ନୂଆଦିଲ୍ଲୀ: ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସାଇକ୍ଲୋନିକ୍ ଷ୍ଟର୍ମ ବା ବାତ୍ୟାର ରୂପ ନେଇପାରେ ନିସର୍ଗ । ଏହାର ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ୯୦ରୁ ୧୧୫ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହି ସମୟରେ ପବନର ବେଗ ୧୨୫ କିମି ବି ଛୁଇଁପାରେ ବୋଲି ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ। […]
ୱାଶିଂଟନ:ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଥମୁନି ଉତ୍ତେଜନା । ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି। ଅନେକ ସହରରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଦଙ୍ଗା ସାଙ୍ଗକୁ ଲୁଟପାଟ ଚାଲିଥିବା ଖବର ମଧ୍ୟ ମିଳିଛି। ଦଙ୍ଗା ରାଜଧାନୀ ୱାଶିଂଟନ ଡିସି ଏବଂ ହ୍ୱାଇଟ୍ହାଉସ ପର୍ଯ୍ୟନ୍ତ ପହଞ୍ଚି ଗଲାଣି। ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି । ପରିସ୍ଥିତିକୁ ଦେଖିବା ପରେ ଓ୍ୱାଶିଂଟନ୍ ଡିସିରେ […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୪୮ .୧୯ ପ୍ରତିଶତ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏପ୍ରିଲ ୧୫ରେ ଆରୋଗ୍ୟ ହାର ୧୧.୪୨ ଥିବା ବେଳେ ମେ’ ୩ରେ ୨୬.୫୯ ଥିଲା। ସେହିପରି ମେ’ ୧୮ରେ ଆରୋଗ୍ୟ ହାର ୩୮.୨୯ ପ୍ରତିଶତ ରହିଥିଲା । ଏହାସହ ଆଉ ଏକ ଆଶ୍ୱାସନାର ବିଷୟ, […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟଶ ୧ ଲକ୍ଷ ୯୦ ହଜାର ୫୩୫ରେ ପହଞ୍ଚିଥିବାବେଳେ ଭାରତ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ରାଷ୍ଟ୍ରଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହିଛି। ଗତ ୨୪ ଘଣ୍ଟାରେ ୮ ହଜାର ୩୯୨ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ଏଯାଏଁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେବାରେ ଏହା ସର୍ବାଧିକ । ସେହିପରି ଗତ ୨୪ ଘଣ୍ଟାରେ ୨୩୦ ଜଣଙ୍କ ଜୀବନ ଯିବା ସହ […]
ୱାଶିଂଟନ: ମେ’ ୨୫ରେ ମିନେପୋଲିସ୍ରେ ପୁଲିସ୍ ହେପାଜତରେ ଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍ଙ୍କ ମୃତ୍ୟୁପରେ ଆମେରିକାରେ ବିକ୍ଷୋଭ ନିଆଁ ତେଜିବାରେ ଲାଗିଛି। ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ବିକ୍ଷୋଭକାରୀମାନେ ହ୍ୱାଇଟ୍ ହାଉସ୍ ବାହାରେ ବିକ୍ଷୋଭ କରିଥିଲେ। ଏହାକୁ ନେଇ ପୁଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ଏହି ହିଂସା ୩୦ ସହରରେ ବ୍ୟାପିଗଲାଣି। ଦ ନ୍ୟୁୟର୍କ ଟାଇମ୍ସ ସୂଚନା ଅନୁସାରେ, ଯେତେବେଳେ ଶତାଧିକ ବିକ୍ଷୋଭକାରୀ […]
ଚେନ୍ନାଇ: ଗାଡ଼ି ଚୋରି ଆମ ଦେଶରେ ନୂଆ ନୁହେଁ। ହେଲେ ଥରେ ଭାବନ୍ତୁ ତ, ଗାଡ଼ି ଚୋରି ହୋଇଯାଇଥିବ, ଆଉ କିଛି ଦିନ ପରେ କୋରିଅରରେ ଆସି ଘରେ ପହଞ୍ଚିଯିବ ! ଅସମ୍ଭବ । କାରଣ ଏମିତି ଭଦ୍ର ଚୋର କେହି ନାହିଁ , ଯିଏ ଗାଡ଼ି ଚୋରି କରି ଫେରାଇବ ! ଏଠ କିନ୍ତୁ ଗାଡ଼ି ଚୋରି ହେଲା, ପୁଣି କୋରିଅରରେ ଫେରି ଆସିଲା। ଘଟଣା ଘଟିଛି ତାମିଲନାଡ଼ୁର ସୁଲ୍ଲୁର ଜିଲ୍ଲାରେ। ୨ ସପ୍ତାହ ତଳେ […]