/odishatv-khabar/media/post_attachments/uploadimage/library/16_9/16_9_0/Leopards_1727954128.jpg)
Leopards
ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ ବାଘ । ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଆସିଛି ଏହି ତଥ୍ୟ । ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ । NTCA ରିପୋର୍ଟ ଅନୁସାରେ ୨୦୨୨ରେ ଥିଲେ ୫୬୮ କଲରାପତରିଆ । ୨୦୧୮ରେ କଲରାପତରିଆ ବାଘ ସଂଖ୍ୟା ଥିଲା ୭୬୦ ।
ବନ୍ୟପ୍ରାଣୀ ପିସିସିଏଫ କହିଛନ୍ତି, ୨୦୧୮ ଓ ୨୦୨୨ରେ NTCAର ଗଣନା ଷ୍ଟାଟିଷ୍ଟିକଲ ମଡେଲ ଥିଲା । ସେମାନେ ଶିମିଳିପାଳ ଓ ସାତକୋଶିଆ ଭଳି ସୀମିତ ସ୍ଥାନରେ କ୍ୟାମେରା ଲଗାଉଥିଲେ । ରାଜ୍ୟ ସରକାରଙ୍କ ନିଜସ୍ୱ କଲରାପତରିଆ ଗଣନା ବେଳେ ୪୭ଟି ଡିଭିଜନରେ କ୍ୟାମେରା ଲଗାଯାଇଥିଲା ।
ଏଥର କ୍ୟାମେରା ଟ୍ରାପରେ ୨୮୪ରୁ ୨୯୬ ୟୁନିକ କଲରାପତରିଆ ଚିହ୍ନଟ ହୋଇଛନ୍ତି । କିନ୍ତୁ NTCAର ୟୁନିକ୍ କଲରାପତରିଆ ସଂଖ୍ୟା ୧୦୦ ତଳେ ଥିଲା । ଶିମିଳିପାଳ ଅଭୟାରଣ୍ୟ ଥିବା ମୟୂରଭଞ୍ଜ- କେନ୍ଦୁଝର ଲ୍ୟାଣ୍ଡସ୍କେପରେ ସର୍ବାଧିକ ୨୦୦ କଲରାପତରିଆ ବାଘ ଅଛନ୍ତି । ସାତକୋଶିଆ- ଆଠମଲ୍ଲିକ- ବୌଦ୍ଧ ଲ୍ୟାଣ୍ଡସ୍କେପରେ ୧୫୦ରୁ ୧୬୦, ହୀରାକୁଦ- ରେଢ଼ାଖୋଲ- ସମ୍ବଲପୁର ଲ୍ୟାଣ୍ଡସ୍କେପରେ ୭୦ରୁ ୮୦, ଖରିଆର- ସୁନାବେଡ଼ା ଅଞ୍ଚଳରେ ୪୦-୫୦ ପାଖାପାଖି ଓ ଢ଼େଙ୍କାନାଳ ଅଞ୍ଚଳରେ ୨୦ ପାଖାପାଖି କଲରାପତରିଆ ବାଘ ଅଛନ୍ତି ।
ଆମ ରାଜ୍ୟରେ ଘଞ୍ଚ ଜଙ୍ଗଲ ଥିବାରୁ କଲରାପତରିଆ ବାଘ ସଂଖ୍ୟା ବଢ଼ିବାର ଆଶଙ୍କା କମ୍ । କଲାପତରିଆ ସଂଖ୍ୟ ୭ଶହ ରୁ ୮ଶହ ରହିବବୋଲି ପିସିସିଏଫ୍ ଆକଳନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)