ଭୁବନେଶ୍ୱର: କୋଭିଡ ଟେଷ୍ଟିଂ ପ୍ରକ୍ରିୟା ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ। ସବୁ ଜିଲ୍ଲାପାଳ ଓ CDMOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ବିଭାଗ ACS। ଏଥିରେ ଉଲ୍ଲେଖ ହୋଇଛି ଯେ, ଟେଷ୍ଟିଂ ସେଣ୍ଟରରେ ସାମ୍ପଲ ସଂଗ୍ରହ ବେଳେ ସାମାଜିକ ଦୂରତ୍ୱ ବାଞ୍ଛନୀୟ। ରିପୋର୍ଟ ଆସିବା ଯାଏ ସାମ୍ପୁଲ ଦେଇଥିବା ଲୋକକୁ କ୍ୱାରେଣ୍ଟାଇନରେ ରହିବାକୁ ହେବ। ଏନେଇ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯେଉଁଦିନ RTPCR ସାମ୍ପୁଲ ସଂଗ୍ରହ ହେବ, ସେହିଦିନ ଲ୍ୟାବକୁ ପଠାଇବାକୁ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ରେଲେଓ୍ୱର ବଡ଼ ନିଷ୍ପତ୍ତି। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଦେଶରେ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍। ନିର୍ଦ୍ଦିଷ୍ଟ ସମୟ ସାରଣୀରେ ଚାଲୁଥିବା ସମସ୍ତ ମେଲ୍-ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ବାତିଲ କରିଛି ଇଣ୍ଡିଆନ୍ ରେଲେଓ୍ୱ। ଆସନ୍ତା ଜୁଲାଇ ୧ତାରିଖରୁ ଅଗଷ୍ଟ ୧୨ ତାରିଖ ମଧ୍ୟରେ ସବୁ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ପୂର୍ବରୁ ବୁକିଂ ହୋଇଥିବା ସମସ୍ତ ଟିକେଟ୍ ବାବଦ ଅର୍ଥ ଫେରାଇ ଦିଆଯିବା […]
ଭୁବନେଶ୍ୱର: ଝାରସୁଗୁଡ଼ା କୋର୍ଟକୁ ସିଲ୍ କରାଯାଇଛି। ଏକାଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋର୍ଟ କଂପ୍ଲେକ୍ସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟ କଂପ୍ଲେକ୍ସକୁ ସିଲ୍ କରାଯାଇଛି। ଏନେଇ ଝାରସୁଗୁଡ଼ା ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା କୋର୍ଟର ବିଚାର ବିଭାଗୀୟ ପରିସର ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି। ଏଥିସହ କୋର୍ଟ ପରିସରକୁ ସପ୍ତାହେ ପାଇଁ […]
କୋରାପୁଟ: ବିବାହ ଉତ୍ସବ ଚାଲିଥିବା ବେଳେ ଚଢ଼ାଉ କଲା ପୋଲିସ। ଆଦାୟ କଲା ମୋଟା ଅଙ୍କର ଜୋରିମାନା। ଏଭଳି ଘଟଣା ପୁଣି ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାର ଗାଁରେ। ଏକି ବିବାହ ଉତ୍ସବ ଚାଲିଥିବାଳେ କୋଭିଡ ନିୟମ ଉଲ୍ଲଂଘନ କରାଯାଇଥିବା ଦେଖାଯାଇଥିଲା। ବିବାହ ଉତ୍ସବରେ ସାମିଲ ହୋଇଥିବା କୌଣସି ଜଣେ ବି ଲୋକ ମାସ୍ମ ପିନ୍ଧି ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ନଥିଲା। ଏମିତିକି କରୋନା ଗାଇଡ ଲାଇନ ଅନୁଯାୟୀ […]
ଭୁବନେଶ୍ୱର: କେନ୍ଦ୍ରୀୟ ଫୋର୍ସ ପାଉଣା ଛାଡ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରୀୟ ଫୋର୍ସ ପାଇଁ ଓଡ଼ିଶାକୁ ୪୫୬୧ କୋଟି ଦେବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଚିଠି କରିଛି। ତେବେ ଏହାକୁ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମାଓ ମୁକାବିଲା ପାଇଁ ଓଡ଼ିଶା ସୀମିତ ସମ୍ବଳରୁ ନିଜସ୍ୱ ଫୋର୍ସ ସୃଷ୍ଟି କରିଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ତା’ସହ ମାଓ ମୁକାବିଲା ପାଇଁ ଓଡ଼ିଶା […]
ନୂଆଦିଲ୍ଲୀ: ଏୟାର୍-ଟୁ-ଏୟାର୍ ମିଜାଇଲ୍ ପାଇଥନ୍-୫ର ସଫଳ ପରୀକ୍ଷଣ। ପ୍ରଥମ ଥର ପାଇଁ ଏହି ପଞ୍ଚମ ପିଢ଼ି କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଡିଆରଡିଓ। ଭାରତର ସ୍ୱଦେଶୀ ହାଲୁକା ଲଢ଼ୁଆ ବିମାନ ତେଜସରେ ଏହାର ପରୀକ୍ଷଣ କରାଯାଇଛି। ମଙ୍ଗଳବାର ଗୋଆରେ ପାଇଥନ୍ ଫାଇଭ୍ ସହିତ ଡର୍ବି ମିଜାଇଲ୍ ଆଦିର ମଧ୍ୟ ପରୀକ୍ଷଣ ସଫଳ ହୋଇଛି। ପାଇଥନ୍ ମିଜାଇଲ୍ ଯୋଜନା ମୁତାବକ ଟାର୍ଗେଟକୁ ହିଟ୍ କରିବାରେ ଶତ ପ୍ରତିଶତ ସଫଳ ହୋଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାପରେ ପରୀକ୍ଷଣରେ […]
ଭୁବନେଶ୍ୱର: ସିଲ ହେଲା ମାର୍କେଟ ବିଲ୍ଡିଂ। କରୋନା ଗାଇଡଲାଇନକୁ ଉଲଂଘନ କରିଥିବାରୁ ମାର୍କେଟ ବିଲ୍ଡିଂକୁ ସିଲ କରିଛି ବିଏମସି। ୪୮ ଘଣ୍ଟା ପାଇଁ ଏହାକୁ ସିଲ କରାଯାଇଛି। DCP ଓ BMC ଜୋନାଲ କମିଶନରଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି। ତେବେ ବୁଧବାର ସନ୍ଧ୍ୟାରୁ ଏହାକୁ ସିଲ୍ କରାଯାଇଛି। ଶନିବାର ଓ ରବିବାର ସଟଡାଉନ ରହିବା ପରେ ସୋମବାରଠାରୁ ମାର୍କେଟ ବିଲ୍ଡିଂ ଖୋଲାଯିବ ବୋଲି କୁହାଯାଉଛି। ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧିନଥିବା, ସାମାଜିକ ଦୂରତା ବଜାୟ […]
ନୂଆଦିଲ୍ଲୀ: ଲଗାତର ୧୬ ଦିନ ଧରି ତୈଳ ଦର ବୃଦ୍ଧି ପାଇଛି। ସୋମବାର ପେଟ୍ରୋଲ ଲିଟର୍ ପିଛା ୩୩ ପଇସା ଏବଂ ଡିଜେଲ୍ ଦର ଲିଟର୍ ପିଛା ୫୮ ପଇସା ବୃଦ୍ଧି ପାଇଛି। ଯାହା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୯ ଟଙ୍କା ୨୩ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ୍ ଦର ୭୮.୮୫ ପଇସାରେ ପହଞ୍ଚିଛି। ତେବେ ବଡ଼ କଥା ହେଉଛି ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୮୦ ଟଙ୍କା ଅତିକ୍ରମ କରିଛି। ଭୁବନେଶ୍ୱରରେ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ଏଥିରୁ ମୁକ୍ତି ଦେବାକୁ ଆସିଛି ଔଷଧ। କରୋନା ଭଲ କରୁଥିବା ଔଷଧ ପ୍ରସ୍ତୁତ କରିଛି ଦେଶର ଅନ୍ୟତମ ବଡ଼ ଫାର୍ମା କଂପାନି ଗ୍ଲେନମାର୍କ ଫାର୍ମାସିୟୁଟିକାଲ୍ସ। ଫାବି ଫ୍ଲୁ ନାଁରେ ପ୍ରସ୍ତୁତ ଏହି ମେଡିସିନ୍ କ୍ଲିନିକାଲ୍ ଟ୍ରାଏଲରେ ସଫଳ ହେବା ପରେ ପ୍ରସ୍ତୁତି ଓ ବିକ୍ରି ପାଇଁ ସ୍ୱୀକୃତି ପାଇଛି। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆର ସ୍ୱୀକୃତି ପରେ ଗ୍ଲେନମାର୍କ ଔଷଧ ଉତ୍ପାଦନ […]
ଜାମ୍ମୁ: କ୍ୟାମେରାରେ କଏଦ ହେଲା ଆତଙ୍କୀର ଗତିବିଧି। ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ, ଏକ ଘରେ ପଶିଥିବା ଆତଙ୍କୀଙ୍କ ଗତିବିଧି କ୍ୟାମେରାରେ କଏଦ ହୋଇଛି। ସଶସ୍ତ୍ର ଆତଙ୍କୀ ଏକ ଘରର ଛାତ ଉପରେ ବୁଲୁଥିବା ଦେଖିବାକୁ ମିଳିଛି। ଶ୍ରୀନଗର ଜାଦିବଲ୍ ଅଞ୍ଚଳରେ ଏକ ଘରେ ଏକାଧିକ ଆତଙ୍କବାଦୀ ପଶିଥିବା ଖବର ପାଇଁ ସୁରକ୍ଷା କର୍ମୀ ଅପରେସନ୍ ଆରମ୍ଭ କରିଥିଲେ। ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସମସ୍ତ ୩ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର। […]
ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ନିକଟରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଥିଲା। ଯାହା ପରେ ଚୀନ୍ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସର୍ବଦଳୀୟ ବୈଠକ ଡକାଇଥିଲେ। ବୈଠକ ପରେ ମୋଦି ଚୀନ୍ ଉପରେ ବର୍ଷିଥିବା ବେଳେ ଭାରତୀୟ ସେନାକୁ ସଲାମ୍ କରିଛନ୍ତି। ମୋଦି କହିଛନ୍ତି, “ଆମ ସୀମାରେ କେହି ଅନୁପ୍ରବେଶ କରିନାହାନ୍ତି କି ଆମର କୌଣସି ପୋଷ୍ଟ କାହାରି କବଜାରେ ନାହିଁ। ଆମର ଇଞ୍ଚେ ବି ଜମି ଉପରେ […]