଇଛନ୍ତି। ଭାରତ-ଚୀନ୍ ସୀମା ବିବାଦକୁ ନେଇ ଲାଗି ରହିଥିବା ଉତ୍ତେଜନା ସମୟରେ ଭଦୌରିଆଙ୍କ ଏଭଳି ବୟାନ ବେଶ୍ ମହତ୍ତ୍ୱପୂର୍ଣ୍ଣ […]
ଭୁବନେଶ୍ୱର: କୋଲ୍ ସ୍କାମ୍ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମଙ୍ଗଳବାର ମାମଲାର ବିଚାର କରି ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରଥମ ମନ୍ତ୍ରୀ ଭାବେ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ସ୍ପେଶାଲ କୋର୍ଟ ଜଜ ପରାଶର। ଅକ୍ଟୋବର ୧୪ରେ ଦଣ୍ଡ ଘୋଷଣା କରାଯିବ। ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସୂଚନାଥାଉ କି, ୧୯୯୯ରେ ଝାଡଖଣ୍ଡ କୋଲ ବ୍ଲକର ଆବଣ୍ଟନରେ ଅନିୟମିତତା ହୋଇଥିବା ନେଇ […]
ମୁମ୍ୱାଇ: ସୁଶାନ୍ତ ସିଂ ରାଜୁପୁତ୍ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ବଲିଉଡ୍ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବେ ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇ ଜେଲ୍ରେ ଅଛନ୍ତି। ଆଜି ମୁମ୍ୱାଇର ଏନଡିପିଏସ (ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ) କୋର୍ଟ ତାଙ୍କ ଆଇନ ଗତ ରିମାଣ୍ଡ ଅବଧି ଅକ୍ଟୋବର ୨୦ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି। ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଉଥିବାରୁ ସେପ୍ଟେମ୍ବର ୯ ତାରିଖରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ରିୟାଙ୍କୁ ଗିରଫକରି ରିମାଣ୍ଡକୁ ନେଇଥିଲା। ରିଆଙ୍କ ସହ ତାଙ୍କ ଭାଇ […]
ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରିଛି ନୋବେଲ କମିଟି। ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ରୋଜର ପେନରୋଜ, ରେନହାଡ୍ ଗେନଜେଲ ଓ ଆଣ୍ଡ୍ରେଆ ଗେଜ୍ଙ୍କ ନାଁ ଘୋଷଣା ହୋଇଛି। BREAKING NEWS: The Royal Swedish Academy of Sciences has decided to award the 2020 #NobelPrize in Physics with one half to Roger Penrose and […]
ପାଟନା: ବିହାର ନିର୍ବାଚନରେ NDA ପକ୍ଷରୁ ଆସନ ଭାଗବଣ୍ଟା ଘୋଷଣା ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆସନ ଭାଗବଣ୍ଟା ନେଇ ଘୋଷଣା କରିଛନ୍ତି ନୀତୀଶ କୁମାର। ବିହାର ବିଧାନସଭାର ୨୪୩ ସିଟ୍ରୁ JDUକୁ ୧୨୨ ଟି ଆସନ ମିଳିଛି। ଜେଡିୟୁ ଭାଗରୁ ୭ଟି ଆସନ ଜିତନ ରାମ ମାଂଝୀଙ୍କ ଦଳ “ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା”କୁ ଦିଆଯିବ। ଅନ୍ୟପଟେ ବିଜେପିକୁ ମିଳିଥିବା ୧୨୧ଟି ଆସନ ମଧ୍ୟରୁ ଦଳ ୫ଟି ଆସନ ମୁକେଶ ସାହାଣୀଙ୍କ ଦଳ ଭିଆଇପି(ବିକାଶଶୀଳ ଇନ୍ସାନ୍ […]
ଗୋଆ: ଅତି ବ୍ୟସ୍ତ ବିବ୍ରତ ହୋଇ ଗୋଆ ଛାଡ଼ିଛନ୍ତି ଓଡ଼ିଆ ଜଜ୍ ଜଷ୍ଟିସ୍ ପ୍ରଫୁଲ୍ଲ କୁମାର ମିଶ୍ର। ଏହି ଅବସରପ୍ରାପ୍ତ ବିଚାରପତି ଗୋଆରେ ଲୋକାୟୁକ୍ତ ଥିଲେ। ସେ ୨୦୧୬ ମାର୍ଚ୍ଚ ୧୮ ରୁ ୨୦୨୦ ସେପ୍ଟେମ୍ୱର ୧୬ ପର୍ଯ୍ୟନ୍ତ ଗୋଆର ଲୋକାୟୁକ୍ତ ଭାବେ କାମ କରିଛନ୍ତି। ଏହି ସାମ୍ୱିଧାନିକ ପଦବୀରେ ରହି ନିଷ୍ଠାର ସହ ନିଜର କାମ କରିଛନ୍ତି ସେ। କିନ୍ତୁ କାହା ପାଖରେ ମୁଣ୍ଡ ନୁଆଁଇ ନାହାନ୍ତି। ତେବେ ଗୋଆ ରାଜ୍ୟ ସରକାରଙ୍କ ଅସହଯୋଗ ତାଙ୍କୁ […]
ଭୁବନେଶ୍ୱର: ମନ୍ଦିର ଖୋଲିବାକୁ ଦାବି କରି ଘଣ୍ଟ ପିଟିଲେ ସେବକ ଓ ପୂଜକ। ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ଅଞ୍ଚଳର ମନ୍ଦିରରେ ଆଜି ସକାଳ ୯ଟା ବେଳେ ଘଣ୍ଟଘଣ୍ଟା ବଜା ଯାଇଛି। କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି। ଲକ୍ଡାଉନ୍ ଓ ପରେ ଅନ୍ଲକ୍ରେ ମନ୍ଦିର ବନ୍ଦ ରହିଛି। ଶ୍ରଦ୍ଧାଳୁ ନ ଆସିବାରୁ ପୂଜକ ସିଧାସଳଖ ଏଥିରେ ପ୍ରଭାବିତ ହୋଇଛନ୍ତି। ପରିବାର ଚଳାଇବା କଷ୍ଟକର ହେବା ସହ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଖାଲି […]
ନୂଆଦିଲ୍ଲୀ: ଟ୍ରେନ୍ରେ ଯାତ୍ରା କରିବା ପାଇଁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ reservation ଟିକେଟ୍। ଆସନ୍ତା ଅକ୍ଟୋବର ୧୦ରୁ reservation ଚାର୍ଟର ଏହି ପୁରୁଣା ନିୟମ ଲାଗୁ ହେବାକୁ ଯାଉଛି। ଏ ନେଇ ଭାରତୀୟ ରେଲ୍ୱେ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ/ପୁନଃନିର୍ଦ୍ଧାରିତ ସମୟର ଅଧା ଘଣ୍ଟା ପୂର୍ବରୁ ଭାରତୀୟ ରେଲ୍ୱେ ପକ୍ଷରୁ ଦ୍ୱିତୀୟ reservation ଚାର୍ଟ ଜାରି କରାଯିବ। ଯାହା ଫଳରେ ତୁରନ୍ତ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଯାଞ୍ଚ କରୁଥିବା ଏସଆଇଟି ତାର ତଦନ୍ତ ରିପୋର୍ଟ ବୁଧବାର ପ୍ରଦାନ କରିବାର ଥିଲା। ହେଲେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ୧୦ ଦିନର ମହଲତ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଏସଆଇଟି ଆଜି ରିପୋର୍ଟ ପ୍ରଦାନ କରିବାର ଥିଲା। ପୂର୍ବରୁ ଏସଆଇଟିକୁ ସପ୍ତାହେ ମହଲତ ଦିଆଯାଇ ସାରିଛି । ତେବେ ମାମଲାର ପୂରା ଯାଞ୍ଚ ପାଇଁ ଅଧିକ ୧୦ ଦିନ ମାଗିଥିଲା […]