• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

child theft
ପିଲାଚୋର ଭାବି ନିର୍ଧୂମ ପିଟିଲେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ପିଲାଚୋର ଆତଙ୍କ ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ବିଭିନ୍ନ ଅଞ୍ଚଳରେ ଉଠିଥିବା ପିଲା ଚୋରି ଅଭିଯୋଗ ପରେ ପୋଲିସ ୫ ଜଣଙ୍କୁ ଅଟକ ରଖି ସେମାନଙ୍କ ସମ୍ପର୍କରେ ତଦନ୍ତ କରୁଛି। ତେବେ କୌଣସି ଅଟକ ଥିବା ବ୍ୟକ୍ତି କୌଣସି ଗ୍ୟାଙ୍ଗ୍ ସହ ସଂପୃକ୍ତ ନ ଥିବା ରାୟଗଡ଼ା ଏସ୍‌ପି କହିଛନ୍ତି। ଗତକାଲି ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାଜ୍ୟ ବାହାରୁ ଆସିଥିବା ପିଲାଚୋର ଗ୍ୟାଙ୍ଗ୍ ପିଲା ଚୋରି କରୁଥିବା ନେଇ […]

  • Saturday, 17 July 2021
encounter in cuttack
କଟକରେ ପୁଣି ଏନ୍‌କାଉଣ୍ଟର

କଟକ: କଟକରେ ପୁଣି ଏନ୍‌କାଉଣ୍ଟର। ସଦର ଥାନା ବ୍ରାହ୍ମଣଝରିଲୋରେ ପୋଲିସର ଏନ୍‌କାଉଣ୍ଟରରେ ଯୁଗ ଓରଫ୍ ବସିର ଖାନ୍‌ ଆହତ। ବସିରର ଡାହାଣ ଗୋଡ଼ରେ ଗୁଳି ବାଜିଛି, ଚିକିତ୍ସା ଲାଗି ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଯୁଗଙ୍କୁ ଧରିବା ଲାଗି ସଦର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ଼୍‌ ମିଳିତ ଭାବେ ଚଢ଼ାଉ କରିଥିଲେ। ହେଲେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୋଲିସ ମଧ୍ୟ ତା ଉପରକୁ ଗୁଳି ଚଳାଇଥିଲା। ଯୁଗ ନିକଟରୁ ୩ଟି […]

  • Saturday, 17 July 2021
tiger
ପ୍ରଥମ ଥର ଲାଗି କ୍ୟାମେରାରେ ଧରାପଡିଲା ବ୍ଲାକ୍ ପାନ୍ଥର

ଭୁବନେଶ୍ୱର: ଦେଶରେ ପ୍ରଥମ ଥର କ୍ୟାମେରାରେ କଏଦ୍ ହୋଇଛି ବ୍ଲାକ୍ ପାନ୍ଥର ଫଟୋ । ସୁନ୍ଦରଗଡ଼ ହେମଗିରି ବନାଞ୍ଚଳ ଗର୍ଜନପାହାଡ଼ ରେଞ୍ଜରେ କଳାବାଘଟି ମାଆ ସହ ବୁଲୁଥିବା ନେଇ ସ୍ଥାନୀୟ ଲୋକେ  ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ବାଘକୁ ଠାବ କରିବାକୁ ଉଦ୍ୟମ କରିଥିଲା। ୨୦୧୫ରେ ସ୍ଥାନୀୟ ଲୋକେ ଏହି କଳା ବାଘକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ତେବେ ବନ ବିଭାଗ କଳା ବାଘ ଥିବା ନେଇ ସାମାନ୍ୟତମ ଝଲକ […]

  • Saturday, 17 July 2021
modi-sarangi
ପ୍ରତାପ ଷଡ଼ଙ୍ଗୀ ଯେଭଳି ପ୍ରସ୍ତୁତ ହୋଇଥିଲେ ଏବଂ ଉପସ୍ଥାପନ କଲେ, ମୁଁ ନ କହିଥିଲେ ମଧ୍ୟ ଚଳିଥାନ୍ତା : ମୋଦି

ନୂଆଦିଲ୍ଲୀ: ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଜି ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଗତକାଲି ‘ଧନ୍ୟବାଦ ପ୍ରସ୍ତାବ’ ଆଗତ କରିଥିଲେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଆଜି ମୋଦି ତାଙ୍କ ବକ୍ତବ୍ୟରେ କହିଥିଲେ, “ଯେତେବେଳେ ଚର୍ଚ୍ଚା ଆରମ୍ଭ ହେଲା, ସଂସଦକୁ ପ୍ରଥମ ଥର ଆସିଥିବା ପ୍ରତାପ ଷଡ଼ଙ୍ଗୀ ତାଙ୍କ ଭାଷଣ ପାଇଁ ଯେଭଳି ଭାବରେ ନିଜକୁ […]

  • Saturday, 17 July 2021
modi speech
ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇ ଦ୍ୱିତୀୟ ଥର କ୍ଷମତାକୁ ଫେରିଛି ବିଜେପି : ମୋଦି

ନୂଆଦିଲ୍ଲୀ  : ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇ ଦ୍ୱିତୀୟ ଥର କ୍ଷମତାକୁ ଫେରିଛି ବିଜେପି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର  ଉତ୍ତର ରଖି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀ ତାଙ୍କ ସରକାରଙ୍କ କାର୍ଯ୍ୟ ପ୍ରଣାଳୀକୁ ଗ୍ରହଣ କରିବା ସହ ଆଉ ଥରେ ବିଜେପିକୁ ୨୦୧୪ଠାରୁ ବି ଅଧିକ ସମର୍ଥନ ଦେଇଥିବା ମୋଦି କହିଛନ୍ତି। ୧୩୦ କୋଟି ଲୋକଙ୍କ ସେବା କରିବା ପାଇଁ ପୁଣି ଥରେ ସୁଯୋଗ ମିଳିବା ସୌଭାଗ୍ୟର କଥା ବୋଲି ମୋଦି […]

  • Saturday, 17 July 2021
kerla
କେରଳରେ ଓଡ଼ିଆ ଠିକାଦାରଙ୍କୁ ହତ୍ୟା

କେନ୍ଦ୍ରାପଡ଼ା  : କେରଳରେ ଓଡ଼ିଆ ଠିକାଦାରଙ୍କୁ ହତ୍ୟା ଅଭିଯୋଗ। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପେଣ୍ଠ ଗାଁର ପ୍ରଭାକାର ଦାସ ୧୦ ବର୍ଷ ହେବ କେରଳର କନ୍ନୁର ଜିଲ୍ଲାରେ ପରିବାର ସହ ରହି ଆସୁଥିଲେ। ସେଠାରେ ସେ ଠିକାଦାର କାମ କରିବା ସହ ଗ୍ରୋସରୀ ଦୋକାନ ଦେଇଥିଲେ। ଅଭିଯୋଗ ଅନୁସାରେ ଗତ ଶନିବାର ପ୍ରଭାକର ଠିକାଦାରୀ କରୁଥିବା କଂପାନୀରୁ ପ୍ରାୟ ୫ ଲକ୍ଷ ଟଙ୍କା […]

  • Saturday, 17 July 2021
gun
ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ

ସମ୍ବଲପୁର : ସମ୍ବଲପୁରରେ ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ। ଜଳେଇପଡ଼ା ସ୍ଥିତ ଜଣଙ୍କ ଘରୁ ୫ଟି ଚୋରା ବନ୍ଧୁକ ସହ ୧୨ଟି ଜୀବନ୍ତ ଗୁଳି ଓ ୨ଟି ଖୋକା ଜବତ କରିଛି ପୋଲିସ। ଏହି ମାମଲାରେ ଚୋରା ବନ୍ଧୁକ ବେପାରୀ ମହମ୍ମଦ ଜାହିନ ଖାନକୁ ପୋଲିସ ଗିରଫ କରିଛିା ମହମ୍ମଦ ସହରରେ ଦୀର୍ଘ ଦିନ ହେବ ଚୋରା ବନ୍ଧୁକ କାରବାର ଚଳାଇ ଆସୁଥିଲା। ମହମ୍ମଦ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ପକ୍ଷରୁ […]

  • Saturday, 17 July 2021
kalabaisakhi
୫ ଜିଲ୍ଲାକୁ ସତର୍କ ସୂଚନା: ଅପରାହ୍ନ ୪ଟା ଯାଏ ହୁସିଆର!

ଭୁବନେଶ୍ୱର: ଆଜି ରାଜ୍ୟରେ କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଅପରାହ୍ନ ସାଢ଼େ ୪ଟା ଯାଏଁ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ। ଏହି ସମୟରେ ଘରୁ ନ ବାହାରିବା ପାଇଁ ଲୋକମାନଙ୍କୁ  ସତର୍କ କରାଯାଇଛି।

  • Saturday, 17 July 2021
black tiger
ଓଡ଼ିଶାରେ ଠାବ ହେଲା କଳା ବାଘ

ଭୁବନେଶ୍ୱର: ଓଡ଼ିଶାରେ ଠାବ ହେଲା ବ୍ଲାକ୍ ପାନ୍ଥର ବା କଳା ବାଘ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲରେ ଏକ କଳା ବାଘକୁ ଠାବ କଲା ବନ ବିଭାଗ। କଲରାପତ୍ରିଆ ପ୍ରଜାତିର ଏହି ବାଘର ରଙ୍ଗ ସମ୍ପୂର୍ଣ୍ଣ କଳା ରହିଛି। ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ କଳା ବାଘ ଅଛନ୍ତି। କଳାବାଘ ଓ ମେଲାନିଷ୍ଟିକ ଟାଇଗର ଥିବା ଏକମାତ୍ର ରାଜ୍ୟ  ହେଉଛି ଓଡ଼ିଶା। ପିସିସିଏଫ୍ (ୱାଇଲ୍ଡ ଲାଇଫ୍) ସନ୍ଦୀପ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ୯୦ ଦଶକରେ […]

  • Saturday, 17 July 2021
begunia
ଏନଏସି ଦାବିରେ ବେଗୁନିଆ ବନ୍ଦ

ଖୋର୍ଦ୍ଧା: NAC ମାନ୍ୟତା ଦାବିରେ ଖୋର୍ଦ୍ଧା ବେଗୁନିଆରେ ବନ୍ଦ ପାଳନ। ବେଗୁନିଆ ସଚେତନ ମଞ୍ଚ ପକ୍ଷରୁ ଆଜି ବେଗୁନିଆ ବନ୍ଦ ଡାକରା ଦିଆଯାଇଛି। ବେଗୁନିଆକୁ NAC ମାନ୍ୟତା ସହ ୩ ଦଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନ ଯୋଗୁଁ ବେଗୁନିଆ ସହରର ସମସ୍ତ ସରକାରୀ, ବେସରକାରୀ ଅଫିସ ସହ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି। ସହରରେ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ସଚେତନ ମଞ୍ଚ […]

  • Saturday, 17 July 2021