ନୂଆଦିଲ୍ଲୀ: ସାରା ଦେଶରେ ଅଗଷ୍ଟ ମାସ ପରେ ଖୋଲିପାରେ ସ୍କୁଲ୍, କଲେଜ। ଏନେଇ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ନିଶାଙ୍କ ପୋଖରିଆଲ ନିଶଙ୍କ। ମାର୍ଚ୍ଚ ୧୬ରୁ ବନ୍ଦ ହୋଇଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ଅଗଷ୍ଟ ମାସ ପରେ ଖୋଲିବା ନେଇ ଯୋଜନା କରାଯାଉଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସାମାଜିକ ଦୂରତା ରଖି ଗ୍ରୀନ ଓ ଓରେଞ୍ଜ ଜୋନରେ ଥିବା ଶିକ୍ଷାନୁଷ୍ଠାନ ପ୍ରଥମେ ଖୋଲାଯିବ। ଦୁଇଟି ସିଫ୍ଟରେ ସ୍କୁଲ, କଲେଜରେ […]
ନ୍ୟୁୟର୍କ: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋଏ ବିଡେନ୍ ହେବେ ଡେମୋକ୍ରେଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ତାଙ୍କୁ ଦଳ ତରଫରୁ ମନୋନୟନ କରାଯାଇଛି। ଆସନ୍ତା ନଭେମ୍ବର ମାସରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିରେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଲଢିବେ। ତେବେ ଡେମୋକ୍ରାଟିକ ପାର୍ଟିରେ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଗତ ଶୁକ୍ରବାର ଆୟୋଜିତ ଏକ ସଭାରେ ଜୋଏ ଆମେରିକାର ଜବ୍ ରିପୋର୍ଟକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ସମାଲୋଚନା କରିଥିଲେ। ଏହାସହ ଯୁକ୍ତରାଷ୍ଟ୍ରର ଅର୍ଥ […]
ନୂଆଦିଲ୍ଲୀ: କରୋନା ଜନିତ ଶିକ୍ଷାବର୍ଷ କ୍ଷତି ଭରଣା ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ଯୋଜନା। ଛାତ୍ରଛାତ୍ରୀଙ୍କ ପାଇଁ ସଂକ୍ଷିପ୍ତ ହେବ ସିଲାବସ୍। ଆସନ୍ତା ମାସେ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଲାଗି ଏକ ନୂଆ ତଥା ସ୍ୱତନ୍ତ୍ର ସିଲାବସ ପାଇଁ ବୋର୍ଡ ପ୍ରସ୍ତୁତ ଥିବା କହିଛନ୍ତି ସିବିଏସଇ ଅଧ୍ୟକ୍ଷ ମନୋଜ ଆହୁଜା। ସେ କହିଛନ୍ତି ଶିକ୍ଷା ବ୍ୟବସ୍ଥାରେ ହଠାତ ପରିବର୍ତ୍ତନ କରାଯାଇ ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରିବ ନାହିଁ। ତେଣୁ ସମସ୍ତଙ୍କୁ ସୁହାଇବା ଭଳି ପାଠ୍ୟକ୍ରମକୁ […]
ନୂଆଦିଲ୍ଲୀ: ପୂର୍ବ ଲଦାଖ ନିକଟ LAC ବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦର ସମାଧାନ ଲାଗି ଉଭୟ ଦେଶ କୁଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରଖିବେ। ଆଜି ଦୁଇ ଦେଶର ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ପରେ ଏହି ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜିର ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକରେ ଭାରତ ପକ୍ଷରୁ 14 କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର […]
ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍ରେ ୯୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବିର ନିବେଶକାରୀ ସଂସ୍ଥା ମୁବାଦଲା। ଗତ ଛଅ ସପ୍ତାହରେ ବିଶ୍ୱସ୍ତରୀୟ ନିବେଶକଙ୍କଠାରୁ ୮୭,୬୫୫.୩୫ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ଜିଓ ପ୍ଲାଟଫର୍ମସ୍। ଭାରତକୁ ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ରାଷ୍ଟ୍ରରେ ପରିଣତ କରିବା ଲାଗି ଜିଓର ରହିଥିବା ଲକ୍ଷ୍ୟକୁ ଏହି ନିବେଶ ଆହୁରି ରୁଦ୍ଧିମନ୍ତ ଓ ତ୍ୱରାନ୍ୱିତ କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ […]
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ କରୋନା ପୀଡିତମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କାର୍ଯ୍ୟ କରୁଛନ୍ତି। ରୋଗୀମାନଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିବାଠାରୁ ଆରମ୍ଭ କରି ଅମ୍ଳଜାନ, ଔଷଧ, ଆମ୍ବୁଲାନ୍ସ ପର୍ଯ୍ୟନ୍ତ ସୋନୁ ଦେଶର ପ୍ରତ୍ୟେକ କୋଣର କରୋନା ପୀଡିତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ, ଏତେ ପରିଶ୍ରମ ପରେ ମଧ୍ୟ କିଛି ରୋଗୀଙ୍କୁ ବଞ୍ଚାଇ ନ ପାରିବା ନେଇ ଅଭିନେତା ନିଜର ନିରାଶା ପ୍ରକାଶ କରିଛନ୍ତି। ଅଭିନେତା ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ […]
କାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଏନକାଉଣ୍ଟର୍। ରାଜୌରୀ ଜିଲ୍ଲା କାଲାକୋଟରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ। କାଲାକୋଟରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଗତକାଲି ରାତିରୁ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସିଆରପିଏଫ୍, ରାଜ୍ୟ ପୋଲିସର ମିଳିତ ଅପରେସନରେ ଏହି ଏନକାଉଣ୍ଟର ହୋଇଛି। ତେବେ ଅଞ୍ଚଳରେ ଏବେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିଛି। ଯାହା ପରେ ପୁରା ଅଞ୍ଚଳକୁ କଡ୍ରନ୍ କରି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। […]