ନୂଆଦିଲ୍ଲୀ/କଟକ: ଫେବୃଆରୀ ୨୬ ଅର୍ଥାତ୍ ଆସନ୍ତାକାଲି The Confederation of All India Traders(CAIT) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। Goods and Services Tax (GST) ଆଇନ୍କୁ ବିରୋଧ, ତୈଳ ଦର ବୃଦ୍ଧି, ଇ-ୱେ ବିଲ୍ ସମେତ ଅନ୍ୟ ପ୍ରସଙ୍ଗକୁ ନେଇ CAIT ପକ୍ଷରୁ ଆସନ୍ତାକାଲି ବନ୍ଦ ପାଳନ ହେବ। କାଲି ‘ଚକା ଜାମ୍’ ସହ ରାସ୍ତା ଅବରୋଧ ମଧ୍ୟ କରାଯିବ। ଦେଶବ୍ୟାପୀ ଏହି ବ୍ୟବସାୟ ବନ୍ଦ ଡାକରାରେ ପାଖାପାଖି ୪୦ ହଜାର ବ୍ୟବସାୟିକ […]
ବେଜିଂ: ଚୀନର ରାଜଧାନୀ ବେଜିଂରେ ଭୟଙ୍କର ଧୂଳିଝଡ଼। ଗତ ୧୦ ବର୍ଷ ପରେ ପୁଣି ଥରେ ସହରବାସୀଙ୍କୁ ସବୁଠାରୁ ଭୟଙ୍କର ଧୂଳି ଝଡ଼ର ସାମ୍ନା କରିବାକୁ ପଡ଼ିଛି। ୧୫ ମାର୍ଚ୍ଚ ୨୦୨୧ ଅର୍ଥାତ ଆଜି ଆସିଥିବା ଏହି ଝଡ଼ ପାଇଁ ପୂରା ସହର ନିମଷକେ ମଧ୍ୟରେ ହଳଦିଆ ପଡ଼ିଯାଇଛି । କିଛି ଜାଣିବା ପୂର୍ବରୁ ଖାଲି ଆଖିକୁ ଲୋକଙ୍କୁ କିଛି ଦେଖାଗଲାନି। ଧୂଳି ଝଡ଼ ପାଇଁ ୩୪୧ଜଣ ଲୋକ ନିଖୋଜ ଥିବାବେଳେ ୪୦୦ରୁ ଅଧିକ ବିମାନ ବାତିଲ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ଦିନକୁ ଦିନ ତୈଳଦର ବଢ଼ିବାରେ ଲାଗିଛି। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି, ତୈଳ ଦରବୃଦ୍ଧି ସାମୟିକ, ଏହି ଦର ବୃଦ୍ଧି ଶୀଘ୍ର ଠିକ୍ ହୋଇଯିବ। ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଆହୁରି କହିଛନ୍ତି, ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ପଡ଼ିଛି। ଏହି ପରିସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି। ପେଟ୍ରୋଲ, ଡିଜେଲକୁ GST ଅନ୍ତର୍ଭୁକ୍ତ କଲେ ଗ୍ରାହକ […]
ଲକ୍ଷ୍ନୌ : ବଡ଼ଘର ବଡ଼ ଗୁମର କଥା। ସାଂସଦଙ୍କ ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ବିଜେପି ସାଂସଦ କୌଶଲ କିଶୋରଙ୍କ ପରିବାରରେ ଭୋଲଟେଜ ଡ୍ରାମା । ସାଂସଦଙ୍କ ବୋହୂ ତାଙ୍କ ବାସଭବନ ସାମ୍ନାରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ସାଂସଦଙ୍କ ବୋହୂ ଅଙ୍କିତାଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା, ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଭିଡ଼ିଓରେ କହିଥିଲେ । ନିଜ ସ୍ୱାମୀ ଆୟୁଷଙ୍କ ଓ ପରିବାର […]
ଚିକବଲପୁର: କର୍ଣ୍ଣାଟକ ଚିକବଲପୁରର ହିରେନାଗାଭାଲ୍ଲିର ଏକ ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ ଖାଦାନରେ ପଥର ଫଟାଇବା ଲାଗି ଥିବା ରହିଥିବା ଜିଲେଟିନ ଷ୍ଟିକ୍ସକୁ ସ୍ଥାନାନ୍ତର ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ଖାଦାନରେ କାମ କରୁଥିବା ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ପଥର ଲୋଡିଂ ପାଇଁ ଖଣିକୁ ଆସିଥିବା ଟ୍ରକ୍ ଡ୍ରାଇଭର ଓ ଅନ୍ୟ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ […]
କୋଲକାତା: ଦିଦିଙ୍କ ଉପରେ ହୋଇନି ଆକ୍ରମଣ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ଗୋଡ଼ରେ ଆଘାତ ଲାଗିବା ଘଟଣାର ଚିତ୍ର ସ୍ପଷ୍ଟ ହୋଇଯାଇଛି। ଅନେକ ଆରୋପ ପ୍ରତ୍ୟାରୋପ ପରେ ନିର୍ବାଚନ କମିସନ୍ ଏହି ଘଟଣାକୁ ଖାରଜ କରିଛନ୍ତି । ଭିନ୍ନ ଭିନ୍ନ ରିପୋର୍ଟ ଅଧାରରେ ମମତାଙ୍କ ଉପରେ କୌଣସି ଆକ୍ରମଣ ହୋଇନଥିବା ନିର୍ବାଚନ କମିସନ କହିଛନ୍ତି । କାରଣ ଏହି ଘଟଣାରେ କୌଣସି ପ୍ରମାଣ ନାହିଁ। ଅର୍ଥାତ ମମତାଙ୍କ ଗୋଡ଼ରେ ଆଘାତ ଲାଗିବା ଆକ୍ରମଣ ନୁହେଁ ଏକ ଦୁର୍ଘଟଣା […]
ୱାଶିଂଟନ୍: ମଙ୍ଗଳ ଅଭିଯାନରେ NASA(National Aeronautics and Space Administration)କୁ ଆଉ ଏକ ସଫଳତା ମିଳିଛି। ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ନାସା ସଫଳ ହୋଇଛି। ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ନାସା ଦ୍ୱାରା ପ୍ରେରିତ ‘ପର୍ସିଭିରନ୍ସ ରୋଭର’ ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି। ରୋଭର ଦ୍ୱାରା ରେକର୍ଡ ହୋଇଥିବା ଶବ୍ଦକୁ ନାସା ସାର୍ବଜନୀନ କରିଛି। ରିଲିଜ୍ ହୋଇଥିବା ଏହି ଅଡିଓ କ୍ଲିପ୍ରେ ମଙ୍ଗଳ ପୃଷ୍ଠରେ ରୋଭର ଅବତରଣ କରୁଥିବା ବେଳର ଶବ୍ଦ ରହିଛି। […]
ଜବଲପୁର : ରାକ୍ଷୀର ମାନ ରଖିଲାନି, ଭଉଣୀ ମଥାରୁ ସିନ୍ଦୁର ପୋଛିଦେଲା ଭାଇ। ବାକି ରାକ୍ଷୀର ପାଉଣା ବଦଳରେ ଭଉଣୀକୁ ବିଧବା ସଜାଇଦେଲା। ପରିବାର ବିରୋଧରେ ଯାଇ ପ୍ରେମ ବିବାହ କରିଥିବାରୁ ଏକଥାକୁ ସ୍ୱୀକାର କରିନପାରି ଭଉଣୀର ସୁନାର ସଂସାର ଚୁନା କରିଦେଲା। ଭିଣୋଇର ମୁଣ୍ଡକୁ ଶରୀରରୁ ଅଲଗା କରି କଟା ମୁଣ୍ଡ ସହ ଥାନାରେ ପହଞ୍ଚିଗଲା ଅଭିଯୁକ୍ତ ଭାଇ । ସେପଟେ ସ୍ୱାମୀର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କଲେ ମହିଳା । ମଧ୍ୟପ୍ରଦେଶର ଜବଲପୁର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ Joint Entrance Examination(JEE Main 2021)। ଚଳିତବର୍ଷ ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୪ଟି sessionsରେ ପରୀକ୍ଷା ହେବ। ପ୍ରଥମ ସେସନ୍ ଆଜିଠୁ ଅର୍ଥାତ୍ ଫେବୃଆରୀ ୨୩ରୁ ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ମଧ୍ୟ ପରୀକ୍ଷା ହେବ। ୪ଟି ସେସନ୍ ପାଇଁ ଚଳିତ ଥର ଦେଶରୁ ମୋଟ ୨୨ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବେଷ୍ଟ ରାଙ୍କ୍ ଆଧାରରେ […]
ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଆଜି ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଆଗାମୀ ଦିନରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରିଛନ୍ତି। Multi Commodity Exchange(MCX)ରେ ଆଜି ଦିନ ସାଢ଼େ ୧୧ଟାରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୧୭ଟଙ୍କା ବୃଦ୍ଧି ସହ ୪୬,୩୧୪ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ଦର ପ୍ରତି କିଲୋଗ୍ରାମକୁ ୪୨୨ ଟଙ୍କା ବୃଦ୍ଧି ସହ ୬୯,୪୩୪ ଟଙ୍କାରେ କାରବାର ଚାଲିଥିଲା। ହେଲେ […]