ଜୟପୁର: ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହକୁ ନେଇ ଛକାପଞ୍ଛା ଲାଗି ରହିଛି। ଏପରି ପରିସ୍ଥିତିରେ ଏଆଇସିସି ପକ୍ଷରୁ ଦୁଇ କଂଗ୍ରେସ ବିଧାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି । ଏହି ବିଧାୟକ ହେଲେ ଭଁଅର ଲାଲ ଶର୍ମା ଓ ବିଶବେନ୍ଦ୍ର ସିଂ। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ସହ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇ ବିଧାୟକଙ୍କୁ ଏଆଇସିସି ପକ୍ଷରୁ ନୋଟିସ ଜାରି କରାଯାଇଛି […]
ଶ୍ରୀନଗର: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ୨ ଦିନିଆ ଗସ୍ତରେ ଯାଇ ଆଜି ଲେହରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସେନାର ଯାବାନମାନଙ୍କୁ ସମ୍ବୋଧିତ କରି ଯବାନଙ୍କ ମନୋବଳ ବଢାଇବା ସହ ଚୀନ୍କୁ ଦୃଢ ବାର୍ତ୍ତା ଦେଇଛନ୍ତି। ଲେହର ଲୁକୁଙ୍ଗ ଆଉଟପୋଷ୍ଟରେ ସୈନିକଙ୍କୁ ସମ୍ବୋଧିତ କରୁଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଦୁନିଆର କୌଣସି ଶକ୍ତି ଭାରତର ଏକ ଇଞ୍ଚ ଜମି ମଧ୍ୟ ଛୁଇଁ ପାରିବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଯଦି ଭାରତର […]
ଭାଇ ଭଉଣୀର ଅନାବିଳ ଭଲ ପାଇବାର ଏକ ଦୃଶ୍ୟ। ଛୋଟ ହେଲେ ବି କୁନି ଭଉଣୀକୁ ମରଣ ମୁହଁରୁ ଛଡ଼ାଇ ଆଣିବା ପାଇଁ ୬ ବର୍ଷର ଭାଇ କୁକୁର ସହ ଲଢୁଛି। ମୁହାଁମୁହିଁ ସ୍ଥିତି। ଶେଷରେ ଜିତି ଯାଇଛି ଭାଇ। ମୁହଁରେ ଅନେକ କ୍ଷତ । ତଥାପି ସେ ଖୁସି ଭଉଣୀକୁ ବଞ୍ଚାଇ ପାରିଛି ବୋଲି। ଏମିତି ଏକ ଭିଡିଓ ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ଭାଇର ନାଁ ବ୍ରିଜର ୱାକର । ବୋଧହୁଏ ଆମେରିକାର […]
ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହୋଇପଡ଼ିଲାଣି କରୋନା ସ୍ଥିତି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି। ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି। ସେହିପରି ମୃତକଙ୍କ ସଂଖ୍ୟା ୨୫ ହଜାର ୬୦୨କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସର୍ବାଧିକ ୩୪ ହଜାର ୯୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୮୩୨କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ […]
ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ମୁକାବିଲାରେ ନିୟୋଜିତ ୯୦ରୁ ଅଧିକ ଡାକ୍ତରଙ୍କ ଜୀବନ ଗଲାଣି । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଏହି ତଥ୍ୟ ପ୍ରକାଶିତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ଭାରତରେ କୋଭିଡ-୧୯ ଡ୍ୟୁଟି କରୁଥିବା ୯୩ ଜଣ ଡାକ୍ତରଙ୍କର ଇତି ମଧ୍ୟରେ ମୃତ୍ୟୁ ହୋଇସାରିଛି। ୧ ହଜାର ୨୭୯ ଜଣ ଡାକ୍ତର ସଂକ୍ରମିତ ହୋଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ IMA ମୁଖ୍ୟ ଡାକ୍ତର ରାଜନ […]
ଜମ୍ମୁକାଶ୍ମୀର: ଆଜିଠୁ ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ୍ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍ଏମ୍ ନରଓ୍ୱାଣେ ମଧ୍ୟ ତାଙ୍କ ସହ ଏହି ଗସ୍ତରେ ସାମିଲ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହର ଷ୍ଟୁକୋ ପହଞ୍ଚି ଯାଇଛନ୍ତି | ପାରା କମାଣ୍ଡୋମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମ୍ମାନ ପ୍ରଦର୍ଶନ କରିବା ପରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ପାରା କମାଣ୍ଡୋମାନେ ଯୁଦ୍ଧ ଅଭ୍ୟାସ […]
ନୂଆଦିଲ୍ଲୀ: ପ୍ରାୟ ୯୦ ଦିନ ପରେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଫ୍ରାନ୍ସ ଏବଂ ଆମେରିକା ସହିତ ଏକ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି | ଏହି ଅନୁଯାୟୀ, ବର୍ତ୍ତମାନ ଏହି ଦେଶଗୁଡିକ ଶୁକ୍ରବାର ଅର୍ଥାତ୍ ଆଜିଠାରୁ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରି ପାରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ (ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଙ୍ଗ ପୁରୀ) ଏହି ସୂଚନା […]
ଶ୍ରୀନଗର: ଜାମ୍ମୁ କାଶ୍ମୀରର କୁଲଗାମରେ ଭାରତୀୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କୀ ଆକ୍ରମଣରେ ୩ ଭାରତୀୟ ସେନା ଆହତ ହୋଇଛନ୍ତି। ଭାରତୀୟ ସୁରକ୍ଷା ବାହିନୀ ତଥାପି କିଛି ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି । ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ନିବେଦନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କୁଲଗାମ […]
ଛପରା: ବିହାରରେ ବର୍ଷା ବିତ୍ପାତ ନିଦ ହଜାଇ ଦେଇଛି। ହେଲେ ବନ୍ୟାକୁ ନେଇ ବିହାର ଯେତିକି ଚର୍ଚ୍ଚାକୁ ଆସିନି ତାଠାରୁ ବେଶୀ ଚର୍ଚ୍ଚାକୁ ଆସିଛି ଏହି ପୋଲ ପାଇଁ। ପ୍ରଳୟଙ୍କରୀ ବନ୍ୟାରେ ପୋଲଟିଏ ଭାସି ଯାଇଛି। ତେବେ ଚର୍ଚ୍ଚା ଏଥିପାଇଁ ଯେ, ୨୯ ଦିନର ଏହି ପୋଲଟି ପାଇଁ ଖର୍ଚ୍ଚ ହୋଇଥିଲା ୨୬୪ କୋଟି ଟଙ୍କା। ୨୬୪ କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି ସତ୍ତରାଘାଟ ମହାସେତୁ ପ୍ରଳୟଙ୍କରୀ ବନ୍ୟାସ୍ରୋତରେ ଭାସି ଯାଇଛି। ଫଳରେ […]
ନୂଆଦିଲ୍ଲୀ: ସବୁବେଳେ ବସିଥାଏ ଝିଅଟି । ଦେଖୁଥାଏ ସାଙ୍ଗ ପିଲମାନେ ଖେଳୁଛନ୍ତି। ଦୌଡାଦୌଡି ହେଉଛନ୍ତି। ତା’ର ବି ଇଚ୍ଛାହୁଏ ଦୌଡି ଯିବା ପାଇଁ। ସାଙ୍ଗମାନଙ୍କ ସହ ମନ ଖୋଲି ଖେଳପଡ଼ିଆରେ ଗଡ଼ିଯିବା ପାଇଁ। ହେଲେ ପାରେନା। ବସିଥିବା ସ୍ଥାନରୁ ଉଠିପାରନ୍ତିନି। ଯୁଆଡେ ବି ଯାଏ ହ୍ୱିଲ ଚେୟାରର ଚକାକୁ ଗଡେଇ ଯିବାକୁ ପଡ଼ିଥାଏ। ହେଲେ ମାଟିକୁ ଛୁଇଁ ପାରିବାର କ୍ଷମତା ସିନା ହରାଇଛି, କିନ୍ତୁ ସ୍ୱପ୍ନ ତାର ଆକାଶ ଛୁଇଁବା ପାଇଁ । ସେଇ ସ୍ୱପ୍ନ ତାର […]
ଭୋପାଳ: ମଧ୍ୟପ୍ରଦେଶର ପ୍ୟାରେ ମିଆଁ ନାମକ ଜଣେ କୋଟିପତିଙ୍କ କଳା କାରନାମାର କାହାଣୀ ସାମ୍ନାକୁ ଆସିଛି। ଦିନ ଥିଲା ଏହି ମିଆଁ ଜଣକ ଖବରକାଗଜରେ ପେଷ୍ଟର ପରି ଏକ ମାମୁଲି ଚାକିରି କରିଥିଲେ। ହେଲେ ଏବେ ଖବରକାଗଜର ମାଲିକ । କିଛି ବର୍ଷ ମଧ୍ୟରେ ସେ କଳା ଟଙ୍କା ରୋଜଗାର କରି କୋଟି କୋଟି ମୂଲ୍ୟର ସମ୍ପତ୍ତି କରି ପାରିଛନ୍ତି। ତେବେ ଏବେ ପ୍ରଶ୍ନ ଉଠୁଛି, ଏତେ କମ୍ ସମୟ ମଧ୍ୟରେ ଏତେ ଟଙ୍କାର ମାଲିକ କେମିତି […]
ଭୋପାଳ: ମଧ୍ୟ ପ୍ରଦେଶର ଗୁନା ଅଞ୍ଚଳରେ ପୋଲିସର ଏକ ବର୍ବର କାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା। ପୋଲିସର ଏଇ ବର୍ବରତାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଏହାକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ଆରମ୍ଭ ହୋଇଗଲାଣି। ଏହି ମାମଲାକୁ ନେଇ ବିରୋଧୀ ସରକାରକୁ ଘେରିବାକୁ ଆରମ୍ଭ କଲେଣି। ଅନ୍ୟପକ୍ଷରେ ଗୁନା ଜିଲ୍ଲାପାଳ ଏବଂ ଏସ୍ପିଙ୍କ ବଦଳି ଦାବି ମଧ୍ୟ ଜୋର ଧରିଛି। ଏଥିସହିତ ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। […]
ଆସାମ: ଆସାମ ବନ୍ୟ ପରିସ୍ଥିତି ସଙ୍ଗୀନ ହୋଇଛି। କାଜିରଙ୍ଗା ଜାତୀୟ ଉଦ୍ୟାନର ୮୦ ପ୍ରତିଶତ ବନ୍ୟାଜଳ ଘେରରେ ବୁଡ଼ି ରହିଛି। ନାଶନାଲ ପାର୍କର ଡାଇରେକ୍ଟର ପି.ଶିବକୁମାରଙ୍କ କହିବା ଅନୁଯାୟୀ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ପାର୍କର ୬୬ ଜୀବଙ୍କର ମୃତ୍ୟୁ ଘଟିଲାଣି। ୧୭୦ ଜନ୍ତୁଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଆସାମରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଅନେକ ଧନ ଜୀବନ ନଷ୍ଟ ହେଲାଣି ଏହି ବନ୍ୟାରେ। ବର୍ତ୍ତମାନ ସୁଦ୍ଧା ଆସାମ ବନ୍ୟାରେ ପ୍ରାୟ ୮୫ ଲୋକଙ୍କ […]
ନୂଆଦିଲ୍ଲୀ: ବାହାରି ସାରିଛି CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଏଥରେ ଜଣେ ଅଟୋ ଡ୍ରାଇଭରଙ୍କ ପୁଅ ସଫଳତାକୁ ନେଇ ଚାରିଆଡେ ଚର୍ଚ୍ଚା। ଖାଲି ଅର୍ଥନୈତିକ ସମସ୍ୟା ନୁହେଁ, ସେ ଶାରୀରିକ ସମସ୍ୟା ସହ ପ୍ରତି ମୁହୂର୍ତ୍ତରେ ଲଢୁଥିଲେ। ତଥାପି ଲକ୍ଷ୍ୟଠୁ ଦୂରେଇ ଯାଇ ନଥିଲେ। ତାଙ୍କର ସେହି ନିଷ୍ଠା ଓ ଉଦ୍ୟମ ଯୋଗୁ ଆଜି ପାଇ ପାରିଛନ୍ତି ଏପରି ସଫଳତା। କେରଳର ଏହି ମେଧାବୀ ଛାତ୍ରଙ୍କ ନାଁ ଅଜୟ ଆର ରାଜ୍। ଅଜୟଙ୍କ ଦୃଷ୍ଟି ଶକ୍ତି […]
ଜୟପୁରୱ : ରାଜସ୍ଥାନର ବିଧାୟକ ସଚିନ ପାଇଲଟ ଓ ତାଙ୍କର ୧୮ ସମର୍ଥକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଂଗ୍ରେସ। ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସମସ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି ବାଚସ୍ପତି ସିପି ଯୋଶୀ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଡାକିଥିବା ବିଧାୟକ ଦଳ ବୈଠକରେ ଏମାନେ ଯୋଗ ଦେଇନଥିବାରୁ ଏହି ନୋଟିସ୍ ଜାରି […]