ରାୟଗଡା : ରଖେ ହରି ତ ମାରେ କିଏ ? ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରର ଢାମୁଣିପଙ୍ଗା ପଂଚାୟତରେ ସ୍କୁଟି ଚାଳକଙ୍କୁ ବଂଚାଇବାକୁ ଯାଇ ଏକ ଟ୍ରାକ୍ଟର ଓଲଟି ପଡିଥିଲା। ଏଥିରେ ଗାଡି ଚଳାଉଥିବା ନକୁଳ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାରକରିବାକୁ ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଜେସିବି ସହାୟତାରେ ଟ୍ରାକ୍ଟରକୁ ଉଠାଇ ନକୁଳଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାୟ ଏକଘଣ୍ଟା […]
ଭୁବନେଶ୍ୱର : ଲୋକପ୍ରିୟ ଜଗନ୍ନାଥ ଜଣାଣ ଆହେ ନୀଳ ଶଇଳକୁ ଭୁଲ ଢଙ୍ଗରେ ଗାଇ ଓଡ଼ିଆଙ୍କ ରୋଷର ଶିକାର ହୋଇଛନ୍ତି ଗାୟିକା ସୋନା ମହାପାତ୍ର। ପୁରୀରେ ସୋନାଙ୍କୁ ବିରୋଧ କରି ତାଙ୍କ ପୋଷ୍ଟର ପୋଡ଼ିଛି ସଚେତନ ନାଗରିକ ମଞ୍ଚ। ଭକ୍ତ ସାଲବେଗଙ୍କ ରଚିତ ଏବଂ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଏ ଜଣାଣକୁ କଦର୍ଥ କରି ଗାଇଥିବାରୁ ସୋନା କ୍ଷମା ମାଗନ୍ତୁ ବୋଲି ଦାବି କରିଛି ମଞ୍ଚ। ଏ ଗୀତକୁ ତୁରନ୍ତ ୟୁଟୁବରୁ ହଟାଇବାକୁ […]
ଖୋର୍ଦ୍ଧା : ଡଙ୍ଗାରେ ତ୍ରୁଟି ନୁହେଁ, ବରଂ କାଳବୈଶାଖୀ ଯୋଗୁ ଭାରସାମ୍ୟ ହରାଇ କାଳିଜାଈରେ ଡଙ୍ଗାବୁଡି ଥିଲା। ଏହା କହିଛନ୍ତି ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟର ଏକଜିକ୍ୟୁଟିଭ ଇଞ୍ଜିନିୟର। କାଳିଜାଈ ଡଙ୍ଗାବୁଡି ଘଟଣାର ଆଜିଠୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଗକୁ ମଧ୍ୟ ତଦନ୍ତ ଚାଲିବ ବୋଲି ସେ କହିଛନ୍ତି। ଆଜି ୭ଜଣିଆ ତଦନ୍ତକାରୀ ଟିମ୍ ଜେଟିରେ ପହଞ୍ଚି ବିଭିନ୍ନ ଡଙ୍ଗାର କାଗଜପତ୍ର ସହ ଫିଟନେସ୍ ମଧ୍ୟ ଯାଞ୍ଚ କରିଛନ୍ତି। ଅନ୍ୟପଟେ ଡଙ୍ଗା ବୁଡି […]
ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ I ପାଣିପାଗରେ ହଠାତ୍ ପରିବର୍ତ୍ତନ ଅାସିଛି I ଡହ ଡହ ଖରାରେ ସିଝି ଯାଉଛି ଦେହ I ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଟପିଛି I ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା 42.3 ଡିଗ୍ରୀ ରେକର୍ଡ କରାଯାଇଛି I ଆଜି କେଉଁଠି ତାପମାତ୍ରା କେତେ ? ଭୁବନେଶ୍ୱର 42.3, ବାରିପଦା 42, ତାଳଚେର 41.9, ଅନୁଗୁଳ 41.7, ଚାନ୍ଦବାଲି 40.8, ଟିଟିଲାଗଡ଼ 40.5, ବାଲେଶ୍ୱର 40.5, ବଲାଙ୍ଗୀର […]
ନୂଆଦିଲ୍ଲୀ : କିଏ ହେବ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନବିଚାରପତି ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଅକ୍ଟୋବର ୨ ତାରିଖରେ ଅବସର ନେଉଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର। ତେବେ ଜଷ୍ଟିସ୍ ମିଶ୍ରଙ୍କ ଅବସର ପରେ ପ୍ରଧାନବିଚାରପତି କିଏ ହେବ ସେ ନେଇ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ। ଜଷ୍ଟିସ୍ ଦୀପକ ମିଶ୍ରଙ୍କ ପରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ବରିଷ୍ଠ। ତେଣୁ ତାଙ୍କ ନାଁକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। କିନ୍ତୁ ଗତବର୍ଷ ଜଷ୍ଟିସ୍ ଗୋଗୋଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର […]
ନୂଆଦିଲ୍ଲୀ : ଆଜି ୪୮ ବର୍ଷରେ ପଦାର୍ପଣ କଲେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସଭାପତି ହେବା ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ। ଏହି ଅବସରରେ ଦିଲ୍ଲୀ ସ୍ଥିତ କଂଗ୍ରେସ ଭବନ ଆଗରେ ତାଙ୍କ ସମର୍ଥକମାନେ ଉତ୍ସବ ପାଳନ କରିଥିଲେ। ବାଜା ବଜାଇବା ସହ ବାଣ ଫୁଟାଇ ଜନ୍ମ ଦିନର ଉତ୍ସବ ମନାଇଥିଲେ ରାହୁଲଙ୍କ ସମର୍ଥକ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ଯୋଗେ ରାହୁଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। […]
ନୂଆଦିଲ୍ଲୀ : ଅନିର୍ଦ୍ଧିଷ୍ଟ କାଳ ଯାଏ ଛୁଟିରେ ଗଲେ ICICI ବ୍ୟାଙ୍କ୍ ସିଇଓ ଚନ୍ଦା କୋଚର୍। ଫ୍ରଫିଟ୍ ଅଫ୍ ଇଣ୍ଟ୍ରେଷ୍ଟ ଅଭିଯୋଗରେ ଚନ୍ଦାଙ୍କୁ ଛୁଟିରେ ପଠାଇଛନ୍ତି ବ୍ୟାଙ୍କର ଗର୍ଭିନିଂ ବୋର୍ଡ। ତଦନ୍ତ ପୁରା ହେବା ଯାଏ ସେ କାର୍ଯ୍ୟରେ ଯୋଗଦେଇପାରିବେନି ବୋଲି ସୂଚନା ମିଳିଛି। ଚନ୍ଦାଙ୍କ ସ୍ଥାନରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ ସନ୍ଦୀପ ବକ୍ସିଙ୍କୁ ଦାୟିତ୍ୱ ମିଳିଛି। ଚନ୍ଦାଙ୍କ ଉପରେ ଥିବା ସମସ୍ତ ଅଭିଯୋଗର ତଦନ୍ତ ଯାଏ ସେ ଦାୟିତ୍ୱ ସମ୍ଭାଳିବେ। ଚନ୍ଦାଙ୍କ ସ୍ୱାମୀ ତଥା ବ୍ୟବସାୟୀ […]
ସମ୍ବଲପୁର : ୪ ଦଫା ଦାବି ନେଇ ସମ୍ବଲପୁର ଜିଲ୍ଲା କେଶାଇବାହାଲ ଷ୍ଟେଟ ବ୍ୟାଙ୍କ ସମବାୟ ସମିତି ଲ୍ୟାମ୍ପରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି ଶତାଧିକ ଚାଷୀ। ଜରାବଗା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଏବଂ ବାବୁନିକ୍ତିମାଲ ଷ୍ଟେଟବ୍ୟାଙ୍କରେ ମଧ୍ୟ ତାଲା ପକାଇଛନ୍ତି ଚାଷୀ। ଋଣଛାଡ, ଇନ୍ପୁଟ୍ ସହାୟତା ପ୍ରଦାନ, କୃଷି ବିମା ପ୍ରଦାନ, ପେନ୍ସନ ଦାବି ନେଇ କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ଅଞ୍ଚଳର ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ବ୍ରହ୍ମଗିରି : ଉପବାସରେ ପ୍ରଭୁ ଅଲାରନାଥ। ଶିବ ସୁଆର ଓ ଦୈତାରୀ ପଣ୍ଡାଙ୍କ ମଧ୍ୟରେ ସେବା ପୂଜାକୁ ନେଇ ବିବାଦ ଲାଗି ରହିଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଆଜି ସକାଳେ ଅଲାରନାଥଙ୍କ ବଲ୍ଲବ ଧୂପ ହୋଇନଥିଲା। ପଣ୍ଡାପାଳିଆ ଅଭିଯୋଗ ଆଣିଲେ ବଲ୍ଲବ ଧୂପ ପୂର୍ବରୁ ସେବାୟତମାନେ ପର୍ଯ୍ୟଟକଙ୍କୁ ଦର୍ଶନ ପାଇଁ ଭିତରକୁ ଛାଡି ଦେଇଥିଲେ। ଅନ୍ୟପଟେ ସେବାୟତମାନେ ବଲ୍ଲବ ଧୂପ ହେଉନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଦିନ ପ୍ରାୟ ସାଢେ ୧ ପର୍ଯ୍ୟନ୍ତ ପ୍ରଭୁ […]
ଭୁବନେଶ୍ୱର : ବିପର୍ଯ୍ୟୟ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ଆଜି ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକରେ ଏହି ଆହ୍ୱାନ ଦେଇଛନ୍ତି ନବୀନ ପଟ୍ଟନାୟକ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ମହିଳା, ଶିଶୁଙ୍କ ସହ ଭିନ୍ନକ୍ଷମ ଏବଂ ବୟସ୍କଙ୍କ ପ୍ରତି ମଧ୍ୟ ସ୍ୱତନ୍ତ୍ର ନଜର ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଖାଦ୍ୟଶସ୍ୟ ମହଜୁଦ ରଖିବା ସହ ବିପଦସଂକୁଳ ସ୍ଥାନ ପ୍ରତି ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି […]
ବିଶାଖାପାଟଣା : ବିଶାଖାପାଟଣାରେ ବେଶ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି ଶୀତଳ ଷଷ୍ଠୀ ଉତ୍ସବ। ପ୍ରବାସୀ ଓଡିଆଙ୍କ ଦ୍ୱାରା ୨ ଦିନ ଧରି ଏହି ଉତ୍ସବ ପାଳନ କରାଯାଇଛି। ଦଶପଲ୍ଲା ହିଲସ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଏହି ଶୀତଳ ଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା।ଏଥିରେ ଅନେକ ଓଡିଆ ପରିବାର ସହ ସ୍ଥାନୀୟ ଲୋକେ ମଧ୍ୟ ସାମିଲ ହୋଇଥିଲେ। ପରମ୍ପରା ଅନୁଯାୟୀ ପ୍ରଥେମେ ଶିବ ପାର୍ବତୀଙ୍କ ନିର୍ବନ୍ଧ, ପରେ ଦେବ ନିମନ୍ତ୍ରଣ ଓ ବିବାହ ଉତ୍ସବ ପାଳିତ ହୋଇଥିଲା। […]
ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମର ଲହରି ଜାରି ରହିଛି। ଆଜି ବି ପ୍ରବଳ ଖରାରେ ସିଝୁଛି ଭୁବନେଶ୍ୱର। ପ୍ରବଳ ଖରାରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି। ଭୁବନେଶ୍ୱର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ଏହା ମଧ୍ୟରେ ଆସିଛି ଏକ ଖୁସି ଖବର। ଆସନ୍ତା ୨୩ରୁ ୨୫ ମଧ୍ୟରେ ମୌସୁମୀ ସକ୍ରିୟ ହେବ। ୨୫ରୁ ବର୍ଷାର ପରିମାଣ ବଢ଼ିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବି ରାଜ୍ୟର […]
ଗୌହାଟି: ମୂଷାମାନେ ଘରେ କାଗଜପତ୍ର ଅବା କପଡା କାଟି ଥିବାର ଅାପଣ ଦେଖିଥିବେ I କିନ୍ତୁ ATM ମେସିନ ଭିତରେ ପଶି ଟଙ୍କା କାଟି ଟୁକୁଡା ଟୁକୁଡା କରିବା ଘଟଣା ଶୁଣି ନଥିବେ I ଘଟଣାଟି ଅାପଣଙ୍କୁ ଅାଶ୍ଚର୍ଯ୍ୟ ଲାଗୁଥିଲେ ବି ସତ I ମୂଷା କାଟିଥିବା ୫୦୦ ଏବଂ ୨୦୦୦ ଟଙ୍କିଅା ନୋଟ ଫଟୋ ଏବେ ସୋସିଅାଲ ମିଡିଅାରେ ଭାଇରାଲ ହୋଇଛି I ସୂଚନା ଅନୂଯାୟୀ, ଅାସାମର ତିନିସୁକିଅା ଜିଲ୍ଲାର ଲାଇପୁଲି ଅଞ୍ଚଳରେ ରହିଛି ଏହି […]
ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଭାଙ୍ଗିଲା ବିଜେପି-ପିଡିପି ମେଣ୍ଟ । ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସହ ହୋଇଥିବା ମେଣ୍ଟରୁ ବିଜେପି ଓହରି ଯାଇଛି ଓ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇସ୍ତଫା ଦେଇଛନ୍ତି । ବିଜେପି ମେହବୁବା ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ନିଷ୍ପତ୍ତି ନେଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସମର୍ଥନ ପ୍ରତ୍ୟାହାର ନେଇ ରାଜ୍ୟପାଳଙ୍କୁ ମଧ୍ୟ ଚିଠି ମାଧ୍ୟମରେ ବିଜେପି […]
ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଅଭିନେତା ପପୁ ପମ୍ ପମ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଦୀର୍ଘ ଦିନ ପରେ ଆଜି ପପୁ ICUରୁ ବାହାରିଛନ୍ତି। ତାଙ୍କୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି। ତେବେ ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଆଶା କରାଯାଉଛି। ପପୁଙ୍କ ସୁସ୍ଥ ହେବା ସମ୍ପର୍କରେ ଡାକ୍ତର କହିଥିବା ପପୁଙ୍କ ସଂପର୍କୀୟଙ୍କ ସୂଚନା ଦେଇଛନ୍ତି। ସୂଚନାଥାଉ କି, ଗତ କିଛି ଦିନ ତଳେ ପପୁଙ୍କ ମୃତ୍ୟୁ […]
ନୂଆଦିଲ୍ଲୀ: ଜୟପୁର-ମୁମ୍ବାଇ ବିମାନରେ ବୋମା ଥିବା ନେଇ ଫୋନ୍ କଲ୍। ଇଣ୍ଡିଗୋର ଏହି ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍ ମିଳିଛି। ଆଜି ସକାଳ ୫ଟା ୩୦ ମିନିଟ୍ରେ ଇଣ୍ଡିଗୋ କଲ୍ ସେଣ୍ଟର୍କୁ ଏହି ଧମକପୂର୍ଣ୍ଣ କଲ୍ ଆସିଥିଲା। ଏହି ଘଟଣା ପରେ ତତ୍କ୍ଷଣାତ୍ ପୋଲିସ୍ ଏବଂ ବମ୍ ସ୍କ୍ୱାଡ଼କୁ ଆଲର୍ଟ କରାଯିବା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିମାନର ଯାଞ୍ଚ ଜାରି ରହିଥିବା ଜଣାପଡ଼ିଛି। ଫଳରେ […]
ଭୁବନେଶ୍ୱର: ପୁଣି ବଢ଼ିଲା ଖରାଛୁଟି ଅବଧି। ପ୍ରବଳ ଖରା ଓ ଗରମକୁ ଦୃଷ୍ଟିରେ ରଖି ସରକାର ଖରାଛୁଟିକୁ ଅାଉ ୪ ଦିନ ପାଇଁ ବୃଦ୍ଧି କରିଛନ୍ତି। ଜୁନ ୨୧ ବଦଳରେ ଜୁନ୍ ୨୬ ତାରିଖରେ ସ୍କୁଲ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପୂର୍ବରୁ ଜୁନ ୧୭ ଯାଏ ଖରାଛୁଟି ଘୋଷଣା ହୋଇଥିବା ବେଳେ ଏହାକୁ ୨୧ ଯାାଏଁ ବଢାଇଥିବାବଳେ ପୁଣିଥରେ ୨୬କୁ ବୃଦ୍ଧି କରିଛନ୍ତି ସରକାର। ଛୁଟି ବୃଦ୍ଧି ପରେ ଅାସନ୍ତା ସୋମବାର ଦିନ […]
ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ବନ୍ଧୁକ ମୁନରେ ପ୍ରାୟ ୪୫ଲକ୍ଷ ଟଙ୍କା ଡକାୟତମାନେ ଲୁଟି ନେଇଛନ୍ତି। ମଧୁସୂଦନନଗର ବଜାରରେ ଥିବା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ଏହି ଲୁଟ୍ ହୋଇଛି। ସୂଚନା ଅନୁସାରେ, ଆଜି ସକାଳ ୧୦ଟା ବେଳେ ବ୍ୟାଙ୍କ ଖୋଲିବା ମାତ୍ରେ ୭ରୁ ୮ଜଣ ଡକାୟତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ପରେ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ସେମାନଙ୍କଠୁ ଲକର ଚାବି ଆଣି ଟଙ୍କା ଲୁଟି ନେଇଥିଲେ। ଏମିତିକି ବ୍ୟାଙ୍କ କର୍ମଚାରୀଙ୍କୁ ଆଣ୍ଠେଇ […]