ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ରୁ ୫ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି। ଜୁନ୍ ୧୫ ଏବଂ ୧୬ ମଧ୍ୟରେ ଏହା ମୁମ୍ବାଇ ପହଞ୍ଚିପାରେ। ଏନେଇ ରିଜିଓନାଲ ସ୍ପେଶାଲାଇଜ୍ଡ ମେଟ୍ରୋଲଜିକାଲ ସେଣ୍ଟର(ଆର୍ଏସ୍ଏମ୍ସି)ର ମୁଖ୍ୟ ରାଜେନ୍ଦ୍ର କୁମାର ଜେନାମଣି ସୂଚନା ଦେଇଛନ୍ତି। ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ରଖି ରାଜେନ୍ଦ୍ର କୁମାର କହିଛନ୍ତି, ବାତ୍ୟା ଅମ୍ପନ୍ ଯିବା ପରେ ତାତିର ପ୍ରକୋପ ବଢ଼ିଛି। ଯାହା ଆଗକୁ ଆହୁରି କିଛି […]
ୱେଲିଂଟନ୍: ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ନ ଏକ ଟିଭି ଚ୍ୟାନେଲ୍କୁ ଲାଇଭ୍ ଇଣ୍ଟରଭ୍ୟୁ ଦେଉଥିବାବେଳେ ହଠାତ୍ ଭୂକମ୍ପର ଝଟ୍କା ଅନୁଭୂତ କରିଥିଲେ। ହେଲେ ଏଥିରେ ସେ ବିଚଳିତ ନ ହୋଇ ହସିକି ପରିସ୍ଥିତିକୁ ସମ୍ଭାଳିବା ସହ ଇଣ୍ଟରଭ୍ୟୁ ପ୍ରୋଗ୍ରାମ ଜାରି ରଖିଥିଲେ। ସୋମବାର ନ୍ୟୁଜିଲାଣ୍ଡ୍ର ରାଜଧାନୀ ୱେଲିଂଟନ୍ରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଆର୍ଡର୍ନ ଆଙ୍କରଙ୍କୁ ତାଙ୍କ ଦେଶର ସଂସଦ ପରିସରରେ ହେଉଥିବା ଘଟଣା ସମ୍ପର୍କରେ କହିବା ବେଳେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। […]
ନୂଆଦିଲ୍ଲୀ: ଦୁଇ ମାସ ପରେ ଦେଶରେ ଆଜିଠୁ ପୁଣି ଥରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଭୋର ୪ଟା ୪୫ ମିନିଟ୍ରେ ମୁମ୍ବାଇ ପାଇଁ ପ୍ରଥମ ବିମାନ ଉଡ଼ାଣ କରିଛି। ବିମାନ ଉଡ଼ାଣର ଦୁଇ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ପାଳନ, ସାନିଟାଇଜର୍ ବ୍ୟବହାର କରିବା ଭଳି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି। ସେହିପରି ମୁମ୍ବାଇରୁ […]
ଲକ୍ଷ୍ନୌ: ରେଲ୍ୱେ ଷ୍ଟେସନ୍ରୁ ପାଣି ବୋତଲ ପ୍ୟାକେଟ୍ ଧରି ଛୁ’ ମାରିଲେ ପ୍ରବାସୀ ଶ୍ରମିକ। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ସଂଖ୍ୟାରେ ଶ୍ରମିକ ଆସି ରେଲ୍ୱେ ଷ୍ଟେସନ୍ରେ ରଖାଯାଇଥିବା ପାଣି ବୋତଲ ପ୍ୟାକେଟ୍କୁ ଧରି ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଉତ୍ତରପ୍ରଦେଶର ପଣ୍ଡିତ ଦୀନ ଦୟାଲ ଉପାଧାୟ ଷ୍ଟେସନ୍ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସୂଚନା ଅନୁସାରେ, କିଛି ସମୟ ପାଇଁ ଶ୍ରମିକ […]