ନୂଆଦିଲ୍ଲୀ: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍ଡାଉନ୍। ଏହା ଯୋଗୁଁ ଘରୋଇ ହିଂସା ବୃଦ୍ଧି ପାଇଛି। କାରଣ ଜାତୀୟ ମହିଳା କମିଶନଙ୍କ ସୂଚନା ଅନୁସାରେ, ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ ହେବା ପରଠୁ ୨୫୦ରୁ ଅଧିକ ଅଭିଯୋଗ କମିଶନଙ୍କ ହସ୍ତଗତ ହୋଇଛି। ସେଥିମଧ୍ୟରୁ ୬୯ଟି ଘରୋଇ ହିଂସା ସମ୍ପର୍କିତ ରହିଛି। ଏଭଳି ମାମଲାରେ ଆଶାତୀତ ବୃଦ୍ଧିକୁ ଚିନ୍ତାପ୍ରକଟ କରିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା। ମାର୍ଚ୍ଚ ୨୪ ପରଠୁ ମହିଳାଙ୍କ ବିରୋଧରେ ୨୫୭ଟି ଅଭିଯୋଗ କମିଶନଙ୍କ ହସ୍ତଗତ […]
କେରଳ: ସାରା ଦେଶରେ ଲକ୍ଡାଉନ୍ ହୋଇଥିବା ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। କେରଳର ଏକ ଆଦିବାସୀ ଗାଁରେ ଅନେକ ଦିନ ଲୋକେ ଭୋକ ଉପାସରେ ରହିଥିବାବେଳେ ଏମାନଙ୍କ ପାଇଁ ଆଶାର କିରଣ ହୋଇଛନ୍ତି ବିଧାୟକ ଓ ଜିଲ୍ଲାପାଳ। କେରଳର ପଥନମଥିତାର ପାହାଡ଼ ଜଙ୍ଗଲ ଘେରା ଗାଁରେ ରହିଛନ୍ତି ଅନେକ ଆଦିବାସୀ। ତେବେ ସହର ଠାରୁ କାହିଁ କେତେ ଦୂରରେ ରହିଛି ଏହି ଗାଁ। ତେବେ ଏହି ଗାଁର ୩୭ଟି ପରିବାର ଲକଡାଉନ ଯୋଗୁଁ ବନ୍ଦୀ ହୋଇ […]
ଲକ୍ଷ୍ନୌ: ନୋଭେଲ କରୋନା ଭୂତାଣୁ ଆତଙ୍କ ଆପଣାରମାନଙ୍କୁ ଦୂରେଇ ଦେଉଥିବାବେଳେ ଉତ୍ତରପ୍ରଦେଶର ବୁଲନ୍ଦଶେହର ଜିଲ୍ଲାରେ କିନ୍ତୁ ଦୁଇ ସମ୍ପ୍ରଦାୟକୁ ଏକାଠି କରିଛି। ସାରା ଦେଶ ଲକ୍ଡାଉନ୍ ଥିବା ବେଳେ ହିନ୍ଦୁ-ମୁସଲମାନ ଭାଇଚାରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଜଣେ ହିନ୍ଦୁ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ଥାନୀୟ ମୁସଲମାନ ଭାଇମାନେ ଲକ୍ଡାଉନ୍ ପରିସ୍ଥିତିରେ ମଧ୍ୟ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ କରିଛନ୍ତି। ଏଭଳି ଭାଇଚାରାର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଘଟଣାଟି ଆନନ୍ଦବିହାର ଅଞ୍ଚଳର। ଏଠାରେ […]
ନୂଆଦିଲ୍ଲୀ: ଏଣିକି ଯେକୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇଲେ ଅତିରିକ୍ତ ଟଙ୍କା ଗଣିବାକୁ ପଡ଼ିବନି। ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହା ଆଗାମୀ ୩ ମାସ ଯାଏ ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏଥିସହ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍ ବାଲାନ୍ସ ମେଣ୍ଟେନ୍ କରିବା ପଡ଼ିବନି। କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଘୋଷଣା କରିଛନ୍ତି। ବର୍ତ୍ତମାନ […]
ଭୋପାଲ: ବିଜେପିର ଶିବରାଜ ସିଂହ ଚୌହାନ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନଠାରେ ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ତେବେ ଅନେକ ଦିନର ହଟଚମଟ ପରେ ବିଜେପିର ଶିବରାଜ ସିଂହ ଚୌହାନ ଆଜି ରାତି ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଆଜି ରାତିରେ ଶିବାରାଜ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଥିଲା। ଏହା ପୂର୍ବରୁ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ […]
ଜେନେଭା: ଫାଶି ଦଣ୍ଡକୁ ବନ୍ଦ କରିବା ପାଇଁ ଜାତିସଂଘ ସାରା ବିଶ୍ୱକୁ ଆହ୍ୱାନ ଦେଇଛନ୍ତି। ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାର ୪ ଦୋଷୀଙ୍କୁ ପାଶୀ ଦିଆଯିବା ପରେ ଜାତିସଂଘ ଏପରି ମତ ରଖିଛି। ଏକବିଂଶ ଶତାବ୍ଦୀରେ ଫାଶୀର କୌଣସି ସ୍ଥାନ ନାହିଁ ବୋଲି ଜାତିସଂଘ କହିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍ରେସ୍ଙ୍କ ମୁଖପାତ୍ର ଷ୍ଟେଫାନ୍ ଡୁଜାରିକ୍ କହିଛନ୍ତି, ଆମେ ଫାଶିକୁ ନେଇ ସ୍ପଷ୍ଟ ମତ ରଖି ଆସିଛୁ ଯେ ସମସ୍ତ ଦେଶ ଫାଶୀ ଦଣ୍ଡ […]