ନୂଆଦିଲ୍ଲୀ: ନିପା ଭାଇରସ୍ରେ ସଂକ୍ରମିତ ହୋଇ କେରଳରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ରକ୍ତ ନମୁନା ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ କରିଛି କେରଳ ସ୍ୱାସ୍ଥ୍ୟ ବିଭାଗ। ୨ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି ବୋଲି କେରଳ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି ଭାଇରସ୍ରେ ସଂକ୍ରମିତ ହୋଇ ଗୋଟିଏ ପରିବାରର ୩ଜଣ ସଦସ୍ୟଙ୍କ ଜୀବନ ଚାଲିଯାଇଥିଲା। ତେବେ ମୃତ୍ୟୁ ଘଟିଥିବା ଏହି ପରିବାର ଭାଇରସ୍ ସଂକ୍ରମଣର କେନ୍ଦ୍ରସ୍ଥଳୀ ବୋଲି ଜଣାପଡ଼ିଛି। ମୃତକ ମାନେ କେରଳର କୋଝିକୋଡ୍ […]
ନୂଆଦିଲ୍ଲୀ: ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ସାଧାରଣ ଲୋକଙ୍କ ପାଇଁ ଏହା ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଲଗାତାର ଭାବେ ନବମ ଦିନ ମଧ୍ୟ ବଢିଲା ପେଟ୍ରୋଲ ଦର। ପେଟ୍ରୋଲ ଦର ଆଜି ୩୦ ପଇସା ବଢିଥିବା ବେଳେ ଡିଜେଲ ୨୬ ପଇସା ବଢିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଦର ୭୬ ଟଙ୍କା ୮୭ ପଇସା ଓ ଡିଜେଲ ଦର ୬୮ ଟଙ୍କା ୮ ପଇସା ରହିଛି। ସେହିପରି ଦେଶର ବାଣିଜ୍ୟ ନଗରୀ […]
ସୁନ୍ଦରଗଡ଼: ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ଏଭଳି ଅଭିଯୋଗ ନେଇ ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଲକ୍ ଜଳଙ୍ଗବିରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାମଲାଲ ତନ୍ତିଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ରାଏବଗା ରୋଡ଼୍ରେ ଥିବା ତାଙ୍କର ଦୁଇଟି ଘର, ଶ୍ୱଶୁର ଘର ଓ ଅଫିସରେ ଚଢାଉ କରିଛି ଭିଜିଲାନ୍ସ। ଏବେ ସୁଦ୍ଧା ପ୍ରଧାନଶିକ୍ଷକଙ୍କ ଘରୁ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି।
ସୋର: ସୋର ବରୁଣସିଂରେ ପୂର୍ବତନ ସରପଞ୍ଚଙ୍କ ପୁଅଙ୍କୁ ହତ୍ୟା ଘଟଣାରେ ପର୍ଦ୍ଦାଫାସ କରିଛି ପୋଲିସ। ପରକୀୟା ପ୍ରୀତି ପାଇଁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି। ପୋଲିସର ସୂଚନା ଅନୁସାରେ ଜୟଦେବଙ୍କ ହତ୍ୟା ପଛରେ ତାଙ୍କ ପତ୍ନୀ ଓ ପତ୍ନୀଙ୍କ ପ୍ରେମିକର ହାତ ରହିଛି। ହତ୍ୟା ଅଭିଯୋଗରେ ଖନ୍ତାପଡ଼ା ପୋଲିସ ଗତକାଲି ରାତିରେ ଜୟଦେବଙ୍କ ପତ୍ନୀ ଓ ତାଙ୍କ ପ୍ରେମିକ ମିତେଶ ପରିଡ଼ାକୁ ଗିରଫ କରିଛି। ସୂଚନାଥାଉ କି, ଗତ ୧୯ ତାରିଖରେ ଜୟଦେବ ରାତିରେ […]
ଭୁବନେଶ୍ୱର: ରାଜଧାନୀ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଜି ରାତିରେ ଖେଳାଯିବାକୁ ଥିବା ଚେନ୍ନାଇ ସୁପର କିଙ୍ଗସ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ଲେ-ଅଫ ମ୍ୟାଚ୍ ବଡ ସ୍କ୍ରିନରେ ଦେଖି ଷ୍ଟାଡ଼ିୟମର ମଜା ନେଇ ପାରିବେ ଦର୍ଶକ। କିଟ୍ ଷ୍ଟାଡ଼ିୟମରେ ବିସିସିଆଇ ଆଇପିଏଲ ପକ୍ଷରୁ ଏହି ଫ୍ୟାନ୍ପାର୍କ ଆୟୋଜନ କରାଯାଇଛି। ମାଗଣାରେ ଦର୍ଶକମାନେ ଏଠାରେ ବସି ମ୍ୟାଚ୍ ଦେଖିବା ସହ ବିଭିନ୍ନ ପୁରସ୍କାର ପାଇ ପାରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଇପିଏଲ ଫ୍ୟାନ୍ପାର୍କ ପକ୍ଷରୁ ସୂଚନା […]
ପୁରୀ: ପୁରୀ ଶ୍ରୀମନ୍ଦିରରେ CCTV ଜଗିବ ଭିତରକାଠ। ଶ୍ରୀମନ୍ଦିର ଭିତରକାଠରେ CCTV ଲଗାଇବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀଜିଉଙ୍କ ଦର୍ଶନ ବେଳେ ସ୍ଥିତି ଜାଣିବାକୁ CCTV ଲଗାଯିବ। ଶ୍ରୀଜିଉଙ୍କ ନୀତି ବେଳେ CCTV ବନ୍ଦ ରହିବ। ସାଧାରଣ ଦର୍ଶନ ବେଳେ ଏହି ସିସିଟିଭିକୁ ଚାଲୁ କରାଯିବ। ଭିତରକାଠରେ ଭକ୍ତ-ସେବାୟତ ଗଣ୍ଡଗୋଳ ପରେ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ। ଅନ୍ୟପଟେ ଶ୍ରୀମନ୍ଦିର ଭିତରକାଠ ନିକଟରେ ଭକ୍ତଙ୍କୁ ମାଡ଼ ମରାଯିବ ଘଟଣାରେ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ପିଲାଚୋର ଆତଙ୍କ ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ବିଭିନ୍ନ ଅଞ୍ଚଳରେ ଉଠିଥିବା ପିଲା ଚୋରି ଅଭିଯୋଗ ପରେ ପୋଲିସ ୫ ଜଣଙ୍କୁ ଅଟକ ରଖି ସେମାନଙ୍କ ସମ୍ପର୍କରେ ତଦନ୍ତ କରୁଛି। ତେବେ କୌଣସି ଅଟକ ଥିବା ବ୍ୟକ୍ତି କୌଣସି ଗ୍ୟାଙ୍ଗ୍ ସହ ସଂପୃକ୍ତ ନ ଥିବା ରାୟଗଡ଼ା ଏସ୍ପି କହିଛନ୍ତି। ଗତକାଲି ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାଜ୍ୟ ବାହାରୁ ଆସିଥିବା ପିଲାଚୋର ଗ୍ୟାଙ୍ଗ୍ ପିଲା ଚୋରି କରୁଥିବା ନେଇ […]
କଟକ: କଟକରେ ପୁଣି ଏନ୍କାଉଣ୍ଟର। ସଦର ଥାନା ବ୍ରାହ୍ମଣଝରିଲୋରେ ପୋଲିସର ଏନ୍କାଉଣ୍ଟରରେ ଯୁଗ ଓରଫ୍ ବସିର ଖାନ୍ ଆହତ। ବସିରର ଡାହାଣ ଗୋଡ଼ରେ ଗୁଳି ବାଜିଛି, ଚିକିତ୍ସା ଲାଗି ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଯୁଗଙ୍କୁ ଧରିବା ଲାଗି ସଦର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ଼୍ ମିଳିତ ଭାବେ ଚଢ଼ାଉ କରିଥିଲେ। ହେଲେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୋଲିସ ମଧ୍ୟ ତା ଉପରକୁ ଗୁଳି ଚଳାଇଥିଲା। ଯୁଗ ନିକଟରୁ ୩ଟି […]
ଭୁବନେଶ୍ୱର: ଦେଶରେ ପ୍ରଥମ ଥର କ୍ୟାମେରାରେ କଏଦ୍ ହୋଇଛି ବ୍ଲାକ୍ ପାନ୍ଥର ଫଟୋ । ସୁନ୍ଦରଗଡ଼ ହେମଗିରି ବନାଞ୍ଚଳ ଗର୍ଜନପାହାଡ଼ ରେଞ୍ଜରେ କଳାବାଘଟି ମାଆ ସହ ବୁଲୁଥିବା ନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ବାଘକୁ ଠାବ କରିବାକୁ ଉଦ୍ୟମ କରିଥିଲା। ୨୦୧୫ରେ ସ୍ଥାନୀୟ ଲୋକେ ଏହି କଳା ବାଘକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ତେବେ ବନ ବିଭାଗ କଳା ବାଘ ଥିବା ନେଇ ସାମାନ୍ୟତମ ଝଲକ […]
ନୂଆଦିଲ୍ଲୀ: ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଜି ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଗତକାଲି ‘ଧନ୍ୟବାଦ ପ୍ରସ୍ତାବ’ ଆଗତ କରିଥିଲେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଆଜି ମୋଦି ତାଙ୍କ ବକ୍ତବ୍ୟରେ କହିଥିଲେ, “ଯେତେବେଳେ ଚର୍ଚ୍ଚା ଆରମ୍ଭ ହେଲା, ସଂସଦକୁ ପ୍ରଥମ ଥର ଆସିଥିବା ପ୍ରତାପ ଷଡ଼ଙ୍ଗୀ ତାଙ୍କ ଭାଷଣ ପାଇଁ ଯେଭଳି ଭାବରେ ନିଜକୁ […]
ନୂଆଦିଲ୍ଲୀ : ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇ ଦ୍ୱିତୀୟ ଥର କ୍ଷମତାକୁ ଫେରିଛି ବିଜେପି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀ ତାଙ୍କ ସରକାରଙ୍କ କାର୍ଯ୍ୟ ପ୍ରଣାଳୀକୁ ଗ୍ରହଣ କରିବା ସହ ଆଉ ଥରେ ବିଜେପିକୁ ୨୦୧୪ଠାରୁ ବି ଅଧିକ ସମର୍ଥନ ଦେଇଥିବା ମୋଦି କହିଛନ୍ତି। ୧୩୦ କୋଟି ଲୋକଙ୍କ ସେବା କରିବା ପାଇଁ ପୁଣି ଥରେ ସୁଯୋଗ ମିଳିବା ସୌଭାଗ୍ୟର କଥା ବୋଲି ମୋଦି […]
କେନ୍ଦ୍ରାପଡ଼ା : କେରଳରେ ଓଡ଼ିଆ ଠିକାଦାରଙ୍କୁ ହତ୍ୟା ଅଭିଯୋଗ। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପେଣ୍ଠ ଗାଁର ପ୍ରଭାକାର ଦାସ ୧୦ ବର୍ଷ ହେବ କେରଳର କନ୍ନୁର ଜିଲ୍ଲାରେ ପରିବାର ସହ ରହି ଆସୁଥିଲେ। ସେଠାରେ ସେ ଠିକାଦାର କାମ କରିବା ସହ ଗ୍ରୋସରୀ ଦୋକାନ ଦେଇଥିଲେ। ଅଭିଯୋଗ ଅନୁସାରେ ଗତ ଶନିବାର ପ୍ରଭାକର ଠିକାଦାରୀ କରୁଥିବା କଂପାନୀରୁ ପ୍ରାୟ ୫ ଲକ୍ଷ ଟଙ୍କା […]
ସମ୍ବଲପୁର : ସମ୍ବଲପୁରରେ ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ। ଜଳେଇପଡ଼ା ସ୍ଥିତ ଜଣଙ୍କ ଘରୁ ୫ଟି ଚୋରା ବନ୍ଧୁକ ସହ ୧୨ଟି ଜୀବନ୍ତ ଗୁଳି ଓ ୨ଟି ଖୋକା ଜବତ କରିଛି ପୋଲିସ। ଏହି ମାମଲାରେ ଚୋରା ବନ୍ଧୁକ ବେପାରୀ ମହମ୍ମଦ ଜାହିନ ଖାନକୁ ପୋଲିସ ଗିରଫ କରିଛିା ମହମ୍ମଦ ସହରରେ ଦୀର୍ଘ ଦିନ ହେବ ଚୋରା ବନ୍ଧୁକ କାରବାର ଚଳାଇ ଆସୁଥିଲା। ମହମ୍ମଦ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ପକ୍ଷରୁ […]
ଭୁବନେଶ୍ୱର: ଆଜି ରାଜ୍ୟରେ କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଅପରାହ୍ନ ସାଢ଼େ ୪ଟା ଯାଏଁ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ। ଏହି ସମୟରେ ଘରୁ ନ ବାହାରିବା ପାଇଁ ଲୋକମାନଙ୍କୁ ସତର୍କ କରାଯାଇଛି।
ଭୁବନେଶ୍ୱର: ଓଡ଼ିଶାରେ ଠାବ ହେଲା ବ୍ଲାକ୍ ପାନ୍ଥର ବା କଳା ବାଘ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲରେ ଏକ କଳା ବାଘକୁ ଠାବ କଲା ବନ ବିଭାଗ। କଲରାପତ୍ରିଆ ପ୍ରଜାତିର ଏହି ବାଘର ରଙ୍ଗ ସମ୍ପୂର୍ଣ୍ଣ କଳା ରହିଛି। ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ କଳା ବାଘ ଅଛନ୍ତି। କଳାବାଘ ଓ ମେଲାନିଷ୍ଟିକ ଟାଇଗର ଥିବା ଏକମାତ୍ର ରାଜ୍ୟ ହେଉଛି ଓଡ଼ିଶା। ପିସିସିଏଫ୍ (ୱାଇଲ୍ଡ ଲାଇଫ୍) ସନ୍ଦୀପ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ୯୦ ଦଶକରେ […]