• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

yogi
ହାଥରସ ମାମଲା: ପୀଡ଼ିତାଙ୍କ ପରିବାରକୁ ତ୍ରୀସ୍ତରୀୟ ସୁରକ୍ଷା ଯୋଗାଇଲେ ୟୁପି ସରକାର

ଲକ୍ଷ୍ନୌ: ହାଥରସ ମାମଲାରେ ପୀଡ଼ିତାଙ୍କ ପରିବାକୁ ତ୍ରୀସ୍ତରୀୟ ସୁରକ୍ଷା ଯୋଗାଇ ଦେଲେ ଉତ୍ତରପ୍ରଦେଶ ସରକାର। ଏ ନେଇ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ପୂର୍ବ ଶୁଣାଣିରେ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀମାନଙ୍କ ସୁରକ୍ଷା ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲା କୋର୍ଟ। ଏହାର ଉତ୍ତରରେ ଆଦି କୋର୍ଟରେ ଏଭଳି ସତ୍ୟପାଠ ଦାଖଲ କରିଛନ୍ତି ଯୋଗୀ ସରକାର। ସତ୍ୟପାଠରେ ମାମଲାର ତଦନ୍ତ କରୁଥିବା ସିବିଆଇ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବାକୁ ସୁପ୍ରିମକୋର୍ଟଙ୍କୁ […]

  • Friday, 02 July 2021
train
ଖୋଲା ବଜାରରୁ ଋଣ କରିବାକୁ ଓଡ଼ିଶାକୁ ଅନୁମତି ଦେଲା କେନ୍ଦ୍ର

ଭୁବନେଶ୍ୱର: ଖୋଲା ବଜାରରୁ ଋଣ କରିବାକୁ ଓଡ଼ିଶାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ସରକାର ୨ ହଜାର ୮୫୮ କୋଟି ଟଙ୍କା ଋଣ କରିପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅନୁମତି ଦେଇଛି। ଜିଏସ୍‌ଟି କାର୍ଯ୍ୟକାରିତାରେ ସମସ୍ୟା ଯୋଗୁଁ ପୁଞ୍ଜି ଅଭାବ ପୂରଣ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ତରଫରୁ ଦୁଇଟି ବିକଳ୍ପ ଦିଆଯାଇଥିଲା। ସେଥିମଧ୍ୟରୁ ପ୍ରଥମ ବିକଳ୍ପ ବାଛିଥିବା ରାଜ୍ୟଗୁଡ଼ିକୁ ରାଜ୍ୟ ଜିଡିପିର ଦଶମିକ ୫ ପ୍ରତିଶତ ଅତିରିକ୍ତ ଋଣ ସଂଗ୍ରହ ପାଇଁ ଅନୁମତି ପ୍ରଦାନ କରିଛି […]

  • Friday, 02 July 2021
mufttee
ମେହବୁବା ମୁଫ୍‌ତୀଙ୍କୁ ଭେଟିଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଗୃହବନ୍ଦୀରୁ ମୁକୁଳିବାର ଦିନକ ପରେ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତୀଙ୍କୁ ଭେଟିଲେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସ୍‌ନାଲ କନଫରେନ୍ସର ସଭାପତି ଫାରୁକ ଅବଦୁଲ୍ଲା ଓ ଉମାର ଅବଦୁଲ୍ଲା। ୧୪ ମାସର ଗୃହବନ୍ଦୀ ଜୀବନ କାଟିବା ପରେ ମଙ୍ଗଳାବାର ରାତିରେ ମୁକୁଳିଛନ୍ତି ମେହବୁବା। ଆଉ ଆଜି ତାଙ୍କୁ ଭେଟିଛନ୍ତି ଫାରୁକ ଅବଦୁଲ୍ଲା।   ଧାରା ୩୭୦ ଉଚ୍ଛେଦ ପରେ ଫାରୁକ ଅବଦୁଲ୍ଲା ଓ ପୁଅ ଉମାର ଅବଦୁଲ୍ଲାଙ୍କୁ ମଧ୍ୟ ଗୃହବନ୍ଦୀ ରଖାଯାଇଥିଲା। ହେଲେ ସେମାନେ ମେହବୁବାଙ୍କ ପୂର୍ବରୁ […]

  • Friday, 02 July 2021
papu-yadav
ପିଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ପପୁ ଯାଦବ

ପାଟନା: ବିହାର ନିର୍ବାଚନରେ ପିଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଛି। ପପୁ ଯାଦବ ପିଡିଏ(ପ୍ରୋଗ୍ରେସିଭ୍‌ ଡେମୋକ୍ରାଟିକ୍ ଆଲିଆନ୍ସ)ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ। ସେହିପରି ଏନ୍‌ଡିଏରେ ନୀତୀଶ କୁମାର, ଆର୍‌ଡେଜିର ତେଜସ୍ୱୀ ଯାଦବ ଓ ଉପେନ୍ଦ୍ର କୁଶୱାହ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଘୋଷଣା ହୋଇଛି। ଏବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାଲିକାରେ ପପୁ ଯାଦବଙ୍କ ନାଁ ବି ସାମିଲ ହୋଇଛି। ବିହାର ବିଧାନସଭା ନିର୍ବାଚନରେ […]

  • Friday, 02 July 2021
mumbai
ଅନଲକ୍‌ ଗାଇଡ୍‌ଲାଇନ୍‌; ୧୫ ରୁ ମେଟ୍ରୋ ସେବା ଆରମ୍ଭ, ସ୍କୁଲ‌ ଓ କଲେଜ ବନ୍ଦ

ମୁମ୍ବାଇ: କରୋନା ହଟ୍‌ସ୍ପଟ୍‌ ରାଜ୍ୟ ମହାରାଷ୍ଟ୍ରରେ ଆଜି ଅନ୍‌ଲକ୍ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡ୍‌ଲାଇନ୍‌ ଅନୁସାରେ ଅକ୍ଟୋବର ୧୫ ତାରିଖରୁ ମୁମ୍ବାଇ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ ହେବାକୁ ଥିବା ବେଳେ ରାଜ୍ୟରେ ସ୍କୁଲ୍‌, କଲେଜ ସହିତ ସମସ୍ତ ପୂଜାସ୍ଥଳ ବନ୍ଦ ରହିବ। ତେବେ ସହର ବିକାଶ ବିଭାଗ ପକ୍ଷରୁ ଜାରି ହେବାକୁ ଥିବା ଏସ୍‌ଓପି ଅନୁସାରେ ମୋଟ୍ରୋ ସେବା ଆରମ୍ଭ କରାଯିବା ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ଏହା ବାଦ୍‌ ଅକ୍ଟୋବର […]

  • Friday, 02 July 2021
XI-jinping
ଚୀନ ସେନାକୁ ଜିନପିଙ୍ଗ୍‌ଙ୍କ ନିର୍ଦ୍ଦେଶ; ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

ଲଦାଖ: ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପିଏଲ୍‌ଏ(‌ ଚୀନ ସେନା)କୁ ନିର୍ଦ୍ଦେଶ ଦେଲେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଦେଶପାଇଁ ବିଶ୍ୱସ୍ତ ରହିବା ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ ବୋଲି ଜିନପିଙ୍ଗ୍ କହିଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ CNN ଏହି ଖବର ପ୍ରକାଶ କରିଛି। ଲଦାଖର ଏଲ୍‌ଏସିରେ ଭାରତ ଓ ଚୀନ ସେନା ପରସ୍ପର ମୁହାଁମୁହିଁ ହୋଇ ଛିଡ଼ା ହୋଇଥିବା ସମୟରେ ଚୀନ ରାଷ୍ଟ୍ରପତିଙ୍କ ଏପରି ବୟାନ ମାମଲାକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଦେଇଛି। CNNର ରିପୋର୍ଟ ଅନୁସାରେ, […]

  • Friday, 02 July 2021
encounter
ପୁଣି ଏନକାଉଣ୍ଟର: ୫ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ଯବାନଙ୍କ ଆକ୍ରମଣରେ ନିପାତ ହେଲେ  ୫ ଆତଙ୍କବାଦୀ । ଜାମ୍ମୁ କାଶ୍ମୀରର ପୁଲୱାମାରେ ହୋଇଛି ଏହି ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ୫ ଆତଙ୍କବାଦୀ ଲସ୍କର- ଇ-ତୋଇବା  ସଂଗଠନର ବୋଲି ସୂଚନା ମିଳିଛି। ନିହତ…

  • Friday, 02 July 2021
sanjay-shinde
କାର୍‌ ଭିତରେ ଜିଅନ୍ତା ଜଳିଗଲେ ଏନ୍‌ସିପି ନେତା

ନାସିକ: କାର ଧକ୍କା ପରେ ନିଆଁ ଲାଗିଯିବାରୁ ଜିଅନ୍ତା ଜଳିଗଲେ ଏନ୍‌ସିପି ନେତା ସଞ୍ଜୟ ସିନ୍ଦେ। ମଙ୍ଗଳବାର ଏଭଳି ଦୁଃଖଦ ଘଟଣା ଘଟିଛି। ସଞ୍ଜୟ ମୁମ୍ବାଇ-ଆଗ୍ରା ରାଜପଥରେ ଯାତ୍ରା କରୁଥିବାବେଳେ ପିମ୍ପଲଗାଓଁ ବସୱନ୍ତ ଟୋଲ ପ୍ଲାଜା ନିକଟରେ ଶର୍ଟ ସର୍କିଟ ଯୋଗୁ ତାଙ୍କ କାର୍‌ରେ ନିଆଁ ଲାଗିଯାଇଥିଲା। ଅଙ୍ଗୁର ରପ୍ତାନୀରେ ନାସିକ ଜିଲ୍ଲାର ସଞ୍ଜୟ ଜଣେ ଜଣାଶୁଣା ଚେହେରା। ସେ ତାଙ୍କ କ୍ଷେତ ପାଇଁ କୀଟନାଶକ କିଣିବାକୁ ପିମ୍ପଲଗାଓଁ ଅଭିମୁଖେ ଯାଉଥିଲେ। କଡୱା ନଦୀ ନିକଟରେ କାର୍‌ଟି […]

  • Friday, 02 July 2021
statu-of-unity
ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଷ୍ଟେଚ୍ୟୁ ଅଫ୍ ୟୁନିଟି

ଗାନ୍ଧୀନଗର: ଅକ୍ଟୋବର ୧୭ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତୀ ଷ୍ଟେଚ୍ୟୁ ଅଫ୍ ୟୁନିଟି। କରୋନା ଭାଇରସ୍ ପାଇଁ ଦୀର୍ଘ ୬ ମାସ ଧରି ବନ୍ଦ ଥିବା ଏହି ପ୍ରତିମୂର୍ତ୍ତୀ ପୁଣିଥରେ ଖୋଲିବା ନେଇ ପ୍ରସ୍ତୁତ ହେଉଛି। ଏହି ଦିନ ନବରାତ୍ରୀ ପଡ଼ୁଥିବାରୁ ଏକତାର ଏହି ପ୍ରତୀକକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମନ ବି ବେଶ୍ ଖୁସ୍। ନର୍ମଦା ନଦୀ କୂଳରେ ସର୍ଦ୍ଦାର ସରୋବର ଡ୍ୟାମ୍‌କୁ ମୁହୁଁ କରି ଛିଡ଼ା ହୋଇଥିବା […]

  • Friday, 02 July 2021
mumbai-1111
ମୁମ୍ବାଇରେ ଲଗାଣ ବର୍ଷା; ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ

ହାଇଦ୍ରାବାଦ: ତେଲେଙ୍ଗାନା ପରେ ଏବେ ମୁମ୍ବାଇରେ ଲଗାଣ ବର୍ଷା। ଗତକାଲି ସଂଧ୍ୟା ବେଳଠୁ ମୁମ୍ବାଇ, ପୁଣେ, ଥାଣେ ସମେତ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷାର ପରିମାଣ ଏତେ ଅଧିକ ଯେ ମୁମ୍ବାଇ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ତେଲେଙ୍ଗାନା ପରେ ଏବେ ମହାରାଷ୍ଟ୍ର ଆଡ଼କୁ ମୁହାଁଇଛି ଅବପାତ। ଯାହା ଫଳରେ ଆଗାମୀ ୨୪ ଘଣ୍ଟା ଯାଏଁ ମହାରାଷ୍ଟ୍ରରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ମୁମ୍ବାଇ, ଥାଣେ, ପାଲଘର, ରତ୍ନଗିରି, ରାୟଗଡ଼, […]

  • Friday, 02 July 2021
rain water
ତେଲେଙ୍ଗାନାରେ ପ୍ରବଳ ବର୍ଷାରେ ୩୦ ମୃତ, କେବଳ ହାଇଦ୍ରାବାଦରେ ୧୫

ହାଇଦ୍ରାବାଦ: ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ ୩୦ ଲୋକଙ୍କର ମୃତ୍ୟୁ ଘଟିଲାଣି। ଏଥିମଧ୍ୟରୁ କେବଳ ୧୫ ଜଣ କେବଳ ହାଇଦ୍ରାବାଦର। ମୃତକଙ୍କ ମଧ୍ୟରେ ଜଣ ୨ ମାସର ଶିଶୁ ଅଛି।  ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିଥିବା ବେଳେ ସାରା ରାତି ବର୍ଷା ହେବାରୁ ଏକ ପାଚେରୀ ଭାଙ୍ଗି ପଡ଼ିଥିଲା। ଏହି ପାଚେରୀ ନିକଟରେ ଥିବା ୧୦ଟି ଘର ଉପରେ ଅଜାଡି ପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ବର୍ଷା ଯୋଗୁ ରାଜଧାନୀ […]

  • Friday, 02 July 2021
‘ଏ ବର୍ଷ ହୋଇପାରେ ହାଡ଼ଭଙ୍ଗା ଶୀତ’

ନୂଆଦିଲ୍ଲୀ: ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇପାରେ। ଲା- ନିନା ସ୍ଥିତି ଯୋଗୁ ଭାରତରେ ହିମପ୍ରବାହ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଜାତୀୟ ଗଣମାଧ୍ୟମର ୱେବିନାରରେ ଭାରତୀୟ ପାଣିପାଗ ବିଭାଗର(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ପ୍ରବଳ ଶୀତ ଯୋଗୁ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାରରେ ପ୍ରତିବର୍ଷ ଅଧିକ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥାନ୍ତି। ଲା-ନିନାର ସ୍ଥିତି ଅନୁଯାୟୀ ଦେଶରେ ଶୀତର ପ୍ରଭାବ କିପରି ରହିବ ତାହା ଜଣାପଡ଼ିଥାଏ। ଦେଶରେ ଶୀତର […]

  • Friday, 02 July 2021
film hall
୭ ମାସ ପରେ ଖୋଲିଲା ସିନେମା ହଲ, ଯିବା ପୂର୍ବରୁ ଜାଣି ରଖନ୍ତୁ ଏସବୁ ନିୟମ

ନୂଆଦିଲ୍ଲୀ: ୬ ମାସ ପରେ ଖୋଲିଛି ସିନେମା ହଲ୍। ଦିଲ୍ଲୀ, କୋଲକାତା, ଲକ୍ଷ୍ନୌ, ଚଣ୍ଡିଗଡ଼, ବେଙ୍ଗାଲୁରୁ ସମେତ ଦେଶର କିଛି ମେଟ୍ରୋ ଏବଂ ଛୋଟ ସହରରେ ଆଜିଠୁ ସିନେମା ହଲ୍ ଖୋଲିଛି। ମଲ୍ଟି ପ୍ଲେକ୍ସ ସହ ଅନ୍ୟ ସିଙ୍ଗଲ ସ୍କ୍ରିନ୍ ସିନେମା ଥିଏଟର ବି ଖୋଲିଛି। ଏନେଇ ବିଶେଷ ଭାବେ କୋଭିଡ କଟକଣା  ପାଳନ ନେଇ ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା, ମାସ୍କ, ସାନିଟାଇଜର୍ସକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୫୦ ପ୍ରତିଶତ ଦର୍ଶକ ବସିବା ସହ ସାନିଟାଇଜ୍ […]

  • Friday, 02 July 2021
gold
କମିଲା ସୁନା ଦର, ଦୀପାବଳିରେ କେମିତି ରହିବ ଦର, ଜାଣନ୍ତୁ...

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନା,ରୂପା ଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ଦିଲ୍ଲୀର Bullion Marketରେ ସୁନା ଦର ୬୦୦ ଟଙ୍କା ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Bullion Marketରେ ପ୍ରାରମ୍ଭରୁ ଆଜି ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୬୦୩ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ଦରରେ ମଧ୍ୟ ହ୍ରାସ ଘଟି ପ୍ରତି କିଲୋକୁ ୬୦,୫୭୩ […]

  • Friday, 02 July 2021