ପଞ୍ଜାବ : ପଞ୍ଜାବରେ ମୋବାଇଲ୍ ଟାୱାରଗୁଡ଼ିକ ଉପରେ ସିଧାସଳଖ କୃଷକ ଆନ୍ଦେ।ଳନର ପ୍ରଭାବ ପଡ଼ୁଛି । ମୋବାଇଲ୍ ଟାୱାର ନଷ୍ଟ କରି ରାଗ ଶୁଝାଉଛନ୍ତି ଚାଷୀ । କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନକୁ ମାସେ ପୁରି ଦ୍ୱିତୀୟ ମାସ ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ପଞ୍ଜାବରେ ୧୫୦୦ରୁ ଅଧିକ ମୋବାଇଲ ଟାୱାର କ୍ଷତିଗ୍ରସ୍ତ ହେ।ଇସାରିଛି । ଅନେକ ମୋବାଇଲ ଟାୱାରରୁ ବିଦ୍ୟୁତ ସରବରାହ କାଟି ଦିଆଯାଇଛି ତ , ଆଉ କେତେକ ସ୍ଥାନରେ […]
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ପିକ୍ ସମୟ ଅତିକ୍ରମ କରିସାରିଛି, ଏବେ ସଂକ୍ରମଣ ତଳମୁହାଁ- ଡା.ନିରଞ୍ଜନ ମିଶ୍ର
ନୂଆଦିଲ୍ଲୀ: ସରକାର ବନାମ ସୋସିଆଲ୍ ମିଡିଆ। ଡିଜିଟାଲ୍ ମିଡିଆ ପାଇଁ ନୂଆ ଗାଇଡଲାଇନ୍ ସଂପର୍କରେ ନିଜ ସ୍ଥିତି ସ୍ପଷ୍ଟ କରିବାକୁ ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମକୁ ଚିଠି କରିଛି କେନ୍ଦ୍ର ଆଇଟି ମନ୍ତ୍ରାଳୟ। ଫେସବୁକ, ହ୍ୱାଟସ୍ଅପ୍ ଏବଂ ଟ୍ୱିଟର ଭଳି ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ମନ୍ତ୍ରାଳୟ ଚିଠି ଲେଖି ଦର୍ଶାଇଛି ଯେ, ନୂଆ ନିୟମ ପାଳନ କରିବା ପାଇଁ ୩ ମାସ ସମୟ ଦିଆଯାଇଥିଲା। ତାସହ ଭାରତରେ ଏକ ଅନୁପାଳନ ଅଧିକାରୀ ନିଯୁକ୍ତ, ଆପତ୍ତି ଅଭିଯୋଗର […]
ବାରାଣାସୀ:ଧାର୍ମିକ ନଗରୀ କାଶୀରେ ଏକ ଅଜୀବ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ହଠାତ୍ ଗଙ୍ଗାନଦୀ ପାଣିର ରଙ୍ଗ ବଦଳି ଯାଇଛି । ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ହଠାତ୍ ଗଙ୍ଗା ନଦୀର ପାଣି ସବୁଜ ରଙ୍ଗରେ ବଦଳି ଯାଇଥିଲା । ତେବେ ଗତ କିଛି ଦିନ ହେବ ଗଙ୍ଗା ନଦୀରେ ଅଧିକ ମାତ୍ରାରେ ଶୈବାଳ ଆସିଥିଲେ । […]
କୋଲକାତା: ବାତ୍ୟା ୟାସ ଓଡ଼ିଶା ସମେତ ପଶ୍ଚିମ ବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଛି । ଜୁଆର ଏବଂ ବାତ୍ୟା ଯୋଗୁ ଏକ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୟାସ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ୟାସ ପାଇଁ ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି । ପଶ୍ଚିମବଙ୍ଗରେ ୩ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ପୂର୍ବ ମେଦିନପୁର, ଦକ୍ଷିଣ ଏବଂ ଉତ୍ତର […]
ବିଡ(ମହାରାଷ୍ଟ୍ର)-ଗରିବ, ଅସହାୟ ଲୋକଙ୍କୁ ଦେଖିଲେ ମନରେ ଦୟା, ସହୃଦୟତା ସ୍ଵତଃସ୍ପୃତ ଭାବେ ବାହାରି ଆସେ । ସେମାନଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ମନ କରିଥାଏ । ହେଲେ ଆମର ଏପରି ଭାବ ପ୍ରବଣତା ପାଇଁ ଅନେକ ସମୟରେ ଧୋକା ଖାଇଥାଉ । ଭାବନ୍ତୁ, ଅନ୍ୟର ଦୟାରେ ବଞ୍ଚିଥିବା ଭିକାରି ପାଖରେ ସାଧାରଣତଃ କେତେ ଟଙ୍କା ଥିବ ? ୧୦୦, ହଜାରେ.. । ହେଲେ ନା…ଜଣେ ଭିକାରୀ ପାଖରେ କେତେ ଟଙ୍କା ଥାଏ ଜାଣିଲେ, ଆପଣ […]
ନୂଆଦିଲ୍ଲୀ:ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନ୍ଭେଷ୍ଟିଗେଶନ ଅର୍ଥାତ୍ ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ପଦବୀ ପାଇଁ ଆଇପିଏସ ଅଧିକାରୀ ସୁବୋଧ କୁମାର ଜୈସୱାଲଙ୍କୁ ମଙ୍ଗଳବାର ଚୟନ କରାଯାଇଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ସମିତି ସଦସ୍ୟଙ୍କୁ ନେଇ ଏକ ବୈଠକର ନିଷ୍ପତ୍ତି କ୍ରମେ ତାଙ୍କୁ ଚୟନ କରାଯାଇଥିଲା । ନବନିଯୁକ୍ତ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୈସୱାଲ ସିଆଇସିଏଫ ଡାଇରେକ୍ଟର ଜେନେରାଲ ଭାବେ କାର୍ଯ୍ୟରତ । ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ […]
ଲକ୍ଷ୍ନୌ; ଉତ୍ତର ପ୍ରଦେଶର ବାରାବଙ୍କିର ଏକ ଗ୍ରାମ ସିସୌଡାରେ କରୋନା ଭାକ୍ସିନ ଦେବା ପାଇଁ ଆସିଥିବା ଟିମକୁ ଦେଖି ଭୟରେ ଲୋକେ ସରଜୂ ପରି ଭୟଙ୍କର ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । ହେଲେ କାହିଁକି ଗ୍ରାମବାସୀ ଏପରି ପଦକ୍ଷେପ ନେଲେ ? ସତରେ ଭୟ ନା ଆଉ କିଛି କାରଣ ରହିଛି ଏହା ପଛରେ ? କ୍ୟାମେରା ସାମ୍ନାରେ ମୁହଁରେ ତାଲା ପକାଇଥିବା ଅଧିକାରୀମାନେ ଏବେ ମୁହଁ ଖୋଲିଛନ୍ତି । ପ୍ରଥମେ ଜିଲ୍ଲା ଅଧିକାରୀ ଡାକ୍ତର […]
ଭୁବନେଶ୍ୱର: ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ପାଇଛି । ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୯୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୧୭୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୭୬୧। ଆଜି ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତା ପଛକୁ ରହିଛି କଟକ । ଏଠାରେ ୯୨୨ ପଜିଟିଭ […]
ନୂଆଦିଲ୍ଲୀ: ଆଇଏପି ((Indian Academy of Pediatrics) ପକ୍ଷରୁ ନିକଟରେ ଏକ ଆଡଭାଇଜରି ଜାରି କରାଯାଇ କୁହାଯାଇଛି, କରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ କୌଣସି ବିପଦ ଆଣିବ ନାହିଁ । ପିଲାମାନଙ୍କର ଇମ୍ୟୁନ ସିଷ୍ଟମ ଖୁବ୍ ମଜବୁତ୍ । ପ୍ରଥମ ଓ ଦ୍ଵିତୀୟ ଲହରରୁ ମିଳିଥିବା ତଥ୍ୟକୁ ଦେଖିଲେ ଜଣାପଡେ, ଯଦି କରୋନାର ତୃତୀୟ ଲହର ଆସେ, ତେବେ ଗୁରୁତର ସଂକ୍ରମିତ ପିଲାମାନଙ୍କ ପାଇଁ ଆଇସିୟୁର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ଯଦି ତୃତୀୟ […]
ନୂଆଦିଲ୍ଲୀ: କରୋନା ଦ୍ଵିତୀୟ ଲହରର ପ୍ରକୋପ ଏ ପର୍ଯ୍ୟନ୍ତ ଦେଶରୁ କମିିନି, ଏପଟେ ତୃତୀୟ ଲହରର ଭୟ ମାଡ଼ି ଆସିଲାଣି । ତୃତୀୟ ଲହରକୁ ନେଇ ଡରିବାର ଅନେକ କାରଣ ବି ରହିଛି । କାରଣ ଆକଳନ ଅନୁସାରେ ତୃତୀୟ ଲହର ପିଲାମାନଙ୍କୁ ବେଶି ପ୍ରଭାବିତ କରିବ । ହେଲେ ପିଲାମାନଙ୍କ ପାଇଁ ଏ ପର୍ଯ୍ୟନ୍ତ ଭାକ୍ସିନ ଆସିନି । ତେଣୁ ତୃତୀୟ ଲହରର ମୁକାବିଲା ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପିଲାମାନଙ୍କୁ ଭାକ୍ସିନ […]
କାଠମାଣ୍ଡୁ: ପଡୋଶୀ ରାଷ୍ଟ୍ର ନେପାଳରେ ରାଜନୈତିକ ଅସ୍ଥିରତା ଦିନକୁ ଦିନ ନୂଆ ମୋଡ ନେଉଛି। କୌଣସି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନ ଥିବାରୁ ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କେପି ଶର୍ମା ଓଲି ଜରୁରୀ ବୈଠକ ଡାକି ଆଲୋଚନା କରିଛନ୍ତି। ଆଲୋଚନା ପରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶାନୁସାରେ ପ୍ରତିନିଧି ସଭା ଭଙ୍ଗ କରିଛନ୍ତି। ଦେଶ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆଡକୁ ମୁହାଁଉଛି। ୨୦୨୧ ନଭେମ୍ବର ୧୨ ଓ […]
ବେଜିଂ:ସକାଳୁ ସକାଳୁ ଭୂକମ୍ପରେ ଥରିଲା ଚୀନ। ମ୍ୟାମାର ସୀମାକୁ ଲାଗିଥିବା ଇଲାକାରେ ଆଜି ସକାଳୁ ସକାଳୁ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଅତି କମ୍ରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ପାଇଁ ଏକ ଡଜନରୁ ଅଧିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଶନିବାର ସକାଳେ ଦକ୍ଷିଣ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଚାଇନାରେ ବଡ ଧରଣର ସିରିଜ ଭୂକମ୍ପ ଅନୁଭୂତ ହୋଇଥିଲା। ତିବ୍ବତିୟ ପ୍ଲାଟ୍ୟୁର ଦକ୍ଷିଣପଶ୍ଚିମରେ ଥିବା Qinghai ଏବଂ ଦକ୍ଷିଣ […]
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ମୃତ୍ୟୁ ହାର ୪ ହଜାର ଉପରେ ରହିଛି। ଦେଶର ଏମିତି କୌଣସି ରାଜ୍ୟ ନାହିଁ ଯେଉଁଠି କରୋନାର ଦ୍ୱିତୀୟ ଲହର ମୃତ୍ୟୁର ତାଣ୍ଡବ ସୃଷ୍ଟି କରିନି। ଆକଳନ ଅନୁସାରେ, କରୋନର ତୃତୀୟ ଲହର ପିଲାମାନଙ୍କ ପାଇଁ ବିପଦ ନେଇ ଆସିବ। ହେଲେ ୩ୟ ଲହର କଥା ଛାଡ, ୨ ଲହର ପିଲାଙ୍କୁ ଯେପରି ସଂକ୍ରମିତ କଲାଣି ତାହା ଚିନ୍ତାର […]