ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକିସ୍ତାନ ପକ୍ଷରୁ ସୋଶାଲ ମିଡିଆରେ କରାଯାଉଥିବା ଅପପ୍ରଚାରର ପର୍ଦ୍ଦାଫାସ ହୋଇଛି। ଆଜି ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଅନଔପଚାରିକ ଆଲୋଚନା ହୋଇଛି। ଏହି ସମ୍ପର୍କର ସେତୁ ଗଠନ ହେବା ପୂର୍ବରୁ ଆଜି ସକାଳୁ ସୋଶାଲ ମିଡିଆରେ ମୋଦି ବିରୋଧୀ ପ୍ରଚାର ଆରମ୍ଭ ହୋଇଥିଲା। ହ୍ୟାଶଟ୍ୟାଗ ମୋଦି ଗୋ-ବ୍ୟାକ୍(#Modigoback) ଟ୍ରେଡିଂ କରିଥିଲା। ଏହାପରେ ସରକାରୀ ସ୍ତରରେ ଛାନଭିନ୍ କରାଯାଇଥିଲା। ଛାନଭିନ୍ ସମୟରେ ଏହି ସୋଶାଲ […]
ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ସିନ୍ଧୁ ସଭ୍ୟତାରେ ବସବାସ କରୁଥିବା ମନୁଷ୍ୟଙ୍କ ଭଳି ଅବିକଳ ମୁହଁ ବିକଶିତ କରିପାରିଛନ୍ତି। ହରିଆଣାର ରାଖିଗଡ଼ି ଠାରେ ଥିବା ୪,୫୦୦ ବର୍ଷ ପୁରୁଣା ସମାଧିସ୍ଥଳରୁ ମିଳିଥିବା ୩୭ ଜଣ ବ୍ୟକ୍ତିଙ୍କ ଦେହାବଶେଷରୁ ଏହି ମୁହଁର ପ୍ରତିରୂପ ବିକାଶ କରାଯାଇଛି। ଦକ୍ଷିଣ କୋରିଆ, ବ୍ରିଟେନ୍ ଏବଂ ଭାରତର ୬ଟି ଅନୁଷ୍ଠାନରୁ ଆସିଥିବା ୧୫ ଜଣ ବୈଜ୍ଞାନିକ ଏବଂ ବିଶେଷଜ୍ଞ କ୍ରାନିଫେସିଆଲ ରିକନ୍ଷ୍ଟ୍ରକ୍ସନ୍ (ସିଏଫ୍ଆର) ଟେକ୍ନୋଲୋଜିର ବ୍ୟବହାରରେ ଏବଂ ମିଳିଥିବା ଦେହାବଶେଷର […]
ନୂଆଦିଲ୍ଲୀ : ଟ୍ରମ୍ଫଙ୍କ ଭଳି ହେବ ମୋଦିଙ୍କ ପ୍ଲେନ୍। ଆଉ ଏୟାର ଇଣ୍ଡିଆ ନୁହେଁ ଏୟାର ଫୋର୍ସର ଅତ୍ୟାଧୁନିକ ବିମାନରେ ଉଡ଼ିବେ ମୋଦି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବ୍ୟବହାର କରୁଥିବା ବିମାନ ବୋଇଂ 747-200B ଭଳି ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ବି ଆସିବ ବୋଇଂ-777-300ER ଏୟାରକ୍ରାଫ୍ଟ। ଯିଏକି ଶତ୍ରୁ ପକ୍ଷର ରାଡ଼ାରକୁ ଚକ୍ମା ଦେବା ସହ ଆଣ୍ଟି ମିଜାଇଲ୍ ଡିଫେନ୍ସ ସିଷ୍ଟମ୍ର ବି ଉପଯୋଗ କରିପାରିବ। ସାଉଥ୍ ବ୍ଲକର ଜଣେ […]
ନୂଆଦିଲ୍ଲୀ : ଏସ୍ବିଆଇ ସେଭିଂସ୍ ଡିପୋଜିଟ୍ ଉପରେ ନୂଆ ପରିବର୍ତ୍ତନ ଆଣିଛି। ଭାରତର ଏହି ସର୍ବବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ବୁଧବାର ସେଭିଂସ୍ ଡିପୋଜିଟ୍ ଉପରେ ସୁଧହାର ହ୍ରାସ କରିଛି। ସ୍ଥାୟୀ ଜମାରେ ମଧ୍ୟ ସୁଧ ହ୍ରାସ କରିଥିବା ଘୋଷଣା କରିଛି ଏସ୍ବିଆଇ। ଆରବିଆଇ ବ୍ୟାଙ୍କ ମାନଙ୍କ ପାଇଁ ଲାଗୁ କରୁଥିବା ସୁଧ ହାର ବା ରେପୋରେଟ୍ ହ୍ରାସ କରିଥିବାବେଳେ ଏସ୍ବିଆଇ ଏହି ସମୟରେ ହିଁ ସୁଧ ହାର କମାଇବାର ନିଷ୍ପତ୍ତି […]
ପ୍ୟାରିସ୍ : ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ। ଫ୍ରାନ୍ସ ଏହି ଅତ୍ୟାଧୁନିକ ଲଢୁଆ ବିମାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ହସ୍ତାନ୍ତର କରିଛି। ଫ୍ରାନ୍ସ ମେରିନାକରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଫେଲ ଗ୍ରହଣ କରିଛନ୍ତି। ରାଜନାଥ ରାଫେଲ ଗ୍ରହଣ ଅବସରରେ ବାୟୁସେନାକୁ ବଳଶାଳୀ କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ରାଜନାଥ କହିଛନ୍ତି। ସେ ପ୍ରଥମେ ପ୍ୟାରିସ୍ରେ ପହଞ୍ଚିବା ପରେ ମେରିଗନାକ୍ ଯାଇଥିଲେ। ସେଠାରେ ତାଙ୍କୁ ରାଫେଲ ଯୁଦ୍ଧ ବିମାନ ହସ୍ତାନ୍ତର କରାଯାଇଛି। […]
ନୂଆଦିଲ୍ଲୀ :ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ବୈଜ୍ଞାନିକଙ୍କୁ ମିଳିତ ଭାବେ ମିଳିଲା ଏହି ପୁରସ୍କାର। ଜେମ୍ସ ପେବଲ୍ସ, ମାଇକେଲ ମେୟର, ଦିଦିଆର୍ କ୍ୱେଲୋଜଙ୍କୁ ନୋବେଲ ପୁରସ୍କାର ମିଳିବ। ସୌର ଶକ୍ତି ଗବେଷଣା କ୍ଷେତ୍ରରେ ଦିଦିଆର୍ କ୍ୱେଲୋଜ ଏବଂ ବିଶ୍ୱତତ୍ତ୍ୱ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜେମ୍ସ ପେବଲ୍ସ, ମାଇକେଲ ମେୟରଙ୍କୁ ନୋବେଲ ପୁରସ୍କାର ପାଇବା ପାଇଁ ଘୋଷଣା କରାଯାଇଛି। ଗତକାଲି ୩ ଜଣ ବୈଜ୍ଞାନିକଙ୍କୁ ମେଡିସିନ୍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା […]
କରଞ୍ଜିଆ : ଅପହରଣର ୧୫ଦିନ ପରେ ମଧ୍ୟ ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ। ଥାନାକୁ ଦୌଡ଼ିଦୌଡ଼ି ପରିବାର ଲୋକ ନୟାନ୍ତ। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ। ଅଭିଯୋଗ ଅନୁସାରେ, ଗତ ସେପ୍ଟେମ୍ବର ୧୬ ତାରିଖରେ ରରୁଆଁ ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ଯାଉଥିଲେ। ଏହି ସମୟରେ ରାସ୍ତାରେ ଛକି ରହିଥିବା କିଛି ବ୍ୟକ୍ତି ଛାତ୍ରୀଙ୍କୁ ଅପହରଣ କରିନେଇଥିଲେ। ଏନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଏମିତିକି ଝିଅକୁ […]
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମିକୁ ନେଇ ସୁପ୍ରିମ୍କୋର୍ଟ ଲଗାତାର ଶୁଣାଣି କରୁଥିବାବେଳେ ଆସନ୍ତା ନଭେମ୍ବର ୧୮ରେ ଏହାର ଚୂଡ଼ାନ୍ତ ରାୟ ଆସିବାର ଅଛି। ତେବେ ଏଭଳି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ଆଞ୍ଚଳିକ ମୁଖ୍ୟ କେକେ ମହମ୍ମଦ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି। ୧୯୭୬-୭୭ ମସିହାରେ ଏହି ବିବାଦୀୟ ଜମିର ଖନନ କରାଯିବା ସମୟରେ ସେ ଏଏସ୍ଆଆଇ ଟିମ୍ର ସଦସ୍ୟ ଥିଲେ। ମୁସଲିମ୍ ପକ୍ଷ ସ୍ୱତଃପ୍ରବୃତ୍ତ ଭାବେ ରାମ ମନ୍ଦିର ପାଇଁ ଏହି ଜମି ଦେଇଦେବାକୁ […]
ବିକାନେର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ରାଷ୍ଟ୍ରୀୟ ଏକତା ଅଭିଯାନ ପାଇଁ ରାଜସ୍ଥାନର ବିକାନେର ଗସ୍ତ କରିଛନ୍ତି। ସେ ଏହି ଅବସରରେ ଆୟୋଜିତ ଏକ ବୈଠକରେ ହାଓଡି ବିକାନେର୍ କହି ଜନତାଙ୍କୁ ସମ୍ବୋଧନ କରିବା ସହ ଓଡ଼ିଶା ଆସିବାକୁ ମଧ୍ୟ ରାଜସ୍ଥାନବାସୀଙ୍କୁ ନିମନ୍ତ୍ରଣ କରିଛନ୍ତି। ସେ ଏହି ଅବସରରେ ୩୭୦ ଧାରା ଉଚ୍ଛେଦ ପରର ପରିବର୍ତ୍ତନକୁ ମିଳୁଥିବା ସମର୍ଥନ ବାବଦରେ ମତ ରଖିଛନ୍ତି। ସେ ଆଜି ଭାଷଣରେ କହିଥିଲେ, ମୁଁ […]
ଇସ୍ଲାମାବାଦ୍ : ପାକିସ୍ତାନରେ ଭୟଙ୍କର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୯ ଟପିଲାଣି। ତାସହ ୩୦୦ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୪ଟା ୩୫ରେ ହୋଇଥିବା ଭୂକମ୍ପ ଝଟକାରେ ଦୋହଲି ଯାଇଛି ପାକିସ୍ତାନର ରାଜଧାନୀ ଇସ୍ଲାମାବାଦ୍ ସମେତ ଆଖପାଖ ଅନେକ ଅଞ୍ଚଳ। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାକ୍ ଅଧିକୃତ କାଶ୍ମୀର। ଭୂମିକମ୍ପ ପ୍ରଭାବରେ ପିଓକେରେ ବହୁ ଘର ଭାଙ୍ଗିବା ସହ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ମୁତାବକ ଜଣଙ୍କ ଭୂକମ୍ପରେ […]
ଜଗତସିଂହପୁର : ନର୍ସ ନିହାରିକା ହତ୍ୟା ଘଟଣାର ତଦନ୍ତ ଲାଗି ମୃତ ନିହାରିକାଙ୍କ ଘର ଭିଙ୍ଗାରପୁରରେ ପହଁଞ୍ଚି ତଦନ୍ତ କରିଛନ୍ତି ଜଗତସିଂହପୁର ଏସ୍ପି। ବାପା, ଭାଇ, ମାଆ ଏବଂ ସମ୍ପର୍କୀୟ ଭଉଣୀଙ୍କ ସହ କଥା ହୋଇ ତଦନ୍ତ କରିଛନ୍ତି ଏସ୍ପି। ହତ୍ୟାକାଣ୍ଡରେ ଆଉ କେଉଁମାନେ ଜଡିତ ଅଛନ୍ତି ସେ ବିଷୟରେ ତଦନ୍ତ କରାଯାଉଥିବା ଜଗତସିଂହପୁର ଏସପି କହିଛନ୍ତି। ନିହାରିକା ହତ୍ୟା ଘଟଣାରେ ପୁଲିସ ତାର ପ୍ରେମିକ ରାଜା ଓରଫ ଇଶ୍ୱର ଆଞ୍ଚଲକୁ ଗିରଫ କରି କୋର୍ଟଚାଲାଣ କରିଛି। […]
ନୂଆଦିଲ୍ଲୀ: ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’ ପାଇଁ ହୋଷ୍ଟନର ଏନ୍ଆରଜି ଷ୍ଟାଡଅମ୍ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିଶ୍ୱର ପୁରୁଣା ଏହି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ୫୦ ହଜାର ଭାରତୀୟ-ଆମେରିକୀୟଙ୍କ ସାମ୍ନାରେ ଆଜି ଅଭିଭାଷଣ ରଖିବେ। ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି, ବିଶ୍ୱର ସବୁଠାରୁ ପୂରୁଣା ଏବଂ ସବୁଠାରୁ ବୃହତ ଗଣତନ୍ତ୍ର ମଧ୍ୟରେ ସହଭାଗୀତା ପାଇଁ ଏହା ଉଲ୍ଲେଖନୀୟ ଭୂମିକା ନେବ। ତେବେ […]
ପୁରୀ: ଶ୍ରୀଜିଉଙ୍କ ଦର୍ଶନ ବେଳେ ଶ୍ରଦ୍ଧାଳୁଙ୍କଠାରୁ ଚୋରି ଅଭିଯୋଗ। କଟକର ଜଣେ ଭକ୍ତଙ୍କ ପକେଟରୁ ପର୍ସ ଚୋରି କରିଛନ୍ତି ଖୋଦ୍ ଜଣେ ସେବାୟତ। ଏ ନେଇ ଭକ୍ତ ଜଣକ ସିଂହଦ୍ୱାର ଥାନାରେ ଅଭିଯୋଗ ପରେ ପୋଲିସ ସଂପୃକ୍ତ ସେବାୟତଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁସାରେ, ଗତକାଲି କଟକରୁ ଆସିଥିବା ସ୍ୱପ୍ନଜୀତ ନାୟକ ନାମକ ଜଣେ ଭକ୍ତ ନାଟମଣ୍ଡପ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଥିବା ବେଳେ ତାଙ୍କ ପକେଟ୍ରୁ ପର୍ସ ଚୋରି ହୋଇଥିଲା। ଏନେଇ ଜଣେ ସେବାୟତଙ୍କ ବିରୋଧରେ […]