ଭୁବନେଶ୍ୱର: ଆଜି ସରୁଛି ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଅବଧି। ଏନ୍କାଉଣ୍ଟର ପରେ ଟିଟୋକୁ ୫ଦିନ ରିମାଣ୍ଡରେ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍। ତେବେ ତଦନ୍ତକୁ ଆଖି ଆଗରେ ରଖି ଟିଟୋକୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରୁଥିବା ଜଣାପଡ଼ିଛି। ଯାଞ୍ଚ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର କ୍ରାଇମବ୍ରାଞ୍ଚ ଜବତ କରିଛି। ଟିଟୋ ଘରୁ କାଶ୍ମୀର ସମ୍ବନ୍ଧୀୟ ପୁସ୍ତକ ମିଳିଥିବାରୁ କାଶ୍ମୀର ସହିତ କ’ଣ ଲିଙ୍କ୍ ରହିଛି ତା’ର ମଧ୍ୟ […]
ଭୁବନେଶ୍ୱର: ଆଜିଠୁ ୩ଦିନ ଧରି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓ ଉତ୍ତର ଓଡିଶାରେ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନ୍ ମାସରେ କମ୍ ବର୍ଷା ହେବା ସହିତ ଜୁଲାଇ ମାସରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ କମ୍ ବର୍ଷା ହୋଇଛି। ତେବେ ଆଗାମୀ ୩ […]
ଲକ୍ଷ୍ନୌ: ଶୁକ୍ରବାର ନାଗରିକତା ସଂଶୋଧନ ଆଇନ ବିରୋଧ ଆନ୍ଦୋଳନରେ ଉତ୍ତରପ୍ରଦେଶର ୬ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଥିବାବେଳେ ଉତ୍ତରପ୍ରଦେଶ ଡିଜିପି କହିଛନ୍ତି, ଏମାନେ କେହି ପୁଲିସ୍ ଗୁଳିରେ ପ୍ରାଣ ହରାଇନାହାନ୍ତି। ସେ କହିଛନ୍ତି, “ଆମେ ଗୋଟିଏ ବି ଗୁଳି ଚଳାଇନାହୁଁ।” ପୁଲିସ୍ ସୂଚନା ଅନୁଯାୟୀ, ବିଜନୋରଠାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ସମ୍ଭଲ, ଫିରୋଜାବାଦ, ମିରଟ୍ ଏବଂ କାନପୁରରେ ଜଣେ ଲେଖାଏ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ […]
ନୂଆଦିଲ୍ଲୀ: ବୁରାଡ଼ି ଗଣ ଆତ୍ମହତ୍ୟା ପଛରେ ମହିଳା ତାନ୍ତ୍ରିକଙ୍କ ସଂପୃକ୍ତି। ଗୋଟିଏ ଇସାରାରେ ଭାଟିଆ ପରିବାରର ୧୧ ଜଣ କଲେ କି ଆତ୍ମହତ୍ୟା? ତନ୍ତ୍ର ବିଦ୍ୟା ଯୋଗୁ ଗଲା କି ଭାଟିଆ ପରିବାରର ଜୀବନ ? ଏସମସ୍ତ ଖିଅକୁ ନେଇ ଏବେ ତଦନ୍ତ ଆଗକୁ ବଢ଼ାଇଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ। ଏହାରି ଭିତରେ ମାମଲାରେ ପ୍ରଥମ ଗିରଫଦାରୀ ହୋଇଛି। ମହିଳା ତାନ୍ତ୍ରିକ ଗୀତା ମାତାକୁ ଗିରଫ କରି ପଚରାଉଚରା କରୁଛି ଦିଲ୍ଳୀ କ୍ରାଇମବ୍ରାଞ୍ଚ। ଏହି ମହିଳା ତାନ୍ତ୍ରିକଙ୍କ ଇସାରାରେ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗଦରପୁର ବ୍ଲକ ପାଖଡ଼ ପଞ୍ଚାୟତର ନୂଆପଡ଼ା ଗ୍ରାମରେ ବାହାଘର ଭୋଜି ଖାଇ ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ଥ ଅସୁସ୍ଥଙ୍କୁ ପାଟକୁରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଗାଁରେ ଏକ ମେଡ଼ିକାଲ ଟିମ୍ ପହଞ୍ଚି ସ୍ଥିତି ପରଖିଛନ୍ତି। ପାଟକୁରା ମେଡ଼ିକାଲରେ ୨୦ଜଣଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଅାଉ କିଛି ଲୋକଙ୍କୁ ମେଡ଼ିକାଲକୁ ପଠାଯାଇଥିବା ସୂଚନା ରହିଛି ।
ଭୁବନେଶ୍ୱର: ଶ୍ରୀମନ୍ଦିରରୁ ବଂଶଗତ ସେବାୟତ ପରମ୍ପରା ଉଚ୍ଛେଦ ପ୍ରସ୍ତାବ ଏକ ଷଡ଼ଯନ୍ତ୍ର। ଏହା ପଛରେ ଓଡ଼ିଶା ବାହାର ଲୋକଙ୍କ ହାତ ରହିଛି। ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏହି ପ୍ରସ୍ତାବ ନୂଆ ସଂକଟ ତିଆରି କରିବ ବୋଲି ଅଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ରେକର୍ଡ ଅଫ୍ ରାଇଟ୍ସ ଅନୁଯାୟୀ, ସେବାୟତଙ୍କୁ ସେମାନଙ୍କ ପାରମ୍ପରିକ ସେବାରୁ ଉଚ୍ଛେଦ କରାଯାଇପାରିବ ନାହିଁ। ମହାପ୍ରଭୁଙ୍କର ୧୨୦ ପ୍ରକାର ସେବା ରହିଛି ଯାହା […]
ସମ୍ବଲପୁର : ସମ୍ବଲପୁରରେ ଓକିଲ-ପୋଲିସ ଧସ୍ତାଧସ୍ତି । ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଗସ୍ତକୁ ବିରୋଧ ପ୍ରଦର୍ଶନ ପାଇଁ କଳା ପତାକା ଧରି ରାଲି କରୁଥିବା ବେଳେ ଏହି ଘଟଣା ଘଟିଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦାସୀନ ମନୋଭାବ ଗ୍ରହଣ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଓ ରାଜ୍ୟର ସବୁ ମନ୍ତ୍ରୀଙ୍କୁ ବିରୋଧ କରାଯିବ ବୋଲି ସମ୍ବଲପୁର ଓକିଲ ସଂଘ ନିଷ୍ପତ୍ତି ନେଇଥିଲା। ଏହି […]
ଇସ୍ଲାମାବାଦ୍: ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍ ମୁଶାରଫଙ୍କୁ ଫାଶୀ ଦଣ୍ଡ ଶୁଣାଇବା ଅବସରରେ ଏକ ଅଜବ ରାୟ ଦେଇଛନ୍ତି। ଭାରତ ପାଇଁ ନୂଆ ମନେ ହେଉଥିବା ଏହି ରାୟରେ ପାକିସ୍ତାନର କୋର୍ଟ କହିଛନ୍ତି, ଯଦି ମଧ୍ୟ ଫାଶି ଦିଆଯିବା ପୂର୍ବରୁ ମୁଶାରଫ ମରିଯିବେ, ତାଙ୍କୁ ଇସ୍ଲାମାବାଦ୍ର ଏକ ପ୍ରସିଦ୍ଧ ଛକରେ ୩ ଦିନ ପାଇଁ ଝୁଲାଇ ରଖାଯିବ। ୨୦୦୭ ମସିହାରେ ଦେଶର ସମ୍ବିଧାନକୁ ଅଣଦେଖା କରି ଦେଶରେ ଜରୁରୀକାଳୀନ ଶାସନ ଲାଗୁ […]
ପୁରୀ: ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ ସାକ୍ଷୀଗୋପାଳ ସ୍ଥିତ ସତ୍ୟବାଦୀ ବନ ବିଦ୍ୟାଳୟରେ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ। ଗତକାଲି ଜିଲ୍ଲାପାଳ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ସ୍କୁଲରେ ପାଠପଢା ଚାଲିଥିବାବେଳେ, ଜିଲ୍ଲାପାଳ ମଧ୍ୟ ସେଥିରେ ସାମିଲ ହୋଇଥିଲେ। ଆଉ ପିଲାଙ୍କୁ ରାମାୟଣର କଥାବସ୍ତୁ ପଢାଇଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ହୋଇଥିଲେ। ପରେ ନିଜେ ପଢାଇଥିବା ପାଠରୁ କିଛି ପ୍ରଶ୍ନ ମଧ୍ୟ ପିଲାଙ୍କୁ ପଚାରିଥିଲେ। ଛାତ୍ରଛାତ୍ରୀ ପ୍ରଶ୍ନର […]
ବେଙ୍ଗାଲୁରୁ: ସାରା ଦେଶରେ ହୁହୁ ହୋଇ ଜଳୁଛି ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନର ନିଆଁ। ଏହାକୁ ପ୍ରଶମିତ କରିବା ପାଇଁ କେଉଁଠି ଲାଠି ମାଡ଼ ତ କେଉଁଠି ପାଣି ମାଡ଼ ଏବଂ ଗୁଳି ଯାଏ କଥା ଯାଉଛି। କିନ୍ତୁ ବେଙ୍ଗାଲୁରୁର ଜଣେ ଡିସିପି ଚେତନ ସିଂହ ଠାକୁର ଅଭିନବ ଉପାୟରେ ଆନ୍ଦୋଳନକାରୀଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି। ସେ ଲାଠି ନୁହେଁ ବରଂ ଜାତୀୟ ସଙ୍ଗୀତକୁ ଅସ୍ତ୍ର କରିଛନ୍ତି। #WATCH Karnataka: DCP of Bengaluru(Central),Chetan […]
ଅହମଦାବାଦ : କର୍ମକ୍ଷେତ୍ରରେ ମାଲିକର ଚାପ ସହି ନପାରି ଆତ୍ମହତ୍ୟା କରିଛି ଏକ ଭେଣ୍ଡିଆ ପୁଅ। ମୃତ୍ୟର ୫ ମାସ ପରେ ସେହି ଯୁବକର ମୋବାଇଲ ଖୋଲିଛି ଆତ୍ମହତ୍ୟାର ରହସ୍ୟ। ଯାହାକି ଏବେ ଆମ ସଭ୍ୟ ସମାଜର ସ୍ଥିତି ବାବଦରେ ବଖାଣିଛି। ଗୁଜରାଟ ଗୋମତିପୁରର ବାସିନ୍ଦା ଅଶୋକ ପାର୍ମାର ଏବଂ ତାଙ୍କ ପରିବାର। ପୁଅ ନିଖିଳ ପାର୍ମାର (୧୯)। ରୋଜଗାର ଆଶାରେ ବାସନାରେ ଏକ ବାହାଘର ଡେକୋରେସେନ ଦୋକାନରେ ଅକ୍ଟୋବର ୨୦୧୮ରେ ଯୋଗ ଦେଇଥିଲେ। ଡେକୋରେସନ ଦୋକାନରେ […]
ଅନୁଗୁଳ: ଅନୁଗୁଳରେ ପୁଣି ବ୍ୟାଙ୍କରୁ ଲୁଟ୍। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଟଙ୍କା, ଅଳଙ୍କାର ଲୁଟ୍ ହୋଇଥିବା ଜଣାପଡ଼ିଛି। ଆଜି ଅନୁଗୁଳ ହରିମହୁରି ଛକରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଲୁଟ୍ ହୋଇଛି। ସୂଚନା ଅନୁସାରେ, ବ୍ୟାଙ୍କ ଖୋଲିବା ପରେ କିଛି ଦୁର୍ବୃତ୍ତ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଓ ଅଳଙ୍କାର ଲୁଟ୍ କରିଥିଲେ। ୫ରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା କୁହାଯାଉଛି। ବ୍ୟାଙ୍କର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ,“ବ୍ୟାଙ୍କ ଖୋଲୁ […]
ପାଟନା: ଥମିବାର ନାଁ ନେଉନି ଲଜ୍ଜା। ଜଣେ ୧୩ବର୍ଷୀୟ ନାବାଳିକା ଛାତ୍ରୀଙ୍କ ସହ ଦୀର୍ଘ ୭ ମାସ ଧରି ୧୮ ଜଣଙ୍କ ଦ୍ୱାରା ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ। ନାବାଳିକା ଜଣକ ପାଠ ପଢ଼ୁଥିବା ସ୍କୁଲର ସହପାଠୀ, ଶିକ୍ଷକ ଏବଂ ସ୍କୁଲ ଅଧ୍ୟକ୍ଷଙ୍କ ଦ୍ୱାରା ଏହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ବିହାରରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ଗତ ବର୍ଷ ଡିସେମ୍ବର ମାସରୁ ନାବାଳିକାଙ୍କୁ ଅକଥନୀୟ ଅତ୍ୟାଚାର ଦେଇ ଚାଲିଥିଲେ ସ୍କୁଲର ଅଧ୍ୟକ୍ଷ, ୨ ଜଣ ଶିକ୍ଷକ […]
ଭୁବନେଶ୍ୱର: ଲୋକାର୍ପିତ ହେଲା ଭୁବନେଶ୍ୱର ନ୍ୟୁ ରେଲୱେ ଷ୍ଟେସନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଲୋକାର୍ପଣ କରିଛନ୍ତି। ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍ରୁ ଯାତ୍ରୀ ଭିଡ଼ କମାଇବା ଲକ୍ଷ୍ୟରେ ବାରଙ୍ଗ ନିକଟରେ ଏହା ନିର୍ମାଣ ହୋଇଛି। ପରୀକ୍ଷାମୂଳକ ଭାବେ ଏହି ଷ୍ଟେସନରେ ୩ଟି ଯାତ୍ରୀବାହୀ ଟ୍ରେନ୍ ରହିବ। ପୁରୀ-ହାଓ୍ୱଡ଼ା-ପୁରୀ ପାସେଞ୍ଜର, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଓ କଟକ-ବ୍ରହ୍ମପୁର-କଟକ ମେମୁ ଟ୍ରେନ୍ ଭୁବନେଶ୍ୱର ନ୍ୟୁ ରେଲୱେ ଷ୍ଟେସନ୍ରେ ରହିବ। ଏହି ଷ୍ଟେସନ୍ରେ ୬ଟି ପ୍ଳାଟ୍ଫର୍ମ ରହିଛି। ଏକକାଳୀନ ଟ୍ରେନ୍ ରହଣି ପାଇଁ ମଧ୍ୟ […]
କଟକ: କଟକ ଏସ୍ସିବିରୁ ଡିସ୍ଚାର୍ଜ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ। ଗିରଫ ପରେ ସ୍ୱାସ୍ଥ୍ୟଗତ କାରଣରୁ ପ୍ରଭାତ ବିଶ୍ୱାଳ ଏସ୍ସିବିରେ ଭର୍ତ୍ତି ହୋଇଥିଲେ। ଅଧିକ ଚିକିତ୍ସା ପାଇଁ ଆଜି ସେ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି। ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜୁନ୍ ୨୬ ତାରିଖରେ ହାଇକୋର୍ଟରୁ ନିୟମିତ ଜାମିନ ମିଳିଥିଲା। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମଞ୍ଜୁର କରାଯାଇଥିଲା। ‘ଦୀର୍ଘ ୯ ମାସ ପରେ ଘରକୁ ଫେରିଛି। ବାପା ମାଆଙ୍କୁ ଭେଟି ଆଶୀର୍ବାଦ ନେଲି, ଅଧିକ ଚିକିତ୍ସା […]
ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ଗୁରୁ ପୂର୍ଣ୍ଣିମା ରାତିରେ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ର ଗ୍ରହଣ ହେବ। ସେହିଦିନ ମଙ୍ଗଳ ଗ୍ରହ ମଧ୍ୟ ପୃଥିବୀର ଅତି ନିକଟତର ହେବା ସହ ବହୁ ଉଜ୍ଜ୍ୱଳ ଦେଖାଯିବ। ଏହାପୂର୍ବରୁ ୨୦୦୩ ମସିହାରେ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହୋଇଥିଲା। ଜୁଲାଇ ୨୭ ତାରିଖ ରାତି ୧୦ଟା ୪୪ ମିନିଟ୍ରେ ଚନ୍ଦ୍ର ଗ୍ରହଣ ହେବ। ଚନ୍ଦ୍ର ପୃଥିବୀର ଛାୟା ମଧ୍ୟରେ ରାତି ୧୧ଟା ୫୪ମିନିଟରୁ ପ୍ରବେଶ କରିବା ଆରମ୍ଭ କରିବ। ରାତି ୧ଟା ରୁ […]
ଭୁବନେଶ୍ୱର: ୧୫ ଦିନ ପରେ ଏନ୍କ୍ଲୋଜରରୁ ଜଙ୍ଗଲକୁ ଛଡ଼ାଗଲା ମହାବଳ। ସାତକୋଶିଆ ଅଭୟାରଣ୍ୟରେ ଏବେ ଖୋଲାଖୋଲି ବିଚରଣ କରିବ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଆସିଥିବା ମହାବଳ। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ୩ବର୍ଷୀୟ ବାଘକୁ ଏନ୍କ୍ଲୋଜରରୁ ବାହାର କରି ଜଙ୍ଗଲ ଭିତରକୁ ଛଡ଼ାଯାଇଛି। ବାଘ ଦେହରେ ଲାଗିଥିବା କଲାର୍ ତଥା ଜିପିଏସ୍ ମାଧ୍ୟମରେ ତାର ସମସ୍ତ ଗତିବିଧି ଅନୁଧ୍ୟାନ କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ବାଘକୁ […]
ପାରାଦୀପ : ୨୦୦୯ ସେପ୍ଟେମ୍ବର ୯ତାରିଖ। ଚାଇନାକୁ ଲୁହାପଥର ରପ୍ତାନୀ ପାଇଁ ପାରାଦୀପ ଆସି ବୁଡ଼ିଗଲା ବ୍ଲାକରୋଜ୍। କୂଳ ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଜାହାଜ ଯେଉଁଠି ଥିଲା, ଆଜି ବି ସେଇଠି ଅଛି। ସମୁଦ୍ର ବାଲିରେ ପୋତି ହୋଇ ଏବେ ୧୫ ପ୍ରତିଶତ ଉପରକୁ ଦେଖାଯାଉଛି, ୮୫ ପ୍ରତିଶତ ବୁଡ଼ିଯାଇଛି ବ୍ଲାକ୍ରୋଜ। ଅନ୍ୟପକ୍ଷରେ ଏବେ ମତ୍ସଜୀବୀଙ୍କ ପାଇଁ ଭୟଙ୍କର ବିପଦ ପାଲଟିଛି ଏହି ଜାହାଜ। ପ୍ରତିକୂଳ ପାଗକୁ ଦେଖି ଦ୍ରୁତଗତିରେ ଟ୍ରଲର୍ ଧରି କୂଳକୁ […]
ନୂଆଦିଲ୍ଲୀ : ଚଳିତ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଗାଳ୍ପିକ ତଥା କେରଳ ଥିରୁବନନ୍ତପୁରମର ସାଂସଦ ଶଶୀ ଥରୁର। ୨୦୧୬ରେ ପ୍ରକାଶିତ ପୁସ୍ତକ ଆନ୍ ଏରା ଅଫ୍ ଡାର୍କନେସ୍: ଦି ବ୍ରିଟିଶ ଏମ୍ପାୟର ଇନ୍ ଇଣ୍ଡିଆ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆଜି ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ବ୍ରିଟିଶ ଶାସନ ଓ ଉପନିବେଶବାଦ କିପରି ଭାରତକୁ ଧ୍ୱଂସ କରିଥିଲା, ତାହା ଏହି ପୁସ୍ତକରେ […]