• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

factory
ରବର ଗୋଦାମରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ସିରସାପୁର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ରବର ଗୋଦାମରେ ନିଆଁ ଲାଗି ଯାଇଥିଲା। ୨୬ଟି ଦମକଳ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଚାହୁଁ ଚାହୁଁ ନିଆଁ ପୂରା ଗୋଦାମରେ ବ୍ୟାପି ଯାଇଥିଲା। ହେଲେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ନିଆଁ ଲାଗି କେତେ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

  • Thursday, 15 July 2021
plane1
ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଲା ବିଶ୍ୱର ସର୍ବବୃହତ ବିମାନ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ବିମାନ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଛି। ଆମେରିକାର କାଲିଫର୍ଣ୍ଣିଆରୁ ଏହି ବିମାନ ଯାତ୍ରା ଆରମ୍ଭ କରି ମୋଜାବେ ମରୁଭୂମି ଉପରେ ଉଡ଼ିଥିଲା। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଏହା ଉଡ଼ାଣ କରିଥିଲା। ଉଡ଼ାଣ ବେଳେ ଏହାର ବେଗ ଘଣ୍ଟାପ୍ରତି ୩୦୪ କିଲୋମିଟର ଥିଲା। ବିମାନଟି ପ୍ରାୟ ୧୭ହଜାର ଫୁଟ୍‌ ଉଚ୍ଚତାରେ ମଧ୍ୟ ଉଡ଼ାଣ କରିଥିଲା। ଫୁଟ୍‌ବଲ ପଡ଼ିଆର ଲମ୍ବଠାରୁ ଏହି ବିମାନର ଚଉଡ଼ା ଅଧିକ ରହିଛି। ବିମାନର ୱିଙ୍ଗ୍ ସ୍ପାନ […]

  • Thursday, 15 July 2021
modi
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ହାଇଭୋଲଟେଜ୍ ପ୍ରଚାର

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଏବେ ଫୋକସ୍‌ରେ ଦ୍ୱିତୀୟ ପର୍ଯ୍ୟାୟ। ହାତରେ ମାତ୍ର ଅଳ୍ପ ସମୟ ଥିବାରୁ ଏହି ସୁଯୋଗକୁ କୌଣସି ଦଳ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି। ବିଜେପି, କଂଗ୍ରେସ ସମେତ ଅନ୍ୟ ଦଳ ବି ପ୍ରଚାରକୁ ଜୋରଦାର୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାରାଥନ୍ ପ୍ରଚାର କରିବେ। ଜମ୍ମୁର କାଠୁଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୋଦି ପ୍ରଚାର କରିବେ। ତେଣୁ କଶ୍ମୀରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ ହୋଇଛି। ଶ୍ରୀନଗର […]

  • Thursday, 15 July 2021
modi
ତାମିଲନାଡ଼ୁରେ ପ୍ରଧାନମନ୍ତ୍ରୀଙ୍କ ମେଗା ରାଲି

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟରେ ତାମିଲନାଡ଼ୁର ସମସ୍ତ ୩୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ଦକ୍ଷିଣ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ବିଜେପି ଏଥର ଶାସକ ଏଆଇଏଡିଏମକେ ସହ ମେଣ୍ଟ କରିଛି। ସେପଟେ ଡିଏମ୍‌କେ-କଂଗ୍ରେସ ମଧ୍ୟରେ ମଧ୍ୟ ନିର୍ବାଚନୀ ବୁଝାମଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ତାମିଲନାଡ଼ୁ ରହିଥିବା ବେଳେ ଆଜି ଦଳୀୟ ପ୍ରାର୍ଥୀଙ୍କ ଲାଗି ସେ  ପ୍ରଚାର କରିଛନ୍ତି। ତାମିଲନାଡ଼ୁର ଥେନିରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଓ […]

  • Thursday, 15 July 2021
jammu
୨ ଆତଙ୍କବାଦୀ ନିହତ

କଶ୍ମୀର: ଜମ୍ମୁ ଓ କଶ୍ମୀରର ସୋପିଆନ୍ ଜିଲ୍ଲାରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଆହୁରି କେତେକ ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେହି ଅଞ୍ଚଳରେ ସୁରକ୍ଷାକର୍ମୀ ତଲାସୀ କରୁଥିବାବେଳେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଯେଉଁଥିଲେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ବି ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ ଚାରିଆଡ଼ୁ ଘେରି ରଖିଛନ୍ତି ସୁରକ୍ଷାକର୍ମୀ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ […]

  • Thursday, 15 July 2021
election
ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ କଟକଣା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ସହ ୧୨ଟି ରାଜ୍ୟର ୩୭ଟି ବିଧାନସଭା ଆସନ ଲାଗି ଉପ ନିର୍ବାଚନ ସମୟରେ ହେବାକୁ ଥିବା ଏକ୍‌ଜିଟ୍ ପୋଲ୍ ଉପରେ ନିର୍ବାଚନ କମିଶନ୍ କଟକଣା ଜାରି କରିଛନ୍ତି। ଜନପ୍ରତିନିଧି ଆଇନ୍‌ ୧୯୫୧ର ଧାରା ୧୨୬ (କ) ଅନୁଯାୟୀ ନିର୍ବାଚନ କମିଶନ ଏହି କଟକଣା ଜାରି କରିଛନ୍ତି। ଏହି କଟକଣା ଅନୁଯାୟୀ ଚଳିତ ମାସ ୧୧ତାରିଖ ସକାଳ ୭ଟାରୁ ମେ ୧୯ ତାରିଖ ସଂଧ୍ୟା ୬ଟା ୩୦ ମଧ୍ୟରେ ଏକଜିଟ୍ ପୋଲ କରାଯାଇପାରିବ ନାହିଁ […]

  • Thursday, 15 July 2021
congress
କଂଗ୍ରେସ ଜାରି କଲା ନିର୍ବାଚନୀ ଭିଡିଓ

ନୂଆଦିଲ୍ଲୀ: ବିଜେପି ପରି କଂଗ୍ରେସ ମଧ୍ୟ ନିଜ ଥିମ୍ ସଙ୍ଗ୍‌ ଜାରି କରିଛି। ଏଥିରେ ସର୍ବନିମ୍ନ ଆୟ ଯୋଜନା ବା ନ୍ୟାୟଠାରୁ ଆରମ୍ଭ କରି ବିମୁଦ୍ରାକରଣ, ବେରୋଜଗାର, ନାମ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉଠାଇ ବିଜେପିକୁ ସମାଲୋଚା କରାଯାଇଛି। ଏକ ନୂଆ ହିନ୍ଦୁସ୍ଥାନ ଗଠନ କରିବା ପାଇଁ ରାହୁଲଙ୍କୁ ବାଛିବାକୁ ଭିଡିଓରେ ବାର୍ତ୍ତା ଦିଇାଯାଇଛି। ଏହାସହ ଏହି ଭିଡିଓରେ ବିଜେପିକୁ କଡ଼ା ସମାଲୋଚନା ମଧ୍ୟ କରାଯାଇଛି।

  • Thursday, 15 July 2021