ଡେରାଡୁନ: ପୁରୁଷୋତ୍ତମ ରାମଙ୍କ ସହ ମୋଦିଙ୍କ ତୁଳନା। ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଗବାନ ରାମ ଓ ପ୍ରଭୁ ଶ୍ରୀଷ୍ଣଙ୍କ ସହ ତୁଳନା କରିଛନ୍ତି। ଦ୍ୱାପର ଓ ତ୍ରେତୟା ଯୁଗରେ ଯେପରି ଭଗବାନ ରାମ ଓ କୃଷ୍ଣଙ୍କୁ ତାଙ୍କ କାମ ପାଇଁ ଲୋକେ ଭଗବାନ ମାନୁଥିଲେ, ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଗାମୀ ସମୟରେ ଭଗବନାଙ୍କ ଅବତାର ବୋଲି ଜନତା ନିଶ୍ଚୟ ସ୍ୱୀକାର କରିବେ । ହରିଦ୍ୱାରାରେ ହଂସ ଫାଉଣ୍ଡେସନ ଦ୍ୱାରା ଆୟୋଜିତ […]
ୱାଶିଂଟନ: ବେଳେବେଳେ ଲୋକମାନେ ଏମିତି ନିର୍ଦ୍ଦୟ ହୋଇଯାଆନ୍ତି ଯେ, ହତ୍ୟା କରି ମୃତକଙ୍କ ଶରୀରରୁ ହାର୍ଟ କାଢ଼ି ଏହାକୁ ରାନ୍ଧିବାକୁ ମଧ୍ୟ ପଛାନ୍ତି ନାହିଁ। ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଆମେରିକାର ଓକଲାହୋମ୍ରେ ଘଟଣା ଘଟିଛି। ଜଣେ ବ୍ୟକ୍ତି ପ୍ରଥମେ ନିଜ ପଡ଼ୋଶୀଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରରୁ ହାର୍ଟ ବାହାର କରି ଏହାକୁ ଆଳୁରେ ମିଶାଇ ରୋଷେଇ କରିଥିଲେ ଓ ପରେ ଏହାକୁ ଖାଇବା ପାଇଁ ନିଜ ସମ୍ପର୍କୀୟଙ୍କୁ ପରଷିଥିଲେ। ଏହାପରେ ସେମାନଙ୍କୁ ମଧ୍ୟ […]
ବୌଦ୍ଧ ଭିକ୍ଷୁଙ୍କ ବେଶରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମ୍. ଏସ୍. ଧୋନିଙ୍କ ନୂଆ ରୂପ । ବୌଦ୍ଧ ଭିକ୍ଷୁ ବେଶ ହୋଇଛନ୍ତି ସୁପର କୁଲ୍ ଧୋନି । ଆଇପିଏଲର ମ୍ୟାଚ ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ସ୍ପୋର୍ଟସ ପକ୍ଷରୁ ଧୋନୀଙ୍କ ଏଭଳି ବେଶ ରିଲିଜ ହୋଇଛି । ନୂଆ ଲୁକରେ ସୁପର କୁଲ୍ ମହେନ୍ଦ୍ର ସିଂ ଧୋନି । ଧୋନି ନିଜର ଲୁକକୁ ନେଇ ସବୁବେଳେ ଚର୍ଚ୍ଚାରେ […]
ନୂଆଦିଲ୍ଲୀ/କଟକ: ଫେବୃଆରୀ ୨୬ ଅର୍ଥାତ୍ ଆସନ୍ତାକାଲି The Confederation of All India Traders(CAIT) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। Goods and Services Tax (GST) ଆଇନ୍କୁ ବିରୋଧ, ତୈଳ ଦର ବୃଦ୍ଧି, ଇ-ୱେ ବିଲ୍ ସମେତ ଅନ୍ୟ ପ୍ରସଙ୍ଗକୁ ନେଇ CAIT ପକ୍ଷରୁ ଆସନ୍ତାକାଲି ବନ୍ଦ ପାଳନ ହେବ। କାଲି ‘ଚକା ଜାମ୍’ ସହ ରାସ୍ତା ଅବରୋଧ ମଧ୍ୟ କରାଯିବ। ଦେଶବ୍ୟାପୀ ଏହି ବ୍ୟବସାୟ ବନ୍ଦ ଡାକରାରେ ପାଖାପାଖି ୪୦ ହଜାର ବ୍ୟବସାୟିକ […]
ବେଜିଂ: ଚୀନର ରାଜଧାନୀ ବେଜିଂରେ ଭୟଙ୍କର ଧୂଳିଝଡ଼। ଗତ ୧୦ ବର୍ଷ ପରେ ପୁଣି ଥରେ ସହରବାସୀଙ୍କୁ ସବୁଠାରୁ ଭୟଙ୍କର ଧୂଳି ଝଡ଼ର ସାମ୍ନା କରିବାକୁ ପଡ଼ିଛି। ୧୫ ମାର୍ଚ୍ଚ ୨୦୨୧ ଅର୍ଥାତ ଆଜି ଆସିଥିବା ଏହି ଝଡ଼ ପାଇଁ ପୂରା ସହର ନିମଷକେ ମଧ୍ୟରେ ହଳଦିଆ ପଡ଼ିଯାଇଛି । କିଛି ଜାଣିବା ପୂର୍ବରୁ ଖାଲି ଆଖିକୁ ଲୋକଙ୍କୁ କିଛି ଦେଖାଗଲାନି। ଧୂଳି ଝଡ଼ ପାଇଁ ୩୪୧ଜଣ ଲୋକ ନିଖୋଜ ଥିବାବେଳେ ୪୦୦ରୁ ଅଧିକ ବିମାନ ବାତିଲ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ଦିନକୁ ଦିନ ତୈଳଦର ବଢ଼ିବାରେ ଲାଗିଛି। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି, ତୈଳ ଦରବୃଦ୍ଧି ସାମୟିକ, ଏହି ଦର ବୃଦ୍ଧି ଶୀଘ୍ର ଠିକ୍ ହୋଇଯିବ। ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଆହୁରି କହିଛନ୍ତି, ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ପଡ଼ିଛି। ଏହି ପରିସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି। ପେଟ୍ରୋଲ, ଡିଜେଲକୁ GST ଅନ୍ତର୍ଭୁକ୍ତ କଲେ ଗ୍ରାହକ […]
ଲକ୍ଷ୍ନୌ : ବଡ଼ଘର ବଡ଼ ଗୁମର କଥା। ସାଂସଦଙ୍କ ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ବିଜେପି ସାଂସଦ କୌଶଲ କିଶୋରଙ୍କ ପରିବାରରେ ଭୋଲଟେଜ ଡ୍ରାମା । ସାଂସଦଙ୍କ ବୋହୂ ତାଙ୍କ ବାସଭବନ ସାମ୍ନାରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ସାଂସଦଙ୍କ ବୋହୂ ଅଙ୍କିତାଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା, ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଭିଡ଼ିଓରେ କହିଥିଲେ । ନିଜ ସ୍ୱାମୀ ଆୟୁଷଙ୍କ ଓ ପରିବାର […]
ଚିକବଲପୁର: କର୍ଣ୍ଣାଟକ ଚିକବଲପୁରର ହିରେନାଗାଭାଲ୍ଲିର ଏକ ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ ଖାଦାନରେ ପଥର ଫଟାଇବା ଲାଗି ଥିବା ରହିଥିବା ଜିଲେଟିନ ଷ୍ଟିକ୍ସକୁ ସ୍ଥାନାନ୍ତର ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ଖାଦାନରେ କାମ କରୁଥିବା ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ପଥର ଲୋଡିଂ ପାଇଁ ଖଣିକୁ ଆସିଥିବା ଟ୍ରକ୍ ଡ୍ରାଇଭର ଓ ଅନ୍ୟ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ […]
କୋଲକାତା: ଦିଦିଙ୍କ ଉପରେ ହୋଇନି ଆକ୍ରମଣ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ଗୋଡ଼ରେ ଆଘାତ ଲାଗିବା ଘଟଣାର ଚିତ୍ର ସ୍ପଷ୍ଟ ହୋଇଯାଇଛି। ଅନେକ ଆରୋପ ପ୍ରତ୍ୟାରୋପ ପରେ ନିର୍ବାଚନ କମିସନ୍ ଏହି ଘଟଣାକୁ ଖାରଜ କରିଛନ୍ତି । ଭିନ୍ନ ଭିନ୍ନ ରିପୋର୍ଟ ଅଧାରରେ ମମତାଙ୍କ ଉପରେ କୌଣସି ଆକ୍ରମଣ ହୋଇନଥିବା ନିର୍ବାଚନ କମିସନ କହିଛନ୍ତି । କାରଣ ଏହି ଘଟଣାରେ କୌଣସି ପ୍ରମାଣ ନାହିଁ। ଅର୍ଥାତ ମମତାଙ୍କ ଗୋଡ଼ରେ ଆଘାତ ଲାଗିବା ଆକ୍ରମଣ ନୁହେଁ ଏକ ଦୁର୍ଘଟଣା […]