ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ ହେଉଛି କରୋନା ସ୍ଥିତି । ଗତ ୨୪ ଘଣ୍ଟାରେ ସର୍ବାଧିକ ୭ ହଜାର ୪୬୬ ନୂଆ କରୋନା ପଜିଟିଭ୍ ରିପୋର୍ଟ ଆସିଛି । ଦିନକରେ ୧୭୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୬୫ ହଜାର । ସେହିଭଳି କରୋନା ଜନିତ ମୃତ୍ୟୁ ସଂଖ୍ୟା୪ ହଜାର ୭୦୬ ପାର୍ କରିଛି । ଦେଶରେ ଆକ୍ଚିଭ୍ କେଶ୍ ୮୯ ହଜାର ୯୮୭ ଥିବାବେଳେ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ବିଜେପି ବିରୋଧରେ କଂଗ୍ରେସର ସୋସିଆଲ ମିଡିଆରେ ଯୁଦ୍ଧଂ ଦେହି ଡାକରା । ସୋସିଆଲ ମିଡିଆରେ କେନ୍ଦ୍ର ସରକାର ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ସ୍ପିକ୍ ଅପ୍ ଇଣ୍ଡିଆ କ୍ୟାମ୍ପେନ ଆରମ୍ଭ କରିଛି । କରୋନା ସଂକଟ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟିର ପ୍ୟାକେଜରେ ଗରିବଙ୍କୁ ପ୍ରାଥମିକତା ଦେବାକୁ କ୍ୟାମ୍ପେନ୍ ରେ ଜୋର୍ ଦେଇଛି କଂଗ୍ରେସ। ଦେଶର ପ୍ରତି ଗରିବ ପରିବାରକୁ କେନ୍ଦ୍ର ସରକାର ତୁରନ୍ତ […]
ଜୟପୁର: ଚୀନର କରୋନା ପରେ ଏବେ ପାକିସ୍ତାନୀ ପଙ୍ଗପାଳ ସୃଷ୍ଟି କରଛନ୍ତି ଆତଙ୍କ। ପଙ୍ଗପାଳଙ୍କ ଭୟରେ ଚାଷୀଙ୍କ ଆଖିରୁ ନିଦ ହଜିଗଲାଣି। ତେଣୁ ଏମାନଙ୍କ ସହ ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ପଙ୍ଗପାଳଙ୍କୁ ଭଗେଇବା ପାଇଁ ନିଯୁକ୍ତି ହୋଇଛି ଡ୍ରୋନ। ପଙ୍ଗପାଳଙ୍କୁ ମୁକାବିଲା କରିବା ପାଇଁ ରାଜସ୍ଥାନ କୃଷି ବିଭାଗ ଏବେ ଡ୍ରୋନ୍ ସାହାଯ୍ୟ ନେଇଛି । ପଙ୍ଗପାଳଙ୍କ ଗତିବିଧି ଉପରେ ନଜର ରଖିବ ଏହି ଡ୍ରୋନ୍ । ଜୟପୁର ସମୋଡେରେ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗରସ୍ଥିତ ସୋନୋଉରା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ନବଜାତ ଶିଶୁପୁତ୍ରକୁ କେହି ଜୀବନ୍ତ ପୋତି ଦେଇଥିଲେ। ମାଟିତଳୁ ବାହାରି ଆସୁଥିବା ପିଲାଟିର ଚାପା କାନ୍ଦକୁ ଶୁଣି ଗ୍ରାମବାସୀ ତାହାକୁ ଉଦ୍ଧାର କରିଛନ୍ତି। ଯଦିଓ ଶିଶୁଟି ବଞ୍ଚି ଯାଇଛି, ତେବେ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ଶିଶୁଟିକୁ ଲକ୍ଷ୍ନୌର ଏକ ସରକାରୀ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ସକାଳୁ ସକାଳୁ ଶିଶୁର ଚାପା କାନ୍ଦ ଶୁଣିବାକୁ ପାଇଥିଲେ। ସ୍ୱରକୁ […]
ଚେନ୍ନାଇ:ତାମିଲନାଡୁର ଦିବଗଂତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସମ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ । ପ୍ରକୃତରେ କେତେ ସମ୍ପତ୍ତିର ଅଧିକାରୀ ଥିଲେ ଜୟଲଳିତା ? ୧୮୮ କୋଟିର ନା ୯୧୩ କୋଟିର ? ନିଜ ସମ୍ପତ୍ତିକୁ ନେଇ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଜୟଲଳିତା । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉତ୍ତରାଧିକାରୀ କିଏ ସେ ନେଇ ତ ନିଷ୍ପତ୍ତି ହୋଇଗଲା। ହେଲେ ତାଙ୍କ ସମ୍ପତ୍ତିର ଉଚିତ ମୂଲ୍ୟ କେତେ ଏହାକୁ ନେଇ ମାଡ୍ରାସ ହାଇକୋର୍ଟରେ ମାମଲା ବିଚାରାଧୀନ […]
ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମାରେ ପୁଣି ଏକ ବଡ଼ ଧରଣର ବିସ୍ପୋରଣ କରବା ପାଇଁ ଆତଙ୍କବାଦୀ ଉଦ୍ୟମ କରୁଥିବାବେଳେ ଏହାକୁ ପଣ୍ଡ କରି ଦେଇଛନ୍ତି ଭାରତୀୟ ସେନା। ଏଠାର ୨୦ କେଜିର ଆଇଇଡି ଭର୍ତ୍ତି ଏକ କାରକୁ ଠାବ କରିବା ସହ ଠିକ୍ ସମୟରେ ଏହି ବିସ୍ଫୋରକକୁ ନିସ୍କ୍ରିୟ କରି ଦିଆଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ସ୍ଥାନୀୟ ପୋଲିସ, ସିଆରପିଏଫ୍ ଏବଂ ସେନା ପକ୍ଷରୁ ଆରମ୍ଭ ହୋଇଥିବା ମିଳିତ ଅପରେସନରେ ଏହି […]
ନୂଆଦିଲ୍ଲୀ: ଦେଶରେ ଅଣାୟତ ହେଲାଣି କରୋନା ସ୍ଥିତି । ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ରିପୋର୍ଟ ଆସିଛି । ଦିନକ ମଧ୍ୟରେ ୬ ହଜାର ୫୬୬ ନୂଆ ପଜିଟିଭ୍ ସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୩ଶହ ୩୩ ପାର କରିଛି । ସେହିଭଳି ଗତ ୨୪ ଘଣ୍ଟାରେ ଦେଶରେ ୧୯୪ ଜଣ ପ୍ରାଣ ହରାଇଛନ୍ତି । ଏହା ପରେ ମୋଟ୍ ମୃତ୍ୟୁ ସଂଖ୍ୟା […]
ପେଇଚିଂ: ଚୀନ୍ର କରୋନା ଭାଇରସ ଆଜି ପୁରା ବିଶ୍ୱର ଶାନ୍ତି ନଷ୍ଟ କରି ଦେଇଛି। ଅନ୍ୟପକ୍ଷେ ଚୀନ ରାଷ୍ଟ୍ରପତି ଏଥିପାଇଁ ଅନୁଶୋଚନା ବଦଳରେ ଯୁଦ୍ଧ ପାଇଁ ଆହ୍ୱାନ ଦେବା ସହ ଭାରତ ସୀମାନ୍ତରେ ସୈନ୍ୟ ଠୁଳ କରି ଉତ୍ତେଜନା ସୃଷ୍ଟି କରିବା ପରେ ଏବେ ଶାନ୍ତି ଦୂତ ସାଜିଛନ୍ତି । ସୀମାନ୍ତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ପରେ ଏବେ ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସଫେଇରେ କୁହାଯାଇଛି, ସୀମାନ୍ତର ସ୍ଥିତି ଭଲ ଅଛି। ଭାରତ ସହ […]
ନୂଆଦିଲ୍ଲୀ: ମେ‘ ୩୧ରେ ଶେଷ ହେଉଛି ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ । ଅର୍ଥାତ୍ ଲକ୍ଡାଉନ୍ ୪.୦ ସରିବାକୁ ମଝିରେ ଆଉ ମାତ୍ର ତିନି ଦିନ । ଏହା ପରେ କଣ ହେବ ସ୍ଥିତି ? ତାକୁ ନେଇ କଳ୍ପନାଜଳ୍ପନା ବଢୁଥିବାବେଳେ ଏଥର କିନ୍ତୁ କେନ୍ଦ୍ର ସରକାର ଆଉ ସିଧାସଳଖ ଲକ୍ଡାଉନ୍ ବଢାଇ ନ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏଥର କେନ୍ଦ୍ର ସରକାର ଲକ୍ଡାଉନ କଟକଣା ନିଷ୍ପତ୍ତି ରାଜ୍ୟ ସରକାରମାନଙ୍କ ଉପରେ ଛାଡ଼ି ପାରନ୍ତି । ଯାହାଦ୍ୱାରା […]
ବେଜିଂ: କରୋନା ଯୁଦ୍ଧ ପାଇଁ ସାରା ବିଶ୍ୱ ଆଜି ଲଢୁଥିବାବେଳେ ଚୀନ କିନ୍ତୁ ସୀମାନ୍ତରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ଶୀ ଜିନ୍ପିଙ୍ଗ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଦୃଢତାର ସହ ଦେଶକୁ ରକ୍ଷା କରିବା ପାଇଁ ସେ ସେନାକୁ ଆହ୍ୱାନ ଦେଇଛନ୍ତି। ମଙ୍ଗଳବାର ଚୀନ ସଂସଦ ଅଧିବେଶନରେ ପିପୁଲ୍ସ ଲିବରେଶନ ଆର୍ମି ଏବଂ ପିପୁଲ୍ସ ଆର୍ମଡ ପୋଲିସ ଫୋର୍ସର […]
ନୂଆଦିଲ୍ଲୀ:ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଦେଖି ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ କି କି ପଦକ୍ଷେପ ଗ୍ରହଣ କରିଛନ୍ତି ତାର ସବିଶେଷ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚକୋର୍ଟରେ ଗୁରୁବାର ଏନେଇ ପରବର୍ତ୍ତୀ ଶୁଣାଣି ରହିଛି। ରାସ୍ତାରେ ଆସୁଥିବା ପ୍ରବାସ ଫେରନ୍ତା ଶ୍ରମିକଙ୍କ ପାଇଁ ମାଗଣାରେ ଖାଦ୍ୟ ଓ ପରିବହନ ବ୍ୟବସ୍ଥା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ […]
ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ଅଧିକ ଜୀବନହାନି ଆଶଙ୍କା ରହିଛି । ଏପରି ଆଶଙ୍କା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO। ବର୍ତ୍ତମାନ ହାତଗଣତି କିଛି ଦେଶ କରୋନା କବଳରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି। ଅନେକ ବିତ୍ତଶାଳୀ ରାଷ୍ଟ୍ର ଏବେ ବି ସଂକ୍ରମଣ ସହ ଲଢ଼େଇ କରୁଛନ୍ତି । ଏହି ସବୁ ଦେଶରେ ଦିନକୁୁ ଦିନ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢୁଛି । କରୋନା ପ୍ରଭାବିତ ଦେଶ ବର୍ତ୍ତମାନଠାରୁ ଦ୍ୱିତୀୟ ପର୍ଯ୍ୟାୟ […]