ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତ୍ରୀ ମହାରଥୀଙ୍କ ବିବାଦୀୟ ବିବୃତି ପ୍ରସଙ୍ଗରେ ଗତ ୩ ଦିନ ଧରି ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ ଚଳାଇଛି। ଆଜି ମହିଳା ମୋର୍ଚ୍ଚାର କର୍ମୀମାନେ ଆନ୍ଦୋଳନ କରୁଥିବା ବେଳେ ଅଚାନକ ନବୀନ ନିବାସ ନିକଟରେ ପହଞ୍ଚିଥିଲେ। ତେବେ ନବୀନ ନିବାସରୁ ମାତ୍ର ୩୦ ଫୁଟ୍ ଦୂରରେ ପୁଲିସ୍ ମହିଳା କର୍ମୀଙ୍କୁ ଅଟକାଇଥିଲା। ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ପୋଷ୍ଟର ଲଗାଇବାକୁ ଯାଉଥିବା ବେଳେ ପୁଲିସ୍ ଅଟକାଇଥିଲା। ଆନ୍ଦୋଳନରେ ସାମିଲ […]
ନୂଆଦିଲ୍ଲୀ : ଏୟାରସେଲ -ମାକ୍ସିସ ଜାଲିଅାତି ଘଟଣାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଚିଦାମ୍ବରମଙ୍କ ସହ ଅନ୍ୟ ୮ଜଣଙ୍କ ନାଁରେ ମଧ୍ୟ ଅଭିଯୋଗ ରହିଛି। ଚିଦାମ୍ବରମଙ୍କ ଚାର୍ଟାଡ ଅାକାଉଣ୍ଟାଣ୍ଟଙ୍କ ନାଁ ମଧ୍ୟ ଚାର୍ଜସିଟରେ ରହିଛି। ଦିଲ୍ଲୀର ପଟିଅାଲା ହାଉସ୍ କୋର୍ଟରେ ଏସମ୍ପର୍କିତ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଛି। ନଭେମ୍ବର ୨୬ରେ ଚାର୍ଜସିଟ୍ ସମ୍ପର୍କରେ ବିଚାରକୁ ନିଅାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ଘଟଣାରେ ପି. […]
ନୂଆଦିଲ୍ଲୀ : ସିବିଅାଇ ବ୍ୟାପାରରେ ହସ୍ତକ୍ଷେପକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ଏପରିକି ଏହା ସହିତ ରାଫେଲ୍ ଦୁର୍ନୀତିକୁ ଯୋଡିଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ରାଫେଲ୍ ଡିଲ୍ର ଗୁମର ଖୋଲିଯିବା ଭୟରେ ସରକାର ରାତି ଅଧିଅା ସିବିଅାଇ ନିର୍ଦ୍ଦେଶକଙ୍କୁ ହଟାଇଲେ। ସିବିଅାଇ ଏହି ମାମଲାରେ ତଦନ୍ତ କରିବାର ଥିଲା, ତେଣୁ ଗୁମର ଖୋଲିଯିବା ଭୟରେ ସରକାର ଏଭଳି କରିଥିବା ସେ କହିଛନ୍ତି । ବିଜେପି ଏହାର ଜବାବ ରଖିବା ସହିତ କଂଗ୍ରେସ୍ […]
ଥିରୁଅନନ୍ତପୁରମ୍ : କେରଳ ସବରିମାଳା ମନ୍ଦିରରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା। ମନ୍ଦିରରେ ପ୍ରବେଶ କଲେ ୨ ଜଣ ମହିଳା। ଆଜି ବଡ଼ି ଭୋରରୁ ବିନ୍ଦୁ ଓ କନକଦୁର୍ଗା ନାମକ ୫୦ରୁ କମ୍ ବୟସର ୨ ଜଣ ମହିଳା ମନ୍ଦିରରେ ପ୍ରବେଶ କରିଥିଲେ। ଆଉ ଭୋର ୩ଟା ୪୫ ମିନିଟ୍ରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ସେମାନଙ୍କ ସହିତ କିଛି ସାଧା ପୋଷାକଧାରୀ ପୁଲିସ୍ ଓ ଖାକିରେ ଥିବା ପୁଲିସ୍ ମଧ୍ୟ ଥିଲେ। ଗତ ସପ୍ତାହରେ […]
ନୂଆଦିଲ୍ଲୀ : ନୂଆ ବର୍ଷ ଛୁଟି ପରେ ଆଜିଠାରୁ ପୁଣି ସଂସଦ ଚାଲିବ। ଗୁରୁତ୍ୱପୂର୍ଣ୍ଣ ଟ୍ରିପଲ୍ ତଲାକ ବିଲ୍ ଆଜି ରାଜ୍ୟସଭାରେ ଆସିପାରେ। ଗତ ସୋମବାର ଦିନ ଏହି ବିଲ୍ ଉପସ୍ଥାପନ ଲାଗି ସରକାର ଚେଷ୍ଟା କରିଥିଲେ। କିନ୍ତୁ କଂଗ୍ରେସ ସହିତ ଅନ୍ୟ ବିରୋଧୀ ଏହାକୁ ପ୍ରବଳ ବିରୋଧ କରିଥିଲେ। ବିଲ୍ର ବର୍ତ୍ତମାନର ରୂପରେଖକୁ ସେମାନେ ବିରୋଧ କରୁଛନ୍ତି। ଏହି ଦଳଗୁଡ଼ିକର ଦାବି, ବିଲ୍କୁ ସିଲେକ୍ଟ କମିଟିକୁ ପଠାଯାଉ। ସରକାର ଏଥିରେ ରାଜି ନ ହେବାରୁ ରାଜ୍ୟସଭାରେ […]
ନୂଆଦିଲ୍ଲୀ : ବଢୁଛି ସିବିଅାଇ କଳି। ବାଧ୍ୟତାମୂଳକ ଭାବେ ନିର୍ଦ୍ଦେଶକ ଅାଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସେ ଅାବେଦନ କରିଛନ୍ତି। ନିୟମ ଅନୁସାରେ ସିବିଅାଇ ନିର୍ଦ୍ଦେଶକ ୨ ବର୍ଷ ଏହି ପଦରେ ରହିଥାନ୍ତି । ତେଣୁ ତାଙ୍କୁ ଛୁଟିରେ ପଠାଇବା ବେଅାଇନ ବୋଲି ସେ ଦର୍ଶାଇଛନ୍ତି। ଅାଲୋକ ବର୍ମାଙ୍କ ଅାବେଦନକୁ ଗ୍ରହଣ କରାଯାଇଛି। ଅାସନ୍ତା ଶୁକ୍ରବାର ଏହାର ଶୁଣାଣି ହେବ […]
ନୂଆଦିଲ୍ଲୀ : ସିବିଅାଇ ଅନ୍ତଃକନ୍ଦଳ ଓ ୨ ଅଧିକାରୀଙ୍କୁ କାର୍ଯ୍ୟାନ୍ତର ପ୍ରସଙ୍ଗରେ ମୁହଁ ଖୋଲିଲା କେନ୍ଦ୍ର। ତଦନ୍ତରେ ସ୍ୱଚ୍ଛତା ପାଇଁ ଉଭୟଙ୍କୁ ସାମୟିକ ଅନ୍ତର କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ। ସିଭିସିଙ୍କ ତତ୍ତ୍ୱାବଧାନରେ ଏସ୍ଅାଇଟି ଗଠନ ହୋଇ କରାଯିବ। ଜେଟଲୀ କହିଛନ୍ତି ସିବିଅାଇ ହେଉଛି ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଏବଂ ଏହାର ତଦନ୍ତ ବିଶ୍ୱସନୀୟତା ଅକ୍ଷୂର୍ଣ୍ଣ ରହିବା ଉଚିତ। ଉଭୟ ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ତଦନ୍ତର ସ୍ୱଚ୍ଛତା […]