ନୂଆଦିଲ୍ଲୀ: ଫ୍ୟାକ୍ଟ୍ରିରେ ଗ୍ୟାସ୍ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ। ପଶ୍ଚିମ ଦିଲ୍ଲୀର ମୋତି ନଗରଠାରେ ଥିବା ଏକ ଫ୍ୟାକ୍ଟ୍ରିରେ ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ତେବେ ବିଲ୍ଡିଂରେ ଫସିଯାଇଥିବା ୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସିଲିଂ ଫ୍ୟାନ୍ ପେଣ୍ଟିଂ ପାଇଁ ଉଦ୍ଦିଷ୍ଟ ଦୁଇ ମହଲା ବିଶିଷ୍ଟ ଏହି ଫ୍ୟାକ୍ଟ୍ରି […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦଶହର ହିଂସାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ୍ଙ୍କୁ ପୁଲିସ୍ ଗିରଫ କରିଛି। ଯୋଗେଶ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଏବଂ ତାଙ୍କୁ ଏହି ହିଂସାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି। ଗତ ରାତିରେ ତାଙ୍କୁ ଗିରଫ କରାଯାଇଛି। ଏକ ଜଙ୍ଗଲରେ ସଂଖ୍ୟାଧିକ ଗାଈଙ୍କର ମୃତଦେହ ମିଳିବା ପରେ ଏହି ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ୍ ଓ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଖଣ୍ଡଯୁଦ୍ଧ ଯୋଗୁ ବ୍ୟାପକ କ୍ଷୟକ୍ଷତି ମଧ୍ୟ […]
ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତ୍ରୀ ମହାରଥୀଙ୍କ ବିବାଦୀୟ ବିବୃତି ପ୍ରସଙ୍ଗରେ ଗତ ୩ ଦିନ ଧରି ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ ଚଳାଇଛି। ଆଜି ମହିଳା ମୋର୍ଚ୍ଚାର କର୍ମୀମାନେ ଆନ୍ଦୋଳନ କରୁଥିବା ବେଳେ ଅଚାନକ ନବୀନ ନିବାସ ନିକଟରେ ପହଞ୍ଚିଥିଲେ। ତେବେ ନବୀନ ନିବାସରୁ ମାତ୍ର ୩୦ ଫୁଟ୍ ଦୂରରେ ପୁଲିସ୍ ମହିଳା କର୍ମୀଙ୍କୁ ଅଟକାଇଥିଲା। ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ପୋଷ୍ଟର ଲଗାଇବାକୁ ଯାଉଥିବା ବେଳେ ପୁଲିସ୍ ଅଟକାଇଥିଲା। ଆନ୍ଦୋଳନରେ ସାମିଲ […]
ନୂଆଦିଲ୍ଲୀ : ଏୟାରସେଲ -ମାକ୍ସିସ ଜାଲିଅାତି ଘଟଣାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଚିଦାମ୍ବରମଙ୍କ ସହ ଅନ୍ୟ ୮ଜଣଙ୍କ ନାଁରେ ମଧ୍ୟ ଅଭିଯୋଗ ରହିଛି। ଚିଦାମ୍ବରମଙ୍କ ଚାର୍ଟାଡ ଅାକାଉଣ୍ଟାଣ୍ଟଙ୍କ ନାଁ ମଧ୍ୟ ଚାର୍ଜସିଟରେ ରହିଛି। ଦିଲ୍ଲୀର ପଟିଅାଲା ହାଉସ୍ କୋର୍ଟରେ ଏସମ୍ପର୍କିତ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଛି। ନଭେମ୍ବର ୨୬ରେ ଚାର୍ଜସିଟ୍ ସମ୍ପର୍କରେ ବିଚାରକୁ ନିଅାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ଘଟଣାରେ ପି. […]