ନୂଆଦିଲ୍ଲୀ: ଫ୍ୟାକ୍ଟ୍ରିରେ ଗ୍ୟାସ୍ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ। ପଶ୍ଚିମ ଦିଲ୍ଲୀର ମୋତି ନଗରଠାରେ ଥିବା ଏକ ଫ୍ୟାକ୍ଟ୍ରିରେ ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ତେବେ ବିଲ୍ଡିଂରେ ଫସିଯାଇଥିବା ୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସିଲିଂ ଫ୍ୟାନ୍ ପେଣ୍ଟିଂ ପାଇଁ ଉଦ୍ଦିଷ୍ଟ ଦୁଇ ମହଲା ବିଶିଷ୍ଟ ଏହି ଫ୍ୟାକ୍ଟ୍ରି […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦଶହର ହିଂସାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ୍ଙ୍କୁ ପୁଲିସ୍ ଗିରଫ କରିଛି। ଯୋଗେଶ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଏବଂ ତାଙ୍କୁ ଏହି ହିଂସାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି। ଗତ ରାତିରେ ତାଙ୍କୁ ଗିରଫ କରାଯାଇଛି। ଏକ ଜଙ୍ଗଲରେ ସଂଖ୍ୟାଧିକ ଗାଈଙ୍କର ମୃତଦେହ ମିଳିବା ପରେ ଏହି ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ୍ ଓ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଖଣ୍ଡଯୁଦ୍ଧ ଯୋଗୁ ବ୍ୟାପକ କ୍ଷୟକ୍ଷତି ମଧ୍ୟ […]