ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାରେ ପୁଣି ଏନକାଉଣ୍ଟର ହୋଇଛି। ସୋପିଆନ୍ ସୁଗୋ ଅଞ୍ଚଳରେ ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏନ୍କାଉଣ୍ଟର ପରେ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଭାବେ ଅପରେସନ ଚଳାଇଛନ୍ତି । ଏକ ଘର ଭିତରେ ୩ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଗତକାଲି ରାତି ସାଢେ ଗୋଟାଏରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା କର୍ମୀ। […]
ନୂଆଦିଲ୍ଲୀ: କ୍ରମାଗତ ୪ର୍ଥ ଦିନ ପାଇଁ ପୁଣି ବୃଦ୍ଧି ପାଇଛି ପେଟ୍ରୋଲ, ଡିଜେଲ ଦର। ମଙ୍ଗଳବାର ବର୍ଦ୍ଧିତ ଦର ଘୋଷଣା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୫୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୫୮ ପଇସା ବୃଦ୍ଧି ଘଟିଛି। ଆଜି ୪ର୍ଥ ଦିନରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୦ ପଇସା ଓ ୪୫ ପଇସା ବୃଦ୍ଧି ପାଇଛି। ଆଜିର ବର୍ଦ୍ଧିତ ଦର ପରେ ଚାରି ଦିନରେ ପେଟ୍ରୋଲ […]
ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ସରକାରୀ ହସ୍ପିଟାଲରେ ବେଡ୍ ସଂରକ୍ଷଣକୁ ନେଇ ଉପ ରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ବିବାଦ ତେଜିବାରେ ଲାଗିଛି । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀବାସୀଙ୍କ ପାଇଁ ୧୦ ହଜାର ବେଡ୍ ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସରକାରଙ୍କ ଏ ନିର୍ଦ୍ଦେଶକୁ ଉପରାଜ୍ୟପାଳ ଅନିଲ ବୈଜଲ ବେଆଇନ କହି ଖାରଜ କରି ଦେଇଥିଲେ । ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ଉପରାଜ୍ୟପାଳ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ସ୍କୁଲ ଛୁଟି କରାଯାଇଛି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ତେବେ ଅଗଷ୍ଟ ମାସରେ ବି ସ୍କୁଲ ଖୋଲିବ କି ନାହିଁ ସେ ନେଇ ସନ୍ଦେହ ଦେଖା ଦେଇଛି। ତେଣୁ ପିଲାମାନେ କିପରି ପାଠ ପଢିବେ ଚିନ୍ତାରେ ଅଛନ୍ତି। ତେବେ ଏହି ଚିନ୍ତା ସାମାନ୍ୟ ହାଲୁକା କରି ଦେଇଛନ୍ତି କେନ୍ଦ୍ର ସରକାର। ଆଗାମୀ ଶିକ୍ଷାବର୍ଷରେ ପାଠ୍ୟକ୍ରମ ହ୍ରାସ ହୋଇପାରେ ବୋଲି ସୂଚନା ଦେଇଛନ୍ତି […]
ନୂଆଦିଲ୍ଲୀ: କରୋନା ଲକ୍ଡାଉନ ଯୋଗୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ପ୍ରବାସୀଙ୍କ ପାଇଁ କୋହଳ ମନୋଭାବ ପୋଷଣ କରିଛନ୍ତି ସୁପ୍ରିମ୍କୋର୍ଟ। ପ୍ରବାସୀଙ୍କ ସମସ୍ୟାକୁ ଦେଖିବା ପରେ ଆଜି ସେମାନଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ଏହି ପରିପ୍ରେକ୍ଷୀରେ ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରିଥିବା ପ୍ରବାସୀ ଶ୍ରମିକମାନଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରବାସୀ ଶ୍ରମିକଙ୍କର ରେଜିଷ୍ଟ୍ରେସନ୍ କରାଯିବା ସହ ୧୫ ଦିନ ମଧ୍ୟରେ […]
ନୂଆଦିଲ୍ଲୀ: କରୋନା ଭାଇରସ ଦେଶବାସୀଙ୍କ ନିଦ ହଜେଇ ଦେଇଛି। ଦେଶରେ ଗତ ୨୪ ଘଣ୍ଟାରେ ୩୩୧ ଜୀବନ ନେଇଛି କରୋନା । ଏଥିସହ ୯ ହଜାର ୯୮୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ଏହା ସର୍ବାଧିକ ଅଟେ। ତେବେ ରାଜଧାନୀ ଦିଲ୍ଲୀରେ ସ୍ଥିତି ସବୁଠାରୁ ସଙ୍ଗୀନ ରହିଛି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଯଦି ସଂକ୍ରମଣ ହାର ଏହିପରି ବୃଦ୍ଧି […]
ନୂଆଦିଲ୍ଲୀ: କ୍ରମାଗତ ୩ ୟ ଦିନ ପାଇଁ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ, ଡିଜେଲ ଦର। ମଙ୍ଗଳବାର ବର୍ଦ୍ଧିତ ଦର ଘୋଷଣା କରାଯାଇଛି। ଗତ ତିନି ଦିନ ଭିତରେ ପେଟ୍ରୋଲ ୧.୭୪ ଟଙ୍କା ଏବଂ ଡିଜେଲ୍ ୧.୭୮ ଟଙ୍କା ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୫୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୫୮ ପଇସା ବୃଦ୍ଧି ଘଟିଛି। ବର୍ଦ୍ଧିତ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି। ଦିଲ୍ଲୀରେ ପେଟ୍ରୋଲ […]
ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ନୂଆ ରେକର୍ଡ ପାର୍ କରୁଛି ମହାମାରୀ କରୋନା । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ପାର କରିଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ୯୩ ହଜାର ଟପିଛି । ସାରା ବିଶ୍ୱରେ ଏଯାଏ ୩୫ ଲକ୍ଷ ୩୫ ହଜାର ୪୯୧ ଜଣ ସୁସ୍ଥ ହୋଇସାରିିଥିବା ବେଳେ ୩୨ ଲକ୍ଷ ୪୯ ହଜାର ୮୬୯ ଟି ଆକ୍ଟିଭ କେସ୍ ରହିଛି । […]