ନୂଆଦିଲ୍ଲୀ: ୨୧ ଦିନିଆ ଲକ୍ଡାଉନ୍ ଘୋଷଣା ପରେ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି। ତେବେ ସ୍ଥିତି ସମୀକ୍ଷା ପରେ ସ୍କୁଲ ଓ କଲେଜ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ କହିଛନ୍ତି। କେବେ ସ୍କୁଲ ଖୋଲିବ, ଏପ୍ରିଲ୍ ୧୪ରେ କରୋନା ସ୍ଥିତି ସମୀକ୍ଷା ପରେ ଏନେଇ ନିଷ୍ପତ୍ତି ନେବ କେନ୍ଦ୍ର। ଦେଶବ୍ୟାପୀ ଚାଲିଥିବା ୨୧ ଦିନିଆ ଲକ୍ଡାଉନ୍ ଏପ୍ରିଲ ୧୪ରେ ସରିବା ପରେ, ଦେଶରେ କରୋନା […]
ଲଗାଣ ବର୍ଷା ପରେ ଏବେ ଉତ୍ତର ଭାରତରେ ସୃଷ୍ଟି ହୋଇଛି ଧ୍ୱଂସର ଲୀଲା । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଶହ ଶହ ସଂଖ୍ୟାରେ ଘର ଭାଙ୍ଗିଛି ।
ନୂଆଦିଲ୍ଲୀ: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍ଡାଉନ୍। ଏହା ଯୋଗୁଁ ଘରୋଇ ହିଂସା ବୃଦ୍ଧି ପାଇଛି। କାରଣ ଜାତୀୟ ମହିଳା କମିଶନଙ୍କ ସୂଚନା ଅନୁସାରେ, ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ ହେବା ପରଠୁ ୨୫୦ରୁ ଅଧିକ ଅଭିଯୋଗ କମିଶନଙ୍କ ହସ୍ତଗତ ହୋଇଛି। ସେଥିମଧ୍ୟରୁ ୬୯ଟି ଘରୋଇ ହିଂସା ସମ୍ପର୍କିତ ରହିଛି। ଏଭଳି ମାମଲାରେ ଆଶାତୀତ ବୃଦ୍ଧିକୁ ଚିନ୍ତାପ୍ରକଟ କରିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା। ମାର୍ଚ୍ଚ ୨୪ ପରଠୁ ମହିଳାଙ୍କ ବିରୋଧରେ ୨୫୭ଟି ଅଭିଯୋଗ କମିଶନଙ୍କ ହସ୍ତଗତ […]
କେରଳ: ସାରା ଦେଶରେ ଲକ୍ଡାଉନ୍ ହୋଇଥିବା ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। କେରଳର ଏକ ଆଦିବାସୀ ଗାଁରେ ଅନେକ ଦିନ ଲୋକେ ଭୋକ ଉପାସରେ ରହିଥିବାବେଳେ ଏମାନଙ୍କ ପାଇଁ ଆଶାର କିରଣ ହୋଇଛନ୍ତି ବିଧାୟକ ଓ ଜିଲ୍ଲାପାଳ। କେରଳର ପଥନମଥିତାର ପାହାଡ଼ ଜଙ୍ଗଲ ଘେରା ଗାଁରେ ରହିଛନ୍ତି ଅନେକ ଆଦିବାସୀ। ତେବେ ସହର ଠାରୁ କାହିଁ କେତେ ଦୂରରେ ରହିଛି ଏହି ଗାଁ। ତେବେ ଏହି ଗାଁର ୩୭ଟି ପରିବାର ଲକଡାଉନ ଯୋଗୁଁ ବନ୍ଦୀ ହୋଇ […]
ଲକ୍ଷ୍ନୌ: ନୋଭେଲ କରୋନା ଭୂତାଣୁ ଆତଙ୍କ ଆପଣାରମାନଙ୍କୁ ଦୂରେଇ ଦେଉଥିବାବେଳେ ଉତ୍ତରପ୍ରଦେଶର ବୁଲନ୍ଦଶେହର ଜିଲ୍ଲାରେ କିନ୍ତୁ ଦୁଇ ସମ୍ପ୍ରଦାୟକୁ ଏକାଠି କରିଛି। ସାରା ଦେଶ ଲକ୍ଡାଉନ୍ ଥିବା ବେଳେ ହିନ୍ଦୁ-ମୁସଲମାନ ଭାଇଚାରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଜଣେ ହିନ୍ଦୁ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ଥାନୀୟ ମୁସଲମାନ ଭାଇମାନେ ଲକ୍ଡାଉନ୍ ପରିସ୍ଥିତିରେ ମଧ୍ୟ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ କରିଛନ୍ତି। ଏଭଳି ଭାଇଚାରାର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଘଟଣାଟି ଆନନ୍ଦବିହାର ଅଞ୍ଚଳର। ଏଠାରେ […]