କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ପିତାପାଟ ଗାଁରେ ନାବାଳିକା ଅସଦାଚାରଣ ଅଭିଯୋଗ ଘଟଣାରେ ୭ ଜଣ ଗିରଫ। ୭ଜଣଙ୍କୁ ଗିରଫ କରିଛି ଜମ୍ବୁ ମେରାଇନା ଥାନା ପୋଲିସ୍। ଅଭିଯୋଗ ଅନୁସାରେ ନାବାଳିକାଙ୍କୁ ଗାଁ ମୁଣ୍ଡରେ ଏହି ୭ଜଣ ଯୁବକ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିଥିଲେ ଓ ଅସଦାଚରଣ କରିଥିଲେ। ଘଟଣାରେ ନାବାଳିକାର ବୟାନ ରେକର୍ଡ କରିବା ସହ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍।