ନୂଆଦିଲ୍ଲୀ:ସୋମବାରଠାରୁ ଏଲ୍ପିଜି ଗ୍ୟାସ୍ ଦର ବଢିଛି। ଲଗାତାର ତିନିମାସ LPG ଦର କମିବା ପରେ ଏବେ ମେଟ୍ରୋ ସିଟିମାଙ୍କରେ ଏହାର ଦର ସର୍ବାଧିକ ୩୭ ଟଙ୍କା ବୃଦ୍ଧି ପାଇଛି। ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ କୁହାଯାଇଛି, ଅନ୍ତର୍ଜାତୀୟ ସ୍ତରରେ LPG ଦର ଜୁନ୍ରେ ବୃଦ୍ଧି ପାଇବାରୁ ଭାରତରେ ମଧ୍ୟ ରୋଷେଇ ଗ୍ୟାସର ଦର ବୃଦ୍ଧି ଘଟିଛି। ରାଜଧାନୀ ଦିଲ୍ଲୀରେ ୧୧.୫୦ ପଇସା ବୃଦ୍ଧି ଘଟିଥିବାବେଳେ ଚେନ୍ନାଇରେ ୩୭ ଟଙ୍କା ବୃଦ୍ଧି ଘଟିଛି। ସେହିପରି ମୁମ୍ବାଇରେ ୧୧.୫୦ ଏବଂ କୋଲକାତାରେ […]
ଭୁବନେଶ୍ୱର: କାଲିଠୁ ସରି ଯାଇଛି ଲକ୍ଡାଉନ ୪.୦। ଆଜିଠୁ ଖୋଲିଛି କୋଭିଡ୍ ତାଲା । ଅର୍ଥାତ୍ ଅନ୍ଲକ୍ ୧.୦। ଜୁନ୍ ପହିଲାରୁ ଜୁନ୍ ୩୦ ଯାଏଁ ମାସେ ପାଇଁ ସରକାର ନୂଆ ଗାଇଡାଲାଇନ୍ ଜାରି କରିଛନ୍ତି । ଅନ୍ଲକ୍-୧.୦ରେ ଆଜିଠୁ ଦେଶ ଭିତରେ ଲୋକଙ୍କ ଯାଆସ କଟକଣା ମୁକ୍ତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଯାତାୟତ ଓ ମାଲ ପରିବହନ କଟକଣାକୁ ହଟାଇ ଦିଆଯାଇଛି । ଆଜିଠୁ ଯାତାୟାତ ପାଇଁ ଆଉ କୌଣସି ଅନୁମତିର ଆବଶ୍ୟକତା ନାହିଁ […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫କୁ ବୃଦ୍ଧି ପାଇଛି। ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୯୪ରେ ପହଞ୍ଚିଛି । ୯୩ ହଜାର ୩୨୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୯୧ ହଜାର ୮୧୯ ଆରୋଗ୍ୟ ହୋଇଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୨ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୩୦ ଜଣଙ୍କର ମୃତ୍ୟୁ […]