• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ncp
ପାର୍ଟି-ଫ୍ୟାମିଲି ଫାଟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଅଜିତ୍‌ଙ୍କୁ ଏମିତି ସ୍ୱାଗତ କଲେ ସୁପ୍ରିୟା

ମୁମ୍ବାଇ: ଶେଷରେ ପାର୍ଟି-ଫ୍ୟାମିଲିରେ ଥିବା ଫାଟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଗତ କିଛିଦିନ ଧରି ମହାରାଷ୍ଟ୍ର ରାଜନୀତିରେ ପ୍ରତ୍ୟେକ ଦିନ ନୂଆ ନୂଆ ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଥିବା ବେଳେ ଆଜିର ଦୃଶ୍ୟ ଟିକେ ଅଲଗା ଥିଲା। ଗତକାଲି ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଏନ୍‌ସିପି ନେତା ଅଜିତ୍‌ ପାୱାର୍‌ଙ୍କୁ, ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଖୁସିରେ ସ୍ୱାଗତ କରିଛନ୍ତି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଶରଦ ପାୱାରଙ୍କ ପୁତୁରା ହେଉଛନ୍ତି ଅଜିତ୍‌ ପାୱାର୍। […]

  • Monday, 12 July 2021
uddhav
ଉଦ୍ଧବ କହିଲେ- ‘ମୁଁ କେବେ ସ୍ୱପ୍ନରେ ବି ଭାବିନଥିଲି...’

ମୁମ୍ବାଇ: ମହାରାଷ୍ଟ୍ରରେ ଆରମ୍ଭ ହେବ ଠାକ୍‌ରେ ଯୁଗ। କାହିଁକି ନା ଆସନ୍ତାକାଲି ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ। ଶିବସେନା, ଏନ୍‌ସିପି ଓ କଂଗ୍ରେସ ମେଣ୍ଟର ଏକ ବୈଠକରେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବାନେଇ ଘୋଷଣା କରାଯାଇଛି। ଠାକ୍‌ରେ ପରିବାରର ପ୍ରଥମ ସଦସ୍ୟ ହିସାବରେ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନାକୁ ନେଇ ଗଠିତ ମହା ବିକାଶ ଅଘାଦି ମେଣ୍ଟର […]

  • Monday, 12 July 2021
Shivsena
କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ।  ଶିବସେନା, ଏନ୍‌ସିପି ଓ କଂଗ୍ରେସ ମେଣ୍ଟର ଏକ ବୈଠକରେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବାନେଇ ଘୋଷଣା କରାଯାଇଛି। କାଲି ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପଦରୁ ବିଜେପି ନେତା ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ଇସ୍ତଫା ପରେ ମୁମ୍ବାଇର ଏକ ହୋଟେଲରେ କଂଗ୍ରେସ, ଏନ୍‌ସିପି ଓ ଶିବସେନା ବିଧାୟକଙ୍କ ମିଳିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। […]

  • Monday, 12 July 2021
ajit
ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ୍‌ଙ୍କ ଇସ୍ତଫା ! ପୁଣି ଆଉ ଏକ ଝଟ୍‌କା...

ମୁମ୍ବାଇ: ମହାରାଷ୍ଟ୍ର ମହାନାଟକରେ ଆଉ ଏକ ମହା ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି। ସେହିପରି ଆଜି ସାଢ଼େ ୩ଟାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ସେ ବି ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ନାଟକୀୟ ଘଟଣାକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ […]

  • Monday, 12 July 2021
devendra fadnavis
କାଲି ବହୁମତ ସାବ୍ୟସ୍ତ କରିବେ ଫଡ଼ନାଭିସ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ମହାନାଟକ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ନାଟକୀୟ ଘଟଣାକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ  ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ତାଙ୍କର ବହୁମତ ସାବ୍ୟସ୍ତ କରିବେ। ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର୍‌ ଟେଷ୍ଟ୍‌ ପାଇଁ ଆଜି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ବିଜେପିର ଏଭଳି ପଦକ୍ଷେପକୁ ନେଇ ବିରୋଧୀ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଫଡ଼ନାଭିସ୍‌ ବିଦ୍ରୋହୀ ଏନସିପି ନେତା […]

  • Monday, 12 July 2021
uddhav thackeray
କଂଗ୍ରେସ-ଏନ୍‌ସିପି ଓ ଶିବସେନାର ଚିଠିରେ ନୂଆମୋଡ଼ ?

ମୁମ୍ବାଇ: ଏମିତି ଲାଗୁଛି ମହାରାଷ୍ଟ୍ର ମହାନାଟକରେ ଏବେ ବି ଆହୁରି ଅନେକ ନୂଆ ଟ୍ୱିଷ୍ଟ୍‌ ଦେଖିବାକୁ ବାକି ରହିଛି। କାହିଁକି ନା ପ୍ରତ୍ୟେକ ଦିନ ମହାରାଷ୍ଟ୍ର ରାଜନୀତିରେ ହଠାତ୍‌ କିଛି ନା କିଛି ଘଟଣା ଘଟୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଯଦିଓ ଏନ୍‌ସିପିର ସୁପ୍ରିମୋ ଶରଦ ପାୱାର୍‌ଙ୍କ ପୁତୁରା ତଥା ଏନ୍‌ସିପି ନେତା ଅଜିତ୍ ପାୱାର ବିଜେପି ସହିତ ମେଣ୍ଟ କରି ସରକାର ଗଠନ କରିଛନ୍ତି ହେଲେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା […]

  • Monday, 12 July 2021