• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୂଆ ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପିନାକ ମିଶ୍ର । ପ୍ରତୀକ ସିଂଙ୍କ ବଦଳି ପରେ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ୨୦୧୧ ବ୍ୟାଚ ଆଇପିଏସ ଅଫିସର ପିନାକ । କମିସନରେଟ ପୋଲିସର ବ୍ୟାଚ ପ୍ରଦାନ କରିବା ସହ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ ।

ଚଳିତ ବର୍ଷ ଜାନୁଆରୀରେ ସେ ପୁରୀ ଏସପି ଭାବେ କାର୍ଯ୍ୟ କରିବା ପରେ ଏବେ ଡିସିପି ଭୁବନେଶ୍ୱର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବା ପରେ ଡିସିପି ଭୁବନେଶ୍ୱରରେ ପୋଲିସିଂ ବ୍ୟବସ୍ଥାକୁ ସୁଧାର ଆଣିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ସେପଟେ ଆଗକୁ ଦଶହରା ଥିବାବେଳେ ସହରର ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଉପରେ ଅଧିକ ଫୋକସ ରହିବ ବୋଲି କହିଛନ୍ତି ଡିସିପି ।

ପୂର୍ବରୁ ପିନାକ ମିଶ୍ର କଟକ ଡିସିପି ଭାବେ ୨୦୨୨ ମସିହା ମେରୁ ୨୦୨୪ ଜାନୁୟାରୀ ମାସ ପର୍ଯ୍ୟନ୍ତ କାମ କରିଥିଲେ । ସେହିଭଳି ଟୁଇନସିଟିର କମିଶନରେଟ ପୋଲିସର ନୂତନ ଅତିରିକ୍ତ ପୋଲିସ କମିଶନର ଭାବେ ଉମାଶଙ୍କର ଦାଶ ମଧ୍ୟ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । କାର୍ଯ୍ୟରେ ଯୋଗଦେବା ପରେ ଉମାଶଙ୍କର କହିଛନ୍ତି ସାଧାରଣ ଲୋକଙ୍କ ପ୍ରତି ପୋଲିସର ବ୍ୟବହାର କିପରି ଭଲ ହେବ ଆଉ ସମସ୍ତଙ୍କୁ କିଭଳି କମିସନରେଟ ପୋଲିସର ଉତ୍ତମ ସେବା ମିଳିପାରିବ ସେ ଦିଗରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।

୨୦୦୮ ବ୍ୟାଚର ଉମାଶଙ୍କରଙ୍କୁ ଦ୍ୱିତୀୟ ଥର ଲାଗି ଅତିରିକ୍ତ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ସେ ୨୦୨୨ ଏପ୍ରିଲରୁ ୨୦୨୩ ନଭେମ୍ବର ପର୍ଯ୍ୟନ୍ତ ଅତିରିକ୍ତ ପୋଲିସ କମିଶନର ଭାବେ କାମ କରୁଥିଲେ । ସେହିପରି ସେ ଭୁବନେଶ୍ୱର ଡିସିପି ଭାବେ ୨୦୨୦ ଜୁଲାଇରୁ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଡିସିପି ଭାବେ କାମ କରିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now