• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ତହସିଲ ଅଫିସ୍‌କୁ ଜାଳିଦେଲେ ଯୁବକ

ରେଙ୍ଗାଲି: ଜମିଜମା କାମର ସମାଧାନ ଲାଗି ବାରମ୍ବାର ଦୌଡ଼ିବା ପରେ ମଧ୍ୟ ସମାଧାନ ନ ହେବାରୁ ଶେଷରେ ତହସିଲ ଅଫିସ୍‌କୁ ଜାଳିଦେଲେ ଯୁବକ। ରାଜୀବ କିଷାନ ନାମକ ଏହି ଯୁବକ ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅଫିସକୁ ଜାଳି ଦେଇଛନ୍ତି।  ରାଜୀବ ସକାଳ ୧୦ଟା ପୂର୍ବରୁ ତହସିଲ ଅଫିସକୁ ଆସି ଗୋଟିଏ ଟାୟାର ଜାଳି ରେକର୍ଡ ରୁମକୁ ଫିଙ୍ଗି ଦେଇଥିଲେ। ଏହାପରେ ରେକର୍ଡ ରୁମ୍ ଓ କମ୍ପ୍ୟୁଟର ରୁମ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଭାବରେ ଜଳି […]

  • Thursday, 01 July 2021
bishnu-sthi
ଖୁବଶୀଘ୍ର ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ହେବ-ରାଜସ୍ୱ ମନ୍ତ୍ରୀ

ଭବନେଶ୍ୱର: କୋରାପୁଟର ସମ୍ବାଇ ପଞ୍ଚାୟତର ସୀମା ଭିତରେ ପଶି ଆନ୍ଧ୍ର ପ୍ରଶାସନ ଫଳକ ଲଗାଇବା ପରେ  ଦୁଇ ରାଜ୍ୟ ମଧ୍ୟରେ ସୀମାବିବାଦ ତେଜିଛି । ଏହି ବିବାଦ ପ୍ରସଙ୍ଗରେ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଉଭୟ ରାଜ୍ୟର ସ୍ଥାନୀୟ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଭିତରେ ଆଲୋଚନା ହେଉଛି । ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ତେବେ ଉଭୟ […]

  • Thursday, 01 July 2021
13
ଆରମ୍ଭ ହେଲା ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାର ତଦନ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ହୋଇଥିବା ହାଜତ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।  NHRCଙ୍କ ଗାଇଡଲାଇନ୍ ଅନୁସାରେ ତଦନ୍ତ କରାଯାଉଛି ବୋଲି ପଶ୍ଚିମାଞ୍ଚଳ DIG କବିତା ଜଲାନ କହିଛନ୍ତି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଥିବାରୁ ପୋଲିସ୍ ଫୋର୍ସ ସଂଖ୍ୟା ବଢ଼ାଯାଇଛି। କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନହେବ ସେ ନେଇ ପୋଲିସ୍ ସଜାଗ ରହିଛି। ଗତକାଲି ତାରିକ୍ ସଲିମ୍ ନାମକ ଜଣେ ବ୍ୟକ୍ତିଙ୍କର ପୋଲିସ୍ ହାଜତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପୋଷ୍ଟମର୍ଟମ ପରେ […]

  • Thursday, 01 July 2021
odisha-hight-court
ହାଇକୋର୍ଟରେ ପହଞ୍ଚିଲା ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା

ପୁରୀ: ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା ହାଇକୋର୍ଟରେ ପହଞ୍ଚିଛି। ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଶରତ ରାୟଗୁରୁ ନାମକ ଜଣେ ଆଇନଜୀବୀ। କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଇବାକୁ ସେ ଅପିଲ କରିଛନ୍ତି। ତା ସହିତ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରିଛନ୍ତି ଶରତ। କୋର୍ଟ ମଧ୍ୟ ଶରତଙ୍କ ଆବେଦନକୁ ଗ୍ରହଣ କରି ନେଇଛନ୍ତି। ଆବେଦନ ଗ୍ରହଣ କରିବା ପରେ ସରକାରଙ୍କୁ ରିପୋର୍ଟ ତଲବ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ସହ […]

  • Thursday, 01 July 2021
14
ଷଣ୍ଢ ଚୋରି କରିବାରୁ ସର୍ବ ସମ୍ମୁଖରେ ପୋଲିସ୍‌ ମାରିଲା ଚାପୁଡ଼ା, ଭିଡିଓ ହେଲା ଭାଇରାଲ

ଡେଲାଙ୍ଗ: ଜଣେ ଯୁବକଙ୍କୁ ପୋଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗାଁ ଲୋକଙ୍କ ଆଗରେ ଏବଂ ସମସ୍ତଙ୍କ ଉପସ୍ଥିତିରେ ପୋଲିସ୍‌ ଚାପୁଡ଼ା ମାରିଛି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ପୁରୀ ଡେଲାଙ୍ଗ ମୁନିଁଦା ଗାଁରେ। ଗୋଟିଏ ଘଟଣାର ସମାଧାନ ପାଇଁ ପୋଲିସ୍ ଗାଁରେ ପହଞ୍ଚିବା ପରେ ଉକ୍ତ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଅଭିଯୋଗ ଅନୁସାରେ ସଂପୃକ୍ତ ଯୁବକ ଗାଁରୁ ଏକ ଷଣ୍ଢ ଚୋରି […]

  • Thursday, 01 July 2021
sambit-patra
ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା; NHRCର ଦ୍ୱାରସ୍ଥ ହେଲେ ସମ୍ବିତ ପାତ୍ର

ପୁରୀ: NHRC ଗଲା ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା। ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ମଣିପୁର ପ୍ରଭାରୀ ସମ୍ବିତ ପାତ୍ର। ତାଙ୍କ ଅପିଲକୁ NHRC ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହିତ ମାମଲାର ନିରପକ୍ଷ ତଦନ୍ତ ପ୍ରତିଶ୍ରୁତି ଦେଇଥିବା ସମ୍ବିତ କହିଛନ୍ତି। ଏନେଇ ସାମ୍ବାଦିକଙ୍କୁ ସୂଚନା ଦେଇ ସମ୍ବିତ କହିଛନ୍ତି, କେ. ରମେଶଙ୍କ କଷ୍ଟୁଡିଆଲ୍ ମୃତ୍ୟୁ ପରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ ଅମାନବୀୟ ଭାବରେ […]

  • Thursday, 01 July 2021
nhrc
ପୁରୀ ହାଜତ ମୃତ୍ୟୁ ଅଭିଯୋଗ; ରାଜ୍ୟ ସରକାରଙ୍କୁ NHRCଙ୍କ ନୋଟିସ୍

ପୁରୀ: ପୁରୀ କେ.ରମେଶ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ କଲେ ଜାତୀୟ ମାନବାଧିକାର କମିଶନ। ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ NHRC ନୋଟିସ କରିଛନ୍ତି। ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। କେଉଁ କାରଣରୁ କେ. ରମେଶଙ୍କର ମୃତ୍ୟୁ ହେଲା ସେ ବିଷୟରେ ସବିଶେଷ ରିପୋର୍ଟ ସହିତ ଅଭିଯୋଗ ଏବଂ ଅଭିଯୁକ୍ତ ନାଁରେ ଦାୟର ହୋଇଥିବା ଏତଲା କପି ଦେବାକୁ କମିଶନ ନିର୍ଦ୍ଦେଶ […]

  • Thursday, 01 July 2021
Khordha-BJP-President
୭ ଦିନରେ କେମିତି ବଦଳିଲା ନିଷ୍ପତ୍ତି ? ପୁଣିଥରେ ଖୋର୍ଦ୍ଧା ବିଜେପି ସଭାପତି ହେଲେ ରଶ୍ମୀରଞ୍ଜନ

ଭୁବନେଶ୍ୱର: ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ନିଯୁକ୍ତି ପ୍ରସଙ୍ଗରେ ଦଳ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ପୁଣି ଥରେ ଗତକାଲି ସଭାପତି ଭାବରେ ନିଯୁକ୍ତି ମିଳିଛି। ସପ୍ତାହକରେ କିପରି ନିଷ୍ପତ୍ତି ବଦଳି ଗଲା ବୋଲି ଚର୍ଚ୍ଚା ହେଉଛି। ଗତ ୧୨ ତାରିଖରେ ବିଜେପି ରାଜ୍ୟ ଶାଖା ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଖୋର୍ଦ୍ଧା ଜିଲ୍ଲାର ବିଜେପି ସଭାପତି ଭାବେ ଯତିନ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା। […]

  • Thursday, 01 July 2021
2
୧୭ ବର୍ଷ ଧରି ଗୁମ୍ଫାରେ କଟୁଛି ଜୀବନ

ଗଞ୍ଜାମ: ୧୭ ବର୍ଷ ଧରି ଗୁମ୍ଫାରେ କଟୁଛି ଜୀବନ। ଏକାକୀ ଭଗବାନ ଭରସାରେ ରହୁଛନ୍ତି ଜଣେ ବ୍ୟକ୍ତି। ଯେଉଁ ସମୟରେ ବିନା ବିଦ୍ୟୁତ୍ ବିନା କୌଣସି ଆନୁସଙ୍ଗିକ ସୁବିଧାରେ ବଞ୍ଚିବା କଷ୍ଟକର ସେହି ସମୟରେ ଗୁମ୍ଫାରେ ରହୁଛନ୍ତି ବାବାଜୀ। ଗଞ୍ଜାମ ଜଗନ୍ନାଥପ୍ରସାଦ କୋକଳବା ଗାଁ ନିକଟରେ ରହିଛି ଏକ ପାହାଡ଼। ଏହି ପାହାଡ଼ ଭିତରେ ୧୦ରୁ ଅଧିକ ଗୁମ୍ଫା ରହିଛି। ବିନା ବିଦ୍ୟୁତ୍‌ ଏବଂ ବିନା କୌଣସି ଆନୁସଙ୍ଗିକ ସୁବିଧା ସୁଯୋଗରେ ଗୁମ୍ଫାରେ ରହୁଛନ୍ତି ବାବାଜୀ। ଏହି […]

  • Thursday, 01 July 2021
learning
ହାଜତ ମୃତ୍ୟୁ ଅଭିଯୋଗ ମାମଲା: ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନ ବାଣ

ଭୁବନେଶ୍ୱର: ବିଧାନସଭାରେ ଉଠିଛି ହାଜତ ମୃତ୍ୟୁ ତାତି। ପୁରୀର କେ. ରମେଶ, ବୀରମିତ୍ରପୁରର ତାରିକ୍ ସଲିମଙ୍କ ମୃତ୍ୟୁକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା କରିଛନ୍ତି। କାହିଁକି ଓ କିଭଳି ଦୁହିଁଙ୍କ ମୃତ୍ୟୁ ହେଲା ? ଦାୟୀ ପୋଲିସଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁଥିଲେ ବିରୋଧୀ। ବିଧାନସଭାର ପ୍ରଥମ ଦିନ ଅପରାହ୍ନ ଅଧିବେଶନରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମାରେ କମ୍ପିଥିଲା ଗୃହ। ସ୍ୱାଭାବିକ କରିବାକୁ ବାଚସ୍ପତି ବାରମ୍ବାର ଗୃହ […]

  • Thursday, 01 July 2021
assembly
ବିଧାନସଭାରେ ଉପସ୍ଥାପିତ ହେଲା ୧୧୨୦୦କୋଟିର ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୦-୨୧ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌।  ବିରୋଧୀଙ୍କ ହୋହଲ୍ଲା ଭିତରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ  ନିରଞ୍ଜନ ପୂଜାରୀ। ଅତିରିକ୍ତ ବଜେଟରେ ୧୧ ହଜାର ୨ଶହ କୋଟିର ବ୍ୟୟ ବରାଦ ପ୍ରସ୍ତାବ ରହିଛି। ଏହା ମଧ୍ୟରୁ ପ୍ରଶାସନିକ ବ୍ୟୟ ବାବଦକୁ ୨ ହଜାର ୨ଶହ ୭୩ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭ ହଜାର ୪ଶହ ୩୮ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୧ ହଜାର ୪ଶହ […]

  • Thursday, 01 July 2021
naba-das
କରୋନା ଟିକା ପାଇଁ ପସ୍ତୁତ ରାଜ୍ୟ ସରକାର; ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଟିକା ଆସିଲେ କେମିତି ଏହାର ବଣ୍ଟନ କରାଯିବ ସେନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ରାଜ୍ୟ ପ୍ରସ୍ତୁତ ଅଛି ଓ ଏଥିପାଇଁ ଡାଟା ବେସ ପ୍ରସ୍ତୁତ କରାଯାଇଛି ବୋଲି ନବ ଦାସ କହିଛନ୍ତି। ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ଓ ଗର୍ଭବତୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ। ତେବେ ସ୍ୱାସ୍ଥ୍ୟ ଭିତ୍ତି ଭୂମି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଲୋଚନା […]

  • Thursday, 01 July 2021
odisha-news
ରାଜ୍ୟର ଏହି ଟପ୍‌ ୩ ଖବର ଜାଣିଛନ୍ତି କି ?

ତୈଳ ଓ ଗ୍ୟାସ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ ୧. ଓଡ଼ିଶାରେ ତୈଳ ଓ ଗ୍ୟାସ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଛି। ଅନୁସନ୍ଧାନ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୈଳ ଓ ଗ୍ୟାସ ଅନୁସନ୍ଧାନ ପାଇଁ ଅବିଭକ୍ତ ପୁରୀ, କଟକ, ବାଲେଶ୍ୱର ଭଳି ୮ଟି ଜିଲ୍ଲାରେ ସର୍ଭେ କରାଯିବ। ୮ଟି ଜିଲ୍ଲାରେ ମୋଟ ୩ ହଜାର ବର୍ଗ କିମି ଅଞ୍ଚଳରେ ସର୍ଭେ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ବିଭିନ୍ନ ସ୍ଥାନରେ ୨୦ଟି […]

  • Thursday, 01 July 2021
svadas-750x430
ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା: ବଦଳିଲେ ଏସ୍‌ପି, ଏସ୍‌ଆଇଙ୍କ ସମେତ ୨ ନିଲମ୍ବିତ

ପୁରୀ: ପୁରୀ କେ.ରମେଶ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟକୁ ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇଥିବା ବେଳେ ସମ୍ବଲପୁର ଏସ୍‌ପି ଦାୟିତ୍ୱରେ ଥିବା କନଓ୍ୱର ବିଶାଲ ସିଂଙ୍କୁ ପୁରୀ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ପୁରୀ ବାସେଳିସାହି ଥାନା ଏସ୍‌ଆଇଙ୍କ ସମେତ ୨ କନଷ୍ଟେବଲ ମଧ୍ୟ ନିଲମ୍ବିତ ହୋଇଛନ୍ତି। […]

  • Thursday, 01 July 2021
coronvirus
ଦିନକରେ ୧୧୦୧ ଆକ୍ରାନ୍ତ କରୋନାରୁ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧୦୧ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୩୦୩୮୯୭କୁ ବୃଦ୍ଧି ହୋଇଛି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୦୨, ସୁନ୍ଦରଗଡ଼ରୁ ୯୬, କଟକ ୮୯, ମୟୂରଭଞ୍ଜରୁ ୬୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିରରୁ ୬୨, ବରଗଡ଼ରୁ ଓ ପୁରୀରୁ ୬୦ଲେଖାଏଁ, କଳାହାଣ୍ଡିରୁ ୫୮, ଜଗତସିଂହପୁରରୁ ୫୫, ଅନୁଗୁଳରୁ ୫୪, […]

  • Thursday, 01 July 2021
ଯୁବତୀଙ୍କ ଅଭିଯୋଗ- ‘ଏକୁଟିଆ ଦେଖା କରିବା ପାଇଁ ବିଧାୟକ ଡାକୁଛନ୍ତି’

ସାଲେପୁର: ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ବିରୋଧରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି। ଏକ ଜମିଜମା ମାମଲାର ସମାଧାନ ଲାଗି ବିଧାୟକ ତାଙ୍କୁ ଏକୁଟିଆ ତାଙ୍କ କାର୍ଯ୍ୟାଳୟକୁ ଡାକୁଥିବା ଯୁବତୀ ଜଣକ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ଅଭିଯୋଗ ସମ୍ପର୍କୀତ ପ୍ରମାଣ ତାଙ୍କ ନିକଟରେ ଅଛି ବୋଲି ଯୁବତୀ କହିଛନ୍ତି। ସୂଚନାଥାଉ କି, ସାଲେପୁର ନିକଟ ଶିଶୁଆରେ ସମ୍ପୃକ୍ତ ଯୁବତୀଙ୍କର ଏକ ଜମି ରହିଛି। ତେବେ ତାଙ୍କ ଜମିକୁ ମଡାଇ ଏକ ସରକାରୀ ପ୍ରକଳ୍ପ […]

  • Thursday, 01 July 2021
atm
ପୂରା ପ୍ଲାନିଂରେ ଆସିଥିଲେ ATM ଲୁଟ୍‌ କରିବା ପାଇଁ, ହେଲେ...

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପଣ୍ଡ ହେଲା ଏଟିଏମ୍ ଲୁଟ୍ ଉଦ୍ୟମ। କଟକ ରୋଡ୍ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ୍‌ ଏଟିଏମ୍ ଭିତରେ ପଶି ଲୁଟ୍‌ ଉଦ୍ୟମ କରିଥିଲେ କିଛି ଦୁର୍ବୃତ୍ତ। ହେଲେ ଏମାନଙ୍କର ଲୁଟ୍‌ ପ୍ଲାନ୍‌ ପୂରାପୂରି ଫେଲ୍‌ ମାରିଥିଲା। ଏହି ଘଟଣାରେ ପୋଲିସ୍‌ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ‌ଅନୁସାରେ, ଆଜି ଭୋର ସମୟରେ କଟକ ରୋଡ୍‌ରେ ଥିବା ଇଣ୍ଡିଆନ ବ୍ୟାଙ୍କ ଏଟିଏମ୍ ଭିତରକୁ କିଛି ଦୁର୍ବୃତ୍ତ ପଶିଥିଲେ। ଶାବଳ ଓ ସ୍କ୍ରୁ […]

  • Thursday, 01 July 2021
corona
୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୭୭୮ କରୋନା ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଜିଲ୍ଲାରେ ପୁଣି ୭୭୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୪୪୬ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୩୩୨ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଆଜି ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ଅନଗୁଳରୁ । ଏଠାରେ ୬୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ  ସୁନ୍ଦରଗଡରୁ ୬୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।  ଖୋର୍ଦ୍ଧା, ବାଲେଶ୍ୱରରୁ ୬୧, ମୟୂରଭଞ୍ଜରୁ […]

  • Thursday, 01 July 2021
corona
୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୭ କରୋନା ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୨୫  ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। Regret to inform the demise of 17 #COVID19 positive patients while under treatment in hospitals.https://t.co/xk3E40Qo1O 81-year-old male of Bhubaneswar who was also suffering from LT Renal CELL Carcinoma, Post […]

  • Thursday, 01 July 2021
Odisha-Andhra Border Dispute
ସୀମାରେ ଧଳା ଚୂନରେ ଗାର ଟାଣିବା ସହ ଧଳା ପତାକା ଉଡ଼ାଇଲା ଆନ୍ଧ୍ର

କୋରାପୁଟ: କୋରାପୁଟ ଜିଲ୍ଲା ସମ୍ବାଇ ପଞ୍ଚାୟତ ସୀମାରେ ପଶି ଆନ୍ଧ୍ର ପ୍ରଶାସନ ଫଳକ ଲଗାଇବା ଘଟଣାର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର। କୋରାପୁଟ ସ୍ୱତନ୍ତ୍ର ସର୍କିଟ ହାଉସରେ ଜିଲ୍ଲାର ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି। ବିଶେଷ କରି କୋଟିଆରେ ଆନ୍ଧ୍ର ପକ୍ଷରୁ ପୋଖରୀ ଖନନ କରାଯାଉଥିବା ଓ ସମ୍ବାଇ ପଞ୍ଚାୟତ ସୀମାନ୍ତକୁ ନେଇ ଉପୁଜିଥିବା ବିବାଦର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର। ସ୍ଥିତି ଅନୁଧ୍ୟାନ ପାଇଁ ଆରଡିସି ଆଜି ଘଟଣାସ୍ଥଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ […]

  • Thursday, 01 July 2021
ପାହାଡ଼ ତଳକୁ ଖସି ଯାଇଥାନ୍ତା ବସ୍‌, ଉପସ୍ଥିତ ବୁଦ୍ଧି ଲଗାଇ ୪୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଡ୍ରାଇଭର

ତେଲକୋଇ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଏକ ଯାତ୍ରୀବାହୀ ବସ୍‌ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ପାଢ଼ୀ ନାମକ ଏକ ଘରୋଇ ବସ୍ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଜପୁରରୁ ରାଉରକେଲା ଯାଉ ଥିବାବେଳେ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସମୟରେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ପାହାଡ଼ ଧାରରେ ଥିବା ଡ୍ରେନକୁ ବସ୍ ଖସାଇ ଅଟକାଇ ଥିଲେ। […]

  • Thursday, 01 July 2021
iic
ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲା; IIC ନିଲମ୍ବିତ

ବୀରମିତ୍ରପୁର: କେବଳ ପୁରୀ ହାଜତ ମୃତ୍ୟୁ ମାମଲାରେ ନୁହେଁ, ସୁନ୍ଦରଗଡ଼ ବୀରମିତ୍ରପୁର ଘଟଣାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁରୀ  ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ ପରେ  ରାଜ୍ୟ ସରକାର। ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରିଛନ୍ତି। ଏଥିସହିତ ପୁରୀ ବାସେଳିସାହି ଥାନା ଏସ୍‌ଆଇଙ୍କ ସମେତ ୨ କନଷ୍ଟେବଲ ମଧ୍ୟ ନିଲମ୍ବିତ ହୋଇଛନ୍ତି। ସେହିପରି  ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ମଧ୍ୟ  ଥାନା IIC ସ୍ମୃତିପ୍ରଭା ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି […]

  • Thursday, 01 July 2021
tara bahinipati
ଆତ୍ମହତ୍ୟା ଧମକ ଦେଲେ ତାରା

ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି। ନିଷ୍ପତ୍ତି ନ ବଦଳାଇଲେ ଆତ୍ମହତ୍ୟା କରିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି, ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବି, ବେକ କାଟି ଦେବି। ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଜି ଗୃହରେ ଦୁଇ ଦୁଇ ଥର ରୁଲିଂ କରିଛନ୍ତି ବାଚସ୍ପତି। ଏହାସହ ବିଧାୟକଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି କାଲି ସୁଦ୍ଧା ଗୃହରେ ଉତ୍ତର ରଖିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। […]

  • Thursday, 01 July 2021
smasana
ମିଳିଲାନି ଦୁଇପାଦ ଜାଗା, ସତ୍କାର ହୋଇ ନ ପାରି ୨ ଦିନ ହେଲା ପଡ଼ିରହିଛି ଶବ

ନୟାଗଡ଼: ମୃତ୍ୟୁ ପରେ ଏଠି ମିଳୁନି ଦୁଇପାଦ ଜାଗା। ଗତ କାଲିଠୁ ପଡ଼ି ରହିଛି ମୃତଦେହ। ପରିବାର ଲୋକେ ସଂସ୍କାର କାମ କରିପାରୁ ନାହାନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଓଡ଼ଗାଁ ଶରଣକୁଳ ଭାଲିଆଡ଼ିହି ଗାଁରେ । ଶ୍ମଶାନ ଜାଗା ବିବାଦକୁ ନେଇ ଦୁଇ ସାହି ମଧ୍ୟରେ ଲାଗିଥିବା ବିବାଦରୁ ଏପରି ସ୍ଥିତି ଉପୁଜିଛି। ଶବ ଦାହ ହୋଇପାରିନଥିବା ବେଳେ ମୃତଦେହ ରଖି କଦଳୀପଲ୍ଲୀ-ଶିଖରପୁର ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ […]

  • Thursday, 01 July 2021