ବାଲେଶ୍ୱର : ରେଲୱେ ପୋଲିସ ପଞ୍ଝାରେ ଟିକେଟ୍ କଳାବଜାରୀ ଯୁବକ। ବାଲେଶ୍ୱର ରେଲୱେ ଷ୍ଟେସନ୍ ମାଲଗୋଦାମ ନିକଟରେ ଥିବା ଟିକେଟ୍ ବୁକିଙ୍ଗ କାଉଣ୍ଟରରେ ଆଜି ଜଣେ ଯୁବକଙ୍କୁ ରେଳବାଇ ପୋଲିସ ଗିରଫ କରିଛି। ତା ପାଖରୁ ବିପୁଳ ପରିମାଣର ଟିକେଟ୍, କିଛି ନଗଦ ଟଙ୍କା ଜବତ ହୋଇଛି । ଯୁବକ ଜଣଙ୍କ ହେଉଛି କୋଲକତାର କ୍ରିଷ୍ଣାକାନ୍ତ ଦାସ। ସେ ପ୍ରତିଦିନ ବାଲେଶ୍ୱର ରେଳ ଷ୍ଟେସନ୍ରେ ଥିବା ଟିକେଟ୍ କାଉଣ୍ଟରକୁ ଆସି ରିଜର୍ଭେସନ୍ ଟିକେଟ୍ କାଟି ନିଜ ଅଞ୍ଚଳରେ […]
କଟକ : ମହାନଦୀ ମଝିରେ ଫସି ରହିଛନ୍ତି ହାତୀ। କଟକ ଆଠଗଡ଼ ପଟୁ ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ବେଳେ ଗୟଳବାଙ୍କ ମହାନଦୀରେ ଫସି ରହିଛନ୍ତି ୮ଟି ବଣୁଆ ହାତୀ । ଘଟଣାସ୍ଥଳରେ ଭଗିପୁର ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ସୁରକ୍ଷା ଯୋଗାଇବା ନେଇ ସଜାଗ ରହିଛି। ଫସି ରହିଥିବା ହାତୀ ମଧ୍ୟରେ ୫ଟି ମାଈ ହାତୀ ଓ ୩ଟି ଛୁଆ ହାତୀ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲ୍ୱାମା ଅଞ୍ଚଳର ତ୍ରାଲ୍ଠାରେ ସୁରକ୍ଷା କର୍ମୀର ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଡିଜିପି ଦିଲ୍ବାଗ୍ ସିଂହ କହିବା ଅନୁଯାୟୀ, ମୃତ ୩ ଆତଙ୍କବାଦୀ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦ ସହ ଜଡ଼ିତ। ଅନ୍ୟପକ୍ଷରେ ରଜୌରୀ ଜିଲ୍ଲାର ନୌଶେରା ସହରରେ ଆତଙ୍କବାଦୀଙ୍କ ସହ ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ୨.୪୦ ବେଳକୁ ଏଲ୍ଓସିଠାରୁ ୫୦୦ ମିଟର ଭିତରେ ଏଭଳି ଘଟଣା ଘଟିଛି। ଏହା ପୂର୍ବରୁ ଆଇଡି […]
ବାଙ୍କୀ : ହେବ ହେବ ବୋଲି ବିତିଗଲା ସାଢେ ୪ ବର୍ଷ। ହେଲେ ଏଯାଏଁ ନିର୍ମାଣ ହୋଇପାରିନି ବାଙ୍କୀ ଏନଏସିରେ ନୂତନ ବସଷ୍ଟାଣ୍ଡ । ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ପରେ ଆଉ ଆଗେଇଲାନି କାମ। ଫଳରେ ମୁଖ୍ୟ ରାସ୍ତା ଏବେ ପାଲଟିଛି ବସଷ୍ଟାଣ୍ଡ। କାରଣ ଆଉ ବିକଳ୍ପ ନାହିଁ । ଭଗବାନ ଭରସାରେ ଏଠାରୁ ଯାଆ ଆସ କରୁଥିବା ଯାତ୍ରୀ ବିଶ୍ରାମ ପାଇଁ ସ୍ଥାନ ନାହିଁ । ଆ ତା ବାରଣ୍ଡା କିମ୍ବା ଦୋକାନରେ ବିଶ୍ରାମ ନେବା ଛଡା […]
ଭୁବନେଶ୍ୱର : ନବୀନ ନନ୍ଦ ନିଖୋଜ । ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ହୋଇଥିବା ସୂଚନା ମିଳିଛି। କୋଲକାତା ଯାଇଥିବା ନବୀନ ଆଜି ବିମାନରେ ଫେରିବାର ଥିଲା। ଆଜି ସକାଳ ୭ଟାରେ ବିମାନ କୋଲକାତା ଛାଡ଼ିବାର ଥିଲା। ଦୀର୍ଘ ସମୟ ଧରି ନଫେରିବାରୁ ନବୀନଙ୍କ ପୁଅ ଫୋନ୍ କରିଥିଲେ। ବାପାଙ୍କ ଫୋନ୍ ସୁଇଚ୍ ଅପ୍ ଥିବା ପୁଅ ସଂବିତ ନନ୍ଦ ସୂଚନା ଦେଇଛନ୍ତି । କୋଲକାତାରେ ରହୁଥିବା ହୋଟେଲ୍ରେ ନବୀନଙ୍କ ଜିନିଷ ଅଛି। ବାପାଙ୍କ […]
ଭୁବନେଶ୍ୱର: ଓଟିଭି ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା ନେଇ ଏତଲା ପରେ ବି ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନି ପୋଲିସ। ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୋଲିସ। ଗତକାଲି ଇନଫୋସିଟି ଥାନାରେ ଏ ସଂକ୍ରାନ୍ତରେ ଏକ ଏତଲା ଦିଆଯାଇଥିଲା। ଏହି ଏତଲା ଭିତ୍ତିରେ କିଟ୍ ବିରୋଧରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ କରୁଛି। ଆଇପିସିର ଦଫା ୩୪୧, ୩୨୩ ଓ ୩୪ ଧାରାରେ ମାମଲା ରୁଜୁ ହୋଇଛି। ଗତକାଲି ବେଆଇନ […]
ନୂଆଦିଲ୍ଲୀ: ଦିଲ୍ଲୀର ବୁରାରି ଅଞ୍ଚଳରେ ଅଭାବନୀୟ ଘଟଣା। ଗୋଟିଏ ପରିବାରର ଏକାସଙ୍ଗେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ୧୦ଜଣଙ୍କ ମୃତଦେହ ଲୁହା ଗ୍ରିଲ୍ରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଥିବାବେଳେ ଆଉ ଜଣେ ବୃଦ୍ଧାଙ୍କ ମୃତଦେହ ତଳେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଆଖିରେ ପଟି ବନ୍ଧା ଯିବା ସହ ହାତ ଗୋଡ଼ ମଧ୍ୟ ବନ୍ଧା ଯାଇଥିଲା। ଫଳରେ ଏହି ଘଟଣା ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି। ଏହା ଆତ୍ମହତ୍ୟା ବୋଲି […]
ଭୁବନେଶ୍ୱର: ସିସୋର ଚିଟ୍ଫଣ୍ଡ ମାମଲାରେ ୨ ଜଣ IAS ଅଫିସରଙ୍କୁ ସିବିଆଇ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ସେମାନେ ହେଲେ ପରାଗ ଗୁପ୍ତା ଓ ସଂଗ୍ରାମ କେଶରୀ ରାୟ। ପରାଗ ଗୁପ୍ତା ହେଉଛନ୍ତି ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ। ସେ ଏବେ କେନ୍ଦ୍ର ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବିଭାଗ ଯୁଗ୍ମ ସଚିବ ଅଛନ୍ତି। ସିସୋର ସହ ସଂପର୍କ ନେଇ ଉଭୟଙ୍କୁ ସିବିଆଇ ନୋଟିସ୍ ଦେଇଥିବା ଜଣାପଡ଼ିଛି। ପରାଗ ଗୁପ୍ତା ପର୍ଯ୍ୟଟନ ସଚିବ ଥିବା ବେଳେ […]
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପାଉରି ଗରହ୍ୱାଲର ନୈନିଦଣ୍ଡା ବ୍ଲକ ଅନ୍ତର୍ଗତ ପିପାଲି-ଭୋଆନ୍ ମୋଟର୍ୱେ ନିକଟରେ ଥିବା ଏକ ପାହାଡିଆ ରାସ୍ତାରୁ ବସ୍ ଖସି ୪୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଘଟଣା ଘଟିଛି। ମିଳିଥିବା ସୂଚନ ଅନୁସାରେ, ପ୍ରାୟ ୪୫ ଜଣ ଯାତ୍ରୀ ଏକ ମିନି ବସ୍ରେ ଭୋଆନ୍ରୁ ରାମନଗର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଅନ୍ୟପକ୍ଷରେ, […]
ବ୍ରହ୍ମପୁର: ବ୍ରହ୍ମପୁରରେ ବସ୍ ଚଳାଚଳ ବନ୍ଦ। ହଳଦିଆପଦରରେ ନିର୍ମାଣ ହୋଇଥିବା ନୂତନ ବସ୍ ଟର୍ମିନାଲ୍କୁ ବିରୋଧ କରି ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆଜି ବସ୍ ଚଳାଚଳ ବନ୍ଦ କରାଯାଇଛି। ଭୁବନେଶ୍ୱର, କଟକ, ଛତ୍ରପୁର, ଆସ୍କାକୁ ବସ୍ ଚଳାଚଳ ବନ୍ଦ ଅଛି। ବ୍ରହ୍ମପୁରରୁ କୌଣସି ସ୍ଥାନକୁ ବସ୍ ଯାଉନଥିବାରୁ ଯାତ୍ରୀ଼ଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି। ବ୍ରହ୍ମପୁରରେ ଥିବା ବସ୍ଷ୍ଟାଣ୍ଡକୁ ହଳଦିଆପଦର ଟର୍ମିନାଲକୁ ସ୍ଥାନାନ୍ତରକୁ ବସ୍ ମାଲିକ ସଂଘ ଜୋରଦାର ବିରୋଧ କରୁଛି। ପୂର୍ବରୁ […]
ଭୁବନେଶ୍ୱର: ଗତକାଲି କିଛି ଘଣ୍ଟାର ବର୍ଷା ପରେ ଭୁବନେଶ୍ୱରରେ ପାଣି ଜମିବା ଘଟଣାକୁ ନେଇ NHAI ଉପରେ ଦୋଷ ଲଦିଛି ବିଏମ୍ସି। NHAIକୁ ଚିଠି ଲେଖି ନିଜ ମୁଣ୍ଡରୁ ଦୋଷ ଖସେଇଛି ବିଏମ୍ସି। NHAI କର୍ତ୍ତୃପକ୍ଷ କଲଭର୍ଟ ସଫା ଓ ମରାମତି କରୁ ନ ଥିବାରୁ ପାଣି ଜମି ଲୋକେ ହଇରାଣ ହେଉଛନ୍ତି। ୪ ବର୍ଷ ଧରି ଅବଗତ ପରେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବାରୁ ଏନେଇ ପୁଣି ଚିଠି ଲେଖି ଅନୁରୋଧ କରିଛି ବିଏମ୍ସି। […]
ଭୁବନେଶ୍ୱର: ସାରା ରାଜ୍ୟରେ ମୌସୁମୀ ସକ୍ରିୟ ଅଛି। ଫଳରେ ଏହାର ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଛି। ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ୬ଟି ଜିଲ୍ଲା ଗୁଡ଼ିକ ହେଉଛି- ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଓ ବାଲେଶ୍ୱର। ଗତକାଲି ରାଜ୍ୟର ୧୧ଟି ସ୍ଥାନରେ ବର୍ଷା ରେକର୍ଡ଼ କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ୧୬.୨mm ବର୍ଷା ରେକର୍ଡ଼ କରାଯାଇଛି। […]
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଶାହାଙ୍କ ଗସ୍ତର ଫୋକସ୍ରେ ରହିଛି ପଞ୍ଚାୟତ ପ୍ରମୁଖଙ୍କ ସହ ଭେଟ୍ଘାଟ୍। କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୨୧ଟି ବିଧାନସଭା କ୍ଷେତ୍ରର ପଞ୍ଚାୟତ ପ୍ରମୁଖ ମାନଙ୍କୁ ଭେଟିବେ ଶାହା। କୁହାଯାଉଛି ଯେ, ବିଜେପି ପ୍ରସ୍ତୁତ କରିଥିବା ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନର ଫୋକସ୍ରେ ଅଛିନ୍ତି ପଞ୍ଚାୟତ ପ୍ରମୁଖ। ଏମାନଙ୍କ ପାଖରୁ ଶାହା କେନ୍ଦ୍ର […]
ଇସଲାମାବାଦ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ହେଲେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ପାକିସ୍ତାନର ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ଜାମସେଦ ମହମ୍ମଦ ଓରଫ ଜାମି ଟ୍ୱିଟ ଯୋଗେ ତାଙ୍କୁ ଜଣେ ପ୍ରଖ୍ୟାତ ମିଡିଆ ବକ୍ତିତ୍ୱ ୧୩ ବର୍ଷ ତଳେ କେଉଁ ଭଳି ଭାବେ ଦୁଷ୍କର୍ମ କରିଥିଲେ, ସେକଥା କହିଛନ୍ତି। ପୂର୍ବରୁ ‘ମି ଠୁ’କୁ ସମର୍ଥନ କରି ଆସୁଥିବା ଏହି ନିର୍ଦ୍ଦେଶକ ଜଣଙ୍କ ଏକାଧିକ ଟ୍ୱିଟ ଯୋଗେ ୧୩ ବର୍ଷ ତଳେ ତାଙ୍କ […]
ଭୁବନେଶ୍ୱର : ୨୦୧୮ ପାଇଁ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହୋଇଛି। ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ ଅତିବଡ଼ି ପୁରସ୍କାର ପାଇବେ। ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଅତିବଡ଼ି ପୁରସ୍କାର ହେଉଛି ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ। ଏଥି ସହ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ୨୦୧୮ ମସିହା ଲାଗି ୧୫ ଜଣ ବୟୋଜ୍ୟେଷ୍ଠ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି। ଏକ ସ୍ୱତନ୍ତ୍ର ଉତ୍ସବରେ କବି […]