• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sugical
ସାମ୍ନାକୁ ଆସିଲା ସର୍ଜିକାଲ ଷ୍ଟ୍ରାଇକ୍ ଭିଜୁଆଲ୍

ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକର ଭିଡିଓ। ପ୍ରଥମ ଥର ଲାଗି ଭାରତୀୟ ସେନା ପକ୍ଷରୁ ହୋଇଥିବା ଏହି ଅପରେସନର ଭିଡିଓ ଲୋକ ଲୋଚନକୁ ଆସିଛି। ୨୦୧୬ ସେପ୍ଟେମ୍ବର ୨୮ ତାରିଖ ରାତିରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା।  LoC ଅତିକ୍ରମ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ତାକୁ ଧ୍ୱଂସ କରିଦେଇଥିଲେ ଭାରତୀୟ କମାଣ୍ଡୋ। ଏହି ସମୟରେ କମାଣ୍ଡୋଙ୍କ ମୁଣ୍ଡରେ ଲାଗିଥିବା କ୍ୟାମେରା ଏବଂ […]

  • Monday, 19 July 2021
sujat
କାଶ୍ମୀର ସାମ୍ବାଦିକ ସୁଜାତ ବୁଖାରି ହତ୍ୟାକାଣ୍ଡରେ ପାକିସ୍ତାନୀ ଲିଙ୍କ୍

ଶ୍ରୀନଗର : ‘ରାଇଜିଂ କାଶ୍ମୀର’ର ମୁଖ୍ୟ ସଂପାଦକ ସୁଜାତ ବୁଖାରିଙ୍କ ହତ୍ୟାକାଣ୍ଡରେ ପାକିସ୍ତାନୀ ଲିଙ୍କ୍। ଏହି ହତ୍ୟାକାଣ୍ଡ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ହାତ ଥିବା ସ୍ପଷ୍ଟ ହୋଇଛି। ଜାମ୍ମୁ କାଶ୍ମୀର ଆଇଜି ସ୍ୱୟଂପ୍ରକାଶ ପାଣି କହିଛନ୍ତି, ବୁଖାରିଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ହିଁ ଷଡ଼ୟନ୍ତ୍ର ହୋଇଥିଲା । କାଶ୍ମୀରରେ ଶାନ୍ତି କଥାବାର୍ତ୍ତା ସପକ୍ଷରେ ସୁଜାତ ବୁଖାରି ମତ ଦେଉଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା।  ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ […]

  • Monday, 19 July 2021
bata puja
ପତ୍ନୀ ନିର୍ଯାତନାରୁ ମୁକ୍ତି ପାଇଁ ବଟବୃକ୍ଷ ପୂଜା କଲେ ପୀଡ଼ିତ ପୁରୁଷ

ଔରଙ୍ଗାବାଦ : ଆଜି ହେଉଛି ସ୍ନାନ ପୂର୍ଣ୍ଣିମା  I ମହାରାଷ୍ଟ୍ରରେ ଆଜିର ଦିନକୁ ବଟ ପୂର୍ଣ୍ଣିମା ଭାବେ ପାଳନ କରାଯାଏ I ଆଜି ପତ୍ନୀମାନେ ନିଜ ସ୍ଵାମୀମାନଙ୍କ ଦୀର୍ଘ ଅାୟୁଷ କାମନା କରି ବଟ ବୃକ୍ଷ ପୂଜା କରନ୍ତିI କିନ୍ତୁ ମହାରାଷ୍ଟ୍ରର ଔରଙ୍ଗବାଦର ବାଲୁଜ ଅଂଚଳରେ ଘଟିଛି ଓଲଟା ଘଟଣା I ସ୍ଵାମୀମାନେ ସ୍ତ୍ରୀମାନଙ୍କ ଜୀବନ ଶୈଳୀରେ ଅତିଷ୍ଠ ହୋଇ ତାଙ୍କ ଠାରୁ ମୁକ୍ତି ପାଇବା ପାଇଁ ସମୂହ ଭାବେ ବଟ ବୃକ୍ଷ ପୂଜା କରିଛନ୍ତି I […]

  • Monday, 19 July 2021
sana
ବିଧାୟକ ସନାତନ ମହାକୁଡ଼ଙ୍କୁ ଇଡିର ପଚରାଉଚରା

ଚମ୍ପୁଆ  : ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବଢିଲା ଅଡୁଆ।  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିରେ ହାଜର ହେଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସର ପରିବହନ କାର୍ଯ୍ୟରେ ସଂପୃକ୍ତି ଅଭିଯୋଗ ନେଇ ତାଙ୍କୁ ଜେରା କରୁଛି ଇଡି। କମ୍ପାନୀର ପରିବହନ କାର୍ଯ୍ୟ ସମ୍ପର୍କରେ ପଚରାଉଚରା ହେଉଥିବା ସୂଚନା ମିଳିଛି।

  • Monday, 19 July 2021
president ram nath kovind with his wife
ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ପ୍ରସଙ୍ଗ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ଚିଠି ଆସିନି

ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ସେବାୟତଙ୍କ ଅସମ୍ମାନ ପ୍ରସଙ୍ଗରେ ରାଷ୍ଟ୍ରପତି ଭବନରୁ କୌଣସି ଚିଠି  ଆସିନାହିଁ ବୋଲି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି, କୌଣସି ଚିଠି ରାଷ୍ଟ୍ରପତିଙ୍କ ଭବନରୁ ଏବିଷୟରେ ଆସିନି କି କୌଣସି ଅସନ୍ତୋଷ ପ୍ରକାଶ କରିନାହାନ୍ତି। ତେଣୁ ଏହି ପ୍ରସଙ୍ଗରେ ଆଉ କୌଣସି ଆଲୋଚନାର ଆବଶ୍ୟକତା ନାହିଁ। ସେପଟେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏ ନେଇ ଶ୍ରୀମନ୍ଦିର ମୁଖ୍ୟ […]

  • Monday, 19 July 2021
plane crash
ହୁତୁହୁତୁ ହୋଇ ଜଳିଗଲା ବିମାନ, ଚାଲିଗଲା ୫ ଜୀବନ

ମୁମ୍ବାଇ: ମୁମ୍ବାଇରେ ଚାର୍ଟାର୍ଡ଼ ବିମାନ ଦୁର୍ଘଟଣାଗ୍ରସ୍ତ। ମୁମ୍ବାଇ ସହରର ଘାଟକୋପର ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଘାଟକୋପରର ଏକ ନିର୍ମାଣଧୀନ ବିଲ୍ଡିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବିମାନଟି  ଜଳି ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚିଛନ୍ତି। ତେବେ କେଉଁ କାରଣରୁ ଏବଂ କିପରି ବିମାନଟି ଦୁର୍ଘଟଣା […]

  • Monday, 19 July 2021
sherya
ମନ ମୋହିଲା ଶିଶୁ କଳାକାରଙ୍କ ଓଡ଼ିଶୀ ନୃତ୍ୟ

ଭୁବନେଶ୍ୱର: ଭଞ୍ଜ କଳା ମଣ୍ଡପରେ ତିନିଦିନ ଧରି ଆୟୋଜିତ ତୃତୀୟ ନୃତ୍ୟ ନୈବେଦ୍ୟ ଓଡିଶୀ ଉତ୍ସବ ଉଦଯାପିତ ହୋଇଛି I ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଶିଶୁ କଳାକାରମାନଙ୍କ ନୃତ୍ୟ I ଶିଶୁ କଳାକାରମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା I ପ୍ରତିଭା ଅନ୍ୱେଷଣରେ ଭାଗ ନେଇଥିବା ଶହେରୁ ଅଧିକ ଶିଳ୍ପୀଙ୍କ ମଧ୍ୟରୁ କୋଡିଏ ଜଣଙ୍କୁ ନୃତ୍ୟ ନୈବେଦ୍ୟ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା I ନୃତ୍ୟଶିଳ୍ପୀମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ I […]

  • Monday, 19 July 2021
representational image
ଅଫିସ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ବୁଦ୍ଧନଗର ଅଞ୍ଚଳରେ ଥିବା ଏକ ଘରୋଇ ସଂସ୍ଥାର ଅଫିସ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତକ ହେଲେ ବୈଜୟନ୍ତ ପ୍ରସାଦ ମହାନ୍ତି। ବୈଜୟନ୍ତ ପ୍ରସାଦ ଜଣେ ମେରାଇନ୍ ଇଞ୍ଜିନିୟର। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ତାଙ୍କୁ ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଏହି ଘଟଣାରେ ଲକ୍ଷ୍ମୀସାଗର ପୋଲିସ ଜଣେ ଯୁବକ ଓ ଯୁବତୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।  ଅଟକ ଯୁବକ, ଯୁବତୀ ମୃତକଙ୍କ ପ୍ରେମିକା ଓ ତାଙ୍କ ପୁରୁଷ […]

  • Monday, 19 July 2021
tiger
ମହାବଳ ବାଘକୁ ମିଳିବ ସାଥୀ

ଭୁବନେଶ୍ୱର: ସାତକୋଶିଆରେ ଥିବା ମଧ୍ୟପ୍ରଦେଶର ବାଘକୁ ମିଳିବ ସାଥୀ। କାହିଁକି ନା ଓଡିଶା ଆସୁଛି ଆଉ ଏକ ବାଘୁଣୀ। ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ସାତକୋଶିଆ ଜଙ୍ଗଲକୁ ଅଣାଯାଉଛି ବାଘୁଣୀ। ବାଘୁଣୀଟି ଏହି ସପ୍ତାହରେ ସାତକୋଶିଆ ଜଙ୍ଗଲରେ ପହଞ୍ଚିବା ସମ୍ଭାବନା ରହିଛି। ହେଲେ କେଉଁ ରୁଟ୍‌ରେ ବାଘୁଣୀକୁ ଅଣାଯାଉଛି, ସୁରକ୍ଷା ଦୃଷ୍ଟିରୁ ସେନେଇ ଗୁପ୍ତ ରଖାଯାଇଛି। ଗତ ୨୧ ତାରିଖରେ ଏକ ମହାବଳ ବାଘକୁ ମଧ୍ୟପ୍ରଦେଶର କାହ୍ନାରୁ ଅଣାଯାଇ ସାତକୋଶିଆରେ ନିର୍ମିତ ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖାଯାଇଛି।  କିଛି ଦିନ ହେଲା […]

  • Monday, 19 July 2021
mohana
ଜୁଲାଇ ୪ରେ ମୋହନା ବନ୍ଦ

ମୋହନା: ବିଭିନ୍ନ ଦାବିରେ ମୋହନା ଉନ୍ନୟନ ପରିଷଦ ପକ୍ଷରୁ ଆସନ୍ତା ଜୁଲାଇ ୪ ତାରିଖରେ ବନ୍ଦ ଡାକରା ଦିଆଯାଇଛି।  ମୋହନାରେ ବସ୍‌ଷ୍ଟାଣ୍ଡ, ଶୌଚାଳୟ, ଯାତ୍ରୀ ବିଶ୍ରାମଗାର ସହ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ ନ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିକି ରାସ୍ତା ପାର୍ଶ୍ୱରେ ପାର୍କିଂ ହେଉଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ହେଉଥିବା ପରିଷଦ ଅଭିଯୋଗ କରିଛି। ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ପରେ ଶେଷରେ […]

  • Monday, 19 July 2021
killed
ବିବାହ ପାଇଁ ମନା କରିବାରୁ ଝିଅର ପ୍ରେମିକ ସହ...

ସୁନ୍ଦରଗଡ଼: ଆତ୍ମସମ୍ମାନ ପାଇଁ ଝିଅର ପ୍ରେମିକକୁ ହତ୍ୟା କଲା ବାପା। ଗତକାଲି ସୁନ୍ଦରଗଡ ଜିଲ୍ଲା ଧରୁଅଡିହି ଥାନା ବେଜିଡିହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ବେଜିଡିହି ଗାଁର ମୋହନ କିଶାନଙ୍କ ଝିଅଙ୍କ ସହ ସମ୍ବଲପୁର ଜିଲ୍ଲାର ବାମରା ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଉକ୍ତ ଯୁବକ ଜଣକ ବାରମ୍ବାର ଝିଅ ଘରକୁ ଆସି ଝିଅକୁ ନେଇ ୪-୫ଦିନ ପାଇଁ ବାହାରକୁ ନେଇଯାଉଥିଲା। ବାରମ୍ବାର ଏଭଳି ଘଟଣା ପରେ ମୋହନ […]

  • Monday, 19 July 2021