ନୂଆଦିଲ୍ଲୀ: ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଖୁସି ଖବର। ଚଳିତ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଜବାହର ନବୋଦୟ ବିଦ୍ୟାଳୟରେ ଅଧିକ ୫ ହଜାର ସିଟ୍ ବୃଦ୍ଧି କରାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭ୍ଡେକର ଆଜି ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ୪୬ହଜାର ୬ଶହ ରେସିଡେନ୍ସିଆଲ୍ ସ୍କୁଲ ରହିଛି। ଗତ ଚାରି ବର୍ଷ ମଧ୍ୟରେ ମୋଟ୍ ୯ ହଜାର ସିଟ୍ ବଢ଼ାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୧୯ ଶିକ୍ଷା […]
ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଗୃହମନ୍ତ୍ରୀ ରାଜନାଥ ସିଂ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ରାଜନାଥ ସିଂଙ୍କୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପିର ଇସ୍ତାହାର କମିଟିର ଅଧ୍ୟକ୍ଷ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏଥିସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ୧୭ଟି ଗ୍ରୁପ୍ ମଧ୍ୟ ଗଠନ କରିଛନ୍ତି। ବିଜେପିର […]
ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ହେବ। ଆଜି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସେହି ଦିନ କୋର୍ଟ ସମସ୍ତ ଆବେଦନ ଉପରେ ଶୁଣାଣି କରିବେ। ଏହି ସମ୍ବେଦନଶୀଳ ମାମଲାର ଶୀଘ୍ର ଶୁଣାଣି ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଆବେଦନ ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମାତ୍ର ୬୦ ସେକେଣ୍ଡରେ ହିଁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ନିର୍ଦ୍ଧାରଣ […]