ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ଜୁନିଅର ଆକାଉଣ୍ଟାଣ୍ଟ ଓ ଗଣିତ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସେହିପରି ଲାଞ୍ଚ ନେବା ଅଭିଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଯୋଗାଣ ବିଭାଗର ଜୁନିଅର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି। କମ୍ଭୁପାଣିଙ୍କ ବରଗଡ଼ ସ୍ଥିତ ଭଡ଼ା ଘର, କାର୍ଯ୍ୟାଳୟ ଓ ବଲାଙ୍ଗିର […]
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ଅଧିକ ଘନୀଭୂତ ହେଉଛି। ଆସନ୍ତା ୨୪ ଘଣ୍ଟାରେ ଅବପାତ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ। ସାଇକ୍ଲୋନିକ ଷ୍ଟର୍ମ ପରେ ଉତ୍ତର-ପଶ୍ଚିମକୁ ମୁହାଁଇବା ସମ୍ଭାବନା ରହିଛି। ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ ଓ ମାମଲାପୁରମ ମଧ୍ୟରେ ଗତି କରିବ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୫ ତାରିଖ ମଧ୍ୟାହ୍ନରେ ଭୀଷଣ ବାତ୍ୟା ଆଶଙ୍କା କରାଯାଇଛି। ୧୦୦ରୁ ୧୧୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର […]
କଟକ: ଘରୋଇ ସ୍କୁଲ୍ ଫି ହ୍ରାସ ଆବେଦନ ମାମଲାରେ ହାଇକୋର୍ଟଙ୍କ ଶୁଣାଣି ସ୍କୁଲ ଫି କେତେ ହ୍ରାସ କରାଯାଇପାରିବ, ସେନେଇ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ହାଇକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ଘରୋଇ ସ୍କୁଲ୍ ଗୁଡ଼ିକର ଫି ବୃଦ୍ଧି ପ୍ରସଙ୍ଗରେ ନିଜେ ହାତ ଟେକିଦେଇ ଅଦାଲତ ଭରସାରେ ଛାଡ଼ିଦେଇଥିଲେ ରାଜ୍ୟ ସରକାର। କେତେ ପରିମାଣର ଫିବୃଦ୍ଧି କରାଯିବ […]
ଭୁବନେଶ୍ୱର: ଓଟିଭି ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନେବା ବନ୍ଦ କରନ୍ତୁ ଓଡ଼ିଶା ସରକାର । ଏପରି ଅପିଲ୍ କରିଛି ଇଣ୍ଡିଆନ୍ ଡିଜିଟାଲ୍ ମିଡିଆ ଆସୋସିଏସନ୍ IDMA । ଏକ ପ୍ରେସ୍ ରିଲିଜରେ ସଂଘ ଦର୍ଶାଇଛି ଯେ, ନବୀନ ସରକାରଙ୍କ ସମୟରେ ହୋଇଥିବା ଦୁର୍ନୀତି ଅଭିଯୋଗ ସଂପର୍କିତ ବିଭିନ୍ନ ରିପୋର୍ଟ ପ୍ରସାରଣ ପରେ ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ତରଫରୁ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି । ଯଦି କୌଣସି ବ୍ୟକ୍ତି ବିଶେଷ କିମ୍ବା ସଂସ୍ଥାଙ୍କ ବିରୋଧରେ ଭୁଲ କାର୍ଯ୍ୟ […]
ଭୁବନେଶ୍ୱର: ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ଭୋଗିବାକୁ ପଡ଼ିବ ଜେଲ୍ ଦଣ୍ଡ।ପ୍ରୋତ୍ସାହିତକାରୀଙ୍କୁ ୧ ବର୍ଷ ଜେଲ୍ କିମ୍ବା ୫ ହଜାର ଯାଏ ଜରିମାନା ଦେବାକୁ ପଡ଼ିବ। ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଛି। ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ ସାମିଲ କରାଯାଇଛି। ସେହିପରି କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ସାମିଲ କରାଯାଇଛି। ନୂଆକରି ସାମିଲ ବିଭାଗର କର୍ମଚାରୀ ସାମିଲ ହେଲେ ଦଣ୍ଡିତ ହେବେ। ଯଦି […]
ଭୁବନେଶ୍ୱର: ଓଟିଭି ସିଓଓ ପଦରୁ ନିହାର ରଂଜନ ଭୂୟାଁଙ୍କ ଇସ୍ତଫା ପ୍ରସଙ୍ଗରେ ଓଟିଭି ଏଚ୍ଆର୍ ହେଡ୍ ପାର୍ଥ ନନ୍ଦୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ନିହାର ଇସ୍ତଫା ଦେବେ ବୋଲି ଆମେ ପୂର୍ବରୁ ଆଶଙ୍କା କରୁଥିଲୁ। ତାଙ୍କ ସ୍ତ୍ରୀ ସରକାରୀ ଚାକିରିଆ ହୋଇଥିବାରୁ ସେ ଚାପରେ ଥିଲେ। ତାଙ୍କ ଦେହ ମଧ୍ୟ ଖରାପ ରହୁଛି, ସେ ଅଫିସ ଆସୁନାହାନ୍ତି। ତାଙ୍କ ଇସ୍ତଫା ସରକାରୀ ଚାପର ଆଉ ଏକ ଉଦାହରଣ ବୋଲି ପାର୍ଥ କହିଛନ୍ତି। ସାରୁଅ ଜମି ମାମଲାରେ […]
ଭୁବନେଶ୍ୱର: ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗ ମାମଲାରେ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଛନ୍ତି। ମାମଲାରେ ରାଜ୍ୟ ସରକାର ଲୋକାୟୁକ୍ତଙ୍କ ପ୍ରଶ୍ନର ଉତ୍ତର ଠିକ୍ ଭାବେ ଦେଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିବା ସୂଚନା ଦେଇଛନ୍ତି ଆବେଦନକାରୀ ସୁଦର୍ଶନ ଦାସ ଏବଂ ସୁଶାନ୍ତ ପାଢ଼ୀ। ଗତ ନଭେମ୍ବର ୪ ତାରିଖରେ ଶୁଣାଣି ବେଳେ ଲୋକାୟୁକ୍ତ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଏକ ଚିଠି […]
ଭୁବନେଶ୍ୱର: ଏକାଥରକେ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଭିସି ଭାବେ ସବିତା ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭିସି ଭାବେ ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏନ୍. ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କିଶୋର ବାସା ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫୁଲ୍ଲ ମହାନ୍ତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର […]
ଭୁବନେଶ୍ୱର: ବିଜେପି କ୍ୟାପ୍ଟେନ୍ ସିଟ୍ ବସିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆରମ୍ଭ କରିବାକୁ ଯାଉଛନ୍ତି ୧୨୦ ଦିନିଆ ଅଭିଯାନ। ବିଭିନ୍ନ ରାଜ୍ୟକୁ ସାଧାରଣ ନିର୍ବାଚନ ପୂର୍ବରୁ ଗସ୍ତ କରିବେ ସାଂଗଠନିକ ସ୍ଥିତି ଠାରୁ ଆରମ୍ଭ କରି ସିଟ୍ ବୃଦ୍ଧି ଲାଗି ରଣନୀତି ସମ୍ପର୍କରେ ସମୀକ୍ଷା କରିବେ। ତାସାଙ୍ଗକୁ ଗୁରୁ ମନ୍ତ୍ର ବି ଦେବେ ଡିସେମ୍ବରରେ ଆରମ୍ଭ ହେବ ନଡ୍ଡାଙ୍କ ଏହି ଅଭିଯାନ। ବିଜେପିର ଲୁକ୍ ଇଷ୍ଟ ଫର୍ମୁଲାରେ ଓଡ଼ିଶା ବି ରହିବ ଫୋକସ୍ରେ। ଆସନ୍ତା […]
ଆମେରିକାର ମଡର୍ଣ୍ଣା, ଫାଇଜର ହେଉ କି ଋଷୀୟ ଟିକା ସ୍ଫୁଟନିକ୍ ଭି ଅବା ଅକ୍ସଫୋର୍ଡ କୋଭିସିଲ୍ଡ କି ଭାରତର ସଂପୂର୍ଣ୍ଣ ସ୍ୱଦେଶୀ ଟିକା କୋଭାକ୍ସିନ୍। କରୋନା ବିରୋଧୀ ଲଢ଼େଇରେ ଯୁଦ୍ଧ ଜିତିବାକୁ କବଚ ପ୍ରସ୍ତୁତିରେ ଲାଗିଛି ସାରା ବିଶ୍ୱ। ଏସବୁ ଭିତରେ ପୁଣି ଏକ ନୂଆ ଆଶା ଦେଖାଇଛି ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଟିକା। ଫେଜ୍ ଥ୍ରୀ ଟ୍ରାଏଲ୍ର ଅନ୍ତରୀଣ ରିପୋର୍ଟ ଜାରି କରି ଏହାର ନିର୍ମାତା ଦାବି କରିଛନ୍ତି ଯେ, ଏହି ଟିକା ଗୋଟିଏ ପ୍ରକାର […]
ଭୁବନେଶ୍ୱର: ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସିଲର୍ ଭାବେ ସବିତା ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭିସି ଭାବେ ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏନ୍. ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କିଶୋର ବାସା ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫୁଲ୍ଲ ମହାନ୍ତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର […]
ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆରଏସ୍ଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କ୍ଷେତ୍ର ସ୍ତରରେ କାର୍ଯ୍ୟକ୍ରମ ହେଉଛି। ପୂର୍ବକ୍ଷେତ୍ର ପାଇଁ ଉଦ୍ଧିଷ୍ଟ ଏହି ବୈଠକ ଆସନ୍ତାକାଲି ଏବଂ ୨୬ ଦୁଇ ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଆରଏସଏସ ମୁଖ୍ୟ ସୁରେଶ ଯୋଶୀ ଉପସ୍ଥିତ ରହିବେ । ପଶ୍ଚିମବଙ୍ଗ, […]
କଟକ: କଟକ ଏସ୍ସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ ହୋଇଛି। ବଡ଼ ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଅକ୍ସିଜେନ ପାଇପ୍ ଲିକ୍ ଯୋଗୁଁ ସର୍ଜରୀ ବନ୍ଦ ରହିଛି। ବିଭାଗର ଆଇସିୟୁ ଏବଂ ଓଟି ବନ୍ଦ ଯୋଗୁଁ ଅସ୍ତ୍ରୋପଚାର ବନ୍ଦ ରଖାଯାଇଥିବା ସୂଚନା ମିଳିଛି। ଲିକ୍ କାରଣରୁ ଅକ୍ସିଜେନ ପ୍ଲାଣ୍ଟକୁ ବନ୍ଦ କରି ଦିଆଯାଇଛି। ଗୁରୁତର ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ସ୍ଥିତି ସ୍ୱଭାବିକ ହେବା ପର୍ଯ୍ୟନ୍ତ ଓପନ ହାର୍ଟ ସର୍ଜରୀ ବନ୍ଦ ରହିବ। ଏସ୍ସିବି ମେଡିକାଲ ପକ୍ଷରୁ […]
ଭୁବନେଶ୍ୱର: ଶାନ୍ତିସ୍ତୁପ ଧଉଳିର ବିକାଶ ଏବଂ ଉନ୍ନୟନ ପାଇଁ କେନ୍ଦ୍ର ଦେଇଥିବା ପାଣ୍ଠି ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ଧଉଳିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ କୋଟି ଅନୁଦାନ ଦିଆଯାଇଥିଲା। କିନ୍ତୁ ସେହି ଅନୁଦାନର ସିଂହଭାଗ ଅର୍ଥ ଠିକ୍ ଭାବେ ବିନିଯୋଗ ହୋଇ ନଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ଅପରାଜିତା। ଧଉଳିରେ ବିକାଶର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ଦେଖିବାକୁ ମିଳୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ […]
ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୪୨ କରୋନା ରୋଗୀ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେସ ୩୭୪ ଥିବାବେଳେ ଲୋକାଲ କେସ ୨୬୮ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି କେନ୍ଦୁଝରରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କେନ୍ଦୁଝରରୁ ୭୦ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା ପଛକୁ ରହିଛି ନୂଆପଡ଼ା। […]
ଭୁବନେଶ୍ୱର: ଆଜି ବିଧାନସଭା ଆଗରେ ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ବାହାରେ ଜଣେ ଦମ୍ପତି ଦେହରେ ଡିଜେଲ୍ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଦମ୍ପତିଙ୍କ ଘର ନୟାଗଡରେ ବୋଲି ଜଣାପଡିଛି। ତେବେ ଡିଜେଲ୍ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ତାଙ୍କୁ କାବୁ କରିଥିଲା। ତେବେ ଦମ୍ପତିଙ୍କର ୫ ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ମିଳୁନି। ତାଙ୍କ କଥା କେହି ଶୁଣୁନାହାନ୍ତି, ତାଙ୍କୁ ନ୍ୟାୟ ମିଳୁ ବୋଲି ଦମ୍ପତି ପ୍ରତିକ୍ରିୟା ଦେଇଛନ୍ତି।
ଭୁବନେଶ୍ୱର: ବିଧାନସଭା ସାମ୍ନାରେ ନୟାଗଡ଼ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ ଘଟଣା। ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଲେ ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତି। ଅଶୋକ ସାହୁ ଏବଂ ସୌଦାମିନି ସାହୁ ମନ୍ତ୍ରୀଙ୍କ ନାଁ ନେଇ ଆମ ଝିଅ ପରୀକୁ ସେମାନେ ମାରି ତା ଆଖି ଓ କିଡନୀ ତାଡ଼ି ନେଲେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ଆମେ ନ୍ୟାୟ ମାଗିବାରୁ ଆମକୁ ଗାଁରୁ ବିଦା କରୁଛନ୍ତି। ଅରୁଣ ସାହୁଙ୍କ ପାଖ ଲୋକମାନେ ଆମ ଝିଅକୁ ମାରି […]
ପୁରୀ: ପାଖେଇ ଆସୁଛି ସେହି ପ୍ରତୀକ୍ଷିତ ମୂହୁର୍ତ୍ତ। ମଝିରେ ଆଉ ମାତ୍ର ୨ ଦିନ। ୨୭ ତାରିଖ ଶୁକ୍ରବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ଶୃଙ୍ଗାର ହେବେ ମହାପ୍ରଭୁ। ସେଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ମହାପ୍ରଭୁଙ୍କୁ ଏହି ବିରଳ ବେଶରେ ଲାଗି ହେବାକୁ ଥିବା ସୂକ୍ଷ୍ମ ସାମଗ୍ରୀ ସହ ମୁଖ୍ୟ ଆକର୍ଷଣ ବୋଲାଉଥିବା ୧୬ ପ୍ରକାର ଅସ୍ତ୍ର ମଧ୍ୟରୁ ବାଙ୍କଛୁରୀ, କଟାରି, ତ୍ରିଶୂଳ, ରଞ୍ଜକଦାନି ଓ ଶିଙ୍ଗା ଆଦି ଅସ୍ତ୍ର ସବୁର କାମ […]
ଭୁବନେଶ୍ୱର: କଟକ ନୟାସଡ଼କ ଅର୍ଥଲଗାଣକାରୀ ସଂସ୍ଥାରୁ ସୁନା ଓ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ। ଏଥିରେ ଘର ଢିଙ୍କି ହିଁ କୁମ୍ଭୀର ସାଜିଛି। କାହିଁକି ନା, ଏହି ଘଟଣାର ମାଷ୍ଟରମାଇଣ୍ଡ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ସଂସ୍ଥାରୁ ନିଜେ ହଡ଼ପ କରିଥିବା ସୁନାକୁ ଲୁଟ୍ କରାଯାଇଥିବା ଦର୍ଶାଇଥିବାର ଆଜି ପ୍ରେସ୍ମିଟ୍ କରି ସୂଚନା ଦେଇଛନ୍ତି। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ମାମଲାରେ ମୋଟ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ଅଧିକ ଅନୁସନ୍ଧାନ […]
ଭୁବନେଶ୍ୱର: ୫ ବର୍ଷର ଝିଅକୁ ହରାଇଲେ। ନ୍ୟାୟ ଭିକ୍ଷା କରି ଅନେକ ବୁଲିଲେ। ସବୁଆଡୁ ହତାଶ ହେବା ପରେ ଶେଷରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ନୟାଗଡ଼ର ଦମ୍ପତି ଅଶୋକ ସାହୁ ଏବଂ ସୌଦାମିନି ସାହୁ । ୫ ବର୍ଷର ଝିଅ ପରୀର ମୃତ୍ୟୁ ଘଟଣାରେ ସେମାନେ ଅରୁଣ ସାହୁଙ୍କ ନାଁ ନେଇଛନ୍ତି। ଆମ ଝିଅ ପରୀକୁ ମାରି ତା ଆଖି ଓ କିଡନୀ ତାଡ଼ି ନେଲେ ବୋଲି କହିଛନ୍ତି ଦମ୍ପତି। ସେମାନେ ଅଭଯୋଗ କରିଛନ୍ତି, […]
ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଗୃହରେ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ। କଂଗ୍ରେସ ଓ ବିଜେପି ହାଜତ ମୃତ୍ୟୁ ଓ ପିପିଲି ଥାର୍ଡ ଡିଗ୍ରୀ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିଧାୟକ ସନ୍ତୋଷ ସିଂ । ସାଲୁଜା ଘଟଣାରେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ୩୦୨ ଦଫା ଲଗାଯାଇବାକୁ ସେ ଦାବି କରିଛନ୍ତି । ସେହିଭଳି ପୁରୀର ପୂର୍ବତନ ଏସ୍ପି ଅଖିଳେଶ୍ୱର ସିଂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣି ସାଲୁଜା କହିଛନ୍ତି […]
ନୟାଗଡ଼: ଡମ୍ପର ଧକ୍କାରେ ଚାଲିଗଲା ୬ ଜଣଙ୍କ ଜୀବନ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଶରଣକୁଳ ନିକଟରେ। ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ ଡମ୍ପର ମାଡ଼ିଯାଇଥିଲା। ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୪ ପୁରୁଷ ଥିବା ସୂଚନା ମିଳିଛି। ଡମ୍ପରଟି ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ଚାଲି ଚାଲି ଯାଉଥିବା ଏହି ବ୍ୟକ୍ତିମାନଙ୍କ ଉପରେ ଚଢ଼ି ଯାଇଥିଲା। ପୁଲିସ୍ ଡମ୍ପରଟିକୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଅଟକ ରଖିଛି।
ଭୁବନେଶ୍ୱର: ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ମୃତ୍ୟୁ ପ୍ରସଙ୍ଗ। ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ରହିଛି ବୋଲି କହିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଛନ୍ତି ଯେ ଜଣେ ମନ୍ତ୍ରୀଙ୍କ ଲୋକ ମାରିଥିବା ପରିବାର ଲୋକ କହୁଛନ୍ତି। ମନ୍ତ୍ରୀଙ୍କ କଣ ସଂପୃକ୍ତି ରହିଛି ଘଟଣା ସଂପର୍କରେ ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ସେ କହିଛନ୍ତି। ସେହିପରି ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ କଂଗ୍ରେସର ଉଦବେଗ ପ୍ରକାଶ କରିଛି। ବିଧାୟକ ତାରା ବାହିନୀପତି କହିଛନ୍ତି […]
ମୟୂରଭଞ୍ଜ: ଫଳକରେ ସୀମିତ ରହିଛି ବ୍ୟାରେଜ୍ କାମ। ୬ ବର୍ଷ ବିତିଯାଇଥିଲେ ମଧ୍ୟ, ଟିକେ ବି କାମ ଆଗେଇନି। ଏପରି ଅବହେଳା ମୟୂରଭଞ୍ଜ ଉଦଳା ଯଇଦା ଗାଁ ନିକଟ ବ୍ୟାରେଜ ପ୍ରକଳ୍ପରେ ହୋଇଥିବା ଅଭିଯୋଗ ହେଇଛି। ସନୋ ନଦୀରେ ବ୍ୟାରେଜ ର୍ନିମାଣ ପାଇଁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ୬ ବର୍ଷ ପରେ ବି ଇଞ୍ଚେ କାମ ଆଗେଇ ପାରିନି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। […]
ଭୁବନେଶ୍ୱର: ପରମ୍ପରା ଉପରେ ପୁଣି କରୋନା ପାହାର। କାର୍ତ୍ତିକ ପୂର୍ଣ୍ଣିମା ନେଇ କଟକଣା ଜାରି କଲେ ରାଜ୍ୟ ସରକାର। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ ସରକାରଙ୍କ କଟକଣା ଲଗାଇଛନ୍ତି। ଗାଇଡ୍ଲାଇନ୍ ଅନୁସାରେ ୩୦ ତାରିଖ ପୂର୍ଣ୍ଣିମା ଦିନ ନଦୀ ଘାଟରେ ଗହଳି, ଗାଧୋଇବା ବାରଣ କରାଯାଇଛି। ନଦୀ ଘାଟ, ପୋଖରୀରେ ଗହଳି କରି ଗାଧୋଇବା, ଡଙ୍ଗା ଭସା ମନା କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ମଧ୍ୟ ବନ୍ଦ କରାଯାଇଛି। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ […]