ନୂଆଦିଲ୍ଲୀ: ଦୁଇ ମାସ ପରେ ଦେଶରେ ଆଜିଠୁ ପୁଣି ଥରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଭୋର ୪ଟା ୪୫ ମିନିଟ୍ରେ ମୁମ୍ବାଇ ପାଇଁ ପ୍ରଥମ ବିମାନ ଉଡ଼ାଣ କରିଛି। ବିମାନ ଉଡ଼ାଣର ଦୁଇ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ପାଳନ, ସାନିଟାଇଜର୍ ବ୍ୟବହାର କରିବା ଭଳି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି। ସେହିପରି ମୁମ୍ବାଇରୁ […]
ଲକ୍ଷ୍ନୌ: ରେଲ୍ୱେ ଷ୍ଟେସନ୍ରୁ ପାଣି ବୋତଲ ପ୍ୟାକେଟ୍ ଧରି ଛୁ’ ମାରିଲେ ପ୍ରବାସୀ ଶ୍ରମିକ। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ସଂଖ୍ୟାରେ ଶ୍ରମିକ ଆସି ରେଲ୍ୱେ ଷ୍ଟେସନ୍ରେ ରଖାଯାଇଥିବା ପାଣି ବୋତଲ ପ୍ୟାକେଟ୍କୁ ଧରି ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଉତ୍ତରପ୍ରଦେଶର ପଣ୍ଡିତ ଦୀନ ଦୟାଲ ଉପାଧାୟ ଷ୍ଟେସନ୍ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସୂଚନା ଅନୁସାରେ, କିଛି ସମୟ ପାଇଁ ଶ୍ରମିକ […]
କେରଳ ଏବଂ ମହାରାଷ୍ଟ୍ରରେ ବିପରୀତ ସ୍ଥିତି ଦେଖିବାକୁ ମିଳୁଛି । ୧୧ ଦିନ ମଧ୍ୟରେ ଅର୍ଥାତ୍ ୧୧ ଜୁଲାଇ ପର୍ଯ୍ୟନ୍ତ କେରଳରେ ୧.୨୮ ଲକ୍ଷରୁ ଅଧିକ ସଂକ୍ରମିତ ଏବଂ ମହାରାଷ୍ଟ୍ରରେ ୮୮,୧୩ ରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ସେପଟେ କେରଳ ଏବଂ ମହାରାଷ୍ଟ୍ରକୁ କରୋନା ତୃତୀୟ ଲହରୀ ପହଞ୍ଚିଗଲାଣି ବୋଲି କୁହାଯାଉଛି । ଏହା ପୂର୍ବରୁ ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।
ବିଳାସପୁର: ଛତିଶଗଡ଼ର ବିଳାସପୁରରେ ଥିବା ଅଚାନକମାର ବ୍ୟାଘ୍ର ଅଭୟାରଣ୍ୟରେ ଏକ ବ୍ଲାକ୍ ପ୍ୟାନ୍ଥର(କଳା ବାଘ)କୁ ଠାବ କରାଯାଇଛି। ଜଙ୍ଗଲ ବିଭାଗ ପକ୍ଷରୁ ଲଗାଯାଇଥିବା ଟ୍ରାପ୍ କ୍ୟାମେରାରେ ଏହି କଳାବାଘ କଏଦ ହୋଇଛି। ଗତ ୨୫ ମାର୍ଚ୍ଚରୁ ଏପ୍ରିଲ ୨୫ ତାରିଖ ମଧ୍ୟରେ ରେକର୍ଡ ହୋଇଥିବା ଟ୍ରାପ୍ କ୍ୟାମେରାର ତଥ୍ୟରୁ ଏହା ଜଣାପଡ଼ିଛି। ଏହି ପ୍ରଜାତିର ବାଘ ବିରଳ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହି ବାଘ ସହ ଅନ୍ୟ କିଛି ବାଘ ରହୁଛନ୍ତି ନା ନାହିଁ, […]
ପାଟନା: ଲକ୍ଡାଉନ୍ ବେଳେ ଅସୁସ୍ଥ ବାପାଙ୍କୁ ଦୀର୍ଘ ୧୨ଶହ କିଲୋମିଟର ସାଇକେଲରେ ବସାଇ ନିଜ ଘରକୁ ଆଣିଥିବା ଜଣେ ୧୫ ବର୍ଷୀୟା ଝିଅର ସାହସକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ୧୫ ବର୍ଷୀୟା ଜ୍ୟୋତି କୁମାରୀ ତାଙ୍କ ଅସୁସ୍ଥ ବାପାଙ୍କୁ ସାଇକେଲ୍ରେ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ଆଣିଥିଲେ। ଜ୍ୟୋତିଙ୍କ ଏପରି ସାହସିକ ପଦକ୍ଷେପ ପାଇଁ ସାଇକ୍ଲିଂ ଫେଡେରେସନ ପକ୍ଷରୁ ତାଙ୍କୁ ଡାକରା ମିଳିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଜ୍ୟୋତିଙ୍କୁ ତାଙ୍କ ସାଇକ୍ଲିଂ ଦକ୍ଷତା ସମ୍ପର୍କରେ […]