ନୂଆଦିଲ୍ଲୀ:କରୋନା ସ୍ଥିତି ସୁଧୁରି ନ ଥିଲେ ହେଁ ଦୀର୍ଘଦିନ ଧରି ଲକ୍ଡାଉନ ପରେ ଦେଶରେ ସ୍ୱାଭାବିକ ଅବସ୍ଥା ଧୀରେ ଧୀରେ ଫେରୁଛି। ଅଜିଠୁ ଧର୍ମାନୁଷ୍ଠାନ ଖୋଲିଥିବାବେଳେ ସର୍ତ୍ତମୂଳକ ଭାବେ କିଛି ରେଷ୍ଟୁରାଣ୍ଟ ଓ ହୋଟେଲ ଖୋଲିଛି। ତେବେ ସ୍କୁଲ, କଲେଜ କେବେ ଖୋଲିବ ସେ ନେଇ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ କିଛିଟା ସୂଚନା ମିଳିଛି। ଏହି ସୂଚନା ଅନୁଯାୟୀ, ଅଗଷ୍ଟ ୧୫ ପୂର୍ବରୁ ଦେଶରେ କୌଣସି ପ୍ରକାରର ଶିକ୍ଷାନୁଷ୍ଠାନ […]
ନୂଆଦିଲ୍ଲୀ:କରୋନା ଭାଇରସ ସହ ଲଢୁଥିବା ଦିଲ୍ଲୀ ମହାନଗର ପାଇଁ ପୁଣି ଏକ ଖରାପ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥ ଭଲ ନାହିଁ। ରବିବାର ସକାଳୁ ତାଙ୍କୁ ଜ୍ୱର ସହ ଗଳାରେ ଯନ୍ତ୍ରଣା ଅନୁଭୂତ ହେଉଛି। ଦିଲ୍ଲୀରେ କରୋନା ଭାଇରସର ସ୍ଥିତିକୁ ଦେଖି ଆସନ୍ତାକାଲି ତାଙ୍କର କରୋନା ଟେଷ୍ଟ କରାଯିବ। ସୋମବାର ହେବାକୁ ଥିବା ତାଙ୍କର ସମସ୍ତ ମିଟିଂକୁ ବାତିଲ କରି ଦିଅଯାଇଛି। ମିଳିଥିବା ଖବରରୁ ପ୍ରକାଶ ଯେ, ଗତକାଲି କେଜ୍ରିୱାଲ କରୋନା ସ୍ଥିତି ସମ୍ପର୍କରେ ସୂଚନା […]
ୱାଶିଂଟନ:ଆମେରିକାରେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଜର୍ଜ ଫ୍ଲାୟଡଙ୍କ ମୃତ୍ୟୁକୁ ନେଇ ଦେଶରେ ବିରୋଧାଭାସ ଦେଖିବାକୁ ମିଳିଥିଲା । ଲୋକେ ହାତରେ ବୋର୍ଡ, କାଗଜ ଏବଂ ପ୍ଲାକାର୍ଡ ଧରି ଆନ୍ଦୋଳନ କରୁଥିଲେ। ଆନ୍ଦୋଳନ ପରେ ଯିଏ ଯାହାର ଘରକୁ ଚାଲି ଯାଇଥିଲେ। ହେଲେ ରାସ୍ତାରେ ପଡ଼ି ରହିଥିଲା ଅଳିଆ ଆବର୍ଜନା । Antonio Gywn Jr ଛୋଟ ପିଲାଟିଏ । ସ୍କୁଲରେ ପଢେ। ସେ ଦେଖିଲା, Bailey Avenue ଅଞ୍ଚଳ ଆବର୍ଜନାମୟ ହୋଇ ପଡ଼ି […]
ଲକ୍ଷ୍ନୌ-କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଛି । ସଂକ୍ରମଣକୁ ରୋକିବା ପାଇଁ , ସଟ୍ଡାଉନ୍ କରାଯାଉଛି । ତେବେ କରୋନା ପ୍ରତିକାର ପାଇଁ ଯୋଗୀ ଆଦିତ୍ୟନାଥଙ୍କ କାମକୁ ସବୁଆଡେେ ଭୂୟସୀ ପ୍ରଶଂସା କରାଯାଉଛି । ଏପରିକି ଶତ୍ରୁ ଦେଶ ପାକିସ୍ତାନରେ ମଧ୍ୟ ଯୋଗୀ ଅଦିତ୍ୟନାଥଙ୍କ ବେଶ ତାରିଫ କରାଯାଉଛି । ଖାଲି ପ୍ରଶଂସା ନୁହେଁଳ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କଠାରୁ ମଧ୍ୟ ଆଦିତ୍ୟନାଥ ଭଲ ବୋଲି କୁହାଯାଉଛି । ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଦ ଡ୍ନ’ର ସମ୍ପାଦକ […]
ନୂଆଦିଲ୍ଲୀ:ଆଜି ଅପରାହ୍ଣ ସାଢେ ୩ଟାରେ ଓଡ଼ିଶାବାସୀଙ୍କୁ ଭର୍ଚୁଆଲ ରାଲି ମାଧ୍ୟମରେ ଗୃହ ମନ୍ତ୍ରୀ ଅମିତ ଶାହ ସମ୍ବୋଧିତ କରିବେ। ୩୭ ହଜାର ବୁଥ୍ ସ୍ତରୀୟ କର୍ମୀଙ୍କୁ ସମ୍ବୋଧନ କରି ଆତ୍ମନିର୍ଭର ଭାରତ, ଗରିବ କଲ୍ୟାଣ ଯୋଜନା, ଆତ୍ମନିର୍ଭର ପାଇଁ ସଂକଳ୍ପ, ସ୍ଥାନୀୟ ସାମଗ୍ରୀର ପ୍ରୋତ୍ସାହନ ଆଦି ପ୍ରସଙ୍ଗରେ କହିବା ସହ କୋଭିଡ୍ ବିରୋଧୀ ଲଢ଼େଇକୁ ଜୋରଦାର କରିବାକୁ ପ୍ରୋତ୍ସାହିତ କରିବେ। ଏପଟେ ଶାହଙ୍କ ଭର୍ଚୁଆଲ ରାଲିକୁ କଂଗ୍ରେସ କଟାକ୍ଷ କରି କହିଛି, ଓଡ଼ିଶା ପାଇଁ କଣ କରିଛି […]
ନୂଆଦିଲ୍ଲୀ:କେରଳର ଗର୍ଭିଣୀ ହାତୀ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ଘଟଣାର ତଦନ୍ତ ସିବିଆଇ କିମ୍ବା ଏକ ବିଶେଷ ତଦନ୍ତ କମିଟି ଦ୍ୱାରା କରିବା ପାଇଁ ଦାବି କରି ଆଇନଜୀବି ଅବଧ ବିହାରୀ କୌଶିକ ସୁପ୍ରିମକୋର୍ଟରେ ଏକ ପିଟିସିନ ଦାଏର କରିଛନ୍ତି । ଆବେଦନରେ କୁହାଯାଇଛି, ଗର୍ଭିଣୀ ହାତୀକୁ ଯେଉଁପରି ଭାବେ ସପୁରୀରେ ବିସ୍ଫୋରକ ଦେଇ ହତ୍ୟା କରାଗଲା ଏହା ଅତ୍ୟନ୍ତ ଭୟଙ୍କର, ଦୁଃଖଦାୟକ ଏବଂ ଅମାନବୀୟ କାମ । ଏହି ଘଟଣାରେ ସୁପ୍ରିମକୋର୍ଟ […]