ସମ୍ବଲପୁର : ସମ୍ବଲପୁରରେ ଚକଡ଼ା ତାତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚକଡ଼ା ବା ମାଟିଆଗୁଣ୍ଡି ପୋକ ବ୍ୟାପୀ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରି ଆଜି ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ। ଉଭୟ ଦେବଗଡ଼ ଓ ସମ୍ବଲପୁର ପାଇଁ ମାତ୍ର ଜଣେ କୃଷି ଅଧିକାରୀ ଅଛନ୍ତି। ତେଣୁ ଚକଡ଼ା ଦମନ ସମ୍ଭବ ହେଉନାହିଁ। ତେଣୁ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀ। ନଚେତ୍ ଆନ୍ଦୋଳନ ବ୍ୟାପକ ହେବ […]
ମୟୁରଭଞ୍ଜ : ଗ୍ୟାରେଜ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର। ନିଜସ୍ୱ ଗୃହ ନଥିବାରୁ ଏହି ଭଳି ଭାବେ ପଢୁଛନ୍ତି କୁନି କୁନି ପିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଠାକୁରବାଡି ଗାଁରେ। ଏଠାରେ ଖୋଲା ଘରେ ପାଠ ପଢା ହେଉଛି। ଆଉ ସେଇଠି ହିଁ ହେଉଛି ଖାଇବା। ଦୀର୍ଘ ୨୦ ବର୍ଷ ହେଲା ଗାଁରେ ଅଙ୍ଗନଓ୍ୱାଡି କେନ୍ଦ୍ରକୁ ଗୃହ ଯୋଗାଇ ଦେଇପାରୁନାହିଁ ପ୍ରଶାସନ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏନେଇ ସିଡିପିଓ, ବିଡିଓଙ୍କଠାରୁ […]
ବେଙ୍ଗାଲୁରୁ : କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ ମେଣ୍ଟକୁ ମାତ୍ ଦେଇଛି ରାଜ୍ୟର ବିରୋଧୀ ଦଳ ବିଜେପି। ୨୮ ଲୋକସଭା ଆସନରୁ ବିଜେପି ୨୪ଟିରେ ଜିତିଥିବା ଜଣାପଡ଼ିଛି। ଅନ୍ୟ ୪ଟିରେ କଂଗ୍ରେସ-ଜେଡିଏସ ମେଣ୍ଟ ଆଗୁଆ ରହିଛି। ବିଜେପିର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ କମ୍ ବୟସ୍କ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟା ଦକ୍ଷିଣ ବେଙ୍ଗାଲୁରୁରୁ କଂଗ୍ରେସର ବରିଷ୍ଠ ନେତା ବି. କେ ହରିପ୍ରସାଦଙ୍କୁ ହରାଇଛନ୍ତି। ଚଳିତଥର ତେଜସ୍ୱୀ ବିଜେପିରେ ଯୋଗ ଦେଇଥିଲେ। ଏବଂ ସେ ଟିକେଟ ପାଇବେ ବୋଲି କେବେ ଆଶା […]
ପାଟନା: ଚଳିତ ସାଧାରଣ ନିର୍ବାଚନରେ ବିହାରରେ ମହାମେଣ୍ଟକୁ ଶକ୍ତ ଝଟକା ଲାଗିଛି। ଯେଉଁଥିରେ ଆରଜେଡି ନେତୃତ୍ୱାଧୀନ ମେଣ୍ଟରେ ସାମିଲ ଥିବା କଂଗ୍ରେସ ପାଟନା ସାହିବ ଆସନରୁ ପରାଜୟ ସ୍ୱୀକାର କରିଛି। ବିଜେପିରେ ରହି ବାରମ୍ୱାର ଦଳୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବଲିଉଡ ଅଭିନେତା ତଥା ସାଂସଦ ଶତ୍ରୁଘ୍ନ ସିହ୍ନା ଶେଷରେ ପରାଜୟ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପି ଶତ୍ରୁଘ୍ନ ସିହ୍ନାଙ୍କୁ ଚଳିତଥର ଟିକେଟ ଦେଇନଥିଲା। ଏହାପରେ କଂଗ୍ରେସରେ ମିଶି ବିଜେପିକୁ ପାଟନା […]
ନୂଆଦିଲ୍ଲୀ : ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ଭଳି ଦିଲ୍ଲୀରେ ବିଜେପି ୨୦୧୪ ଫଳାଫଳର ପୁନରାବୃତ୍ତି କରିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ କଂଗ୍ରେସ କିଛିଟା ଆସନରେ କମ୍ ବ୍ୟାକ୍ କରିବ ବୋଲି ଆକଳନ ହେଉଥିବା ବେଳେ ସମସ୍ତ ଆକଳନରେ ମୋଦି ହାୱା ପୂର୍ଣ୍ଣଛେଦ ଟାଣିଛି। ଚାନ୍ଦିନୀ ଚୌକ ଆସନରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ହର୍ଷବର୍ଦ୍ଧନ ୫ ଲକ୍ଷ ୧୫୮୪୩ ଭୋଟ ପାଇ ବିଜୟ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜୟ ପ୍ରକାଶ ଅଗ୍ରୱାଲ […]
ନୂଆପଡ଼ା: କୋମନା ଥାନା କାଲିମାଟି ଗାଁରେ ଅଭାବନୀୟ ଘଟଣା। ମୋବାଇଲ ଚାର୍ଜ ବସାଇବା ବେଳେ ବିସ୍ଫୋରଣ ଘଟିଛି। ମୋବାଇଲ ଫୋନ୍ ଫାଟି ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ମୋବାଇଲ ଫୋନ୍ ଫାଟିବା ଦ୍ୱାରା ସଂପୃକ୍ତ ଛାତ୍ରଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ଏହା ସହ ହାତରେ ମଧ୍ୟ ଆଘାତ ଲାଗିଛି। ସେହିପରି ଗଞ୍ଜାମ ଜିଲ୍ଲାର ଲୁଙ୍ଗୁରି ଗାଁରେ ମୋବାଇଲ ଧରି ଖେଳୁଥିବା […]
କାବୁଲ: ଆଫଗାନିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ କାବୁଲର ଦୁଇଟି ସ୍ଥାନରେ ବିସ୍ଫୋରଣ ଘଟି ୪ଜଣ ସାମ୍ବାଦିକଙ୍କ ସମେତ ବର୍ତ୍ତମାନ ସୁଦ୍ଧା୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୩୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣରେ ମିଡିଆ କର୍ମୀଙ୍କୁ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି। ଆଜି ସକାଳେ ମୋଟର ସାଇକେଲରେ ଆସି ଜଣେ ଦୁର୍ବୃତ୍ତ ବୋମା ମାଡ କରିଥିଲା। ଏହାପରେ ଘଟଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାନଙ୍କୁ ଟାର୍ଗେଟ କରି ଆଉ ଏକ ବିସ୍ଫୋରଣ ହୋଇଥିଲା। […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ। ଅଭିଯୁକ୍ତ ଜଣକ ହେଉଛି ନାବାଳିକାର ସମ୍ପର୍କୀୟ ବଡ ବାପା। ରାଜକନିକା ପୋଲିସ ଅଭିଯୁକ୍ତ ୪୫ ବର୍ଷୀୟ ରଞ୍ଜନ ନାୟକକୁ ଗିରଫ କରିଛି। ଘରେ କେହି ନଥିବାର ସୁଯୋଗ ନେଇ ୪ ବର୍ଷର ନାବାଳିକାକୁ ରଞ୍ଜନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗାଁକୁ ବୁଲାଇ ନେବାକୁ କହି ବାଉଁଶ ବଣରେ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ରାଜକନିକା ଥାନାରେ ଲିଖିତ ଅଭିଯୋଗ […]
ଉତ୍ତରାଖଣ୍ଡ: ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଲା ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ଧାମ। ହିମାଳୟରେ ଥିବା ଚାରିଟି ପ୍ରମୁଖ ଧାମ ମଧ୍ୟରୁ ବଦ୍ରିନାଥ ଅନ୍ୟତମ। ଆଜି ଭୋର୍ ସାଢ଼େ ୪ଟାରେ କବାଟ ଖୋଲାଯାଇଥିଲା। ଗତ ଶନିବାର ଠାରୁ ଅପେକ୍ଷା କରିଥିବା ହଜାର ହଜାର ଶ୍ରଦ୍ଧାଳୁ କବାଟ ଖୋଲିବା ମାତ୍ରେ ମନ୍ଦିର ଭିତରକୁ ପ୍ରବେଶ କରି ପ୍ରଭୁଙ୍କ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଆଜି ବାବା ବଦ୍ରିନାଥଙ୍କ ନିର୍ବାଣ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। କାଲି ଠାରୁ ପ୍ରଭୁଙ୍କର ଶୃଙ୍ଗାର ବେଶ କରାଯାଇ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଏକ ମନ୍ଦିର କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଛେଣ୍ଡିପଦା ସନ୍ତରାବନ୍ଧ ବନଦୁର୍ଗା ମନ୍ଦିର କୂଅ ଭିତରୁ ଆଜି ସକାଳୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ କେନ୍ଦୁପଶି ଗାଁର ଏବଂ ସେ ୨ ଦିନ ହେବ ମନ୍ଦିରରେ ଅଧିଆ ପଡ଼ିଥିଲେ ବୋଲି ସୂଚନା ମିଳିଛି। କୂଅରୁ ପାଣି ଆଣିବାକୁ ଯାଇଥିବା ବେଳେ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ପୋଲିସ ତଦନ୍ତ ଜାରି ରହିଛି।
ରାଉରକେଲା: ରାଉରକେଲାରେ ଆସିଷ୍ଟାଣ୍ଟ୍ କଣ୍ଟ୍ରୋଲର୍ ଅଫ୍ ଲିଗାଲ୍ ମେଟ୍ରୋଲୋଜିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆସିଷ୍ଟାଣ୍ଟ୍ କଣ୍ଟ୍ରୋଲର୍ ବିଦ୍ୟାଧର ବିଶ୍ୱାଳଙ୍କ ରାଉରକେଲା ଏଲ୍ଆଇସି କଲୋନୀ ସ୍ଥିତ ସରକାରୀ କ୍ୱାର୍ଟର୍ସ, ଉଦିତନଗରରେ ଥିବା କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ। ଏଲ୍ଆଇସି କଲୋନୀ ସ୍ଥିତ E-24 ସରକାରୀ କ୍ୱାର୍ଟର୍ସକୁ ରେଡ୍ ପରେ ସିଲ୍ କରିଛି ଭିଜିଲାନ୍ସ। ରାଉରକେଲା ସହ ଭୁବନେଶ୍ୱର ପୋଖରୀପୁଟରେ ଥିବା […]