ପାଟନା: ବିହାରର ମୁଜାଫରପୁର୍ ରେଲ୍ୱେ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଦୁନିଆ କ’ଣ ଭଲ ଭାବରେ ଜାଣି ନ ଥିବା ଏହି କଅଁଳ ଶିଶୁ ତା’ର ମୃତ ମା’ଙ୍କୁ ଉଠାଇବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ବିନା ଖାଦ୍ୟପେୟ ଓ ପ୍ରବଳ ଗରମରେ ଗୁଜରାଟରୁ ଆସି ନିଜ ଗନ୍ତବ୍ୟସ୍ଥଳ ବିହାରର ମୁଜାଫର ଷ୍ଟେସନରେ ପହଞ୍ଚିବା ପୂର୍ବରୁ ସମ୍ପୃକ୍ତ ମହିଳା […]
ମୁମ୍ବାଇ: ପପୁଲାର୍ ଟିଭି ଶୋ’ ‘କ୍ରାଇମ୍ ପାଟ୍ରୋଲ୍’ରେ ଅଭିନୟ କରିଥିବା ପ୍ରେକ୍ଷା ମେହତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ଦିନ ମଧ୍ୟପ୍ରଦେଶ ସ୍ଥିତ ତାଙ୍କ ଘରେ ଫ୍ୟାନ୍ରୁ ଝୁଲନ୍ତା ଅବସ୍ଥାରେ ୨୫ ବର୍ଷୀୟ ପ୍ରେକ୍ଷାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋମବାର ରାତିରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଲକ୍ଡାଉନ୍ ଯୋଗୁ ତାଙ୍କୁ କୌଣସି କାମ ନ ମିଳିବାରୁ ସେ ଚିନ୍ତାରେ ଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି। ‘କ୍ରାଇମ୍ […]
ଭୁବନେଶ୍ୱର: ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଳୁଥିବା ମଧ୍ୟାହ୍ନ ଭୋଜନ(ମିଡ୍ ଡେ‘ ମିଲ୍)ର ମୂଲ୍ୟ ରାଜ୍ୟ ସରକାର ବଢ଼ାଇଛନ୍ତି। ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନର ମୂଲ୍ୟ ୪ ଟଙ୍କା ୯୩ ପଇସାରୁ ୫ ଟଙ୍କା ୪୨କୁ ବୃଦ୍ଧି କରାଯାଇଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ମଧ୍ୟାହ୍ନ ଭୋଜନର ମୂଲ୍ୟ ୭ଟଙ୍କା ୩୬ ପଇସାରୁ ୮ ଟଙ୍କା ୧୦ ପଇସାକୁ ବୃଦ୍ଧି କରାଯାଇଛି। ମୂଲ୍ୟ ବୃଦ୍ଧି ନେଇ ରାଜ୍ୟ ନୋଡାଲ୍ ଅଫିସର(MDM) ସମସ୍ତ ଜିଲ୍ଲାପାଳଙ୍କୁ […]
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ରୁ ୫ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି। ଜୁନ୍ ୧୫ ଏବଂ ୧୬ ମଧ୍ୟରେ ଏହା ମୁମ୍ବାଇ ପହଞ୍ଚିପାରେ। ଏନେଇ ରିଜିଓନାଲ ସ୍ପେଶାଲାଇଜ୍ଡ ମେଟ୍ରୋଲଜିକାଲ ସେଣ୍ଟର(ଆର୍ଏସ୍ଏମ୍ସି)ର ମୁଖ୍ୟ ରାଜେନ୍ଦ୍ର କୁମାର ଜେନାମଣି ସୂଚନା ଦେଇଛନ୍ତି। ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ରଖି ରାଜେନ୍ଦ୍ର କୁମାର କହିଛନ୍ତି, ବାତ୍ୟା ଅମ୍ପନ୍ ଯିବା ପରେ ତାତିର ପ୍ରକୋପ ବଢ଼ିଛି। ଯାହା ଆଗକୁ ଆହୁରି କିଛି […]
ୱେଲିଂଟନ୍: ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ନ ଏକ ଟିଭି ଚ୍ୟାନେଲ୍କୁ ଲାଇଭ୍ ଇଣ୍ଟରଭ୍ୟୁ ଦେଉଥିବାବେଳେ ହଠାତ୍ ଭୂକମ୍ପର ଝଟ୍କା ଅନୁଭୂତ କରିଥିଲେ। ହେଲେ ଏଥିରେ ସେ ବିଚଳିତ ନ ହୋଇ ହସିକି ପରିସ୍ଥିତିକୁ ସମ୍ଭାଳିବା ସହ ଇଣ୍ଟରଭ୍ୟୁ ପ୍ରୋଗ୍ରାମ ଜାରି ରଖିଥିଲେ। ସୋମବାର ନ୍ୟୁଜିଲାଣ୍ଡ୍ର ରାଜଧାନୀ ୱେଲିଂଟନ୍ରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଆର୍ଡର୍ନ ଆଙ୍କରଙ୍କୁ ତାଙ୍କ ଦେଶର ସଂସଦ ପରିସରରେ ହେଉଥିବା ଘଟଣା ସମ୍ପର୍କରେ କହିବା ବେଳେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। […]