ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ସାରା ଦେଶ ସ୍ତବ୍ଧ। ତାଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବହୁ ରାଜନେତା ଶୋକପ୍ରକାଶ କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ଜଣେ ସଫଳ ଯୁବ ଅଭିନେତା ଏତେଶୀଘ୍ର ଚାଲିଯିବା ଅତ୍ୟନ୍ତ ଦୁଃଖଦାୟକ, ଟେଲିଭିଜନ ଓ ଫିଲ୍ମରେ ସେ ଅନେକ ସଫଳତା ସାଉଁଟିଛନ୍ତି, ତାଙ୍କର ବହୁ ସ୍ମରଣୀୟ ଅଭିନୟ ଅନେକଙ୍କୁ ପ୍ରେରଣା ଦେଇଛି। […]
ନୂଆଦିଲ୍ଲୀ: ଏନକାଉଣ୍ଟରରେ ୪ ଆତଙ୍କବାଦୀ ମୃତ। ଜାମ୍ମୁ ଓ କାଶ୍ମୀର ସୋପିଆନ ଜିଲ୍ଲା ପିନଜୋରା ଅଞ୍ଚଳରେ ଏନକାଉଣ୍ଟର ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ହିଜାବୁଲ୍ ମୁଜାହିଦ୍ଦିନର ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସ ଓ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ପିନଜୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା କର୍ମୀ। ପରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ […]
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ୍। ଗତକାଲି ରାତିରେ ମୁମ୍ବାଇ ସ୍ଥିତ ଠାକରେଙ୍କ ମାତୁଶ୍ରୀରେ ଆଲୋଚନା ହୋଇଛି। ସୋନୁ ସୁଦଙ୍କୁ ସମାଲୋଚନା କରିବା ସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ବୋଲି ଗତକାଲି ହିଁ କହିଥିଲେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ଏହାର କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସୋନୁଙ୍କ ଆଲୋଚନାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଅଧିକ ବଢ଼ିଛି। ମୁଖ୍ୟତଃ ସୋନୁଙ୍କ ସହ ଠାକ୍ରେ କଣ କଥାବାର୍ତ୍ତା […]