ଭୁବନେଶ୍ୱର:ରାଜ୍ୟ ଉପରୁ ଟଳିଲା ବନ୍ୟା ଆଶଙ୍କା। ଏନେଇ ସ୍ପେଶାଲ ରିଲିଫ କମିଶନର (SRC) ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି। ମହାନଦୀରେ ବନ୍ୟା ସ୍ଥିତି ଆଉ ନାହିଁ। କାରଣ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଯେଉଁ ବୃଷ୍ଟିପାତ ହୋଇଛି ବହୁ ଜିଲ୍ଲାରେ କମ୍ ପରିମାଣର ବର୍ଷା ରେକର୍ଡ଼ କରାଯାଇଛି। ଏଥିସହ ମୁଣ୍ଡଳିରେ ଜଳ ନିଷ୍କାସନ କମିଛି। ସେଠାରେ ଏବେ ସାଢ଼େ ୪ ଲକ୍ଷରୁ କମ୍ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଫଳରେ ଅବବାହିକାର ନ୍ୟୁନ ଅଞ୍ଚଳରେ ଯେଉଁ […]
ପୁରୀ: ଆଜି ଶ୍ରୀକ୍ଷେତ୍ରରେ ରଥାରୂଢ଼ ଠାକୁରଙ୍କ ପାଖରେ ଅଧରପଣା ଲାଗି ହେବ ଓ ଆସନ୍ତାକାଲି ନୀଳାଦ୍ରିବିଜେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ଗତକାଲି ମଧ୍ୟ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଅଙ୍ଗ ସଜ୍ଜା ପରେ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜିଉ। ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା। ବଡ଼ଦାଣ୍ଡ, ରଥ ଚତୁର୍ପାର୍ଶ୍ୱ […]
ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ । ଆଜି ଦିନ ୧୧ଟା ପରେ ଜଳ ନିଷ୍କାସନ କରାଯିବା ନେଇ ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୭ ଦଶମିକ ଛଅ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୧ ହଜାର ୮୪୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। […]
ଭୁବନେଶ୍ୱର: ୧୯ ନିର୍ବାଚନ ପାଇଁ ଆଗୁଆ ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିଛି କଂଗ୍ରେସ। ତେବେ ନିଜ ଦମ୍ ଉପରେ ଭରସା ନଥିବାରୁ ମହାଗଠବନ୍ଧନ କରି ପୁଣି ଦିଲ୍ଲୀରେ କ୍ଷମତା ହାତେଇବା ଚକ୍କରରେ ରହିଛି ଦଳ। ତେଣୁ ବିଜେପିକୁ ବିରୋଧ କରୁଥିବା କ୍ଷୁଦ୍ର ଓ ଆଞ୍ଚଳିକ ଦଳଙ୍କୁ ନିଜ ପକ୍ଷକୁ ନେବା ପାଇଁ ଦଳ ଉଦ୍ୟମ ଆରମ୍ଭ କରିଛି। ଏହାଦ୍ୱାରା ଭୋଟ ବିଭାଜନକୁ ରୋକାଯିବା ସହ ବିଜେପିକୁ ଟକ୍କର ଦେବା ସହଜ ହେବ ବୋଲି କଂଗ୍ରେସ ଅନୁଭବ କରୁଛି। […]
ଭୁବନେଶ୍ୱର: ଫିକା ପଡୁଛି ଅର୍ଥ ବ୍ୟବସ୍ଥାର ଗୋଲାପି ଚିତ୍ର। ନିର୍ବାଚନୀ ବର୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ଦିଷ୍ଟ ଯୋଜନା ପାଇଁ ଏବେ ସରକାରଙ୍କ ସମ୍ବଳ ଚିନ୍ତା। କେଉଁଠୁ ଆସିବ ଅର୍ଥ, କେମିତି ଚାଲିବ ସରକାରୀ ଯୋଜନା? ସରକାରଙ୍କ ପାଖରେ ବିକଳ୍ପ ହେଉଛି ଖୋଲା ବଜାରରୁ ଋଣ। ଆସନ୍ତା କାଲି ୫୦୦ କୋଟିର ଋଣ ଉଠାଇବେ ସରକାର। ରାଜ୍ୟରେ ଚାଲିଥିବା ଯୋଜନା ପାଇଁ ସରକାର ଋଣ ଆଣୁଛନ୍ତି । ଏ କଥା ବି ବିଜ୍ଞପ୍ତିରେ ଉଲ୍ଲେଖ କରିଛି ଅର୍ଥ […]
ଭୁବନେଶ୍ୱର: ବର୍ଷାର ତାଣ୍ଡବ ପରେ ଦେଖିବାକୁ ମିଳିଛି ପୂର୍ଣ୍ଣଗର୍ଭା ମହାନଦୀର ଚିତ୍ର। ଏପଟେ ପ୍ରତି ସେକେଣ୍ଡରେ ମୁଣ୍ଡୁଳି ବ୍ୟାରେଜ୍ ଦେଇ ତଳମୁଣ୍ଡକୁ ପ୍ରବାହିତ ହେଉଛି ୭ ଲକ୍ଷ ଘନଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ। ଯାହା ଫଳରେ କଟକ, କେନ୍ଦ୍ରପଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ଦେଖାଦେଇଛି ମଧ୍ୟମ ଧରଣର ବନ୍ୟା ବିପତ୍ତି । ତେଣୁ ଏହାର ମୁକାବିଲା ପାଇଁ ଜିଲ୍ଲାଠୁ ନେଇ ସଚିବାଳୟ ଯାଏ ଜୋରଦାର ପ୍ରସ୍ତୁତି। ନିଜେ ମୁଖ୍ୟମନ୍ତ୍ରୀ ଆଜି ସ୍ଥିତିର ସମୀକ୍ଷା […]
ପୁରୀ: ଅପୂର୍ବ ଏ ଦୃଶ୍ୟ, ଦିବ୍ୟ ସେ ଅନୁଭବ। ରାଜରାଜେଶ୍ୱର ବେଶରେ ରଥାରୁଢ଼ ଚତୁର୍ଦ୍ଧାମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ମହଣ ମହଣ ସୁନା। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକୁଛି ସୁବର୍ଣ୍ଣ କିରୀଟ। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ ଅାଉ ଅାଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ଅାଡ଼କାନି, ଘାଗଡ଼ା, ବାହାଡ଼ା, ସେବତୀ ଓ କଦମ୍ବ ମାଳି ସାଙ୍ଗକୁ ତିନି ଦିଅଁଙ୍କ ପାଖରେ ସ୍ୱତନ୍ତ୍ର ଅାୟୁଧ। ସୁନାବେଶରେ ଲାଗି ହୋଇଛି ଏମିତି ୧୩୮ ପ୍ରକାର ରତ୍ନ ଖଚିତ […]
ଭୋପାଳ: ଆପଣ କୌଣସି ହ୍ୱାଟ୍ସଆପ୍ ଗ୍ରୁପ୍ର୍ ଆଡ୍ମିନ୍ ଅଛନ୍ତି କି? ସତର୍କ ରୁହନ୍ତୁ, ନହେଲେ ଅକାରଣରେ ଆପଣଙ୍କୁ କେତେବେଳେ ବି ହୋଇପାରେ ଜେଲ୍ ଦଣ୍ଡ। କାରଣ ଏବେ ବହୁ ଆପତ୍ତିଜନକ ପୋଷ୍ଟ ହ୍ୱାଟ୍ସ ଆପ୍ ଗ୍ରୁପ୍ରେ ଭାଇରାଲ୍ ହେଉଛି। ନିକଟରେ ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ। ଖବର ଅନୁଯାୟୀ, ୨୧ ବର୍ଷିୟ ଜୁନେଦ୍ ଖାନ୍ ଜଣେ ବିଏସ୍ସି ଛାତ୍ର। ହ୍ୱାଟ୍ସଆପ୍ ଗ୍ରୁପ୍ରେ ଦେଶବିରୋଧୀ ପୋଷ୍ଟ ଶେୟାର ହେବାରୁ ୫ ମାସ ହେଲା ସେ […]
ଇନ୍ଦୋରାବାଦ:ଏକ ଛୁଆ ଜନ୍ମ ହେବାର ପୂରା ପ୍ରକ୍ରିୟା ଅନେକ ଜଟିଳ ଓ ବିପଦପୂର୍ଣ୍ଣ ରହିଥାଏ। ଛୁଆଟି ମା’ ଗର୍ଭରେ ରହିବା ଦିନଠାରୁ ଜନ୍ମ ହେବା ପର୍ଯ୍ୟନ୍ତ ବିପଦ ଲାଗି ରହିଥାଏ। ବେଳେବେଳେ ଏମିତି ବିପଦ ଆସିଥାଏ ଯେ, ଡାକ୍ତରମାନେ ମଧ୍ୟ ରିସ୍କ ନେବାକୁ ମନା କରିଦେଇଥାନ୍ତି। ଅନେକ ଛୁଆ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ଜନ୍ମ ହୋଇଯାଆନ୍ତି, ସେହିଭଳି ପିଲାଙ୍କୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ। କିନ୍ତୁ ଇନ୍ଦୋରାବାଦର ଡାକ୍ତରମାନେ ଏପରି ଏକ ଛୁଆକୁ ବଞ୍ଚାଇଛନ୍ତି ଯାହାର […]
ଟରୋଣ୍ଟୋ: କାନାଡ଼ାର ଟରୋଣ୍ଟୋରେ ଗୁଳିକାଣ୍ଡ। ଟରୋଣ୍ଟୋର ଗ୍ରିକ୍ଟାଉନ୍ ଜିଲ୍ଲାରେ ଏକ ରେଷ୍ଟୁରାଣ୍ଟ ନିକଟରେ ଜଣେ ଅଜଣା ବନ୍ଧୁକଧାରୀ ବ୍ୟକ୍ତି ଆଖିବୁଜା ଗୁଳି ଚାଳନା କରିଛି। ଏହି ଗୁଳିକାଣ୍ଡରେ ୧୪ ଜଣଙ୍କ ଦେହରେ ଗୁଳି ଲାଗିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଜଣେ ମହିଳା ବୋଲି ଜଣାପଡ଼ିଛି। ଗୁଳିକାଣ୍ଡ ପରେ ଦୁର୍ବୃତ୍ତଜଣଙ୍କ ଆତ୍ମହତ୍ୟା କରିଛି। ଗୁଳିକାଣ୍ଡରେ ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଗୁଳିକାଣ୍ଡ ପଛର କାରଣ ଜଣାପଡିନଥିବା ବେଳେ ପୁଲିସ […]
ଭୁବନେଶ୍ୱର: କିଛି ସମୟ ତଳେ କୁଆଖାଇ ନଦୀକୁ ଡେଇଁ ପଡ଼ିଥିବା ମହିଳାଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଟଙ୍କପାଣି ରୋଡ୍ ନିକଟ ନଦୀରୁ ତାଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ଉକ୍ତ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ମହିଳା ଜଣକ ନୂଆପଲ୍ଲୀ ବେହେରା ସାହି ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମହିଳା ଜଣକ ଏକ ଗାଡ଼ିରେ ଆସି ଭୁବନେଶ୍ୱର ଉପକଣ୍ଠ ହଂସପାଳ ନିକଟରେ କୁଆଖାଇ ବ୍ରିଜ୍ ଉପରେ ଗାଡ଼ି ରଖିଥିଲେ। ପରେ ନଦୀ […]
ଭୁବନେଶ୍ୱର: କୁଆଖାଇ ନଦୀକୁ ଡେଇଁଲେ ଯୁବତୀ। ଭୁବନେଶ୍ୱର ଉପକଣ୍ଠ ହଂସପାଳ ନିକଟରେ କୁଆଖାଇ ନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଯୁବତୀ ଜଣକ ଏକ ଗାଡ଼ିରେ ଆସି ବ୍ରିଜ୍ ଉପରେ ଗାଡ଼ି ରଖିଥିଲେ। ପରେ ନଦୀ ଗର୍ଭକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷେ, ଯୁବତୀଙ୍କୁ ଉଦ୍ଧାର ଲାଗି ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ଖବର ପାଇ ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଂଚିଛନ୍ତି। ତେବେ କ’ଣ ପାଇଁ ଯୁବତୀ ଜଣଙ୍କ […]
ଚଣ୍ଡୀଗଡ଼: ଜିଲାପି,ପକୁଡ଼ି ବିକୁଥିବା ଜଣେ ଲୋକ ହଠାତ୍ ବାବା ସାଜି ଆରମ୍ଭ କରିଥିଲା କଳା କାରନାମା। ତନ୍ତ୍ର ମାଧ୍ୟମରେ ମହିଳାଙ୍କ ସମସ୍ୟା ସମାଧାନ କରିବାକୁ କହି ସେମାନଙ୍କ ଅଶ୍ଲୀଳ ଭିଡିଓ କରୁଥିବା ଅଭିଯୋଗରେ ଜଣେ ମନ୍ଦିର ପୂଜକଙ୍କୁ ପୁଲିସ ଗିରଫ କରିଛି। ହରିୟାଣା ଫତେହାବାଦ ଜିଲ୍ଲା ତୋହାନା ଅଞ୍ଚଳର ଏହି ବାବାଙ୍କ ନାଁ ଅମରପୁରୀ। ସ୍ଥାନୀୟ ଅଞ୍ଚଳରେ ସେ ଜିଲାପି ବାବା ନାମରେ ଜଣାଶୁଣା। କେହି କେହି ତାଙ୍କୁ ‘ବିଲ୍ଲୁ’ ବୋଲି ମଧ୍ୟ ଡାକନ୍ତି। ୫ଦିନ ପାଇଁ […]
ଭୁବେନଶ୍ୱର: ମହାନଦୀ ଧିରେ ଧିରେ ଫୁଲୁଛି। ଗତ ୨ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ଅଛି। ତେବେ ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି । ଆଜି ସନ୍ଧ୍ୟାରେ ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବବୋଲି ସେ କହିଛନ୍ତି। ଏଥିପାଇଁ ଯାଜପୁର, କଟକ, ପୁରୀ, […]