• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

journalist
ସାମ୍ବାଦିକଙ୍କ ପାଇଁ ଅଜାଡ଼ି ଦେଲେ

ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ଅଜାଡ଼ି ଦେଲେ ରାଜ୍ୟ ସରକାର। ଚତୁର୍ଥ ପାଳିର ଶେଷ ବର୍ଷରେ ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନେକ ଘୋଷଣା କରାଯାଇଛି। କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଲୋଭନୀୟ ଘୋଷଣା କରିଛନ୍ତି  ସରକାର। ନିକଟରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଥିଲେ। ସରକାର ଆଜି ଆହୁରି ଅନେକ ଯୋଜନା ଘୋଷଣା କରିଛନ୍ତି।  ଏହି ସବୁ ଯୋଜନା ମଧ୍ୟରେ ରହିଛି, କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ମିଳିବ, […]

  • Saturday, 17 July 2021
monsoon
ଘନୀଭୂତ ହେଉଛି ଲଘୁଚାପ! ୧୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଥିବାବେଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୮ ତାରିଖ ବେଳକୁ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଏପଟେ ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। […]

  • Saturday, 17 July 2021
yoga
ପ୍ରାଣାୟାମ ଶିଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଅାଦିଲ୍ଲୀ: ଜୁନ୨୧ ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରାଣାୟାମ କରୁଥିବାର ଏକ ଥ୍ରୀ ଡି ଅାନିମେଟେଡ୍ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଯେ ନାଡି ସୋଧନ ପ୍ରାଣାୟାମର ଏକ ଭିଡିଓ ସେଅାର କରୁଛି । ଏହାକୁ ପ୍ରତିଦିନ ଅଭ୍ୟାସ କରିବା ଦ୍ୱlରା ଜୀବନରେ ଅନେକ ଫାଇଦା ହେବ । ୩ ମିନିଟର ଏହି ଭିଡିଓରେ ମୋଦି ପ୍ରାଣାୟମ କରିବାର ଶୈଳୀ ଶିଖାଇବା ସହ ଏହାର […]

  • Saturday, 17 July 2021
plus two result
ଜୁନ୍‌ ୯ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଜୁନ୍‌ ୯ ତାରିଖରେ ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଗତକାଲି କୁହାଯାଉଥିଲା କି, ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ ଜୁନ୍‌ ୮ କିମ୍ବା ୯ ତାରିଖରେ ପ୍ରକାଶ ପାଇପାରେ ବୋଲି। କାରଣ ୯ ତାରିଖ ଦିନ ଶନିବାର ତଥା ଛୁଟିଦିନ ପଡୁଥିବାରୁ ଏହାକୁ ୮ ତାରିଖରେ ପ୍ରକାଶ କରିବା ପାଇଁ ବିଭାଗ ଯୋଜନା କରୁଥିବା […]

  • Saturday, 17 July 2021
keonjhar
ଘରୋଇ କଳହକୁ ନେଇ ମହିଳାଙ୍କୁ ତୀରମାଡ଼

କେନ୍ଦୁଝର: ଘରୋଇ କଳହକୁ କେନ୍ଦ୍ରକରି ମହିଳାଙ୍କୁ ତୀରମାଡ଼ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଘଷିପୁରା କାଠକଟା ଗାଁରେ ଘରୋଇ କଳହକୁ କେନ୍ଦ୍ରକରି ଏହି ତୀରମାଡ଼ ହୋଇଥିବା ଜଣାପଡିଛି। ଅଭିନ୍ନ ଜେନା ନାମକ ଜଣେ ବ୍ୟକ୍ତି ଜଣେ ମହିଳା ତୀର ମାଡ କରିଥିବା ଅଭିଯୋଗ ହୋଇଛି। ଦେହରେ ତୀର ଲାଗିଥିବା ଅବସ୍ଥାରେ ମହିଳା ଜଣଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତୀର ବାହାର କରାଯାଇ ନ ପାରିବାରୁ ମହିଳା ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

  • Saturday, 17 July 2021
accident
ଦୋକାନ ଉପରକୁ ମାଡ଼ିଗଲା ହାଇୱା

କେନ୍ଦ୍ରାପଡ଼ା: ଦ୍ରୁତ ଗତି ହେଲା କାଳ। ଆଉ ମାଡ଼ିଗଲା ଦୋକାନ ଉପରେ। ଶେଷରେ ଚାଲିଗଲା ୨ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅନ୍ତର୍ଗତ କରସିଂଗ ଛକରେ ଘଟିଛି। ଦୋକାନ ଉପରକୁ ଏକ ହାଇୱା ମାଡ଼ିଯିବା ଫଳରେ ଜଣେ ଦୋକାନୀଙ୍କ ସମେତ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।  ମୃତକ ଦୋକାନୀ ଜଣକ ହେଲେ  ବାଳକୃଷ୍ଣ ଜେନା। ସୂଚନା ଅନୁସାରେ, ଦ୍ରୁତ ଗତିରେ ଆସୁଥିବା ହାଇୱାଟି ଭାରସାମ୍ୟ ହରଇ କରସିଂଗ ଛକରେ ଥିବା ଏକ ଯାତ୍ରୀ […]

  • Saturday, 17 July 2021
koraput
୮ ଦିନ ବିତିଲାଣି, ହେଲେ ଏଯାଏଁ ଉଦ୍ଧାର ହୋଇପାରିଲେନି ୨ ଜେସିବି ଅପରେଟର

ଜୟପୁର: କୋରାପୁଟ ଜିଲ୍ଲା ବରିପୁଟ ପଥର ଟ୍ରାଜେଡି ଘଟଣାକୁ ୮ ଦିନ ହେଲାଣି, ତଥାପି ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। କେମିତି ଏହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ, ଏଥିପାଇଁ ଗତକାଲି ଘଟଣାସ୍ଥଳରେ ସେନାରେ ଟେକ୍‌ନିକାଲ ଟିମ୍‌ ପହଞ୍ଚିଥିଲା। ଆଜି ମଧ୍ୟ ରାଞ୍ଚିରୁ ସେନାର ଆଉ ଗୋଟିଏ ଟେକ୍‌ନିକାଲ ଟିମ୍‌ ଆସୁଛି। ପଥର ବ୍ଲାଷ୍ଟିଂ କରି ଫସିରହିଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯିବାର ସମ୍ଭାବନା ରହିଛି। ବ୍ଲାଷ୍ଟିଂ […]

  • Saturday, 17 July 2021
atm loot
ଏଟିଏମ୍‌ ଭାଙ୍ଗି ଲୁଟିଲେ

ସୋର: ବାଲେଶ୍ୱର ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ବଜାରରେ ଥିବା ଏକ ଆକ୍ସିସ୍‌ ବ୍ୟାଙ୍କରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏଟିଏମ୍‌କୁ ଭାଙ୍ଗି ଲୁଟେରାମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଦୁଇ ଦିନ ଧରି ଏହି ଏଟିମ୍‌ଟି ବନ୍ଦ ରହିଥିଲା। ତେବେ କେବେ ଏହି ଏଟିଏମ୍‌ଟି ଲୁଟ୍ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏଟିଏମ୍‌ ଭଙ୍ଗା ଯିବା ପରେ ଏଥିରୁ ଟଙ୍କା ଲୁଟ୍ ହୋଇଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। […]

  • Saturday, 17 July 2021
result
ଜୁନ୍‌ ୮ କିମ୍ୱା ୯ରେ ପ୍ରକାଶ ପାଇପାରେ ଯୁକ୍ତଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ ଜୁନ୍‌ ୮ କିମ୍ବା ୯ ତାରିଖରେ ପ୍ରକାଶ ପାଇପାରେ। ୯ ତାରିଖରେ  ରେଜଲ୍ଟ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପୂର୍ବରୁ କହିଥିଲେ। ମାତ୍ର ସେହି ଦିନ ଦ୍ୱିତୀୟ ଶନିବାର ତଥା ଛୁଟିଦିନ ପଡୁଥିବାରୁ ଏହାକୁ ୮ ତାରିଖରେ ପ୍ରକାଶ କରିବା ପାଇଁ ବିଭାଗ ଯୋଜନା କରୁଥିବାର ଜଣାପଡ଼ିଛି। ଖାତା ଦେଖାରେ ବିଭ୍ରାଟ […]

  • Saturday, 17 July 2021
pranab mukherjee
କ’ଣ କହିବେ ପ୍ରଣବ ମୁଖାର୍ଜୀ?

ନୂଆଦିଲ୍ଲୀ: ନାଗପୁରରେ ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଆଜି କ’ଣ କହିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଏହା ଉପରେ ସମସ୍ତ ରାଜନୈତିକ ଦଳ ଓ ଦେଶର ବୁଦ୍ଧିଜୀବୀଙ୍କ ନଜର।  ଆର୍‌ଏସ୍‌ଏସ୍‌ ନିମନ୍ତ୍ରଣକୁ ଗ୍ରହଣ କରି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଣବ ମୁଖାର୍ଜୀ ସମ୍ମତି ପ୍ରଦାନ କରିବା ପରଠୁ ହିଁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ ନାଗପୁର ନ ଯିବାକୁ କେତେକ କଂଗ୍ରେସ ନେତା ପ୍ରଣବଙ୍କୁ […]

  • Saturday, 17 July 2021
firing
କନଷ୍ଟେବଳଙ୍କୁ ଗୁଳିମାଡ଼

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୋଲିସ କନଷ୍ଟେବଳଙ୍କୁ ଗୁଳିମାଡ଼। ଗତକାଲି ବିଳମ୍ବିତ ରାତିରେ ଖମାରିପଡ଼ାରେ ଏହି ଗୁଳିକାଣ୍ଡ ହୋଇଛି। ଏଥିରେ ସ୍ପେଶାଲ ବ୍ରାଞ୍ଚ୍  କନଷ୍ଟେବଳ ସୌମେନ୍ଦ୍ର ସେଠୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସୌମେନ୍ଦ୍ରଙ୍କୁ ରାଉରକେଲା IGHକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ କ୍ରିଷ୍ଣା ଗୁପ୍ତା ନାମକ ଜଣେ ଯୁବକ ଖମାରିପଡ଼ା ଛକରେ ଥିବା ଏକ ବିୟର ପାର୍ଲରରେ ବିୟର ପିଉଥିଲ। ଏହି ସମୟରେ ବିୟର ବୋତଲ ଫୁଟାଇବାକୁ ନେଇ […]

  • Saturday, 17 July 2021
bjd
ଆଠଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ

ଆଠଗଡ଼  : ଆଠଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧୀ ଅଭୟ ବାରିକଙ୍କ ଗୋଷ୍ଠୀ ପକ୍ଷରୁ ବ୍ଲକ ଘେରାଉ ଓ ବିକ୍ଷୋଭ ବେଳେ ବ୍ଲକ ପରିସରରେ ୩ଟି ବୋମାମାଡ ହୋଇଛି। ଏହା ବିଧାୟକଙ୍କ ସମର୍ଥକମାନେ କରିଥିବା ଅଭିଯୋଗ କରିଛନ୍ତି ଅଭୟଙ୍କ ଗୋଷ୍ଠୀ।  ଅଭୟଙ୍କ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ ସେମାନଙ୍କ ପଞ୍ଚାୟତରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ କରି ଆଜି ବ୍ଳକ ଆଗରେ ଧାରଣା ଦେଇଥିଲେ। ବିକ୍ଷୋଭକାରୀ ଓ ପ୍ରଶାସନ […]

  • Saturday, 17 July 2021
miss america
ମିସ୍ ଅାମେରିକା ପ୍ରତିଯୋଗିତାର ଢାଞ୍ଚା ବଦଳିଲା: ସୌନ୍ଦର୍ଯ୍ୟ ନୁହେଁ, ବ୍ୟକ୍ତିତ୍ୱ ହେବ ମାପକାଠି

ଆଟଲାଣ୍ଟିକ ସିଟି: ଅାମେରିକାର ମିସ୍ ଅାମେରିକା ପ୍ରତିଯୋଗିତାରେ ଏବେ ନିଅା ଯାଇଛି ଏକ ଐତିହାସିକ ନିଷ୍ପତ୍ତି । ଏବେ ସୁନ୍ଦର ଚେହେରା ବଦଳରେ ସୁନ୍ଦର ବ୍ୟକ୍ତିତ୍ୱ ଦେଖି ମିସ ଅାମେରିକା ବଛାଯିବ। ଚଳିତ ବର୍ଷ ସେପଟେମ୍ବରରୁ ଅାରମ୍ଭ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ନୂଅା ନିୟମ ଲାଗୁ କରାଯିବ। ଏଣିକି ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ମହିଳାମାନଙ୍କୁ ସୁଇମ୍ ସୁଟ୍ ପିନ୍ଧିବା ଅାବଶ୍ୟକ ନାହିଁ । ପୂର୍ବତନ ମିସ ଅାମେରିକା ତଥା ସଂସ୍ଥାର ବୋର୍ଡ଼ ଅଫ୍ ଟ୍ରଷ୍ଟି […]

  • Saturday, 17 July 2021
dama--
ବୈଜୟନ୍ତଙ୍କ ଇସ୍ତଫା ପ୍ରସଙ୍ଗ: ଦାମ ଫିଙ୍ଗିଲେ ବବି ବମ୍‌

ଭୁବନେଶ୍ୱର : ବିଜେଡିରେ ଚାଲିଛି ପ୍ରବଳ ବିଶୃଙ୍ଖଳା। ଦଳରେ ବଢୁଛି ଅସନ୍ତୋଷ। ଏସବୁ ପଛରେ ଯେ କେବଳ ପି ନୁହଁନ୍ତି,ବରଂ ମୁଖ୍ୟ କାର୍ପଟଦାର ହେଉଛନ୍ତି ବବି। ଆଉ କେହି ନୁହେଁ ଖୋଦ୍ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ମନ୍ତବ୍ୟରୁ ଏହି କଥା ସ୍ପଷ୍ଟ ହେଉଛି। ବୈଜୟନ୍ତଙ୍କ ସମର୍ଥକ ସଲିମ୍ ଖାଁ ଓ ଦେବୁ ମଲ୍ଲିକଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଟେପ୍‌ରେ ମଧ୍ୟ ବବିଙ୍କ ଭୂମିକାର ଖୁଲାସା ହୋଇଥିଲା। ଏବେ ଦଳର ବରିଷ୍ଠ ନେତା ଦାମୋଦର […]

  • Saturday, 17 July 2021
mao
ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଦେବଗଡ଼  : ଦେବଗଡ଼ ଜିଲ୍ଳା ବାରକୋଟ ଥାନା କେଲଡା ଗାଁ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ଏସପିଙ୍କ ନିର୍ଦ୍ଦେଶରେ ଡିଭିଏଫ୍ ପକ୍ଷରୁ ଏରିଆ ଡୋମିନେସନ ଚାଲିଥିବା ବେଳେ ଜଙ୍ଗଲରୁ ଏହି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ମାଓ ପୁସ୍ତିକା, ମାଓ ପତାକା, ମାଓ ପୋଷାକ, ଟେଣ୍ଟରେ ବ୍ୟବହାର ତାରପୋଲିନ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ରହିଛି। ଜଙ୍ଗଲରେ ମାଓ ନେତା ସୁଶାନ୍ତ ଓରଫ ସମରଜୀଙ୍କ ନେତୃତ୍ୱରେ ମାଓ […]

  • Saturday, 17 July 2021
MINOR
ପୁଣି ନାବାଳିକା ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର  : ପୁଣି ନାବାଳିକା ଦୁଷ୍କର୍ମ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ପଂଚାୟତର ଚିତ୍ତଳ ଗାଁରେ ଘଟିଛି ଏ ଘଟଣା। ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ଗାଁର ଜଣେ ଯୁବକ ଦୁର୍ଷ୍କମ କରିଥିବା ନେଇ ଥାନାରେ  ଅଭିଯୋଗ ହୋଇଛି। ସୂଚନା ଅନୁସାରେ ନାବାଳିକା ଜଣକ ଅଜା ଘରେ ରହି ପାଠ ପଢ଼ୁଥିବା ବେଳେ ଗାଁର ପ୍ରକାଶ ଜେନା ନାମକ ଜଣେ ବ୍ୟକ୍ତି ଫୋନ କରି ଡାକିଥିଲା। ଏହାପରେ ସେ ନାବାଳିକାକୁ ଦୁଷ୍କର୍ମ କରିଥିବା ପୀଡିତାଙ୍କ […]

  • Saturday, 17 July 2021