ସୋପୁର: ମା’ ତୁ ଏତେ ନିର୍ଦ୍ଦୟୀ କିପରି ହେଲୁ ? ଭୋକରେ ପେଟ କ’ଣ ହୋଇଯାଉଛି, ମୋତେ କ୍ଷୀର ଟୋପେ ପିଇବାକୁ ଦେ । ଏତେ କଷ୍ଟ ଯଦି ଦେବାର ଥିଲା ଜନ୍ମ କରିବା ଆଗରୁ ତଣ୍ଟି ଚିପି ମାରିଦେଲୁନି କାହିଁକି ? ମୁଁ ବି ବଡ଼ ହେଲେ ତୋର ସାହାରା ହେବି ମା’, ତୋ ନାଁ ରଖିବି। ମୋ କଅଁଳିଆ ଶୁଖିଲା ମୁହଁଟା ଦେଖି କ’ଣ ତୁ କିଛି ବୁଝି ପାରୁନୁ, ମୋ କଷ୍ଟ ଦେଖି […]
ନୂଆଦିଲ୍ଲୀ : ଖାଇବା ଗଣ୍ଡାକ ପାଇଁ କିଏ ଡହକ ବିକଳ ହେଉଥିବା ବେଳେ ଖାଦ୍ୟ ନଷ୍ଟ କରୁଛନ୍ତି ଭାରତୀୟ। ପ୍ରତିବର୍ଷ ମୁଣ୍ଡପିଛା ଭାରତରେ ୫୦ କେଜି ଲେଖାଏଁ ଖାଦ୍ୟ ନଷ୍ଟ କରାଯାଉଛି। ୟୁନାଇଟେଡ୍ ନେସନସ ଏନଭାଇରନମେଣ୍ଟ୍ ପ୍ରୋଗ୍ରାମ୍’(ୟୁଏନ୍ଇପି) ଦ୍ୱାରା ପ୍ରକାଶିତ ‘ଫୁଡ୍ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟ ୨୦୨୧ରୁ ଏପରି ସାଂଘାତିକ ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଘର, ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଖାଦ୍ୟ ମିଳୁଥିବା ସ୍ଥାନରେ ଏହି ଖାଦ୍ୟ ନଷ୍ଟ ହୋଇଛି। ସାରା ବିଶ୍ୱରେ […]
ଧାନବାଦ: ଅବହେଳିତ ଅବସ୍ଥାରେ ମହିଳା ତୀରନ୍ଦାଜ। ପରିବାରର ପେଟକୁ ଦାନା ଦେବା ପାଇଁ କରୁଛନ୍ତି ସଂଘର୍ଷ । ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇ ରାଜ୍ୟ ତଥା ଜିଲ୍ଲା ପାଇଁ ସୁନାମ ଆଣିଥିବା ଝାଡ଼ଖଣ୍ଡର ୨୩ ବର୍ଷୀୟ ମମତା ଟୁଡ଼ୁ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତାଲାବନ୍ଦର ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ବେକାର ହୋଇଯାଇଛନ୍ତି। କିଏ ରୋଜଗାର ହରାଇଛି ତ ଭୋକ ଓପାସରେ ଦିନ କାଟୁଛି। ଅନେକ ଲୋକଙ୍କ ପାଇଁ ଦୁଇ ଓଳି ଦୁଇ […]
ସିନ୍ଧ: ପାକିସ୍ତାନରେ ଆଉ ଏକ ତାଜମହଲ। ବେଗମଙ୍କ ସ୍ମୃତିରେ ପାକିସ୍ତାନର ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ଆଗ୍ରାରେ ଥିବା ତାଜମହଲ ସଦୃଶ ପ୍ରତିକୃତି। ପ୍ରେମର ପ୍ରତୀକ ତାଜମହଲ ମାଧ୍ୟମରେ ତାଙ୍କର ସ୍ମୃତିକୁ ହୃଦୟରେ ସାଉଁଟି ରଖିଛନ୍ତି ସିନ୍ଧ୍ ପ୍ରଦେଶର ଅବଦ୍ଦୁଲ ରସିଦ୍ ପାଲି। ଏକଦା ଭାରତ ବୁଲିବାକୁ ଆସି ତାଜମହଲ ପ୍ରେମରେ ପଡିଯାଇଥିଲେ । ପରେ ବେଗମ ପରଲୋକ ପରେ ତାଙ୍କ ସ୍ମୃତିରେ ଏହି ପ୍ରତିକୃତି ନିର୍ମାଣ କରିଛନ୍ତି। ତାଜମହଲ ନିର୍ମାଣ ହେବାର ୪ଶହ ବର୍ଷ ପରେ […]
ଅଫିସ୍ ସମୟରେ ଜିନ୍ସ କିମ୍ବା ଟି-ସାର୍ଟ ପିନ୍ଧି ଆସ ନାହିଁ ନିଷ୍ଠାର ସହ କାମ କରିବାକୁ ହେଲେ ଫର୍ମାଲ ପୋଷାକ ପିନ୍ଧି ଆସ ସମ୍ପୂର୍ଣ୍ଣ ସମାଧାନ ଦିବସରେ ସମ୍ଭଲ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ ସମ୍ଭଲ: ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ। ଅଫିସକୁ ଜିନ୍ସ, ଟି-ସାର୍ଟ ପିନ୍ଧି ଆସିବା ଉପରେ ପ୍ରତିବନ୍ଧକ ଲଗାଇଲେ ଜିଲ୍ଲାପାଳ। ସମସ୍ତ ସରକାରୀ କର୍ମଚାରୀ ଅଫିସକୁ କେବଳ ଫର୍ମାଲ ପୋଷାକରେ ଆସିବେ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ତେବେ ନିର୍ଦ୍ଦେଶକୁ ଅବମାନନା କଲେ […]
ମିରଟ : ବିବାହର ଏକ ବର୍ଷ ପରେ ହ୍ୟାଣ୍ଡସମ୍ ସ୍ୱାମୀର ମୁଖା ଖୋଲିଗଲା। ଚନ୍ଦା ସ୍ୱାମୀଙ୍କ ସହ ରିହପାରିବେନି କହି ଛାଡ଼ପତ୍ର ମାଗିଲେ ମହିଳା। ଉତ୍ତର ପ୍ରଦେଶର ମିରଟରେ ଜଣେ ବ୍ୟକ୍ତି ଏକ ବର୍ଷ ପୂର୍ବେ ବିବାହ କରିଥିବା ସହ ସ୍ତ୍ରୀ ଠାରୁ ନିଜର ଚନ୍ଦାପଣ କଥା ଲୁଚାଇଥିଲେ। ହେଲ ଚୋର ଘର ସବୁଦିନ ଅନ୍ଧାର ନଥାଏ ପରି ଏବେ ସ୍ତ୍ରୀ ସାମ୍ନାକୁ ଆସିଯାଇଛି ସ୍ୱାମୀର ଚନ୍ଦାପଣ କଥା। ଏଇ ଗୋଟିଏ ମିଛ ଏବେ ଚନ୍ଦା ସ୍ୱାମୀକୁ […]
କାସଗଞ୍ଜ: ପବିତ୍ର ସମ୍ପର୍କରେ ପାପର ଛିଟା। ଶ୍ୱଶୁର ବୋହୂର କଳଙ୍କିତ ସମ୍ପର୍କ ପାଇଁ ୧୬ ମାସର କୁନି ପୁଅକୁ ହତ୍ୟାକଲା ଅଭିଯୁକ୍ତ। ବାପାର କର୍ତ୍ତବ୍ୟ ଭୁଲିଗଲା ଅଭିଯୁକ୍ତ। ବୋହୂ ସହ ଅବୈଧ ସମ୍ପର୍କରେ ଏମିତି ମାତିଲା ଯେ ଶ୍ୱଶୁର ସବୁ ସମ୍ପର୍କ ଭୁଲିଗଲା । ଜନ୍ମକଲା କୁନି ପୁଅକୁ ମାରିବାକୁ ହାତ ଥରିଲାନି। ଦୁନିଆ ଦେଖିବା ଆଗରୁ ଅବୋଧ ଶିଶୁ ଜୀବନ ହାରିଲା। ସେପଟେ ପୁଅକୁ ନାଳରେ ଫିଙ୍ଗି ଅପହରଣର ନାଟକ ରଚିଲା ଅଭିଯୁକ୍ତ। ଉତ୍ତରପ୍ରେଦେଶର କାସଗଞ୍ଜର […]
ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ବିଶାଳ ସୁଡ଼ଙ୍ଗ ତିଆରି ହେବ। ସୁଡ଼ଙ୍ଗ ଜରିଆରେ ସଂସଦକୁ ଯିବାଆସିବା କରିବେ ଦେଶର ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି। କଡ଼ା ସୁରକ୍ଷା ବଳୟରେ ରାଜରାସ୍ତା ଦେଇ ଆଉ ତାଙ୍କୁ ଯିବାକୁ ପଡ଼ିବ ନାହିଁ। ସଂସଦ ଭବନରୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି ଆବାସ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ନିର୍ମାଣ କରାଯିବାର ଯୋଜନା କରାଯାଉଛି। ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ଗାଡି ସଂସଦରୁ ବାହାରିବା ସମୟରେ ସାଧାରଣ ଜନତାଙ୍କ ଯିବାଆସିବାରେ ଯେପରି କୌଣସି ବ୍ୟାଘାତ ସୃଷ୍ଟି ନହୁଏ, […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ବୃଦ୍ଧି ଯୋଗୁ ଭାରତରେ ପେଟ୍ରୋଲ ଓ ଡିଜେଲ୍ ଦରରେ ବୃଦ୍ଧି ଘଟିଛି। ଲଗାତାର ସପ୍ତମ ଦିନ ପାଇଁ ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୨୯ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଦର ଲିଟର ପିଛା ୮୮ ଟଙ୍କା ୯୯ ପଇସା ଓ ଡିଜେଲ୍ ଦର ୭୯ […]
ମୁମ୍ବାଇ: ମହାରାଷ୍ଟ୍ରର ଜଲ୍ଗାଓଁ ଜିଲ୍ଲାରେ ଟ୍ରକ୍ ଓଲଟି ୧୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏକ ଅମୃତଭଣ୍ଡା ବୋଝେଇ ଟ୍ରକ୍ରେ ଶ୍ରମିକମାନେ ଯାଉଥିବା ବେଳେ ଜଲ୍ଗାଓଁ ଜିଲ୍ଲାର ୟାୱାଲ୍ ତାଲୁକାର କିନ୍ଗାଓଁ ନିକଟରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ୧୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ […]