ନୂଆଦିଲ୍ଲୀ : ଟୁଲକିଟ୍ ପ୍ରସଙ୍ଗରେ ଟୁଇଟରକୁ କେନ୍ଦ୍ର ସରକାରଙ୍କ ଚେତାବନୀ। ଯେତେବେଳେ ଟୁଲକିଟ୍କୁ ନେଇ ତଦନ୍ତ ଚାଲିଛି ସେତେବେଳେ ଏହି ଟୁଇଟର ଏହାକୁ ମାନିପୁଲେଟେଡ୍ ମିଡିଆ ଟାଗ୍ ଦେବା ଗ୍ରହଣୀୟ ନୁହେଁ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଟୁଇଟର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ। ଏହା କୌଣସି ତଦନ୍ତକାରୀ ସଂସ୍ଥା ନୁହେଁ। ତେଣୁ ତଦନ୍ତ ପ୍ରକ୍ରିୟାକୁ ବାଧାପ୍ରାପ୍ତ ନ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ସରକାର। […]
ଭୋପାଳ: ମାନବିକତା ଦେଖାଇଲେ ଆରପିଏଫ୍ କନେଷ୍ଟବଳ। ରେଲୱେ ଷ୍ଟେସନରେ ଦୌଡି ଦୌଡି ସେ ଜଣେ ମହିଳା ଯାତ୍ରୀଙ୍କୁ କ୍ଷୀର ଯୋଗାଇ ଦେଇଛନ୍ତି। ଉତ୍ତରପ୍ରଦେଶର ଗୋରଖପୁର ଯାଉଥିବା ଏକ ଟ୍ରେନ୍ ଭୋପାଳ ଷ୍ଟେସନରେ କିଛି ସମୟ ପାଇଁ ଅଟକି ଥିଲା। ଏହି ସମୟରେ ସାଫିଆ ହାସମି ନାମକ ଜଣେ ମହିଳା ଚାରିବର୍ଷର ଶିଶୁ ପାଇଁ କ୍ଷୀର ଯୋଗାଇ ଦେବାକୁ ଆରପିଏଫ୍ କନେଷ୍ଟବଳ ଇନ୍ଦର ସିଂ ଯାଦବଙ୍କୁ ଅନୁରୋଧ କରିଥିଲେ। ଇନ୍ଦର ସିଂ କ୍ଷୀର ସଂଗ୍ରହ କରି ଆଣିବା ବେଳକୁ […]