ନୂଆଦିଲ୍ଲୀ: ନିର୍ଭୟାଙ୍କୁ ନ୍ୟାୟ ଦେବାରେ ପ୍ରଚ୍ଛଦପଟର ସେ ହେଲେ ନାୟିକା। ସୀମା ଭିତରେ ଥାଇ ସଫଳତାର ସର୍ବୋଚ୍ଚ ସୀମାକୁ ଛୁଇଁବାରେ ସକ୍ଷମ ହୋଇଛନ୍ତି ଓକିଲ ସୀମା ଖୁସଓ୍ୱା। ଯିଏ ନିର୍ଭୟାଙ୍କୁ ନ୍ୟାୟ ଦେବାକୁ ଦୀର୍ଘ ୭ ବର୍ଷ ୩ ମାସ ଓ ୩ ଦିନ ଧରି ସଂଗ୍ରାମ କରିଚାଲିଥିଲେ। ବହୁ ଘାତ ପ୍ରତିଘାତ ସତ୍ତ୍ୱେ ନିଜେ ଆଇନଗତ ଲଢ଼େଇ ଲଢ଼ିଥିଲେ। ବିନା ସର୍ତ୍ତ ଓ ଟଙ୍କା ଲୋଭ ନରଖି ନିର୍ଭୟାଙ୍କ ବାପା-ମାଆଙ୍କୁ ପ୍ରତି କ୍ଷଣରେ ଆଶା ନହରାଇବାର […]
ନୂଆଦିଲ୍ଲୀ: ଭୟଭୀତ ନ ହୋଇ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଛି ହ୍ୱାଟ୍ସ ଆପ ନମ୍ବର। କରୋନା ମୁକାବିଲା ସତର୍କତାମୂଳକ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ MyGov Corona Helpdesk ପକ୍ଷରୁ ଜାରି ହୋଇଥିବା ହ୍ୱାଟ୍ସ ଆପ୍ ନମ୍ବର ହେଉଛି ୯୦୧୩୧୫୧୫୧୫। କେନ୍ଦ୍ର ସରକାରଙ୍କ ହେଲ୍ପ ଡେସ୍କକୁ ଆପଣ ଏହି ନମ୍ବରରେ ହ୍ୱାଟସ ଆପ୍ କରିପାରିବେ। ୨୪ ଘଣ୍ଟା ମେଡିକାଲ […]
ନୂଆଦିଲ୍ଲୀ: ଶୁକ୍ରବାର ସକାଳ ୫.୩୦ରେ ‘ନିର୍ଭୟା ଦୋଷୀ’ ଫାଶୀ ପାଇବା ନିଶ୍ଚିତ ହୋଇସାରିଛି। ଏହାର କିଛି ଘଣ୍ଟା ପୂର୍ବରୁ ହିଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୋଷୀଙ୍କ ଓକିଲ। ଫାଶୀ ଅଟକାଇବା ପାଇଁ ଦିଲ୍ଲୀର ପଟିଆଲା ହାଇକୋର୍ଟ ମନା କରିଦେବା ପରେ ଦୋଷୀଙ୍କ ଓକିଲ ଏପି ସିଂହ ନିଜ ପକ୍ଷଙ୍କୁ ବଞ୍ଚାଇବାକୁ ଶେଷ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ଏହି ଆବେଦନରେ କୌଣସି ଗୁରୁତ୍ୱ ଏବଂ ପ୍ରାସଙ୍ଗିତା ନଥିବା ଦର୍ଶାଇ କୋର୍ଟ ଏହି ଆବେଦନ ଖାରଜ କରିଛନ୍ତି। […]
ନୂଆଦିଲ୍ଲୀ: ଆସନ୍ତା ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ବିଶ୍ୱ ମହାମାରୀ କରୋନାର ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ‘ସାରା ବିଶ୍ୱରେ କରୋନା ଭାଇରସ୍ ବିଶ୍ୱ ସଙ୍କଟ ଭାବେ ଉଭା ହୋଇଛି। ମୁଁ ଦେଶବାସୀଙ୍କ ପାଖରୁ ଯାହା ଚାହିଁଛି ତାହା ମିଳିଛି। ହେଲେ ଏବେ ମୁଁ ସମସ୍ତ ନାଗରିକଙ୍କ ପାଖରୁ କିଛି ଚାହୁଁଛି। ଆସନ୍ତା ୨୨ […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କୁ ନିଜ ଘରେ କାମ କରିବା ସହିତ ପାଳି କରି ଅଫିସ ଆସିବାକୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।କେନ୍ଦ୍ର ସରକାରଙ୍କ ଅଧିନରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ନିଜ ବାସଭବନରୁ କାର୍ଯ୍ୟ କରିବେ। କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ଗ୍ରୁପ ବି ଓ ଗ୍ରୁପ ସି କର୍ମଚାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଅଫିସକୁ ଆସିବେ। ବଳକା ୫୦ ପ୍ରତିଶତ କର୍ମଚାରୀ ଘରୁ କାମ […]
ବେଜିଂ: ସାରା ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଏବେ କରୋନା ୧୬୨ଟି ଦେଶକୁ ବ୍ୟାପିଥିବା ବେଳେ ଇଟାଲୀର ଅବସ୍ଥା ସାଂଘାତିକ ହୋଇଛି। ଇଟାଲୀରେ କରୋନା ୨୪ ଘଣ୍ଟାରେ ପୁଣି ୩୪୯ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଏଠାରେ ୩୪୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଚାଇନାର ଉହାନରେ ଏହି ଭୂତାଣୁ ସୃଷ୍ଟି ହୋଇଥିଲେ ହେଁ ଗୋଟିଏ ଦିନରେ ଏତେ ସଂଖ୍ୟକ ମୁଣ୍ଡ କେବେ ବି ଗଡ଼ି ନଥିଲା। ଇଟାଲୀ ବ୍ୟତୀତ ଫ୍ରାନ୍ସ ଓ ସ୍ପେନରେ ବି କରୋନା […]
ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିବା। ୪ର୍ଥ ଥର ପାଇଁ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। କିନ୍ତୁ ଫାଶୀ ପୂର୍ବରୁ ଦୋଷୀମାନେ ଗୋଟିଏ ପରେ ଗୋଟିଏ ଚାଲ ଖେଳାଇ ଚାଲିଛନ୍ତି। ତେବେ ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆଉ ଏକ ଆବେଦନ କରିଛି। ଦିଲ୍ଲୀ ହାଇକୋର୍ଟରେ ମୁକେଶ କରିଥିବା ଆଉ ଏକ ଆବେଦନକୁ କୋର୍ଟ […]
ନୂଆଦିଲ୍ଲୀ: ନୌସେନାରେ ନିଯୁକ୍ତ ସଂକ୍ରାନ୍ତ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ନୌସେନାରେ ପୁରୁଷ ଅଫିସରଙ୍କ ପରି ମହିଳା ଅଫିସରଙ୍କୁ ମିଳିବ ସମାନ ଅଧିକାର। ଆଜି ଏହି ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ମହିଳା ନୌସେନାଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ୍ ନିଯୁକ୍ତି। କମାଣ୍ଡ ପୋଷ୍ଟିଂରୁ ବି ବଞ୍ଚିତ ହେବେନି ଯୋଗ୍ୟ ମହିଳା ଅଧିକାରୀ। ନୌସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ନିଯୁକ୍ତି ସଂକ୍ରାନ୍ତ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼। ଏନେଇ କେନ୍ଦ୍ରକୁ ଅବଗତ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂର କ୍ୟୁରେଟିଭ ପିଟିସନକୁ ଆଜି ସୁପ୍ରିମକୋର୍ଟ ପୁଣି ଥରେ ଖାରଜ ଦେଇଛନ୍ତି। ତେବେ ଖାରଜ ପରେ ଫାଶି ହେବା ପକ୍କା ହୋଇଛି। କିନ୍ତୁ ଅନ୍ୟ ୩ ଦୋଷୀ ଅନ୍ତର୍ଜାତୀୟ କୋର୍ଟ(ICJ)ଙ୍କ ଦ୍ୱାରାସ୍ଥ ହୋଇଛନ୍ତି ମୃତ୍ୟୁଦଣ୍ଡ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ମୁକେଶ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମୁକେଶର ଆବେଦନକୁ ଖାରଜ କରିବା ପରେ ଦୋଷୀଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ […]
ନୂଆଦିଲ୍ଲୀ: ସଂସଦ ମଧ୍ୟକୁ ଯିବା ପାଇଁ ଜାରି ହେଲା କଟକଣା। ଆଜି ଠାରୁ ବିଧିବଦ୍ଧ ଭାବେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି। ସଂସଦରେ ମଧ୍ୟକୁ ପ୍ରବେଶ କରୁଥିବା ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ସାଂସଦ ଓ ସାମ୍ବାଦିକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ସେହିପରି ପରିଦର୍ଶକମାନଙ୍କୁ ମଧ୍ୟ ସ୍କ୍ରିନିଂ କରାଯିବା ପରେ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁଛି। ସ୍କ୍ରିନିଂ ବେଳେ ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ଆଜି ଗୃହ ମଧ୍ୟରେ କିଛି […]
ଭୋପାଲ: ମଧ୍ୟପ୍ରଦେଶ ରାଜନୀତିରେ ଆସିଲା ନୂଆ ମୋଡ଼। କରୋନାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ୧୦ ଦିନ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ତେବେ ଘୋଷଣା ପରେ କମଳନାଥ ସରକାର ଆଶ୍ୱସ୍ତ ହୋଇଥିବା ବେଳେ ଏହା ବିରୋଧରେ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟପାଳ ଲାଲାଜୀ ଟଣ୍ଡନ ୧୬ ତାରିଖ ସୋମବାର କମଲନାଥ ସରକାରଙ୍କୁ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ବାଚସ୍ପତି ୨୬ ତାରିଖ ପର୍ଯ୍ୟନ୍ତ ଗୃହକୁ […]
ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭାଇରସ ଯୋଗୁ ଭାରତରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା ସରକାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ କହିଥିଲେ ହେଁ ବେସରକାରୀ ଭାବେ ୧୧୩ରେ ପହଞ୍ଚିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଚାଇନାରେ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗତକାଲି ଉତ୍ତରାଖଣ୍ଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ […]
ନୂଆଦିଲ୍ଲୀ: ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କୋଭିଡ୍-୧୯ ଜରୁରୀକାଳୀନ ଫଣ୍ଡ ବାବଦରେ ଘୋଷଣା କରିଛନ୍ତି। ଏଥିସହିତ ୧୦ ମିଲିଅନ୍ ଆମେରିକୀୟ ଡଲାର ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କରୋନା ମୁକାବିଲା ପାଇଁ ଏକାଠି ହେବେ ଏସୀୟ ରାଷ୍ଟ୍ର। ମୋଦିଙ୍କ ପ୍ରସ୍ତାବରେ ଏକାଠି ହୋଇଛନ୍ତି ଏହି ରାଷ୍ଟ୍ର। ଆଜି ଭିଡିଓ କନ୍ଫରେନ୍ସିଂରେ ମୋଦି ଉଦ୍ବୋଧନ ଆରମ୍ଭ କରିଥିଲେ। ଏହି ଅବସରରେ ସେ ଭାରତ ନେଉଥିବା ପଦକ୍ଷେପ ବାବଦରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଆମେ ଏକାଠି କରୋନାର ମୁକାବିଲା କରିପାରିବା, […]
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଏକାଠି SAARC ରାଷ୍ଟ୍ର ହୋଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ରାଷ୍ଟ୍ରର ମୁଖ୍ୟଙ୍କ ସହ ଭିଡିଓ କନଫେରେସିଂରେ ଆଲୋଚନା କରିଛନ୍ତି। ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଲଡିଭସ୍, ନେପାଳ ଏବଂ ଶ୍ରୀଲଙ୍କା ରାଷ୍ଟ୍ରର ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି। କରୋନା ମୁକାବିଲା ପାଇଁ ସେ ୭ ରାଷ୍ଟ୍ରଙ୍କୁ ଆହ୍ୱାନ ଦେଇଛନ୍ତି। ଭିଡିଓ କନଫେରେସିଂରେ ମୋଦି କହିଛନ୍ତି ଯେ ଆମେ ଏକଜୁଟ ହୋଇ କରୋନା ମୁକାବିଲା କରିବା। ବିକାଶଶୀଳ ରାଷ୍ଟ୍ର ଆଗରେ କରୋନା […]
ଲଇକେରା: ପ୍ରାଚୀନ କାଳର ମଣିଷକୁ ଆପଣମାନେ କେବଳ ଫିଲ୍ମରେ ଦେଖୁଥିବେ। ହେଲେ ସେହି ମଣିଷ ଏବେ ବି ଜୀବିତ। ହୁଏତ ଏହା ଆପଣଙ୍କୁ ଚକିତ କରୁଥିଲେ ବି କଥାଟା ସତ। ଯିଏ କେବଳ ଫଳମୂଳ ଖାଇ ଉଲ୍ଲଗ୍ନ ବେଶରେ ଜଙ୍ଗଲରେ ଘୁରି ବୁଲୁଛନ୍ତି। ସେହି ମଣିଷ ଯେତିକି ସମାଜ ଆଖିରେ ଯେତିକି ଅପରିଚିତ ସେତିକି ଅଦ୍ଭୁତ। କହିବାକୁ ଗଲେ ଏକବିଂଶ ଶତାବ୍ଦୀର ଟାର୍ଜନ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଗୋପାଳ ନାଏକ। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ […]
ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭାରତକୁ ଗ୍ରାସିବାରେ ଲାଗିଛି। ହେଲେ ଏନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ। କରୋନା ମୁକାବିଲା ପାଇଁ ଭାରତ ନିକଟରେ ପାଖାପାଖି ମାସେ ସମୟ ରହିଛି। କରୋନା ଭୟାବହତାକୁ ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। କରୋନା ସଂକ୍ରମଣରେ ଭାରତ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି। ଅର୍ଥାତ୍ ବିଦେଶରୁ ସଂକ୍ରମିତ ହୋଇ ଆସିଥିବା ଲୋକଙ୍କଠାରୁ ଏହା କେବଳ ସେମାନଙ୍କ ପରିବାର ସଦସ୍ୟଙ୍କୁ ଡେଇଁଛି। ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ବହୁଳ ସଂକ୍ରମଣଠାରୁ ଭାରତ ଏବେ ନିରାପଦ […]
ନୂଆଦିଲ୍ଲୀ: ଖରାରେ ବୁଲିଲେ ଓ ଉଷୁମ ପାଣି ପିଇଲେ କରୋନା ହେବନି। ଗତ କିଛି ଦିନ ଧରି ୟୁନିସେଫ ନାଁରେ ଏମିତି କଥା ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ଏହି ନୋଟିସ ବେଙ୍ଗାଲୁରୁ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସର ନୋଟିସ ବୋର୍ଡରେ ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ଉଲ୍ଲେଖ କରାଯାଇଛି, କରୋନା ଭାଇରସର ଆକାର ବଡ଼ ଓ ଏହାର କୋଷ ୪୦୦ରୁ ୫୦୦ ମାଇକ୍ରୋ ହୋଇଥିବାରୁ ଯେକୌଣସି ମାସ୍କ ପିନ୍ଧିଲେ ଏହା ପ୍ରବେଶ କରିପାରିବ […]
ନୂଆଦିଲ୍ଲୀ: ପ୍ରାଣଘାତୀ କରୋନାରେ ଭାରତରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀର ଜନକପୁରୀର ଜଣେ ୬୯ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ଭାରତରେ କରୋନାରେ ଦ୍ୱିତୀୟ ମୁଣ୍ଡ ଗଡ଼ିଥିବା ବେଳେ ଦିଲ୍ଲୀରେ ଏହା ପ୍ରଥମ ଘଟଣା। […]
ନୂଆଦିଲ୍ଲୀ: ୟେସ ବ୍ୟାଙ୍କର ପୁନରୁଦ୍ଧାର ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଦେବାଳିଆ ସ୍ଥିତିରୁ ୟେସ ବ୍ୟାଙ୍କକୁ ଉଦ୍ଧାର କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦେବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ରିଜର୍ଭ ବ୍ୟାଙ୍କର ପ୍ରସ୍ତାବ ଭିତ୍ତିରେ ୟେସ ବ୍ୟାଙ୍କକୁ ସହାୟତା କରାଯିବ। ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନକୁ ଷ୍ଟେଟ ବ୍ୟାଙ୍କ କିଣିବ। ଏହାସହ ବାକି ଅଂଶଧନ କିଣିବା ଲାଗି ନିବେଶକମାନଙ୍କୁ ଆହ୍ୱାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଜମାକାରୀଙ୍କ ସ୍ୱାର୍ଥକୁ […]