• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନୟାଗଡ:  ସରୋଜର କାରାନାମା ସମ୍ପର୍କରେ ଜାଣିଥିଲେ ପରିବାର ଲୋକେ। କିଛି ଏମିତି କଥା କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପରିବାରର କେହି ଜଣେ ସଦସ୍ୟ ଜାଣିଥିଲେ। ପରିବାରର କେହି ନା କେହି ଏହା ସମ୍ପର୍କରେ ଜାଣିଛନ୍ତି ବୋଲି କହିଲେ ବୋଥ୍ରା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତଦନ୍ତ କରୁଛୁ, ସବୁ କଥା ଜଣାପଡିବ। ପରିବାର ସଦସ୍ୟ ଏ ସମ୍ପର୍କରେ କେବେ ଜାଣିଥିଲେ ତାହାର ତଦନ୍ତ ଚାଲିଛି।

ସରୋଜ ପୋଲିସର ତଦନ୍ତକୁ ପୂରା ଟ୍ରାକିଂ କରୁଥିଲା । ଏମିତି କି ମୋ ସମ୍ପର୍କରେ ଗୁଗୁଲରେ ସେ ବହୁତ ଅନୁସନ୍ଧାନ କରିଥିବା କହିଛନ୍ତି ଅରୁଣ। ଏହାସହ ମୁଁ ତାହା ବିଷୟରେ ଯେତିକି ଜାଣିନାହିଁ ତାହାଠୁ ଅଧିକ ସେ ମୋ ବିଷୟରେ ଜାଣିଛି ବୋଲି କହିଛନ୍ତି ବୋଥ୍ରା। ଏମିତିକି ଏସଆଇଟି କେମିତି ତଦନ୍ତ କରୁଛି ତାହାକୁ ମଧ୍ୟ ନ୍ୟୁଜରେ ପ୍ରତିଦିନ ସରୋଜ ଦେଖୁଥିବା କଥା କହିଛନ୍ତି ଅରୁଣ। କେବଳ ଏତିକି ନୁହେଁ ବରଂ ରିମାଣ୍ଡ ବେଳେ କେମିତି ସରୋଜର ବ୍ୟବହାର ଥିଲା ସେନେଇ ବି ପ୍ରତିକ୍ରିୟା ରଖିଛନ୍ତି ବୋଥ୍ରା। ସେ କହିଛନ୍ତି ଯେ, କେତେବେଳେ ରାଗୁଛି ତ ପୁଣି କେତେବେଳେ ସ୍ୱାଭାବିକ ଭାବରେ କଥା ହେଉଛି ସରୋଜ ବୋଲି ସେ କହିଛନ୍ତି।

ନୟାଗଡ ପରୀ ହତ୍ୟା ମାମଲାରେ ଘଣ୍ଟାକୁ ଘଣ୍ଟା କିଛି ନା କିଛି ନୂଆ ତଥ୍ୟ ଆସିବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ, ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଛି ସରୋଜ। ହତ୍ୟା ଘଟିଥିବା ସ୍ଥାନ ଅର୍ଥାତ ଯଦୁପୁରକୁ ନେଇ ସରୋଜକୁ ଡେମୋ କରାଇଲା ଏସଆଇଟି। ପୋଖରୀ କୂଳରେ ଘଟଣା ସମ୍ପର୍କରେ ପୂରା କଥା ବର୍ଣ୍ଣନା କଲା ସରୋଜ। ତେବେ ଘଟଣା ସ୍ଥଳରେ ଟିକିନିଖି ପଚାରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏବଂ ଏସଆଇଟି ସାମ୍ନାରେ ଗୋଟି ଗୋଟି ଘଟଣା ଦେଖାଉଛି ସରୋଜ।

ପଢନ୍ତୁ :

ଗାମୁଛା କହିବ ହତ୍ୟାକାଣ୍ଡର କଳା କାହାଣୀ?

ପରୀ ମାମଲାରେ ପୁଣି ଏକ ମହାଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବୋଥ୍ରା କହିଛନ୍ତି ଯେ, ପରୀର କୌଣସି ହାଡ ନିଖୋଜ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ନଥିବା କଥା କୁହାଯାଇନାହିଁ। ହାଡ ମିଳିନଥିବା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ କିଛି କହିନାହାନ୍ତି ବୋଲି ବୋଥ୍ରା କହିଛନ୍ତି। ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା। ଡିଏନଏ ଟେଷ୍ଟ କରିବା ଲାଗି ଡାକ୍ତରମାନେ କିଛି ହାଡ ପଠାଇଥିଲେ ବୋଲି ଅରୁଣ କହିଛନ୍ତି ।

Did-the-family-know-about-the-fairys-murder
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories