ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଧାୟକ ଦାମୋଦର ରାଉତ ମହାନଦୀ ବାଣ ମାରିଛନ୍ତି। ଆଜି ମହାନଦୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଯୋଜନାକୁ କଟାକ୍ଷ କରିଛନ୍ତି ଦାମ। କହିଛନ୍ତି- “ଛତିଶଗଡ଼ ବିରୋଧରେ ଖାଲି ପ୍ରଚାର କଲେ ହେବନି। ସମସ୍ୟା ସମାଧାନ ପାଇଁ ଆମକୁ ମଧ୍ୟ କିଛି କରିବାକୁ ପଡ଼ିବ। ରାଜ୍ୟ ପାଇଁ ଯିଏ ଯୋଜନା କରୁଛି ସେ ଓଡ଼ିଶାକୁ ଦେଖିନାହାନ୍ତି।” ଗତକାଲି ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀର ସମୀକ୍ଷା ବେଳେ ପୁଅକୁ ଡାକିଥିଲେ ବି ବିଧାୟକ ଭାବେ ତାଙ୍କୁ ଡାକି […]
ଭୁବନେଶ୍ୱର: ମଲା ହଜିଲା ଲୋକଙ୍କ ନାଁରେ ଉଠୁଛି ଖାଦ୍ୟଶସ୍ୟ। ବଣ୍ଟା ନହୋଇ ପଡିରହିଛି ହଜାର ହଜାର ରାସନକାର୍ଡ। ବିନା କାର୍ଡରେ ବି ଚାଉଳ ଉଠୁଛି। ପ୍ରାୟ ୧୯ ଲକ୍ଷ ପରିବାର ବିନା କାର୍ଡରେ ଏମିତି ଚାଉଳ ନେଇ ଚାଲିଛନ୍ତି। ହେଲେ ତାଲିକାକୁ ଉଠିପାରୁନି, ପ୍ରକୃତ ହିତାଧିକାରୀଙ୍କ ନାଁ। ଓଡ଼ିଶା ଫୁଡ଼ କମିଶନ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରୁ ପଦାକୁ ଆସିଛି ଏମିତି କିଛି ଆଖି ତରାଟିଲା ଭଳି ତଥ୍ୟ। ବାରିପଦା ସହରର ୨୨ନମ୍ବର ଓ୍ୱାର୍ଡ କୁଷ୍ଠ ରୋଗୀ କଲୋନୀରେ […]
ନୂଆଦିଲ୍ଲୀ: ଉତ୍ତର ପଶ୍ଚିମରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ସମେତ ଦେଶର ପ୍ରାୟ ୨୦ଟି ରାଜ୍ୟରେ ଝଡତୋଫାନର ଆଶଙ୍କା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବିଭିନ୍ନ ସ୍ଥାନରେ ପବନର ବେଗ ୫୦ରୁ ୭୦ କିଲୋମିଟର ରହିବା ସହ ଘଡ଼ଘଡ଼ି ଓ କୁଆପଥର ବୃଷ୍ଟିର ଆଶଙ୍କା ରହଛି। ଏଥିରେ ଓଡ଼ିଶା ସମେତ ପଞ୍ଜାବ, ହରିଆଣା, ଚଣ୍ଡିଗଡ, ଦିଲ୍ଲୀ, ବିହାର, ଆସାମ, ମେଘାଳୟ, ପଶ୍ଚିମବଂଗ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, […]
ନୂଆଦିଲ୍ଲୀ : ଆଜି ପବିତ୍ର ଇଦ୍ ପର୍ବ। ରମଜାନ ମାସ ସାରା ଉପବାସ ରଖିବା ପରେ ରୋଜା ଭାଙ୍ଗିଛନ୍ତି ଇସଲାମ ଧର୍ମାବଲମ୍ବୀ। ପବିତ୍ର ଇଦ୍ ପର୍ବ ପାଇଁ ଚଳଚଞ୍ଚଳ ଦିଲ୍ଲୀର ଜାମା ମସଜିଦ୍। ଏହି ଅବସରରେ ସମୂହ ନମାଜ ପାଠ ପାଇଁ ଏକାଠି ହୋଇଥିଲେ ହଜାର ହଜାର ଇସଲାମ ଧର୍ମାବଲମ୍ବୀ। ନୂତନ ବସ୍ତ୍ର ପରିଧାନ ସହ ସୁବାସିତ ଅତର ମାରି ସେମାନେ ପ୍ରାର୍ଥନା ସ୍ଥଳୀ ବା ଇଦ୍ଗାହ୍ ପଡିଆରେ ଯାଇ ସମୂହ ପ୍ରାର୍ଥନା କରିଥିଲେ। ନମାଜ ପରେ […]
କଟକ : ରେଭେନ୍ସାରେ ଛାତ୍ର ଅଶାନ୍ତି। ବିଭିନ୍ନ ଦାବିରେ କୁଳପତିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ଫି ବୃଦ୍ଧି ପ୍ରତ୍ୟାହାର, ହଷ୍ଟେଲ ଛାଡିବା ନିର୍ଦ୍ଦେଶର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଏହି ଧାରଣା ଦେଇଛନ୍ତି। ହଷ୍ଟେଲ ନବୀକରଣ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୨୮ତାରିଖ ସୁଦ୍ଧା ହଷ୍ଟେଲ ଛାଡିବାକୁ ନୋଟିସ୍ ଦେଇଛନ୍ତି। ତେବେ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଫଳରେ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି।
ମାଲକାନଗିରି : ବୋମା ସନ୍ଦେହରେ ଏକ ପୁରୁଣା ଟିଭିକୁ ବିସ୍ଫୋରଣରେ ଉଡାଇଲେ ବୋମା ନିଷ୍କ୍ରିୟକାରୀ ଟିମ୍। ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ମାଧିଲି ଥାନା ମୁଦୁଲିବେଡା ଗାଁରେ ଏକ ଗଛ ତଳେ ପୁରୁଣା ଟିଭି ପଡିଥିଲା। ଏହାକୁ ସ୍ଥାନୀୟ ଲୋକେ ଦେଖି ବି.ଏସ୍.ଏଫ୍ କୁ ସୂଚନା ଦେଇଥିଲେ। ବି.ଏସ୍.ଏଫ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ସ୍ଥାନଟିକୁ କର୍ଡନ କରିବାପରେ ବୋମା ନିଷ୍କ୍ରିୟକାରୀ ଟିମ୍ କୁ ଖବର ଦେଇଥିଲେ। ଟିମ୍ ପହଁଞ୍ଚିବା ପରେ ଟିଭିଟିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ। […]
ଧର୍ମଗଡ଼ : ଧର୍ମଗଡ଼ ଗୋଲାମୁଣ୍ଡା ତେଲନଦୀ ପୋଲ ଉପରେ ବାଇକ୍ ଦୁର୍ଘଟଣା। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ଜଣଙ୍କ ବୃନ୍ଦାବାହାଲ ଗାଁର ଲକ୍ଷ୍ମୀ ରାଉତ ବୋଲି ଜଣାପଡିଛି। ଅନ୍ୟଜଣଙ୍କ ଗୁରୁତର ଅବସ୍ଥାରେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, ଜଣେ ସଂପର୍କୀୟଙ୍କ ବାହାଘରରେ ଯୋଗ ଦେବା ପାଇଁ ବୃନ୍ଦାବାହାଲରୁ ଧର୍ମଗଡ଼ ଯାଉଥିଲେ ମୃତ ଯବାନ ଲକ୍ଷ୍ମୀ ରାଉତ। ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।
ବରଗଡ଼ : ଭିଜିଲାନ୍ସ ଜାଲରେ ଜଳ ସେଚନ ବିଭାଗର ୨ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ରେତ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ଓ ରେଙ୍ଗାଲି କେନାଲ ସବ୍ ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ରେତ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ରସାନନ୍ଦ ମାଝୀ ଓ ରେଙ୍ଗାଲି ସବ୍ ଡିଭିଜନ ସହକାରୀ ଯନ୍ତ୍ରୀ ଘନଶ୍ୟାମ ସେଠ୍ଙ୍କ ବରଗଡ଼ସ୍ଥିତ ଘରେ ଏହି ରେଡ୍ ହୋଇଛି। ଉଭୟ ଅଧିକାରୀଙ୍କ ବାସଭବନ ସହିତ ଭିନ୍ନ ଭିନ୍ନ […]
କାମାକ୍ଷାନଗର : ଢେଙ୍କାନାଳରେ ଦୁଇ ଜଣଙ୍କୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲାର ମହାବିରୋଡ଼ ରେଞ୍ଜର ଡିହୋଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସରାଙ୍ଗରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସରାଙ୍ଗ ଖନ୍ଦାନାଳ ଆଶ୍ରମର ତିନି ଜଣ ଲୋକ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡ଼ିଯାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ଦୌଡ଼ି ପଳାଇ ଆସିଥିବା ବେଳେ ଦୁଇ ଜଣଙ୍କୁ ନଦୀ ପଠାରେ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ […]
କନ୍ଧମାଳ : ଅସଦାଚରଣ ନୁହଁ ବରଂ ଦୁଷ୍କର୍ମ ହୋଇଛି। ସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ସ୍କୁଲର ପ୍ରଧାନଶିକ୍ଷକ ଅନ୍ତେବାସୀ ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଭିଆଇଛନ୍ତି। ପୂର୍ବରୁ ପ୍ରଧାନଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ପରିବାର ଲୋକେ। ତେବେ ଲୋକଲଜ୍ଜାକୁ ଡରି ବାପା ଏବଂ ପରିବାର ଲୋକଙ୍କୁ ଦୁଷ୍କର୍ମ ସମ୍ପର୍କରେ କହି ପାରିନଥିଲେ ପୀଡ଼ିତା। ହେଲେ କିଛି ଦିନ ପୂର୍ବେ ପୀଡ଼ିତା […]