ନୂଆଦିଲ୍ଲୀ: ପୂର୍ବ ଲଦାଖ ନିକଟ LAC ବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦର ସମାଧାନ ଲାଗି ଉଭୟ ଦେଶ କୁଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରଖିବେ। ଆଜି ଦୁଇ ଦେଶର ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ପରେ ଏହି ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜିର ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକରେ ଭାରତ ପକ୍ଷରୁ 14 କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର […]
ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍ରେ ୯୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବିର ନିବେଶକାରୀ ସଂସ୍ଥା ମୁବାଦଲା। ଗତ ଛଅ ସପ୍ତାହରେ ବିଶ୍ୱସ୍ତରୀୟ ନିବେଶକଙ୍କଠାରୁ ୮୭,୬୫୫.୩୫ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ଜିଓ ପ୍ଲାଟଫର୍ମସ୍। ଭାରତକୁ ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ରାଷ୍ଟ୍ରରେ ପରିଣତ କରିବା ଲାଗି ଜିଓର ରହିଥିବା ଲକ୍ଷ୍ୟକୁ ଏହି ନିବେଶ ଆହୁରି ରୁଦ୍ଧିମନ୍ତ ଓ ତ୍ୱରାନ୍ୱିତ କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ […]
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ କରୋନା ପୀଡିତମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କାର୍ଯ୍ୟ କରୁଛନ୍ତି। ରୋଗୀମାନଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିବାଠାରୁ ଆରମ୍ଭ କରି ଅମ୍ଳଜାନ, ଔଷଧ, ଆମ୍ବୁଲାନ୍ସ ପର୍ଯ୍ୟନ୍ତ ସୋନୁ ଦେଶର ପ୍ରତ୍ୟେକ କୋଣର କରୋନା ପୀଡିତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ, ଏତେ ପରିଶ୍ରମ ପରେ ମଧ୍ୟ କିଛି ରୋଗୀଙ୍କୁ ବଞ୍ଚାଇ ନ ପାରିବା ନେଇ ଅଭିନେତା ନିଜର ନିରାଶା ପ୍ରକାଶ କରିଛନ୍ତି। ଅଭିନେତା ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ […]
କାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଏନକାଉଣ୍ଟର୍। ରାଜୌରୀ ଜିଲ୍ଲା କାଲାକୋଟରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ। କାଲାକୋଟରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଗତକାଲି ରାତିରୁ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସିଆରପିଏଫ୍, ରାଜ୍ୟ ପୋଲିସର ମିଳିତ ଅପରେସନରେ ଏହି ଏନକାଉଣ୍ଟର ହୋଇଛି। ତେବେ ଅଞ୍ଚଳରେ ଏବେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିଛି। ଯାହା ପରେ ପୁରା ଅଞ୍ଚଳକୁ କଡ୍ରନ୍ କରି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। […]
ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣରେ କ୍ରମାଗତ ହ୍ରାସ ଘଟୁଛି। ଏଥି ସହିତ କରୋନାରୁ ଜୀବନ ହରାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ହ୍ରାସପାଉଛି। ତଥାପି ବିପଦ ଏବେ ବି ରହିଛି। ସେପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଉ ଏକ ସପ୍ତାହ ପାଇଁ ରାଜ୍ୟରେ ତାଲାବନ୍ଦ ଘୋଷଣା କରିଛନ୍ତି। ବର୍ତ୍ତମାନ ଦିଲ୍ଲୀରେ ମେ ୩୧ ସକାଳ ୫ଟା ପର୍ଯ୍ୟନ୍ତ ତାଲାବନ୍ଦ ଲାଗୁ ରହିବ। ପ୍ରକାଶ ଥାଉଯେ ୧୮ ଏପ୍ରିଲରୁ ଦିଲ୍ଲୀରେ ଆରମ୍ଭ ହୋଇଥିବା […]