ଲକ୍ଷ୍ନୌ: ତାଜମହଲରୁ ମିଳିଲାନି ବୋମା। ପ୍ରେମର ପ୍ରତୀକ ତାଜମହଲ ପରିସରରେ ବୋମା ଥିବା ଖବର ସମ୍ପୂର୍ଣ୍ଣ ମିଛ । ଛାନଭିନ ପରେ ପୁଣି ଥରେ ତାଲମହଲକୁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଛି। ତାଜମହଲ ପରିସରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନଥିବା ସୂଚନା ଦେଇଛନ୍ତି ଆଗ୍ରା ଜୋନ୍ ଏଡିଜି। ଫୋନ ଯୋଗେ ମିଥ୍ୟା ଖବର ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ବର୍ତ୍ତମାନ ଗିରଫ କରିଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ବୋମା ଥିବାର […]
୭୫ ବର୍ଷିୟ ଜେଜେମା’ଙ୍କ ଜୋରଦାର ପଞ୍ଚ ପର୍କିସନସ ରୋଗକୁ ମାତ ଦେବାକୁ ୬ ବର୍ଷ ଧରି ବକ୍ସିଂ କରୁଛନ୍ତି ନାନ୍ସି ଷ୍ଟ୍ରେଟନ୍ ବୟସ୍କ ମହିଳାଙ୍କୁ ବକ୍ସିଂ ରିଙ୍ଗରେ ଦେଖି ହତବାକ୍ ଦେଖଣାହାରୀ ଚମ ଧୁଡ଼ୁ ଧୁଡ଼ୁ କରୁଛି। ଆଖି ଭିତରକୁ ପଶିଯାଇଛି। ତଥାପି ବକ୍ସିଂ ରିଙ୍ଗରେ ଜୋରଦାର ପଞ୍ଚ କରି ଯୁବକଙ୍କୁ ଘାଇଲା କରୁଛନ୍ତି ୭୫ ବର୍ଷିୟ ନାନ୍ସି ଷ୍ଟ୍ରେଟନ୍। ଏ ବୟସରେ କେହି କେହି ଚଲାବୁଲା କରିବା କଷ୍ଟକର ହୋଇପଡ଼ୁଥିବେ ବେଳେ ସେ ଯେପରି ବକ୍ସିଂ […]
କୁର୍ନୁଲ: ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ମିଳିଛି। ଆଜି ଭୋର ୪ଟା ସମୟରେ କୁର୍ନୁଲ ଜିଲ୍ଲା ମାଦରପୁର ଗାଁରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ସରକାରୀ ଜେନେରାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ପ୍ରଖର ବକ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ଭାଷଣ ଦେବାର ଶୈଳୀ ଖୁବ୍ ଚମତ୍କାର । ନିଜର ନିଆରା ଭାଷଣ ଦେବାର ଶୈଳୀ ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କୌଣସି ବିରତି ନନେଇ ଘଣ୍ଟା ଘଣ୍ଟା ସେ ଅନବରତ ଭାଷଣ ଦେଇପାରନ୍ତି। ଯେଉଁ କାର୍ଯ୍ୟକ୍ରମରେ ମୋଦି ଯୋଗ ଦିଅନ୍ତି, ଭାଷଣ ଶୁଣିବା ପାଇଁ ଲୋକଙ୍କ ଭିଡ଼ ଜମେ। ତେବେ କିଛି ଲୋକ ଏଥିପାଇଁ ତାଙ୍କୁ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଆଶ୍ୱସ୍ତି। ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ମାମଲାର କୋର୍ଟ କହିଛନ୍ତି, ସରକାରଙ୍କ ରାୟ ବିରୋଧରେ ଯାଇ ନିଜର ବିଚାର ଅଭିବ୍ୟକ୍ତିକୁ ଉପସ୍ଥାପନ କରୁଥିବା ବ୍ୟକ୍ତିକୁ ଦେଶଦ୍ରୋହୀ କୁହାଯିବ ନାହିଁ। ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି ସଞ୍ଜୟ […]
ନୂଆଦିଲ୍ଲୀ: ’ସ୍ତ୍ରୀ କୌଣସି ସ୍ଥାବର ସମ୍ପତ୍ତି ନୁହେଁ କିମ୍ବା କୌଣସି ପ୍ରକାର ବସ୍ତୁ ନୁହେଁ। ନା ସେ ଜଣେ ଗୁଲାମ, ସେ ବି ଜଣେ ସାଧାରଣ ମଣିଷ।’ ସ୍ତ୍ରୀ ସହ ରହିବା ପାଇଁ ଇଚ୍ଛା ଥିଲେ ସୁଦ୍ଧା ସ୍ୱାମୀ କଦାପି ତାଙ୍କ ଉପରେ ଚାପ ସୃଷ୍ଟି ପାରିବେ ନାହିଁ। ସ୍ୱାମୀ, ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟରେ ମଙ୍ଗଳବାର ଜଣେ ବ୍ୟକ୍ତି କରିଥିବା ଆବେଦନର ଶୁଣାଣି କରି ଏପରି ରାୟ […]
ହାଇଦ୍ରାବାଦ: ସ୍କୁଲ୍ରେ କ୍ଲାସ୍ କରିବାକୁ ଅନୁମତି ନମିଳିବାରୁ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍କୁଲ୍ ଫି’ ନଦେବାରୁ ଛାତ୍ରୀଙ୍କୁ କ୍ଲାସ୍ ପାଇଁ ଅନୁମତି ମିଳିନଥିଲା ଓ ସେ ମାନସିକ ଚିନ୍ତାରେ ଥିଲେ। ଫଳରେ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ହାଇଦ୍ରାବାଦରେ ଏହି ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ବାପାମା’ ଦିନ ମଜୁରିଆ ବୋଲି ଜଣାପଡ଼ିଛି। ଛାତ୍ରୀଙ୍କ ବାପାଙ୍କ […]
ଟେସଲାର ପ୍ରମୁଖ ଏଲନ ମସ୍କ ଦୁନିଆର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି। Hurun Global Rich List 2021 ଅନୁସାରେ ତାଙ୍କର ମୋଟ ସମ୍ପତିର ମୂଲ୍ୟ ୧୯୭ ଆରବ ଡଲାର। ଅନ୍ୟପଟେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ୧୮୯ ଆରବ ଡଲାର ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୧୧୪ ଆରବ ଡଲାର ସହ ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି LMVHର ବର୍ଣ୍ଣାଡ ଆରନଲ୍ଟ । ଦିନେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବୋଲାଉଥିବା ମାଇକ୍ରୋସପ୍ଟର […]
ନୂଆଦିଲ୍ଳୀ: ମହାମାରୀ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବଡ ଚେତାବନୀ। ଚଳିତ ବର୍ଷ ଶେଷ ସୁଦ୍ଧା ସଂକ୍ରମଣ ବନ୍ଦ ହୋଇଯିବା ଚର୍ଚ୍ଚାକୁ ଅବାସ୍ତବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO। WHOର ଜରୁରୀକାଳୀନ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡକ୍ଟର ମାଇକେଲ ରିୟାନ ଏହା କହିଛନ୍ତି। କୋଭିଡ ମହାମାରୀକୁ ଯଥା ସମ୍ଭବ ହ୍ରାସ କରିବା ଦିଗରେ WHO ପ୍ରାଥମିକତା ଦିଆଯାଉଛି । ତେବେ ନିକଟରେ ଆସିଥିବା ଟିକା ଦ୍ୱାରା ଆମେ ମହାମାରୀ ଜନିତ କାରଣରୁ ମେଡିକାଲରେ […]
ଶ୍ରୀନଗର: ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆରେ ଗୁଲାମନବୀ ଆଜାଦ। ଏହାକୁ ବିରୋଧ କରି ଦଳରେ ଅସନ୍ତୋଷ ଜୋର ଧରିଛି। କଂଗ୍ରେସର ଅନ୍ତରୀଣ କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଦଳୀୟ ନେତୃତ୍ୱକୁ ନେଇ ଅନେକ ପୁରୁଖା ନେତାମାନେ ଖୁସି ନଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଏପରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ନିଜ ଦଳର ଲୋକଙ୍କ ରୋଷର ଶିକାର ହେବାକୁ ପଡ଼ିଛି। ରାଜ୍ୟର ପ୍ରମୁଖ […]
ଦିଶପୁର: ଦେଶରେ ବାଜି ସାରିଛି ନିର୍ବାଚନୀ ବିଗୁଲ୍ । ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। ଦଳକୁ ବଳ ଯୋଗାଇବା ପାଇଁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବେ ଜୋରସୋରରେ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଆସାମରେ କଂଗ୍ରେସର ବିଜୟ ଧ୍ୱଜା ଉଡ଼ାଇବା ପାଇଁ ଦୁଇ ଦିନିଆ ଗସ୍ତରେ ଅଛନ୍ତି ପ୍ରିୟଙ୍କା ଗାନ୍ଧୀ । ଆସାମ ଗସ୍ତର ଆଜି ତାଙ୍କର ଦ୍ୱିତୀୟ ଦିନ। ମିଶନ […]