• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

road romeo
ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ ; ନିସ୍ତୁକ ପିଟିଲେ ଲୋକେ

ବାଲୁଗାଁ ( ଶକ୍ତି ପ୍ରସାଦ ମହାପାତ୍ର) : ରୋଡ୍ ରୋମିଓକୁ ପାନେ। ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗରେ ଜଣେ ନାବାଳକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରୁ ଅନ୍ୟ ଦୁଇ ନାବାଳକ ଫେରାର ହୋଇଯାଇଥିଲେ। ମିଳିଥିବା ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଗତକାଲି ଟ୍ୟୁସନ ସାରି ଘରକୁ ଫେରୁଥିଲେ ଜଣେ ୧୦ ଶ୍ରେଣୀ ଛାତ୍ରୀ । ବାଟରେ କୁମାରାଙ୍ଗ ଛକରେ ୩ ଜଣ ନାବାଳକ ତାଙ୍କୁ ଅସଦାଚରଣ […]

  • Monday, 19 July 2021
ik
ଭାରତ ବିରୋଧରେ ମୁସଲିମ୍‌ଙ୍କୁ ପ୍ରବର୍ତ୍ତାଇଲେ ଇମ୍ରାନ୍‌

ଇସ୍‌ଲାମାବାଦ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶୁକ୍ରବାର ପାକିସ୍ତାନ ଅଧିକୃତ କଶ୍ମୀରର ମୁଜାଫରବାଦ୍‌ଠାରେ ଭାରତ ବିରୋଧରେ ମୁସଲିମ୍‌ ସମ୍ପ୍ରଦାୟଙ୍କୁ ଉସକାଇଛନ୍ତି। ଇମ୍ରାନ୍‌ ଚେତାବନୀ ଦେଇଛନ୍ତି, କଶ୍ମୀରରେ ଭାରତର ପଦକ୍ଷେପ ଭାରତୀୟ ମୁସଲିମ୍‌ଙ୍କ ମନରେ ବିଶ୍ୱାସ ଜନ୍ମାଇବ ଯେ ସେମାନେ ଦେଶର ନାଗରିକ ନୁହନ୍ତି। ଏହା ଫଳରେ ସେମାନେ ଚରମ ପନ୍ଥା ଅବଲମ୍ବନ କରିବେ ବୋଲି ଇମ୍ରାନ ଧମକାଇଛନ୍ତି। ସେ ଏହି ଅବସରରେ କହିଥିଲେ, ମୁଁ କଶ୍ମୀର ପାଇଁ ଏଭଳି ପକ୍ଷ ନେବି ଯେ ଆଗରୁ କେହି ନେଇନଥିବେ। […]

  • Monday, 19 July 2021
pranav
ନେତାଙ୍କୁ କଣ ଆଇନ୍ ମାଫ୍ ? ଲୋକସେବା ଭବନରେ ନୂଆ ଟ୍ରାଫିକ୍ ନିୟମକୁ ଫୁ

ଭୁବନେଶ୍ୱର : ନେତା, ମନ୍ତ୍ରୀ, ବିଧାୟକ ଏମାନେ କଣ ଆଇନର ବାହାରେ। ଆଜି ଲୋକସେବା ଭବନର ଦୃଶ୍ୟ ଦେଖିଲେ ଆପଣଙ୍କ ମନକୁ ବି ସମାନ ପ୍ରଶ୍ନ ଆସିବ। କାରଣ ଆଜି ଏଠାକୁ ଆସିଥିବା ଅଧିକାଂଶ ମନ୍ତ୍ରୀ, ବିଧାୟକ ଓ ଉଚ୍ଚପଦସ୍ଥ ଅଧିକାରୀ କେହି ବି ନୂଆ ଟ୍ରାଫିକ୍ ନିୟମ ଅନ୍ତର୍ଗତ ସିଟ୍‌ବେଲ୍ଟ ପିନ୍ଧି କାର୍‌ରେ ବସି ନଥିଲେ। ରାଜରାସ୍ତାରେ ଦୁଇ ଚକିଆ ଯାନରୁ ଆରମ୍ଭ କରି ଅଟୋ ରିକ୍ସା ଡ୍ରାଇଭରଙ୍କୁ ହଜାର ହଜାର ତଣ୍ଡ ଲାଗୁଥିବା ବେଳେ […]

  • Monday, 19 July 2021
note flow
ଗଣେଶ ପୂଜା ପେଣ୍ଡାଲରେ ନୋଟ୍ ବର୍ଷା!

ଗୁଜରାଟ : ଗଣେଶ ପୂଜା ପେଣ୍ଡାଲରେ ଉଡିଲା ନୋଟ୍। ଗୁଜରାଟର ରାଜକୋଟରେ ଏକ ପୂଜା ପେଣ୍ଡାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗଣେଶ ପୂଜା ଅବସରରେ ସେଠାରେ ଏକ ଲୋକ ସାହିତ୍ୟ ଏବ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ମଞ୍ଚ ଉପରେ ସଙ୍ଗୀତ ପରିବେଷଣ ବେଳେ ଲୋକ ଆସି ନୋଟ୍‌ ବର୍ଷା କରିଥିବା ଦେଖିବାକୁ ମିଳିଥିଲା। ସୂଚନା ଯେ ,ରଜଭା ଗଡଭୀ ନାମକ ଜଣେ ଗାୟକ ଗାଉଥିଲେ। ତାଙ୍କ ଗାୟନରେ ଲୋକେ ଏତେ ଖୁସି ହୋଇଥିଲେ ଯେ […]

  • Monday, 19 July 2021
kashmir
କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ : ଜାମିଆତ ଉଲେମା-ଇ-ହିନ୍ଦ

ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଆଜି ପ୍ରସ୍ତାବ ପାରିତ କରିଛି ମୁସଲିମ ଧର୍ମର ସବୁଠାରୁ ବଡ଼ ଅନୁଷ୍ଠାନ ଜାମିଆତ ଉଲେମା-ଇ-ହିନ୍ଦ। ଏଥିସହ ସଂଗଠନ ପକ୍ଷରୁ ପାରିତ ପ୍ରସ୍ତାବରେ ଜମ୍ମୁ-କଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ଦର୍ଶାଯାଇଛି। ଭାରତର ଆଭ୍ୟନ୍ତରୀଣ ଅଂଶର ଯେଉଁଭଳି ବିକାଶ ହେଉଛି ଉପତ୍ୟକାରେ ମଧ୍ୟ ତଦନୁଯାୟୀ ବିକାଶ ହେବ ବୋଲି ସଂଗଠନ କହିଛି। ଆଜି ଏଠାରେ ସଂଗଠନ ପକ୍ଷରୁ ବାର୍ଷିକ ସମ୍ମିଳନୀ ବସିଥିଲା। ଏଥିରେ କୁହାଯାଇଛି ଯେ ବିଦ୍ରୋହୀ ଫୋର୍ସ ଓ ପଡ଼ୋଶୀ ରାଷ୍ଟ୍ର […]

  • Monday, 19 July 2021
army
ସେନା ପ୍ରସ୍ତୁତ ; ପିଓକେ ଦଖଲ ପାଇଁ ସରକାର ନିଷ୍ପତ୍ତି ନିଅନ୍ତୁ : ସେନାଧ୍ୟକ୍ଷ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ପିଓକେ ଦଖଲ ମନ୍ତବ୍ୟ ପରେ ସେନାଧ୍ୟକ୍ଷ ବିପିନ୍‌ ରାୱତ୍‌ ମଧ୍ୟ ପାକିସ୍ତାନକୁ ସମାନ ସ୍ୱରରେ ବାର୍ତ୍ତା ଦେଇଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାରଙ୍କ ଆଗାମୀ ମିଶନ୍‌ ହେଉଛି ପିଓକେ ଦଖଲ। ସେହି ସ୍ୱରକୁ ଦୋହରାଇ ଜେନେରାଲ ରାୱତ୍‌ କହିଛନ୍ତି, ପିଓକେରେ କ’ଣ କରିବେ ସରକାର ନିଷ୍ପତ୍ତି ନେବେ। କିନ୍ତୁ ସେନା କିଛି ମଧ୍ୟ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛି। ସେ ନିର୍ଦ୍ଦେଶ ଅପେକ୍ଷାରେ […]

  • Monday, 19 July 2021
mdh
ଏମ୍‌ଡିଏଚ୍‌ ସମ୍ବର ମସଲାରେ ବ୍ୟାକ୍ଟେରିଆ ଚିହ୍ନଟ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକାର ଖାଦ୍ୟ ନିରାପତ୍ତା ତଦନ୍ତକାରୀ ସଂସ୍ଥା ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନ୍‌ଷ୍ଟ୍ରେସନ୍‌ ଏମ୍‌ଡିଏଚ୍‌ର ସମ୍ବର ମସଲାରେ ସାଲମୋନେଲା ବ୍ୟାକ୍ଟେରିଆ ଠାବ କରିଛି। ଲଗାତାର ୩ଟି ବ୍ୟାଚ୍‌ର ଏମ୍‌ଡିଏଚ୍‌ ମସଲାରେ ଏହା ଠାବ କରାଯାଇଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ବ୍ୟାକ୍ଟେରିଆ ସାଧାରଣତଃ ପଶୁ ଏବଂ ମଣିଷଙ୍କ ଶରୀର ଭିତରେରେ ଥାଏ। ସାଲମୋନେଲା ଇନ୍‌ଫେକ୍ସନ୍‌କୁ ସାଲମୋନେଲୋସିସ୍‌ କୁହାଯାଏ। ଏହା ଆନ୍ତ୍ରିକ ସଂକ୍ରମଣର କାରଣ ପାଲଟେ। ଏହି କାରଣରୁ ହଇଜା ଏବଂ ବାନ୍ତି ପରି ସମସ୍ୟା ଦେଖାଯାଇଥାଏ। […]

  • Monday, 19 July 2021
modi
ଅନ୍‌ଲାଇନ୍‌ରେ ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳୁଥିବା ଉପହାର ସବୁର ନିଲାମ କରାଯିବ। ଆସନ୍ତା ସେପ୍ଟେମ୍ବର ୧୪ରୁ ଏହି ନିଲାମ ଆରମ୍ଭ ହେବ ଏବଂ ଏଥିରୁ ମିଳିବାକୁ ଥିବା ଟଙ୍କା ନମାମି ଗଙ୍ଗେ ପ୍ରକଳ୍ପକୁ ଯିବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଛନ୍ତି। ଗତ ୬ ମାସରେ ମିଳିଥିବା ମୋଟ ୨,୭୭୨ଟି ଉପହାର ଏକ ଇ-ପୋର୍ଟାଲ ଜରିଆରେ ନିଲାମ କରାଯିବ। ଆସନ୍ତା ଅକ୍ଟୋବର ୩ ତାରିଖରେ ଏହି ନିଲାମ ସରିବ। ଏଥିପାଇଁ ସର୍ବନିମ୍ନ ଦର […]

  • Monday, 19 July 2021
modi-imran
ପିଓକେରେ ଉଡ଼ିବ ତ୍ରିରଙ୍ଗା !

ନୂଆଦିଲ୍ଲୀ : ପିଏମ୍ଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସଫା ସଫା ବୟାନ। ଜମ୍ମୁ-କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ହେଲା, ଏବେ ଟାର୍ଗେଟ୍ ପାକ୍ ଅଧିକୃତ କାଶ୍ମୀର। POKକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ କରିବା ଏବେ ମୁଖ୍ୟ ଲକ୍ଷ୍ୟ। କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଳିବିଳଉଥିବା ବେଳେ ଏଭଳି ବୟାନ ଦେଇ ନିଆଁରେ ଘିଅ ଢାଳିଛନ୍ତି ଜିତେନ୍ଦ୍ର ସିଂହ। ପାକ୍ ଅଧିକୃତ କାଶ୍ମୀରକୁ ପାକିସ୍ତାନଠାରୁ ଛଡ଼େଇ ନିଜ ଅଧିନକୁ ଆଣିବା କେନ୍ଦ୍ର ସରକାରଙ୍କ ପ୍ରଧାନ ଲକ୍ଷ୍ୟ ବୋଲି ସେ କହିଛନ୍ତି। […]

  • Monday, 19 July 2021
pak-
ପାକିସ୍ତାନକୁ ଶକ୍ତ ଚାପୁଡା ମାରିଲା ଜାତିସଂଘ !

ଜେନେଭା : କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ଖେଳାଇବେ ନାହିଁ କହି ପାକିସ୍ତାନକୁ ଶକ୍ତ ଚାପୁଡା ମାରିଛି ଜାତିସଂଘ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବନି ବୋଲି ଜାତିସଂଘ କହିବା ପରେ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ନିରାଶ ହୋଇଛି। ଜାତିସଙ୍ଘର ଜେନେଭା ସ୍ଥିତି ମୁଖ୍ୟାଳୟରେ ଚାଲିଥିବା ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଆଜି ଏହି ପ୍ରସଙ୍ଗରେ ଜାତିସଂଘ ମହାସଚିବ ସ୍ପଷ୍ଟ କରିଛନ୍ତି ଯେ, କାଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏହା ପୂର୍ବରୁ କାଲି ଜାତିସଂଘରେ ପାକିସ୍ତାନର ଧଜ୍ଜିଆ […]

  • Monday, 19 July 2021
sp-3
ପୁଲିସ ହେବ ତ ଏମିତି ; ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ପହଞ୍ଚାଇଲେ ଏସ୍‌ପି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ପୁଲିସ ହେବ ତ ଏମିତି , ଯିଏ ବିପଦ ଆପଦରେ ଲୋକଙ୍କ ପାଖରେ ଛିଡ଼ା ହୁଏ।  ଠିକ୍ ଯେମିତି ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ର। ଜଣେ ଆହତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି  ସେ ନିଜ କର୍ତ୍ତବ୍ୟର ପରିଚୟ ଦେଇଛନ୍ତି। ସୂଚନା ଅନୁସାରେ, ସୁନ୍ଦରଗଡ଼ରୁ ରାଜଗାଙ୍ଗପୁର ଆସୁଥିଲେ ଏସ୍‌ପି ସୌମ୍ୟା। କୁତ୍ରା ନିକଟ ବିଜୁ expressway ରେ ସେହି ସମୟରେ ଏକ ବାଇକ ଧକ୍କା ଦେଇଥିଲା ଜଣେ ସାଇକେଲ ଅରୋହୀଙ୍କୁ […]

  • Monday, 19 July 2021
vikram
‘ବିକ୍ରମ’ର ସଫଳତା ପାଇଁ ଚନ୍ଦ୍ର ପୂଜା କଲେ ଲୋକେ

ଥାଞ୍ଜାଭୌର: ଚନ୍ଦ୍ରପୃଷ୍ଠରେ ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ଅବତରଣ କରିଥିବା ଦେଇ ସୂଚନା ମିଳିସାରିଥିଲେ ହେଁ ଏଯାଏ ଏହା ସହ ଯୋଗାଯୋଗ ହୋଇପାରିନାହିଁ। ସମସ୍ତେ ଏହି ମୁହୂର୍ତ୍ତକୁ ଅପେକ୍ଷା କରିରହିଥିବାବେଳେ ଏଥିରେ ଇସ୍ରୋର ସଫଳତା କାମନା କରି ଜହ୍ନ ଦେବତା ବା ଚନ୍ଦ୍ରଙ୍କର ଏକ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ। ଚନ୍ଦ୍ରଙ୍କୁ ସେମାନେ ପ୍ରାର୍ଥନା କରିଛନ୍ତି, ସେ ହିଁ ଇସ୍ରୋ ଏବଂ ବିକ୍ରମ ମଧ୍ୟରେ ସମ୍ପର୍କ ସ୍ଥାପନା କରାଇ ପାରିବେ। ବିଭିନ୍ନ ପ୍ରାର୍ଥନା ମଧ୍ୟରେ ଅଭିଷେକ ମଧ୍ୟ […]

  • Monday, 19 July 2021
URMILA
କଂଗ୍ରେସ ଛାଡ଼ିଲେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

ମୁମ୍ୱାଇ: ମାତ୍ର ୫ ମାସ ପାଇଁ କଂଗ୍ରେସରେ ରହି ନିରାଶ ହୋଇଗଲେ ବଲିଉଡ ଅଭିନେତ୍ରୀ ତଥା ଉତ୍ତର ମୁମ୍ୱାଇ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର। ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଇସ୍ତଫା ବାବଦରେ କହିଛନ୍ତି। ଦଳରେ ରହି କିଛି କରିବାକୁ ସୁଯୋଗ ଦେଇଥିବାରୁ ଦଳକୁ ଧନ୍ୟବାଦ ଦେଇଛନ୍ତି ଉର୍ମିଳା। ଆଗାମୀ ଦିନରେ ଲୋକଙ୍କ ପାଇଁ ବ୍ୟକ୍ତିଗତ ଭାବରେ ସେବା କରିବେ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି। ସୂଚନାଯୋଗ୍ୟ କଂଗ୍ରେସ […]

  • Monday, 19 July 2021
FINNE
ଟ୍ରାଫିକ ଜୋରିମାନା ହ୍ରାସ କଲା ଏହି ରାଜ୍ୟ

ଗାନ୍ଧିନଗର: ସେପ୍ଟେମ୍ବର ୧ରୁ ଦେଶରେ ନୂଆ ଟ୍ରାଫିକ ଓ ଜୋରିମାନା ଲାଗୁ ହେବା ପରେ ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କ ନାଁରେ ମୋଟା ଅଙ୍କର ଚାଲାଣ କଟା ଯାଉଥିବାରୁ ଚାରିଆଡ଼େ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ନୂଆ ମୋଟର ଭେଇକିଲ୍‌ ଆକ୍ଟରେ ଥିବା ଜୋରିମାନା ଅର୍ଥକୁ ସରକାର ହ୍ରାସ କରିଛନ୍ତି। କେନ୍ଦ୍ର ସରକାର ଆଣିଥିବା ଏହି […]

  • Monday, 19 July 2021
dead
ଦଳାଚକଟାରେ ୩୧ ମୃତ, ୧୦୦ ଆହତ

ବାଗଦାଦ୍‌: ମଙ୍ଗଳବାର ଇରାକ୍‌ର କାରବାଲ ସହରରେ ଦଳାଚକଟା କାରଣରୁ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଶହ ଶହ ଲୋକ ଅଶୁରା ନାମକ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଏକାଠି ହୋଇଥିବା ସମୟରେ ଏଭଳି ଘଟଣା ଘଟିଛି। ଶିଆଇଟ୍‌ ସମ୍ପ୍ରଦାୟର ଲୋକେ ଏହି ଉତ୍ସବରେ ଏକାଠି ହୋଇଥିଲେ। ଏଥିରେ ୧୦୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅଶୁରା ଶୋଭାଯାତ୍ରାର ଶେଷ ଭାଗରେ ଗହଳିର ମାତ୍ରା ବଢ଼ିଯିବାରୁ ଏଭଳି ଘଟଣା ଘଟିଥିଲା। ଲୋକେ ପ୍ରତିବର୍ଷ ଏହି ଶୋଭାଯାତ୍ରାରେ […]

  • Monday, 19 July 2021
paki
ଜମ୍ମୁ -କଶ୍ମୀର ଭାରତର ବୋଲି ମାନିଲା ପାକିସ୍ତାନ !

ଜେନେଭା : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ପାକିସ୍ତାନ ଏବେ କ’ଣ କରୁଛି, ସେକଥା ନିଜେ ମଧ୍ୟ ଜାଣିପାରୁ ନାହିଁ। ଜମ୍ମୁ-କଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ଏବେ ଏହା ଭାରତର ବୋଲି ସ୍ୱୀକାର କରିଛି। ଆଜି ଜେନେଭାରେ ଆରମ୍ଭ ହୋଇଥିବା ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଯୋଗଦେଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହେମ୍ମୁଦ କ୍ୟୁରେଶୀ କଶ୍ମୀର ଭାରତର ଏକ ରାଜ୍ୟ ବୋଲି କହିଛନ୍ତି। ଆଜି ଗଣାମଧ୍ୟମର ପ୍ରତିନିଧିମାନେ ତାଙ୍କୁ କଶ୍ମୀର […]

  • Monday, 19 July 2021
vikram
ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଲ୍ୟାଣ୍ଡର ବିକ୍ରମ, କୌଣସି ଅଂଶ ଭାଙ୍ଗିନି : ଇସ୍ରୋ

ବେଙ୍ଗାଲୁରୁ :  ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଭାଙ୍ଗିନି ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି । ଗତ ୭ ତାରିଖ ରାତିରେ ବିକ୍ରମ୍ ଲାଣ୍ଡର ହାର୍ଡ ଲାଣ୍ଡିଂ କରିଥିଲା। ଚନ୍ଦ୍ରପୃଷ୍ଠରେ ପଡ଼ିବା ପରେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ବିକ୍ରମ ସୁରକ୍ଷିତ ଭାବେ ରହିଛି। ଏହାର କୌଣସି ଅଂଶ ଭାଙ୍ଗିନି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ତେବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗଯୋଗ ପାଇଁ ଇସ୍ରୋ ନିରନ୍ତର ପ୍ରୟାସ ଜାରି ରଖିଛି। […]

  • Monday, 19 July 2021