ଜଷ୍ଟିସ ଏନ.ଭି ରମଣାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ସୁପାରିସ୍ କେନ୍ଦ୍ରକୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍.ଏ. ବୋବଡେ ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କଲେ ଏପ୍ରିଲ ୨୩ରେ ଜଷ୍ଟିସ୍ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ନୂଆଦିଲ୍ଲୀ : ଜଷ୍ଟିସ୍ ଏନ.ଭି ରମଣା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି । ଜଷ୍ଟିସ ଏନ.ଭି ରମନ୍ନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. […]
କ୍ରୁର ଶାସକର କଡ଼ା ଆଇନ୍ । ପୁଣି ଚର୍ଚ୍ଚାରେ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ । ଅଶ୍ଳୀଳ ସିନେମାକୁ ଦେଶରେ ବ୍ୟାନ କରିଥିବା ବେଳେ ପର୍ଣ୍ଣ ଭିଡ଼ିଓ ଦେଖୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଜଣେ ନାବାଳକ ପର୍ଣ୍ଣ ଦେଖିବାରୁ ତାଙ୍କୁ ଓ ତାଙ୍କ ପୂରା ପରିବାରକୁ କଠୋର ଦଣ୍ଡବିଧାନ କରାଯାଇଛି। ବିଭିନ୍ନ ଦେଶରେ ପର୍ଣ୍ଣ ଦେଖିବା ଉପରେ କଡ଼ା କଟକଣା ରହିଛି। ପର୍ଣ୍ଣ ଦେଖୁଥିବା ଲୋକଙ୍କ ବିରୋଧରେ […]
ଅହମଦାବାଦ: ୨୩ ବର୍ଷୀୟ ଆୟଶା ନାମକ ଜଣେ ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ବେଶ୍ ଭାଇରାଲ୍ ହୋଇଥିଲା ଓ ହଇଚଇ ମଧ୍ୟ ସୃଷ୍ଟି କରିଥିଲା । ଏବେ ଆୟଶା ଲେଖିଥିବା ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିଛି। ଏହାକୁ ଗତକାଲି କୋର୍ଟରେ ଦାଖଲ କରାଯାଇଥିଲା। ଆତ୍ମହତ୍ୟା ପୂର୍ବରୁ ସ୍ୱାମୀ ଆରିଫ୍ ଖାନ୍ଙ୍କ […]
ୱାଶିଂଟନ୍: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration) ଦ୍ୱାରା ମଙ୍ଗଳ ଗ୍ରହକୁ ପଠାଯାଇଥିବା ‘ପର୍ସିଭିରନ୍ସ ରୋଭର’ ଗୁରୁବାର ପ୍ରଥମ ଥର ଲ୍ୟାଣ୍ଡିଂ କରିଥିବା ସ୍ଥାନରୁ ସଫଳତାର ସହ ଆଗକୁ ବଢ଼ିଛି। ଏନେଇ ଶୁକ୍ରବାର ନାସା ପକ୍ଷରୁ କୁହାଯାଇଛି ଯେ, ରୋଭର ଏହାର ଅଭିଯାନର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମାପ୍ତ କରିଛି। ୩୩ ମିନିଟ୍ରେ ରୋଭର ୬.୫ ମିଟର ଅର୍ଥାତ୍ ୨୧.୩ ଫୁଟ ଚାଲିଥିଲା। NASAର କହିବା ଅନୁସାରେ, ରୋଭର ୪ […]
ଆଗ୍ରା: ବିଶ୍ୱ ପ୍ରସିଦ୍ଧ ଐତିହାସିକ ତାଜମହଲରେ ବୋମା ରଖା ଯାଇଥିବା ସୂଚନା ମିଳିବା ପରେ କିଛି ସମୟ ପାଇଁ ତାଜମହଲକୁ ବନ୍ଦ ରଖା ଯାଇଥିଲା। ତାଜମହଲରେ ବୋମା ରଖା ଯାଇଥିବା ନେଇ ଉତ୍ତର ପ୍ରଦେଶ ପୋଲିସ୍ ହେଲ୍ପ୍ଲାଇନ୍ ନମ୍ବରରେ ଆଜି ସକାଳେ ଏକ ଫୋନ୍ କଲ୍ ଆସିଥିଲା। ଏହାପରେ ତତ୍କ୍ଷଣାତ ପର୍ଯ୍ୟଟକଙ୍କୁ ବାହାରକୁ ବାହାର କରାଯାଇ ଯାଞ୍ଚ କରାଯାଇଥିଲା। ହେଲେ କୌଣସି ବୋମା ମିଳିନଥିଲା ଓ ଖବର ମିଛ ବୋଲି ଜଣାପଡ଼ିଥିଲା। ଉତ୍ତରପ୍ରଦେଶର ଫିରୋଜାବାଦରୁ ଏହି କଲ୍ […]
ଜୁବା(ସାଉଥ୍ ସୁଦାନ): ଦକ୍ଷିଣ ସୁଦାନ ଜୋଙ୍ଗ୍ଲେଇ ଷ୍ଟେଟ୍ରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ୍ ଅଛନ୍ତି। ପ୍ରକୃତରେ କେତେ ଜଣଙ୍କ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ। ମଙ୍ଗଳବାର ଅପରାହ୍ଣରେ ଏହି କମର୍ସିଆଲ୍ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ପିୟରେ ଏୟାରଷ୍ଟ୍ରିପ୍ରୁ ଉଡ଼ାଣ ଭରି ଜୁବା ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବିମାନରେ ୨୪ ଜଣ ଥିଲେ […]
ଡେରାଡୁନ୍: ”ଅଧିକ ଛୁଆ ଜନ୍ମ କଲନି , ଅଧିକ ଚାଉଳ ପାଇଥାଆନ୍ତ’ । ମହିଳାଙ୍କ ଫଟା ଜିନ୍ସ ପିନ୍ଧିବା ଉପରେ ଦେଇଥିବା ବିବାଦ ଥମିନଥିବା ବେଳେ ପିଲାଜନ୍ମ ପାଇଁ ଲୋକଙ୍କୁ ଜ୍ଞାନ ବାଣ୍ଟୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଆଜି ପୁଣି ଏକ କାର୍ଯ୍ୟକ୍ରମରେ ବିବାଦୀୟ ବୟାନ ଦେଇଛନ୍ତି ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ । ମହାମାରୀ ସମୟରେ ଲୋକଙ୍କୁ ଯଦି ଅଧିକ ରାସନ ପାଇବାର ଇଚ୍ଛା ଥିଲା, ତେବେ ସେମାନେ ପୂର୍ବରୁ ଅଧିକ ପିଲା […]
ହାନୋଇ(ଭିଏତନାମ): କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏକ ବିଲ୍ଡିଂର ୧୨ ମହଲାରୁ ଖସି ପଡ଼ିଥିବା ୨ ବର୍ଷର ଶିଶୁ କନ୍ୟାକୁ ମଣିଷରୂପୀ ଭଗବାନ ସାଜି ଉଦ୍ଧାର କରିଛନ୍ତି ଜଣେ ଡେଲିଭରି ଡ୍ରାଇଭର। ସୋସିଆଲ୍ ମିଡିଆରେ ଏହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ। ରବିବାର ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଭିଏତନାମରେ ଏହି ଘଟଣା ଘଟିଥିଲା। ଭିଡିଓକୁ ଦେଖିଲା ପରେ ଲୋକମାନେ ଡ୍ରାଇଭରଙ୍କୁ ବେଶ୍ […]
ନୂଆଦିଲ୍ଲୀ : ଦେଶରେ ପୁଣି କାୟା ମେଲାଉଛି କରୋନା। ରେକର୍ଡ ପରେ ରେକର୍ଡ କରି ଚାଲିଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୯୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୧.୧୬ କୋଟିରୁ ଅଧିକ ହୋଇଯାଇଛି । ତେବେ ସବୁଠାରୁ ଚିନ୍ତାର ବିଷୟ ହେଲା ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଦିନକରେ ୨୧୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା […]